ପୂରଣ ହେଲା ଆଲିଆଙ୍କ ସ୍ବପ୍ନ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ କାମ କରିବାର ୭ ବର୍ଷ ପରେ ମହେଶ ତନୟା ଆଲିୟା ଭଟ୍ଟଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି। ଭଂସାଲି ପ୍ରଡକ୍ସନ ସହ କାମ କରିବାକୁ ଆଲିଆ ଦୀର୍ଘଦିନ ଧରି ଆଶା ବାନ୍ଧି ଥିଲେ। କିନ୍ତୁ ସଞ୍ଜୟଲୀଲା ଭଂସାଲିଙ୍କ ଫିଲ୍ମ ‘ଇନସ୍‌ଆଲ୍ଲା’ ବନ୍ଦ ହୋଇଯିବା ପରେ ଆଲିୟାଙ୍କ ସ୍ବପ୍ନ ଭାଙ୍ଗି ଯାଇଥିଲା। ହେଲେ ଭଂସାଲିଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’ରେ ଆଲିୟାଙ୍କୁ ଲିଡ୍‌ ରୋଲ୍‌ ମିଳିଛି। ଏଥିରେ ସେ ଗଙ୍ଗୁବାଇ ଭୂମିକାରେ ଅଭିନୟ କରିବେ। ଆଗାମୀ ବର୍ଷ ସେପ୍ଟେମ୍ବର ୧୧ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବ। ଗଙ୍ଗୁବାଇ ‘ଦ ମ୍ୟାଡାମ ଅଫ୍‌ କମାଠୀପୁରା’ ନାମରେ ମଧ୍ୟ ପରିଚିତ। ସେ କମ୍‌ ବୟସରେ ବେଶ୍ୟାବୃତ୍ତିକୁ ପେସା ଭାବେ ଗ୍ରହଣ କରିନେଇଥିଲେ। ଏବେ ଆଲିୟାଙ୍କୁ ଏହି ରୋଲ ପାଇଁ ଭଂସାଲୀ ସାଇନ୍‌ କରିଥିବା ବେଳେ ପୂର୍ବରୁ
ଏହି ରୋଲ ପାଇଁ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ନାଁ ଚର୍ଚ୍ଚାରେ ଥିଲା। ସୂଚନାଯୋଗ୍ୟ ଯେ, ସଞ୍ଜୟଲୀଲା ଭଂସାଲିଙ୍କ ଫିଲ୍ମ ‘ଇନସ୍‌ଆଲ୍ଲା’ରେ ସଲ୍‌ମାନ୍‌ ଖାନ୍‌ ଲିଡ୍‌ ରୋଲରେ ଥିଲେ। ଏହାର କିଛି ଗୀତ ଶୁଟିଂ ସରିଥିବା ବେଳେ ଗତ ଅଗଷ୍ଟରେ ଫିଲ୍ମକୁ ବନ୍ଦ କରିଦିଆଯାଇଥିଲା। ଏ ନେଇ ସଲ୍‌ମାନ ନିଜେ ସୂଚନା ଦେଇଥିଲେ ବି କେଉଁ କାରଣରୁ ଫିଲ୍ମ ବନ୍ଦ ହେଲା ସେ ନେଇ ଜଣାପଡ଼ିନାହିଁ। ଏହି ଫିଲ୍ମରେ ସଲ୍‌ମାନଙ୍କ ସହ ଆଲିୟା ଭଟ୍ଟ ମଧ୍ୟ କାମ କରୁଥିଲେ। ଫିଲ୍ମଟି ବନ୍ଦ କରିଦିଆଯିବା ଜଣାପଡ଼ିବା ପରେ ଆଲିୟାଙ୍କ ମନ ବହୁତ ଦୁଃଖ ହୋଇଥିଲା ବୋଲି ଶୁଣିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୁଲାଡ ରଥଯାତ୍ରା ପ୍ରସ୍ତୁତି ବୈଠକ: ସମନ୍ବୟ ରକ୍ଷା କରି ଯାତ୍ରାକୁ ସଫଳ କରାଯିବ

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କୁଲାଡ ରଥଯାତ୍ରା ଓ ବାହୁଡ଼ା ଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହ ହୋଇପାରିବ ସେ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଶୁକ୍ରବାର ଭଞ୍ଜନଗର…

TMC ଛାଡିବେ ରଚନା ବାନାର୍ଜୀ! ଦିଦିଙ୍କୁ ବଡ଼ ଝଟ୍‌କା

କୋଲକାତା,୧୨।୬: ଟିଏମସିରେ ଆରମ୍ଭ ହୋଇଥିବା ବିଭାଜନ ଏବେ ବିସ୍ଫୋରକ ରୂପ ନେଇଛି। ଦଳର ୨୦ ଜଣ ଏମ୍ପି ବିଦ୍ରୋହ ଘୋଷଣା କରିଥିବା କୁହାଯାଉଥିଲେ ହେଁ ଏବେ ଗୋଟିଏ…

ଗଞ୍ଜାମ ସହରରେ ପ୍ରବଳ ବର୍ଷା: ଗୁଳୁଗୁଳିରୁ ଅସ୍ବସ୍ତି

ଗଞ୍ଜାମ,୧୨ା୬(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଶୁକ୍ରବାର ସନ୍ଧ୍ୟାରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଫଳରେ ଗୁଳୁଗୁଳିରୁ ଲୋକଙ୍କୁ ସାମାନ୍ୟ ଅସ୍ବସ୍ତି ମିଳିଛି। ଅନ୍ୟପଟେ ଏହି ବର୍ଷା…

ରେଳ ଲାଇନ ନକ୍ସା ପରିବର୍ତ୍ତନ ପାଇଁ ମସୁଧା : ଗଣ ଆନ୍ଦୋଳନ ନିଷ୍ପତ୍ତି 

ଦିଗପହଣ୍ଡି,୧୨|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ କଳିଙ୍ଗ ବୈଶ୍ୟ ସମାଜ ସଭାଗୃହରେ  ଦକ୍ଷିଣ ଓଡ଼ିଶା ବିକାଶ ସମିତି ଆନୁକୁଲ୍ୟରେ ଖେମୁଣ୍ଡି ଉନ୍ନୟନ ମଞ୍ଚ ପକ୍ଷରୁ…

‘୩୭୦ ଟଙ୍କାର ବିରିୟାନୀ’ ବିବାଦରେ ଫସିଥିବା କମେଡିଆନ ପ୍ରଣିତ ମୋରେ ଗୋଟିଏ ଶୋ’ରୁ କେତେ କମାନ୍ତି? ସମ୍ପତ୍ତି କଥା ଜାଣିଲେ…

ସୋସିଆଲ ମିଡିଆ ଦୁନିଆରେ ରାତାରାତି ପ୍ରସିଦ୍ଧି ପାଇବା ଯେତିକି ସହଜ, ବିବାଦ ଗଳିରେ ଫସିଯିବାର ବିପଦ ମଧ୍ୟ ସେତିକି ଅଧିକ ରହିଥାଏ। ଆଜିକାଲି ଷ୍ଟାଣ୍ଡଅପ କମେଡିଆନ ପ୍ରଣିତ…

ନିସ୍ତୁକ ମାଡ଼ ମାରି ମୃତ ଭାବି କୂଅକୁ ଫିଙ୍ଗି ଦେଇଥିଲେ : ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୧୩।୬(ପ୍ରେମାନନ୍ଦ ଖମାରୀ):  ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ସମଲେଇପଦର ନିକଟ ଜଙ୍ଗଲରେ ରହିଥିବା ଏକ ପରିତ୍ୟକ୍ତ କୂଅରୁ ୪ଦିନ ପରେ ଯୁବକ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ…

ଗ୍ରାମବାସୀଙ୍କ ଦୁଃଖ ଶୁଣିଲେ ବିଧାୟକ, ଭତ୍ତା ସହ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ…

ଗଜପତି,୧୨ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମରେ ଆୟୋଜିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଯୋଗଦେଇ ଗ୍ରାମବାସୀଙ୍କ…

ବନ ବିଭାଗରେ ନିୟୋଜିତ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ମହଙ୍ଗା ପଡ଼ିଲା ସରକାରୀ ଗାଡ଼ିରେ ବେସରକାରୀ କାମ

ବଣାଇଁ,୧୨ା୬(ପ୍ରଦୀପ ତ୍ରିପାଠୀ): ରାଜାମୁଣ୍ଡା କୋଇଡା ୫୨୦ ନମ୍ବର ଜାତୀୟ ରାଜପଥର କେ. ବଲାଙ୍ଗ ଥାନା ନିକଟରେ ଗୁରୁବାର ରାତିରେ ହାଇଓ୍ବା ପଛରେ ଏକ ବୋଲେରୋ ପିଟି ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri