ପୋଡ଼ି ହୋଇ ୨ ଭଉଣୀଙ୍କ ମୃତ୍ୟୁ ଘଟଣା: ପରିବାରକୁ ମିଳିବ ୮ଲକ୍ଷ ଟଙ୍କା

ଫିରିଙ୍ଗିଆ, ୨୧ା୬- ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଗେରୁପଡା ଗ୍ରାମରେ ବିଦ୍ୟୁତ ଶର୍ଟ ସର୍କିଟରୁ ଘରେ ନିଆଁ ଲାଗି ପୋଡ଼ି ହୋଇ ବୁଧବାର ୨ ଭଉଣୀଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ସେମାନଙ୍କ ପରିବାରବର୍ଗଙ୍କୁ ସ୍ଥାନୀୟ ବିଧାୟକ ଓ ପ୍ରଶାସନିକ ଅଧିକାରୀ ଭେଟିଛନ୍ତି। ସରକାରଙ୍କ ନିୟମ ଅନୁସାରେ ତାଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି। ଏଥିସହ ତତ୍କାଳ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଇଛି। ତହସିଲଦାର ପୁନମ ରାଉତ ଘର ମରାମତି ପାଇଁ ୮ ହଜାର ଟଙ୍କା ଓ ପାଲ ଦେଇଥିବା ବେଳେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ୫,୫୦୦ ଟଙ୍କା, ସରପଞ୍ଚ ପ୍ରେମଶୀଳା ଝାଙ୍କର ୨ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ମୃତ ଦୁଇ ଭଉଣୀଙ୍କ ମା’ ବାଲମତୀ ବେହେରା ଏବଂ ଭାଇ ରୁଦ୍ର ଆହତ ହୋଇଥିବାରୁ ସେମାନଙ୍କ ସମସ୍ତ ଚିକିତ୍ସା ମାଗଣାରେ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି। ପରିବାର ଲୋକଙ୍କୁ ୭ ଦିନ ପର୍ଯ୍ୟନ୍ତ ଖାଦ୍ୟ ଯୋଗାଇ ଦିଆଯିବ ା ସମିତି ସଭ୍ୟ ପୁଷ୍ପାଞ୍ଜଳୀ ସାହୁ, ଜିଲା ପରିଷଦ ସଦସ୍ୟ ଜୟଶ୍ରୀ କହଁର ପ୍ରମୁଖ ମଧ୍ୟ ଉପସ୍ଥିତ ରହି ସହାୟତାର ହାତ ବଢ଼ାଇଥିଲେ ା ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ଗେରୁପଡ଼ା ଗ୍ରାମର ଅରୁଣ ବେହେରା, ସ୍ତ୍ରୀ ବାଲମତୀ, ପୁଅ ରୁଦ୍ର ଗୋଟିଏ ଘରେ ଓ ଅନ୍ୟ ଏକ ଘରେ ଦୁଇ ଝିଅ କ୍ରିଷ୍ଣା ଏବଂ ରମ୍ଭା ଶୋଇଥିଲେ ା ଲାଇନ ଚାଲି ଯିବାରୁ ଘରେ ଡିବିରି ଲାଗିଥିଲା। ରାତି ପ୍ରାୟ ୩ଟାରେ ଲାଇନ ଆସିବାରୁ ବିଦ୍ୟୁତ ବୋର୍ଡରେ ଶର୍ଟ ସର୍କିଟ ହୋଇ ଘରେ ନିଆଁ ଲାଗି ଯାଇଥିଲା। ଏଥିରେ ଦୁଇ ଭଉଣୀ ପୋଡି ହୋଇ ଗୁରୁତର ହୋଇଥିଲେ। ସେମାନଙ୍କ ମାଓ ଭାଇ ମଧ୍ୟ ଆହତ ହୋଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଫିରଙ୍ଗିିଆ ଡାକ୍ତରଖାନା ଆଣିଥିଲା। ସେଠାରୁ ସମସ୍ତ ଆହତଙ୍କୁ ଫୁଲବାଣୀ ଡାକ୍ତରଖାନା ଅଣାଯାଇଥିଲା ା ଦୁଇ ଭଉଣୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଦୁଇ ଭଉଣୀଙ୍କୁ ଡାକ୍ତର ବ୍ରହ୍ମପୁର ରେଫର କରିଥିଲେ ା ତେବେ ଚିକିତ୍ସା ପୂର୍ବରୁ ଫୁଲବାଣୀରେ କ୍ରିଷ୍ଣା ଓ ବ୍ରହ୍ମପୁରରେ ରମ୍ଭାଙ୍କର ମୃତ୍ୟୁ ଘଟିଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…

ଛତ୍ରପୁର ପୌରପାଳିକାରେ ମିଶ୍ରଣକୁ ୫ ପଞ୍ଚାୟତବାସୀଙ୍କ ସମର୍ଥନ, ରାଜ୍ୟ ସରକାରଙ୍କୁ ଜଣାଇଲେ କୃତଜ୍ଞତା…

ଛତ୍ରପୁର,୧୯ା୨(ଦିଲୀପ ସାମଲ): ଛତ୍ରପୁର ପୌରପାଳିକା ଗଠନରେ ଆର୍ଯ୍ୟପଲ୍ଲୀ, କଣମଣା, ଅଗସ୍ତିନୂଆଗାଁ, ଚିକଲଖଣ୍ଡି ଓ ପୋଡାପଦର ଆଦି ୫ଟି ପଞ୍ଚାୟତର ମିଶ୍ରଣ ପାଇଁ ସରକାରଙ୍କ ପ୍ରକ୍ରିୟା ଚାଲିଛି ।…

ବାଇକ୍‌ରେ ଯାଉଥିଲେ, ପିଟି ଦେଲା ହାଇଓ୍ବା: ଚାଲିଗଲା ମ୍ୟାନେଜରଙ୍କ ଜୀବନ…   

ଦିଗପହଣ୍ଡି,୧୯।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା ଗ୍ରାମ ନିକଟରେ ହାଇୱା ଟ୍ରକ (ନଂ. ଓଡ଼ି ୩୨ ଏଲ – ୧୧୦୭) ଧକ୍କାରେ ଜଣେ…

ଗଞ୍ଜାମ ନଗର ସଭାପତି ପରେ ଛାତ୍ର-ଯୁବ ସଭାପତିଙ୍କ ଉପରେ ସମସ୍ତଙ୍କ ନଜର, ଲବିରେ ମନୋଜ ପ୍ରଧାନ

ଗଞ୍ଜାମ,୧୯।୨(ବିଦ୍ୟାଧର ସାହୁ): ବିଜୁ ଜନତା ଦଳର ଗଞ୍ଜାମ ଏନ୍‌ଏସି ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କ ନାଁ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।ସୁଧୀର…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ଦୀପକ ହେଲେ ଦିଗପହଣ୍ଡି ନଗର କଂଗ୍ରେସ ସଭାପତି, ଛୁଟିଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୧୯।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧୦ନଂ ୱାର୍ଡର କାଉନସିଲର ଦୀପକ କୁମାର ମିଶ୍ରଙ୍କୁ ନଗର କଂଗ୍ରେସ କମିଟିର ସଭାପତି ରୂପେ ନିଯୁକ୍ତ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri