ପୂରଣ ହେଲା ଆଲିଆଙ୍କ ସ୍ବପ୍ନ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ କାମ କରିବାର ୭ ବର୍ଷ ପରେ ମହେଶ ତନୟା ଆଲିୟା ଭଟ୍ଟଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି। ଭଂସାଲି ପ୍ରଡକ୍ସନ ସହ କାମ କରିବାକୁ ଆଲିଆ ଦୀର୍ଘଦିନ ଧରି ଆଶା ବାନ୍ଧି ଥିଲେ। କିନ୍ତୁ ସଞ୍ଜୟଲୀଲା ଭଂସାଲିଙ୍କ ଫିଲ୍ମ ‘ଇନସ୍‌ଆଲ୍ଲା’ ବନ୍ଦ ହୋଇଯିବା ପରେ ଆଲିୟାଙ୍କ ସ୍ବପ୍ନ ଭାଙ୍ଗି ଯାଇଥିଲା। ହେଲେ ଭଂସାଲିଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’ରେ ଆଲିୟାଙ୍କୁ ଲିଡ୍‌ ରୋଲ୍‌ ମିଳିଛି। ଏଥିରେ ସେ ଗଙ୍ଗୁବାଇ ଭୂମିକାରେ ଅଭିନୟ କରିବେ। ଆଗାମୀ ବର୍ଷ ସେପ୍ଟେମ୍ବର ୧୧ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବ। ଗଙ୍ଗୁବାଇ ‘ଦ ମ୍ୟାଡାମ ଅଫ୍‌ କମାଠୀପୁରା’ ନାମରେ ମଧ୍ୟ ପରିଚିତ। ସେ କମ୍‌ ବୟସରେ ବେଶ୍ୟାବୃତ୍ତିକୁ ପେସା ଭାବେ ଗ୍ରହଣ କରିନେଇଥିଲେ। ଏବେ ଆଲିୟାଙ୍କୁ ଏହି ରୋଲ ପାଇଁ ଭଂସାଲୀ ସାଇନ୍‌ କରିଥିବା ବେଳେ ପୂର୍ବରୁ
ଏହି ରୋଲ ପାଇଁ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ନାଁ ଚର୍ଚ୍ଚାରେ ଥିଲା। ସୂଚନାଯୋଗ୍ୟ ଯେ, ସଞ୍ଜୟଲୀଲା ଭଂସାଲିଙ୍କ ଫିଲ୍ମ ‘ଇନସ୍‌ଆଲ୍ଲା’ରେ ସଲ୍‌ମାନ୍‌ ଖାନ୍‌ ଲିଡ୍‌ ରୋଲରେ ଥିଲେ। ଏହାର କିଛି ଗୀତ ଶୁଟିଂ ସରିଥିବା ବେଳେ ଗତ ଅଗଷ୍ଟରେ ଫିଲ୍ମକୁ ବନ୍ଦ କରିଦିଆଯାଇଥିଲା। ଏ ନେଇ ସଲ୍‌ମାନ ନିଜେ ସୂଚନା ଦେଇଥିଲେ ବି କେଉଁ କାରଣରୁ ଫିଲ୍ମ ବନ୍ଦ ହେଲା ସେ ନେଇ ଜଣାପଡ଼ିନାହିଁ। ଏହି ଫିଲ୍ମରେ ସଲ୍‌ମାନଙ୍କ ସହ ଆଲିୟା ଭଟ୍ଟ ମଧ୍ୟ କାମ କରୁଥିଲେ। ଫିଲ୍ମଟି ବନ୍ଦ କରିଦିଆଯିବା ଜଣାପଡ଼ିବା ପରେ ଆଲିୟାଙ୍କ ମନ ବହୁତ ଦୁଃଖ ହୋଇଥିଲା ବୋଲି ଶୁଣିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବକ୍ସ ଅଫିସରେ କେଜିଏଫ୍‌ର ସୁନାମୀ

ବମ୍ବେ: ବକ୍ସ ଅଫିସରେ କେଜିଏଫ୍‌ର ସୁନାମୀ। ରିଲିଜ ହେବାର ଦୁଇଦିନ ନପୂରୁଣୁ ଫିଲ୍ମଟି ୧୦୦ କୋଟି ବ୍ୟବସାୟ କରିଛି। ବଡ଼ ବଡ଼ ଦକ୍ଷିଣ ଭାରତୀୟ ସିନେମାଠାରୁ...

ପୁଣି ଓଜନ ବଢ଼ିବାକୁ ନେଇ ଚର୍ଚ୍ଚାରେ ଅଦନାନ୍‌

ବମ୍ବେ: ବଲିଉଡ୍‌ ଗାୟକ ଅଦନାନ୍‌ ସାମୀ ନିଜର ଗାୟନଶୈଳୀକୁ ନେଇ ଯେତିକି ଚର୍ଚ୍ଚିତ ହୋଇ ନ ଥାନ୍ତି, ତାଠାରୁ ଅଧିକ ହୋଇଥାନ୍ତି ନିଜର ଓଜନକୁ ନେଇ।...

ଚଳଚ୍ଚିତ୍ର ପୋଷ୍ଟରକୁ ନେଇ ବିବାଦରେ ପପୁ ପମ୍‌ପମ୍‌

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ଓଡ଼ିଆ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ପୁଣି ଥରେ ବିବାଦକୁ ଟାଣିହୋଇ ଆସିଛନ୍ତି। ଏଥର ସେ ନିଜର ଆଗାମୀ ଚଳଚ୍ଚିତ୍ର ପୋଷ୍ଟରକୁ ନେଇ...

‘ଦ ଜୋୟା ଫ୍ୟାକ୍ଟର’ ଫିଲ୍ମ ଟ୍ରେଲରକୁ ପ୍ରଶଂସା କଲେ ସଚିନ ତେନ୍ଦୁଲକର

ଅଭିନେତ୍ରୀ ସୋନମ କପୁରଙ୍କ ଅଭିନୀତ ‘ଦ ଜୋୟା ଫ୍ୟାକ୍ଟର’ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଏହି ଫିଲ୍ମଟି କ୍ରିକେଟ ଏବଂ ଭାଗ୍ୟ ଉପରେ ଆଧାରିତ ହୋଇଥିବାରୁ...

ଜୀବିତ ରହିବା ପାଇଁ ପ୍ରତି ୮ ଘଣ୍ଟାରେ ଥରେ ସୁସ୍ମିତାଙ୍କୁ କରିବାକୁ ପଡ଼ୁଥିଲା ଏହି କାମ

ବଲିଉଡ୍‌ ନିର୍ଦ୍ଦେଶକ ପଙ୍କଜ ପରଶରଙ୍କ ଫିଲ୍ମ ‘ତୁମ୍‌କୋ ନା ଭୁଲ୍‌ ପାଏଙ୍ଗେ’ ରିଲିଜ୍‌କୁ ଇତିମଧ୍ୟରେ ୨୦ ବର୍ଷ ହୋଇଯାଇଛି। ଫିଲ୍ମ ୨୨ ଫେବୃୟାରୀ, ୨୦୦୨ରେ ରିଲିଜ୍‌...

ଡାଲଚିନି

ଏକଦା ଜଣେ ବ୍ୟାଙ୍କର ଭୁବନେଶ୍ୱରରୁ କୋଣାର୍କ ବୁଲିବାକୁ ବାହାରିଛି। ସାଙ୍ଗରେ ଅଛି ଜଣେ ଝିଅ। ବାଟରେ ଦୁହିଁଙ୍କ ଭିତରେ କ’ଣ ଘଟୁଛି, ସେମାନେ କି କି...

ଭିନ୍ନ ଚରିତ୍ରରେ ସୁସ୍ମିତା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କୁ ଦର୍ଶକେ ବଡ଼ ପରଦାରେ ଜଣେ ଟ୍ରାନ୍ସଜେଣ୍ଡର ଭୂମିକାରେ ଦେଖିବାକୁ ପାଇବେ। ଚଳଚ୍ଚିତ୍ରର ନାମ ରହିଛି ‘ତାଲି’। ତେବେ ଫିଲ୍ମକୁ...

ଆଇଏଏସ୍‌ ଅଫିସର୍‌ ଅଭିଷେକ ସିଂଙ୍କ ଡେବ୍ୟୁ ଗୀତ ଭାଇରାଲ, ୪ ଦିନରେ ୨୫ ମିଲିୟନ୍‌ ଭ୍ୟୁଜ୍

ନିକଟରେ ରିଲିଜ ହୋଇଥିବା ବି ପ୍ରାକର ଗୀତ ‘ଦିଲ ଟୋଡ କେ’ ଇଣ୍ଟରନେଟରେ ଧମାଲ୍‌ କରୁଛି। ବି ପ୍ରାକ୍‌ର ଏହି ଗୀତ ଚାରି ଦିନ ମଧ୍ୟରେ...

Advertisement
Archives

Model This Week