‘ପେଟ୍‌ ବ୍ଲଡ୍‌ ବ୍ୟାଙ୍କ’

ନ୍ୟୁୟର୍କ: ପାଳିତ ପ୍ରାଣୀଙ୍କ ପାଇଁ ବ୍ଲଡ୍‌ ବ୍ୟାଙ୍କ ଏବଂ ପ୍ଲାଜମା ସେଣ୍ଟର। ଏଠାରେ ସେମାନେ ରକ୍ତ ଦାନ କରିପାରିବେ। ଆବଶ୍ୟକସ୍ଥଳେ ରକ୍ତ ମଧ୍ୟ ନେଇପାରିବେ। ଗୃହପାଳିତ ପ୍ରାଣୀଙ୍କ ପ୍ରତି ବଢୁଥିବା ଦୁର୍ବଳତାକୁ ନଜରରେ ରଖି ଏପରି ଅଭିନବ ବ୍ୟବସ୍ଥା ଆରମ୍ଭ କଲେଣି ଅନେକ ପାଶ୍ଚାତ୍ୟ ଦେଶ। ଏହି କ୍ଷେତ୍ରରେ ଆଗରେ ରହିଛନ୍ତି ବ୍ରିଟେନ, ଆମେରିକା। ଉତ୍ତର ଆମେରିକାର ପ୍ରାଣୀ ଚିକିତ୍ସା ବ୍ଲଡ୍‌ ବ୍ୟାଙ୍କ ମୁଖ୍ୟ ଡା. କେସି ମିଲ୍ସଙ୍କ କହିବା କଥା, ମଣିଷ ଭଳି କୁକୁର ଏବଂ ବିଲେଇ ମଧ୍ୟ ପୃଥକ୍‌ ବ୍ଲଡ୍‌ ଗ୍ରୁପ୍‌ର ଅଧିକାରୀ। କୁକୁରଙ୍କ ୧୨ଟି ଏବଂ ବିଲେଇଙ୍କ କ୍ଷେତ୍ରରେ ଅଦ୍ୟାବଧି ୩ ପ୍ରକାର ବ୍ଲଡ୍‌ ଗ୍ରୁପ୍‌ ଅଦ୍ୟାବଧି ଠାବ କରାଯାଇଛି। ରୋଗଗ୍ରସ୍ତ କିମ୍ବା ଦୁର୍ଘଟଣାର ଶିକାର ହେଉଥିବା ପ୍ରାଣୀଙ୍କୁ ରକ୍ତର ଆବଶ୍ୟକତା ଅନେକ। ଏହାକୁ ଦୃଷ୍ଟିରେ ରଖି କାର୍ଲିଫର୍ନିଆ, ବ୍ରିଷ୍ଟୋ, ଭର୍ଜିନିଆ, ସ୍କଟ୍‌ବ୍ରିଜ୍‌, ମିଶିଗନ, ଡିକ୍ସନ, ଗାର୍ଡେନ ଗ୍ରୋବ ଭଳି ସହରରେ ବ୍ଲଡ ବ୍ୟାଙ୍କ ଖୋଲାଯାଇଛି। ଏଠାରେ ବିଧିବଦ୍ଧ ଭାବେ ରକ୍ତ ଦାନ ଏବଂ ଗ୍ରହଣ କରାଯାଉଛି। ଏହି ପ୍ରକ୍ରୟା ଅତି ସହଜ। ମାତ୍ର ୩୦ ମିନିଟ୍‌ରେ ବିନା ଆନାସ୍ଥେସିଆରେ ଏହା କରାଯାଇପାରିବ। ତାଲିମପ୍ରାପ୍ତ ପ୍ରାଣୀଙ୍କ ମାଲିକଙ୍କୁ ସ୍ବତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଏହାପରେ ବ୍ରିଟେନ ଏବଂ ଆମେରିକାରେ ପ୍ରାଣୀ ରକ୍ତଦାନ ପ୍ରତି ଲୋକେ ବେଶି ସଚେତନ ହେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶକର୍ମୀ ହେବା ଗ୍ରେଟା ଥନବର୍ଗଙ୍କ ପାଇଁ ନ ଥିଲା ସହଜ: ମା’ ମୈଲେନା ଇର୍ମାନ୍‌

ଷ୍ଟକ୍‌ହୋମ୍‌,୨୩।୨: ପରିବେଶକର୍ମୀ ଭାବେ ସମ୍ପ୍ରତି ୧୭ ବୟସ୍କା ଗ୍ରେଟା ଥନବର୍ଗ ପୃଥିବୀ ସାରା ପରିଚିତ ହାସଲ କରିପାରିଛନ୍ତି। ଗ୍ରେଟା ଜଳବାୟୁ ପରିବର୍ତ୍ତନ ବିରୋଧରେ ସଚେତନତା ସୃଷ୍ଟି...

