Posted inଜାତୀୟ

ପେପର ବିକ୍ରେତାରୁ ଦେଶର ମିଶାଇଲ୍‌ ମ୍ୟାନ୍‌

ମିଶାଇଲ ମ୍ୟାନ ନାମରେ ଜଣାଶୁଣା ଡଃ ଏ.ପି.ଜେ ଅବଦୁଲ କଲାମଙ୍କର ଆଜି ହେଉଛି ୮୭ତମ ଜନ୍ମଜୟନ୍ତୀ। ଅକ୍ଟୋବର ୧୫ ତାରିଖ ୧୯୩୧ ମସିହାରେ ତାମିଲନାଡୁ ରାମେଶ୍ୱରମଠାରେରେ ଜନ୍ମଗ୍ରହଣ ନେଇଥିଲେ ଭାରତମାତାର ସୁଯୋଗ୍ୟ ସନ୍ତାନ ଅବଦୁଲ କଲାମ। ତାଙ୍କର ପୁରାନାମ ଅବୁଲ ପକୀର ଜୈନୁଲାବଦୀନ ଅବଦୁଲ କଲାମ। ପିତା ଜନାବ ଜୈନୁଲାବଦୀନ ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ ହୋଇଥିବା ବେଳେ ମାତା ଆଶିୟମ୍ମା ଈଶ୍ୱର ବିଶ୍ୱାସୀ ଥିଲେ। ଖବର କାଗଜ ବିକି କଲାମ ଦେଶର ଶ୍ରେଷ୍ଟ ଓ ମହାନ ବୈଜ୍ଞାନିକ ହେବାରେ ଗୌରବ ଅର୍ଜନ କରିଥିଲେ। ଏପିଜେ ଅବଦୁଲ କଲାମ ପାଠ ପଢିଲାବେଳେ ଖବରକାଗଜ ବାଣ୍ଟୁଥିଲେ। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ଦେଖାଦେଲା। ସେତେବେଳେ ସ୍କୁଲରେ ପଢୁଥିବା କଲାମ ଚିନ୍ତାକଲେ କିଥି ରୋଜଗାର କରି ପରିବାର ଚଳାଇବାରେ ସାହାଯ୍ୟ କରିବାକୁ । ଆଉ ଆରମ୍ଭ କରିଥିଲେ ତେନ୍ତୁଳି ମଞ୍ଜି ସଂଗ୍ରହ କାମ। ସେତେବେଳେ କୌଣସି କାରଣରୁ ତେନ୍ତୁଳି ମଞ୍ଜିର ଡିମାଣ୍ଡ ଥିଲା। କଲାମ ଜମା କରୁଥିବା ତେନ୍ତୁଳି ମଞ୍ଜିକୁ ଦୋକାନରେ ବିକ୍ରି କରୁଥିଲେ ଆଉ ତାଙ୍କୁ ସେତେବେଳେ ଏଥିପାଇଁ ଏକ ଅଣା ମିଳୁଥିଲା। ୧୯୫୭ ପର୍ଯ୍ୟନ୍ତ ଭାରତରେ ଅଣା ପ୍ରଚଳିତ ଥିଲା। ୪ ପଇସାରେ ଏକ ଅଣା। ଏମିତି କରି ସେ ନିଜ ପାଠପଢା ଶେଷ କରିଥିଲେ। ସେ ୧୯୫୦ ମସିହାରେ ତିରୁଚିରାପଲ୍ଲୀର ସେଣ୍ଟ ଯୋଶେଫ କଲେଜରୁ ବି.ଏସ.ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

କଲାମ ହିଁ ଅଗ୍ନି ଓ ପୃଥ୍ବୀ ଭଳି ମିଶାଇଲ ତିଆରି କରି ସାରା ବିଶ୍ୱରେ ଭାରତର ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। କଲାମଙ୍କ ଉଦ୍ୟମ ଏବଂ ପ୍ରୟାସ ପାଇଁ ଭାରତ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ସାମିଲ ହୋଇ ପାରିଥିଲା। କଲାମ ଡିଆରଡିଓ ଏବଂ ଇସ୍ରୋ ଭଳି ପ୍ରତିଷ୍ଠିତ ସଂସ୍ଥାରେ ଦୀର୍ଘଦିନ ଧରି କାମ କରିଥିଲେ। ୧୯୮୦ରେ ସେ ରୋହିଣୀ ଉପଗ୍ରହକୁ ପୃଥିବୀ କକ୍ଷପଥର ଅତି ନିକଟରେ ସ୍ଥାପିତ କରିବାରେ ସକ୍ଷମ ହୋଇଥିଲେ । ପରେ ତାଙ୍କୁ ୧୯୮୨ରେ ଡିଆରଡିଓର ନିର୍ଦେଶକ ଭାବରେ ନିଯୁକ୍ତି ମିଳିଥିଲା । ପ୍ରଚଣ୍ଡ ପ୍ରତିଭା ଯୋଗୁ ସମ୍ପୂର୍ଣ୍ଣ ସ୍ବଦେଶୀ କୌଶଳରେ ଅଗ୍ନି ଏବଂ ତ୍ରିଶୁଳ ଭଳି କ୍ଷେପଣାସ୍ତ୍ର ନିର୍ମାଣ କରିପାରିଥିଲେ ସେ। ତାଙ୍କର ତତ୍ତ୍ୱାବଧାନରେ ୧୯୯୮ରେ ପୋଖରାନରେ ଭାରତ ତା’ର ଦ୍ୱିତୀୟ ପରମାଣୁ ଶକ୍ତି ପରୀକ୍ଷା କରିପାରିଥିଲା। ଦେଶ ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ତାଙ୍କୁ ଭୂଷିତ କରାଯାଇଥିଲା। କଲାମଙ୍କୁ ୧୯୮୧ରେ ପଦ୍ମଭୂଷଣ, ୧୯୯୦ରେ ପଦ୍ମ ବିଭୂଷଣ ଏବଂ ୧୯୯୭ରେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା। ଦେଶର ସର୍ବୋଚ୍ଚ ପଦ ରାଷ୍ଟପତି ନିଯୁକ୍ତ ହେବା ପୂର୍ବରୁ ଭାରତ ରତ୍ନ ପାଇଥିବା କଲାମ ହେଉଛି ଦେଶର ତୃତୀୟ ରାଷ୍ଟ୍ରପତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri