Posted inଜାତୀୟ

ପେପର ବିକ୍ରେତାରୁ ଦେଶର ମିଶାଇଲ୍‌ ମ୍ୟାନ୍‌

ମିଶାଇଲ ମ୍ୟାନ ନାମରେ ଜଣାଶୁଣା ଡଃ ଏ.ପି.ଜେ ଅବଦୁଲ କଲାମଙ୍କର ଆଜି ହେଉଛି ୮୭ତମ ଜନ୍ମଜୟନ୍ତୀ। ଅକ୍ଟୋବର ୧୫ ତାରିଖ ୧୯୩୧ ମସିହାରେ ତାମିଲନାଡୁ ରାମେଶ୍ୱରମଠାରେରେ ଜନ୍ମଗ୍ରହଣ ନେଇଥିଲେ ଭାରତମାତାର ସୁଯୋଗ୍ୟ ସନ୍ତାନ ଅବଦୁଲ କଲାମ। ତାଙ୍କର ପୁରାନାମ ଅବୁଲ ପକୀର ଜୈନୁଲାବଦୀନ ଅବଦୁଲ କଲାମ। ପିତା ଜନାବ ଜୈନୁଲାବଦୀନ ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ ହୋଇଥିବା ବେଳେ ମାତା ଆଶିୟମ୍ମା ଈଶ୍ୱର ବିଶ୍ୱାସୀ ଥିଲେ। ଖବର କାଗଜ ବିକି କଲାମ ଦେଶର ଶ୍ରେଷ୍ଟ ଓ ମହାନ ବୈଜ୍ଞାନିକ ହେବାରେ ଗୌରବ ଅର୍ଜନ କରିଥିଲେ। ଏପିଜେ ଅବଦୁଲ କଲାମ ପାଠ ପଢିଲାବେଳେ ଖବରକାଗଜ ବାଣ୍ଟୁଥିଲେ। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ଦେଖାଦେଲା। ସେତେବେଳେ ସ୍କୁଲରେ ପଢୁଥିବା କଲାମ ଚିନ୍ତାକଲେ କିଥି ରୋଜଗାର କରି ପରିବାର ଚଳାଇବାରେ ସାହାଯ୍ୟ କରିବାକୁ । ଆଉ ଆରମ୍ଭ କରିଥିଲେ ତେନ୍ତୁଳି ମଞ୍ଜି ସଂଗ୍ରହ କାମ। ସେତେବେଳେ କୌଣସି କାରଣରୁ ତେନ୍ତୁଳି ମଞ୍ଜିର ଡିମାଣ୍ଡ ଥିଲା। କଲାମ ଜମା କରୁଥିବା ତେନ୍ତୁଳି ମଞ୍ଜିକୁ ଦୋକାନରେ ବିକ୍ରି କରୁଥିଲେ ଆଉ ତାଙ୍କୁ ସେତେବେଳେ ଏଥିପାଇଁ ଏକ ଅଣା ମିଳୁଥିଲା। ୧୯୫୭ ପର୍ଯ୍ୟନ୍ତ ଭାରତରେ ଅଣା ପ୍ରଚଳିତ ଥିଲା। ୪ ପଇସାରେ ଏକ ଅଣା। ଏମିତି କରି ସେ ନିଜ ପାଠପଢା ଶେଷ କରିଥିଲେ। ସେ ୧୯୫୦ ମସିହାରେ ତିରୁଚିରାପଲ୍ଲୀର ସେଣ୍ଟ ଯୋଶେଫ କଲେଜରୁ ବି.ଏସ.ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

କଲାମ ହିଁ ଅଗ୍ନି ଓ ପୃଥ୍ବୀ ଭଳି ମିଶାଇଲ ତିଆରି କରି ସାରା ବିଶ୍ୱରେ ଭାରତର ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। କଲାମଙ୍କ ଉଦ୍ୟମ ଏବଂ ପ୍ରୟାସ ପାଇଁ ଭାରତ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ସାମିଲ ହୋଇ ପାରିଥିଲା। କଲାମ ଡିଆରଡିଓ ଏବଂ ଇସ୍ରୋ ଭଳି ପ୍ରତିଷ୍ଠିତ ସଂସ୍ଥାରେ ଦୀର୍ଘଦିନ ଧରି କାମ କରିଥିଲେ। ୧୯୮୦ରେ ସେ ରୋହିଣୀ ଉପଗ୍ରହକୁ ପୃଥିବୀ କକ୍ଷପଥର ଅତି ନିକଟରେ ସ୍ଥାପିତ କରିବାରେ ସକ୍ଷମ ହୋଇଥିଲେ । ପରେ ତାଙ୍କୁ ୧୯୮୨ରେ ଡିଆରଡିଓର ନିର୍ଦେଶକ ଭାବରେ ନିଯୁକ୍ତି ମିଳିଥିଲା । ପ୍ରଚଣ୍ଡ ପ୍ରତିଭା ଯୋଗୁ ସମ୍ପୂର୍ଣ୍ଣ ସ୍ବଦେଶୀ କୌଶଳରେ ଅଗ୍ନି ଏବଂ ତ୍ରିଶୁଳ ଭଳି କ୍ଷେପଣାସ୍ତ୍ର ନିର୍ମାଣ କରିପାରିଥିଲେ ସେ। ତାଙ୍କର ତତ୍ତ୍ୱାବଧାନରେ ୧୯୯୮ରେ ପୋଖରାନରେ ଭାରତ ତା’ର ଦ୍ୱିତୀୟ ପରମାଣୁ ଶକ୍ତି ପରୀକ୍ଷା କରିପାରିଥିଲା। ଦେଶ ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ତାଙ୍କୁ ଭୂଷିତ କରାଯାଇଥିଲା। କଲାମଙ୍କୁ ୧୯୮୧ରେ ପଦ୍ମଭୂଷଣ, ୧୯୯୦ରେ ପଦ୍ମ ବିଭୂଷଣ ଏବଂ ୧୯୯୭ରେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା। ଦେଶର ସର୍ବୋଚ୍ଚ ପଦ ରାଷ୍ଟପତି ନିଯୁକ୍ତ ହେବା ପୂର୍ବରୁ ଭାରତ ରତ୍ନ ପାଇଥିବା କଲାମ ହେଉଛି ଦେଶର ତୃତୀୟ ରାଷ୍ଟ୍ରପତି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri