ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଲଗାଇଲେ ନିଆଁ: ମାଛପଡ଼ା ଗ୍ରାମରେ ୨୧ ବଖରା ଭସ୍ମ; ୨ ଅଟକ, ପୋଲିସ ଆହତ

ଡେଲାଙ୍ଗ,୧୨ା୧୧(ଡି.ଏନ.ଏ.)- ଡେଲାଙ୍ଗ ଥାନା ଅଧୀନସ୍ଥ ଗୁଆଳିପଡା ପଞ୍ଚାୟତର ମାଛପଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ ପରିବାର ବାସହରା ହେବା ସହ ୨୧ବଖରା ପୋଡି ପାଉଁଶ ହୋଇଯାଇଛି। ଖବରପାଇ ଡେଲାଙ୍ଗ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୫ଘଣ୍ଟା ସମୟ ଲାଗିଯାଇଥିଲା। ଏହି ସମୟରେ ଗ୍ରାମର କେତେଜଣ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇଥିବା ଯୁବକଙ୍କ ଘରେ ପଶି ଆକ୍ରମଣ କରୁଥିବାବେଳେ ପୋଲିସ ପହଞ୍ଚତ୍ଥିଲେ ମଧ୍ୟ ଆକ୍ରୋଶର ଶିକାର ହୋଇ ଆହତ ହୋଇଛି। ଏହି ଘଟଣାରେ ପୋଲିସ ୨ଜଣକୁ ଅଟକ ରଖିଛି।

ସୂଚନା ଅନୁଯାୟୀ, ଗତ ଏକମାସ ତଳେ ଗ୍ରାମର ଭାଗୀରଥି ସ୍ବାଇଁଙ୍କ ପୁଅ ଲୁଲା ଓ ଗଗନ ନାୟକଙ୍କ ପୁଅ ସୁକୁଟା ଦୁହେଁ ସାଙ୍ଗ ହୋଇ ଡେଲାଙ୍ଗ ହାଟ ବଜାର ଯାଇଥିଲେ। ସୁକୁଟା ହାଟ ବଜାରରୁ ଲୁଲାକୁ ଛାଡି ଡାକପଡା ଜଣେ ବନ୍ଧୁଙ୍କୁ ଦେଖାକରିବାକୁ ଯାଇଥିଲା। ସାନଆଙ୍କୁଲା ନିକଟରେ ବାଇକ୍‌ ଦୁର୍ଘଟଣାରେ ସୁକୁଟାର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ମୃତ ସୁକୁଟା ପରିବାର ଲୋକେ ଲୁଲାକୁ ଦୋଷ ଦେଇ ଆସୁଥିଲେ। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଗାଳିଗୁଲଜ ହେଇଆସୁଥିଲା। ଗତ ସୋମବାର ସନ୍ଧ୍ୟାରେ ମୃତ ସୁକୁଟାର ବଡଭାଇ ଆଲୋକ (୩୦) ଗ୍ରାମ ଛକରେ ମଦ୍ୟପାନ କରି ଅସଭ୍ୟ ଭାଷାରେ ସ୍ବାଇଁ ପରିବାରକୁ ଗାଳିଗୁଲଜ କରିବା ସହ ଘର ପୋଡିଦେବା ପାଇଁ ଧମକ ଦେଇଥିଲା। ଏ ନେଇ ଗ୍ରାମ ବାସୀ ଆଲୋକକୁ ରାତି ୧୨ଟା ପର୍ଯ୍ୟନ୍ତ ଜଗିରହିଥିଲେ। ଅଧିକ ରାତି ହେବାରୁ ଗ୍ରାମବାସୀ ଶୋଇଯିବା ପରେ ବିଳମ୍ବିତ ରାତିରେ ଆଲୋକ ନିଆଁ ଲଗାଇଦେଇଥିବା ନେଇ ଲୁଲୁର ମାଆ ମୀନା ସ୍ବାଇଁ ଥାନାରେ ଅଭିଯୋଗ କରିଛନ୍ତି। ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା କେତେକ ଯୁବକ ଉତ୍ତ୍ୟକ୍ତ ହୋଇ ଆଲୋକର ଘରେ ପଶି ଦାଦା ତନୟ ଓ ତପନ ନାୟକଙ୍କୁ ମାଡମାରୁଥିବାର ପୋଲିସ ପାଖରେ ଖବର ପହଞ୍ଚତ୍ଥିଲା। ଡେଲାଙ୍ଗ ଥାନା ଏଏସଆଇ ଭ୍ରମରବର ପାଇଟିଆଳ ଟିମ୍‌ ସହ ସଦଳବଳେ ଘଟଣାସ୍ଥଳରେ ପହଞ୍ଚତ୍ ୨ଜଣକୁ ଉଦ୍ଧାର କରିବା ସମୟରେ ଯୁବକମାନେ ପୋଲିସକୁ ମଧ୍ୟ ଆକ୍ରମଣ କରିଥିଲେ। ଏ ନେଇ ପୋଲିସକୁ ଆକ୍ରମଣ କରିଥିବା ଅଭିଯୋଗରେ କେସ ନଂ.୨୧୩/୧୯, ଘରପୋଡି ଦେବା ଅଭିଯୋଗରେ କେସ ନଂ.୨୧୪/୧୯ ପୃଥକ ଭାବେ ୨ଟି ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତର ୨ଜଣ ଦାଦାଙ୍କୁ ପୋଲିସ ଅଟକ ରଖିଛି। ଗ୍ରାମରେ ଉତ୍ତେଜନା ଲାଗିରହିଥିବାରୁ ପୋଲିସ ମଧ୍ୟ ସେଠାରେ ସଜାଗ ରହିଛି। ଅଗ୍ନିବିପନ୍ନଙ୍କୁ ସ୍ଥାନୀୟ ତହସିଲଦାର ରାଜେନ୍ଦ୍ର କୁମାର ଆଚାରିଆ ଭେଟି ସମବେଦନା ଜଣାଇବା ସହିତ ପଲିଥିନ ପ୍ରଦାନ କରିଥିଲେ। ଜିଲା ପରିଷଦ ଦେବାଶିଷ ନନ୍ଦ ଓ ସ୍ଥାନୀୟ ସରପଞ୍ଚ କାଳନ୍ଦି ଜେନା ପହଞ୍ଚତ୍ ବିପନ୍ନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିଥିଲେ। ସେହିପରି ମହିଳା ମହାସଂଘ ପକ୍ଷରୁ ସଂଘ ସମ୍ପାଦିକା ବାସନ୍ତି ସାହୁ ବିପନ୍ନଙ୍କୁ ଛତୁଆ ପ୍ରଦାନ କରିଥିଲେ ା ଏହି ଅଗ୍ନିକାଣ୍ଡରେ ଭାଗିରଥି ସ୍ବାଇଁ, ପ୍ରତାପ ସ୍ବାଇଁ, ବିନୋଦିନୀ ସ୍ବାଇଁ, ଶୁଭଲକ୍ଷ୍ମୀ ସ୍ବାଇଁ, ସୁଲୋଚନା ଦେଇ, ପୂର୍ଣ୍ଣଚନ୍ଦ୍ର ଜେନା, ଶିବ ଜେନା ,ନବକିଶୋର ଜେନା, ଦେବେନ୍ଦ୍ର ଜେନା, ବସନ୍ତ ଜେନା, କୃଷ୍ଣଚନ୍ଦ୍ର ଜେନା, ସୁରେନ୍ଦ୍ର ଜେନା, ସରସ୍ବତୀ ଜେନା, ବିଚିତ୍ର ସ୍ବାଇଁ, ଲକ୍ଷ୍ମୀଧର ଜେନାଙ୍କ ୨୧ ବଖରା ସହ ଆସବାବପତ୍ର ପୋଡିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri