ପୂର୍ବାଞ୍ଚଳ ଆଇଜିଙ୍କ ସମୀକ୍ଷା: ମାସକ ମଧ୍ୟରେ ବିଦା ହେବେ ବିଶୃଙ୍ଖଳିତ ପୋଲିସ ଅଧିକାରୀ

ବାରିପଦା ଅଫିସ,୨୬ା୧୦- ପୂର୍ବାଞ୍ଚଳ ପୋଲିସ ଆଇଜି ଦିପ୍ତେଶ କୁମାର ପଟ୍ଟନାୟକ ମୟୂରଭଞ୍ଜ ଜିଲାର ବିଭିନ୍ନ ଥାନା ଉପଖଣ୍ଡ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗତ ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ୩ ଦିନ ଧରି ସେ ସମୀକ୍ଷା କରିଛନ୍ତି। ସମୀକ୍ଷା ବେଳେ ଜିଲାରେ ବିିଭିନ୍ନ ଥାନାରେ ତ୍ରୁଟି ବିଚ୍ୟୁତି ଥିବା ତାଙ୍କ ନଜରକୁ ଆସିଥିଲା। ଆସନ୍ତା ମାସକ ମଧ୍ୟରେ ଜିଲାରେ ଥିବା ବିଶୃଙ୍ଖଳିତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ବିଦା ହେବେ। ଏନେଇ ବିଚାର ବିମର୍ଷ ଚାଲିଛି ବୋଲି ଶୁକ୍ରବାର ବାରିପଦା ସ୍ଥିତ ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଆଇଜି ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହା ସହିତ ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ଲୋକେ କିପରି ଭାବେ ପୋଲିସ ସେବା ଠିକ ଭାବେ ପାଇ ପାରିବେ ଏବଂ ପୋଲିସ ଓ ଜନସାଧାରଣଙ୍କ ସମ୍ପର୍କ ଠିକ ରହିବ ସେ ନେଇ ସମୀକ୍ଷା ବେଳେ ଅଧିକାରୀମାନଙ୍କୁ ପୋଲିସ ଆଇଜି ପଟ୍ଟନାୟକ ପାଠ ପଢ଼ାଇଛି।
ଏହି ଅବସରରେ ବାରିପଦା ସହରରେ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନୂତନ ପିସିଆର ମୋଟର ସାଇକଲର ଶୁଭାରମ୍ଭ କରିବା ସହିତ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଟ୍ରାଫିକ କର୍ମଚାରୀଙ୍କୁ ଟ୍ରାଫିକ ପାଠ ବୁଝାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ସର୍ବପୁରାତନ ସହର ବାରିପଦାର ମୁଖ୍ୟ ରାସ୍ତା ଗୁଡିକ ଜବର ଦଖଲରେ ରହିଛି। ଏହା ଛଡା ଜନସଂଖ୍ୟା ଓ ମୋଟର ଯାନ ବୃଦ୍ଧି ଫଳରେ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ଦେଖା ଯାଉଛି। ବାରିପଦା ସହରରେ ୧୪ଟି ଟ୍ରାଫିକ ପୋଷ୍ଟ ଥିବା ବେଳେ ଆବଶ୍ୟକ କର୍ମଚାରୀ ନାହାନ୍ତି। ଫଳରେ ହୋମଗାର୍ଡମାନଙ୍କୁ ନେଇ ସହରରେ ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟ କରାଯାଉଛି। ଏହି ବ୍ୟବସ୍ଥାରେ ପରିବର୍ତ୍ତନ କରି ପୂର୍ବ କର୍ମଚାରୀମାନଙ୍କ ସହିତ ବର୍ତ୍ତମାନ ୩୦ ଜଣ ପୋଲିସ କର୍ମଚାରୀ ସହରର ଟ୍ରାଫିକ ଦାୟିତ୍ୱ ସମ୍ଭାଳିବେ। ସେହିପରି ପୂର୍ବରୁ ଦୁଇଟି ଟ୍ରାଫିକ ମୋଟର ସାଇକେଲ ଥିବା ବେଳେ ଶୁକ୍ରବାର ଆହୁରି ୨ଟି ମୋଟର ସାଇକେଲ ପ୍ରଦାନ କରାଯାଇଛି। ଗୋଟିଏ ପିସିଆର ଭ୍ୟାନର ମଧ୍ୟ ବ୍ୟବସ୍ଥା କରାଯାଇଛି। ଆଗକୁ ପିସିଆର ମୋଟର ସାଇକଲ ଓ ପିସିଆର ଭ୍ୟାନ ସଂଖ୍ୟା ବୃଦ୍ଧି କରାଯିବ। ଏହି ସମସ୍ତ ଗାଡିରେ ଜିପିଏସ ଲଗାଯିବା ସହିତ ଟ୍ରାଫିକ ବ୍ୟବସ୍ଥାକୁ ପରିଚାଳନା କରିବା ପାଇଁ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ ମଧ୍ୟ ସ୍ଥାପନ କରାଯିବ ବୋଲି ଆଇଜି ପଟ୍ଟନାୟକ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ମୟୂରଭଞ୍ଜ ଜିଲା ଆରକ୍ଷୀ ଅଧୀକ୍ଷ ପରମାର ସ୍ମିଥ ପୁରୁଷୋତ୍ତମଦାସ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ ଡାଉନ ଅମାନ୍ୟକାରୀଙ୍କ ନାମରେ ମାମଲା

ଖୁଣ୍ଟା,୨୨ା୪(ଡି.ଏନ୍‌.ଏ.)-ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋରନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାର ଲକ୍‌ ଡାଉନର ଅବୋଧି ବଢ଼ାଇଛନ୍ତି। ଜନସଧାରଣଙ୍କୁ ଘରୁ...

ମହିଳାଙ୍କ ଆତ୍ମହତ୍ୟା

ରାଇରଙ୍ଗପୁର,୧୧ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଜଣେ ମହିଳା ବେକରେ ରଶି ଲଗାଇ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ହେଲେ...

ଚାଉଳ ବଣ୍ଟନରେ ବିଳମ୍ବ: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ

ବଡ଼ସାହି,୧୯ା୯(ସ୍ବ.ପ୍ର)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଦୁର୍ଗାପୁର ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ବଣ୍ଟନରେ ବିଳମ୍ବକୁ ନେଇ ଗୁରୁବାର ଉତ୍ତେଜନା ଦେଖା ଦେଇଥିଲା। ଅଧିକାରୀମାନେ ମନମୁଖି ଭାବେ...

ବେଧଡ଼କ ଚାଲିଛି କୁକୁଡ଼ା ଲଢେଇ

କପ୍ତିପଦା,୪ା୧(ଡି.ଏନ.ଏ)- କୁକୁଡ଼ା ଲଢେଇ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ଏକ ପରମ୍ପରା । ମାତ୍ର ରାଜ୍ୟ ସରକାର ଏହାକୁ ବେଆଇନ ଦର୍ଶାଇ ବନ୍ଦ କରିଥିବା ବେଳେ...

ଜରିମାନାରୁ ବର୍ତ୍ତିବା ପାଇଁ ଯୁବକଙ୍କ ନିଆରା ଉପାୟ

ବାରିପଦା ଅଫିସ,୧୯ା୧୨- ନୂତନ ମୋଟର ଯାନ ଆଇନ ଲାଗୁ ହେବା ପରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚକୁ କଡ଼ାକଡ଼ି କରାଯାଇଛି।...

ମେଡିକାଲ କର୍ମଚାରୀ ପଦବୀ ପୂରଣ ହେଉନି

ବାରିପଦା ଅଫିସ,୧୦।୮- ଓଡ଼ିିଶା ମେଡିକାଲ କର୍ମଚାରୀ ସଂଘ ମୟୂରଭଞ୍ଜ ଜିଲା ଶାଖାର ଏକ ସାଧାରଣ ବୈଠକ ସଂଘର ଉପସଭାପତି ଶ୍ୟାମସୁନ୍ଦର ଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।...

ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ବାରିପଦା ଅଫିସ,୭ା୧୦- ମୟୂରଭଞ୍ଜ ଜିଲା ରରଁୁଆ ଥାନା ଅଧୀନ ସିଙ୍ଗଡ଼ା ଜଙ୍ଗଲରୁ ରବିବାର ଜଣେ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛନ୍ତି। ଶିଶୁ କନ୍ୟା କରଞ୍ଜିଆ...

ଇନ୍ସପେକ୍ଟରସ୍ତରରେ ଅଦଳ ବଦଳ

ବାରିପଦା ଅଫିସ,୪ା୧୧- ଇଷ୍ଟର୍ଣ୍ଣ ରେଞ୍ଜ ପୋଲିସ ଆଇଜି ଦିପ୍ତେଶ ପଟ୍ଟନାୟକ ମଙ୍ଗଳବାର ଇନ୍ସପେକ୍ଟରସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ମୟୂରଭଞ୍ଜ, ଭଦ୍ରକ ଓ...

Coronavirus Update


Archives

Model This Week

Why Dharitri