ଆଣ୍ଟାର୍କଟିକାର ବରଫ ସ୍ରୋତରେ ପହଁରିଲେ ୫୦ ବର୍ଷ ବୟସ୍କ ଆଥଲେଟ୍‌

ଲଣ୍ଡନ,୨୮।୧: ଆଣ୍ଟାର୍କଟିକାରେ ପ୍ରବଳ ଥଣ୍ଡା। ଏଠାରେ ତାପମାତ୍ରା ଅତି ନିମ୍ନ। ତେବେ ଜଣେ ୫୦ ବର୍ଷ ବୟସ୍କ ଆଥଲେଟ୍‌ ଏହାକୁ ଭ୍ରୁକ୍ଷେପ ନ କରି ଦୀର୍ଘ...

ପ୍ରାର୍ଥନା ବେଳେ ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି

କାବୁଲ,୨୩।୪: ନର୍ଦ୍ଦନ ଆଫଗାନିସ୍ତାନ ଜଣ୍ଡିହୁଲ୍ଲା ମୁଜାହିଦ କୁଣ୍ଡୁଜ ପ୍ରଦେଶର ଇମାମ ସାହେବ ସହରରେ ଥିବା ଏକ ମସଜିଦରେ ଘଟିଥିବା ଭୟଙ୍କର ବୋମା ବିସ୍ଫୋରଣରରେ ମୃତ୍ୟୁ ସଂଖ୍ୟା...

ଭାରତ-ଚାଇନା ମଧ୍ୟରେ ସମ୍ପର୍କ ଖରାପ କରୁଛି ନାଟୋ: ରୁଷିଆ ବୈଦେଶିକ ମନ୍ତ୍ରୀ

ମସ୍କୋ,୧୯।୧: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ ଗୁରୁବାର ନାଟୋ ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଭାରତ...

ବେଦୀ ଚାରିପଟେ ନାଚି ନାଚି ବାହାହେଲେ ବରକନ୍ୟା, ଭିଡିଓ ଦେଖି ଲୋକେ କହିଲେ…

ସୋସିଆଲ ମିଡିଆରେ ଏକ ବିବାହ ଫଟୋ ଏବେ ଭାଇରାଲ ହେଉଛି। ଭିଡିଓରେ ବରକନ୍ୟା ନାଚି ନାଚି ସାତଫେରା ନେଇଛନ୍ତି। ଅଗ୍ନିକୁ ସାକ୍ଷୀ ରଖି ବରକନ୍ୟା ବିବାହ...

ପଛକୁ ହଟିଲେ ରୁଷିଆ ସେନା, ୟୁକ୍ରେନ୍ ରାଷ୍ଟ୍ରପତି ଜେଲନସ୍କି କହିଲେ ଖେରସନ ଏବେ ଆମର

କ୍ୱିଭ,୧୨ ।୧୧: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଉପରେ ସାରା ବିଶ୍ୱର ନଜର ରହିଛି । ସଦ୍ୟ ସୂଚନା ଅନୁଯାୟୀ, ୟୁକ୍ରେନର ଖେରସନରୁ ରୁଷିଆ ସେନା ପଛକୁ ହଟି...

ପୃଥିବୀ ଆଡ଼କୁ ମାଡ଼ିଆସୁଛି ୧୦୧୭ ଫୁଟ ଲମ୍ବ ଉଲକାପିଣ୍ଡ

ଓ୍ବାଶିଂଟନ,୨୪।୬: ପୃଥିବୀରେ କରୋନା ଆତଙ୍କ ଦେଖାଦେଇଥିବାବେଳେ ଏବେ ମହାକାଶରୁ ବିରାଟକାୟ ଉଲକାପିଣ୍ଡ ୨୦୧୦-ଏନ୍‌ଓ୍ବାଇ-୬୫ ମାଡ଼ି ଆସୁଛି। ଜୁନ ୨୪ରେ ଏହା ପୃଥିବୀର ନିକଟ ଦେଇ ଗତି...

ଭିକ୍ଟ୍ରି ଡେ’କୁ ନେଇ ପୁଟିନଙ୍କ ମାଷ୍ଟର ପ୍ଲାନ

ମସ୍କୋ,୭ ।୫: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୨ ମାସ ପୂରଣ ହୋଇ ସାରିଲାଣି । ହେଲେ ଏବେବି ରୁଷିଆ ଆକ୍ରମଣ ମୁଡରେ ଥିବା ବେଳେ ୟୁକ୍ରେନ ବି...

Advertisement
Archives

Model This Week