ପୋଖରୀରେ ବୁଡ଼ି ଆଈ, ନାତି ମୃତ

ରିଆମାଳ,୨୧ା୪(ଡି.ଏନ୍‌.ଏ.)- ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ଢୋଲପଡ଼ା ପଞ୍ଚାୟତର ମାଳିଚୁଆ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଇବାକୁ ଯାଇଥିବା ଆଈ ଓ ନାତିଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ଏନେଇ ଗାଁରେ ଶୋକରଛାୟା ଖେଳିଯାଇଛି।
ମିଳିଥିବା ସୂଚନା ମୁତାବକ, ମାଳିଚୁଆ ଗ୍ରାମର ବିଷ୍ଣୁଚରଣ ସିଂଙ୍କ ସ୍ତ୍ରୀ ମଦଦେବୀ ସିଂ(୫୫) ନାତି ଲଳିତ ସିଂ(୫)ଙ୍କୁ ଧରି ପୂର୍ବାହ୍ନ ୧୧ଟା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ହେଲେ କୌଣସି କାରଣରୁ ଗାଧୋଇବା ବେଳେ ମଦଦେବୀ ଓ ଲଳିତ ପୋଖରୀରେ ବୁଡ଼ି ଯାଇଥିଲେ। ଏନେଇ ଗ୍ରାମବାସୀ ରିଆମାଳ ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ପୋଖରୀରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ମୃତକଙ୍କ ପରିବାର ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଜିଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍କଟରେ ସଁପୁର ସୂତା କାରିଗର

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଇ ପର୍ବରେ ଲୋକେ ନୂଆଁଲୁଗା ପନ୍ଧିଥାନ୍ତି। ନୂଆଁଲୁଗା ପିନ୍ଧି ପରିବାରର ମୁରବି ଦେବଦେବୀ ଓ ପିତୃପୁରୁଷଙ୍କୁ ଚୁରାକୁଁଡା’ ଅର୍ପଣ କରିବାର...

ଘାରିଲା ସାମାଜିକ ବାସନ୍ଦ ଭୟ: ଛୁଇଁଲେନି କୁଷ୍ଠରୋଗୀଙ୍କ ମୃତଦେହ

ସମ୍ବଲପୁର,୨୧।୧୧(ବ୍ୟୁରୋ): କୃଷ୍ଠ ରୋଗରେ ପୀଡିତ ହେବା ପରେ ଗ୍ରାମରୁ ବାସନ୍ଦ ହୋଇ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ସମାଜ ଓ ଜାତିଠାରୁ ଦୂରେଇ ରହି...

କାଲ ହେଲା ଖରାଦିନିଆଁ ଧୁକାଗରେଲ: ଭଂଗା କୁରିଆରେ ୭ ଅସାହା ଜୀବନ୍‌

ନୂଆପଡା ଅଫିସ/କୋମନା,୭ା୬- କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖ, ନିଆଁ ସିମାନକୁ ପକାଘର ଯୁଗେଇ ଦେବାର ଲାଗି ଅନେକ ପରକାର ଆବାସ ଯୋଜନା କାଯ୍‌କାରୀ...

୧୧ କେଭି ବିଦ୍ୟୁତ୍‌ ତାରରେ ଲାଗି ଯୁବକଙ୍କ ଜୀବନ ଗଲା

ଗୁଡ଼ଭେଲା,୧୭।୭(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ମଧ୍ୟମ କ୍ଷୁଦ୍ରଜଳସେଚନ ବିଭାଗ ପକ୍ଷରୁ ତୁଷୁରା ସହରସ୍ଥିତ ସୋନଗଡ଼ ନଦୀରେ ଜଳସ୍ତର ମାପୁ ଥିବାବେଳେ ୧୧ କେଭି ବିଦ୍ୟୁତ୍‌ ତାରରେ ଲାଗି...

ଜଙ୍ଗଲ ବିଭାଗର ଅବହେଳା: ଭବାନୀପାଟଣା ରାସ୍ତାରେ ଗଛ ପଡ଼ି ବାଇକ୍‌ ଆରୋହୀ ଗୁରୁତର

ଭବାନୀପାଟଣା,୨୨।୭ (ଡି.ଏନ୍‌.ଏ.): ଜଙ୍ଗଲ ବିଭାଗ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ସୋମବାର ଭବାନୀପାଟଣା ରାସ୍ତାରେ ଦେଖିବାକୁ ମିଳିଛି। ରାସ୍ତାକଡ଼ରେ ଥିବା ଏକ ଶୁଖିଲା ଗଛ ପଡ଼ି...

ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର:ଏକ୍ସ-ରେ ମେଶିନ୍‌ ଅଚଲ, ରୁଗୀ ବାରଦୁଆର

ଡୁଙ୍ଗୁରିପାଲି, ୫ା୬(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗଲା ୨ ମାସ ହେଲା ଏକ୍ସ-ରେ ମେଶିନ ଅଚଲ ହେଇ ପଡ଼ିରହିଛେ। ଇଥିରଲାଗି ଥାନୀୟ...

ରାଜ୍ୟ ବାହାରର ବସ୍‌କୁ ଦେଖି ଲୋକେ ଆତଙ୍କିତ

ସମ୍ବଲପୁର,୨ା୫(ବ୍ୟୁରୋ)-ରାଜ୍ୟ ବାହାରର ୩ଟି ବସ୍‌ ଶନିବାର ସମ୍ବଲପୁର ସହର ଭିତରକୁ ପ୍ରବେଶ କରିବାରୁ ସହରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଧନୁପାଲି ଥାନା ଅଧୀନ ଜେଲ୍‌ ଛକରେ...

ସନ୍ତୋଷିନୀଙ୍କୁ ଭେଟି ଉତ୍ସାହିତ କଲେ ଜିଲାପାଳ

ସମ୍ବଲପୁର,୧୩ା୯(ବ୍ୟୁରୋ):ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋଷ୍ଠୀଗତ ୭ ଓ ବ୍ୟକ୍ତିଗତ ୩୦ ମୋଟ ୩୭ ଗୋଟି...

Advertisement
Archives

Model This Week