Posted inଖେଳ

ପୂର୍ବତନ କ୍ରିକେଟରଙ୍କ ଆତ୍ମହତ୍ୟା

ଚେନ୍ନାଇ, ୧୬।୮: ପୂର୍ବତନ ଭାରତୀୟ ଓପ୍‌ନର ଭି. ବି. ଚନ୍ଦ୍ରଶେଖର ଗୁରୁବାର ସନ୍ଧ୍ୟାରେ ମାଇଲାପୋରସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମରଶରୀର ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ମିଳିଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି। ୫୭ ବର୍ଷୀୟ ଚନ୍ଦ୍ରଶେଖର କୌଣସି ସୁଇସାଇଡ୍‌ ନୋଟ ଛାଡ଼ିନାହାନ୍ତି ବୋଲି ତଦନ୍ତକାରୀ ଅଫିସର ସେନ୍ଥିଲ ମୁରୁଗାନ କହିଛନ୍ତି। ଅପରାହ୍ନ ୪.୪୫ରେ ସେ ପରିବାର ସହ ଚା’ପାନ କରି ନିଜ ରୁମ୍‌କୁ ଯାଇଥିଲେ। ଏହାପରେ କୌଣସି କାରଣରୁ ପତ୍ନୀ ସୌମ୍ୟା ଚନ୍ଦ୍ରଶେଖରଙ୍କ ରୁମ୍‌ର କବାଟ ବାଡ଼େଇବା ପରେ କୌଣସି ଉତ୍ତର ମିଳି ନ ଥିଲା। ଏହାପରେ ଝରକା ବାଟେ ଦେଖିବାରୁ ଚନ୍ଦ୍ରଶେଖରଙ୍କ ମରଶରୀର ଫ୍ୟାନ୍‌ରେ ଝୁଲୁଥିଲା ବୋଲି ତଦନ୍ତକାରୀ ଅଫିସର ମୁରୁଗାନ କହିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ସରକାରୀ ରୟାପେତା ହସ୍ପିଟାଲ ପଠାଯାଇଛି। ତାମିଲନାଡୁ ପ୍ରିମିୟର ଲିଗ୍‌ରେ ସେ ବୀରାନ୍ସ ଦଳର ମାଲିକ ଥିଲେ। ଏହାସହିତ ସେ ଭିବି ଏକାଡେମୀ ମଧ୍ୟ ଚଳାଉଥିଲେ। ସେ ଦେଶ ପକ୍ଷରୁ ୭ ଦିନିକିଆ ଖେଳିଥିଲେ। ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବା ଏହି ବ୍ୟାଟ୍ସମ୍ୟାନ ଏକ ଅର୍ଦ୍ଧଶତକ ସହ ଅନ୍ତର୍ଜାତୀୟ କ୍ୟାରିୟରରେ ମୋଟ ୮୮ ରନ୍‌ କରିଥିଲେ। ୧୯୮୭-୮୮ ରଣ୍‌ଜୀ ଚାମ୍ପିୟନ ତାମିଲନାଡୁ ଦଳର ସେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ସେ ଗୋଆ ପାଇଁ ମଧ୍ୟ ଖେଳିଥିଲେ। କ୍ରିକେଟରୁ ଅବସର ପରେ ସେ ଜାତୀୟ ଚୟନକର୍ତ୍ତା, ତାମିଲନାଡୁ କୋଚ୍‌ ଓ ଭାଷ୍ୟକାର ଦାୟିତ୍ୱରେ ରହିଥିଲେ। ତାଙ୍କ ମୃତ୍ୟୁ ସମ୍ପର୍କରେ ତାମିଲନାଡୁ ଦଳର ପୂର୍ବତନ ଅଧିନାୟକ ତଥା ଭାରତୀୟ ଦଳ ଖେଳାଳି ଏସ୍‌. ବଦ୍ରିନାଥ କହିଛନ୍ତି, କିଛିଦିନ ତଳେ ତାଙ୍କୁ ଭେଟିଥିଲି। ସେ ପୂରା ଫିଟ୍‌ ଥିଲେ, ଆଉ ସବୁକିଛି ଠିକ୍‌ ଲାଗୁଥିଲା। ସେ ଆଉ ନାହାନ୍ତି ବୋଲି ମୁଁ ବିଶ୍ୱାସ କରିପାରୁନାହିଁ। ତାଙ୍କ ବିୟୋଗରେ ସୁରେଶ ରାଇନା, ପୂର୍ବତନ କ୍ରିକେଟର କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ ଓ ଅନିଲ କୁମ୍ବଲେ ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

ଭାଷଣ ଦେବା ପୂର୍ୱରୁ ହାତରେ କାହିଁକି ବ୍ୟାଣ୍ଡେଜ ବାନ୍ଧିଥିଲେ ରାହୁଲ? ସଂସଦ ଭିତରେ କହିଦେଲେ…

ନୂଆଦିଲ୍ଲୀ,୧୭।୪: ସଂସଦର ସ୍ୱତନ୍ତ୍ର ଅଧିବେଶନ ସମୟରେ ମହିଳା ସଂରକ୍ଷଣ ବିଲ ଉପରେ ଚାଲିଥିବା ବିତର୍କ ମଧ୍ୟରେ ସମସ୍ତଙ୍କ ନଜର ରାହୁଲ ଗାନ୍ଧୀଙ୍କ ଉପରେ ଥିଲା। ଉଲ୍ଲେଖନୀୟ ଯେ,…

ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦ୍ୱୈତ ନାଗରିକତା ମାମଲାରେ ବଢ଼ୁଥିବା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆହ୍ଲାବାଦ ହାଇକୋର୍ଟର…

୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ…

ନୀତୀଶ କୁମାର ହେଲେ ଅମିତ ଶାହାଙ୍କ ପଡ଼ୋଶୀ: ଦିଲ୍ଲୀରେ ୩ ଏକର ଭିଭିଆଇପି ବଙ୍ଗଳା ଆବଣ୍ଟିତ

ନୂଆଦିଲ୍ଲୀ,୧୭।୪: ନୀତୀଶଙ୍କୁ ଦିଲ୍ଲୀରେ ଏକ ଟାଇପ-୮ ବର୍ଗର ସରକାରୀ ବଙ୍ଗଳା ଆବଣ୍ଟିତ କରାଯାଇଛି, ଯାହାଦ୍ୱାରା ରାଜଧାନୀର ସବୁଠାରୁ VVIP ଜୋନରେ ତାଙ୍କର ରାଜନୈତିକ ଠିକଣା ପ୍ରତିଷ୍ଠା ହୋଇଛି।…

ଦୁର୍ଘଟଣା ପରେ ବାହାରେ ଝୁଲୁଥିଲା ମସ୍ତିଷ୍କ: ସଫଳ ହେଲା ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଅସ୍ତ୍ରୋପଚାର, ପୂରା ଘଟଣା ଜାଣିଲେ ଥରିଉଠିବେ…

ବ୍ରହ୍ମପୁର/ଦିଗପହଣ୍ଡି, ୧୭।୪(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ନାୟୁ ଶଲ୍ୟ ବିଭାଗରୁ ଆଉ ଏକ ବିରଳ ତଥା ସଫଳ…

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

ସଂସଦରେ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ କଟାକ୍ଷ କଲେ ନିଶିକାନ୍ତ ଦୁବେ କହିଲେ,‘ମାଇକେଲ ଜ୍ୟାକସନଙ୍କ ନାଚ ଦେଖିଲା ଭଳି ଲାଗୁଥିଲା’

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ବିଲ ଉପରେ ଭୋଟ ଦେବା ପୂର୍ବରୁ, ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri