ପୋତି ଦିଆଯାଉଛି ନଦୀ ଅବବାହିକା: ସଙ୍କୁଚିତ ହେଉଛି ଗଙ୍ଗୁଆ, ଝରିଆ ନଦୀ

ପୁରୁଣା ଭୁବନେଶ୍ୱର/ଜଟଣୀ, ୧୨।୧୦ (ଡି.ଏନ.ଏ.): ରାଜଧାନୀରେ ଜନସଂଖ୍ୟା ବଢୁଛି। ସେହି ଅନୁପାତରେ ଆବଶ୍ୟକ ସଂଖ୍ୟକ ଗୃହ ନିର୍ମାଣ ହେଉଛି। ବିଲଡରମାନେ ଗୃହ ପାଇଁ ସରକାରୀ କର୍ମଚାରୀଙ୍କୁ ହାତ କରି ବିଭିନ୍ନ ପ୍ରାକୃତିକ ଜଳଉତ୍ସ ଓ ନଦୀ ଅବବାହିକା ପୋତି ଦେଉଥିବାରୁ ଏହା ସଙ୍କୁଚିତ ହୋଇଗଲାଣି। ନଦୀ ଓ ନାଳଠାରୁ ଏକ ନିର୍ର୍ଦ୍ଦିିଷ୍ଟ ଦୂରତା ମଧ୍ୟରେ କୌଣସି ନିର୍ମାଣ ହେବନାହିଁ ବୋଲି ସରକାରୀ କଟକଣା ରହିଛି। ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ ମଧ୍ୟ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କୁ ତାଗିଦ୍‌ କରିଛନ୍ତି। ହେଲେ ଏସବୁ ନୀତିନିୟମ କେବଳ କାଗଜକଲମରେ ରହିଯାଉଛି। ସମ୍ପ୍ରତି ଗଙ୍ଗୁଆ ନଦୀ ଏହାର ଜ୍ୱଳନ୍ତ ଉଦାହରଣ। ଏକଦା ଗନ୍ଧବତୀ ନଦୀ ନାମରେ ଖ୍ୟାତି ଥିବା ଏହି ଜଳଉତ୍ସଟି ବର୍ତ୍ତମାନ ସତ୍ତା ହରେଇଲାଣି। ନଦୀର ଉଭୟପାର୍ଶ୍ୱ ପଠା ଜବରଦଖଲ ହୋଇସାରିଛି। ନୂତନ ଭାବେ ଅନେକ କଲୋନୀ ଗଢ଼ି ଉଠିଥିବାରୁ ଏହା ସମ୍ପୂର୍ଣ୍ଣ ଭାବେ ସଙ୍କୁଚିତ ହୋଇଗଲାଣି। ଅନ୍ୟପକ୍ଷେ ରାଜଧାନୀର ମୁଖ୍ୟ ୯ଟି ଡ୍ରେନ ସଂଯୋଗ ଯୋଗୁ ଏହା ପ୍ରଦୂଷିତ ନାଳର ଆଖ୍ୟା ପାଇଲାଣି। ସେହିଭଳି ରାଜଧାନୀ ନିକଟ ଝରିଆ ନଦୀ, ଯାହାକି ପ୍ରଧାନସାହି, ବିରିବନ୍ଧ, ଜାମୁକୋଳି ଆଦି ଗ୍ରାମ ଦେଇ ଗଙ୍ଗୁଆରେ ମିଶିଛି। ପ୍ରାକୃତିକ ଜଳଉତ୍ସଗୁଡିକର ମଧ୍ୟ ଗଙ୍ଗୁଆ ନଦୀ ଭଳି ଅନୁରୂପ ଅବସ୍ଥା ପାଲଟିଛି। ଅବବାହିକା ପୋତା ହୋଇଯିବା, ବେଆଇନ ନିର୍ମାଣ କାରଣରୁ ଝରିଆ, ଚାନ୍ଦୁଆ ନଦୀ ଗତିପଥ ବଦଳାଇ ଚାଷୀ ଓ ଚାଷ ପ୍ରତି ବିପଦ ସୃଷ୍ଟି କରିଛି ବୋଲି ଚାଷୀମାନେ କହିଛନ୍ତି। ଜଳସେଚନ ବିଭାଗ ପକ୍ଷରୁ ବିରିବନ୍ଧ ନିକଟରେ ଝରିଆ ନଦୀରେ ୨ ଟି ଚେକ୍‌ ଡ୍ୟାମ ନିର୍ମାଣ ଅଧାପନ୍ତରିଆ ଭାବେ ପଡିରହିଛି। ଚାଷୀ ବନ୍ୟାଦାଉରୁ ରକ୍ଷା ପାଇ ପାରୁନାହାନ୍ତି। ଏଣୁ ଆଗାମୀ ଦିନରେ ପ୍ରଶାସନିକ ସ୍ତରରେ ଜଳସେଚନର ଉନ୍ନତି କରିବାକୁ ଗଙ୍ଗୁଆ, ଝରିଆ ଓ ଚାନ୍ଦୁଆ ନଦୀ କୂଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri