ପୂଜା ପାଇଁ ସଜେଇ ହେଉଛି କୁଲାଡ଼ ଗାଁ: ୯ ମଣ୍ଡପରେ ପୂଜା ପାଇବେ ମା’ ଲକ୍ଷ୍ମୀ

ବଅଁରପାଳ, ୧୧।୧୦ (ଡି.ଏନ୍‌.ଏ.)-କୁମାର ପୂର୍ଣ୍ଣିମା ତିଥିରୁ ଆରମ୍ଭ ହେବ ମା’ ଲକ୍ଷ୍ମୀଙ୍କ ପୂଜା। ଢେଙ୍କାନାଳ ପରି ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମରେ ଏହି ପୂଜାର ସ୍ବତନ୍ତ୍ରତା ରହିଛି। କୁଲାଡ଼ ଗ୍ରାମବାସୀ ମା’ ଲକ୍ଷ୍ମୀଙ୍କ ପୂଜାକୁ ଗଣପର୍ବ ଭାବେ ପାଳନ କରିଥାନ୍ତି। ଏହି ସମୟରେ ଘରେ ଘରେ ଅରୁଆ ରନ୍ଧାଯିବା ସହ ୭ ଦିନ ଯାଏ ଗଁାରେ ଆମିଷ ଦ୍ରବ୍ୟ ପଶି ନ ଥାଏ। ଚଳିତବର୍ଷ ମା’ଙ୍କ ଏହି ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଗଁାରେ ଆରମ୍ଭ ହୋଇଯାଇଛି।
୧୯୮୪ ମସିହାରେ ପ୍ରଥମେ କୁଲାଡ଼ ଛକ ସାହିରେ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିଲା। ଏବେ ଏହା ୯ଟି ମଣ୍ଡପକୁ ବୃଦ୍ଧି ପାଇଛି। ଚଳିତ ବର୍ଷ ଗ୍ରାମର ଛକ ସାହି ପୂଜା କମିଟି, ବ୍ରାହ୍ମଣୀଦେଈ ପୂଜା କମିଟି, ବିକିଫଣ୍ଡ ପୂଜା କମିଟି, ସାହାରା କ୍ଲବ, ଫ୍ରେଣ୍ଡ କ୍ଲବ, ପ୍ରିନ୍ସ କ୍ଲବ, ଆଲୁମିନିୟମ ସ୍କୁଲ ପୂଜା କମିଟି, ବଣିକ ସଂଘ ପୂଜା କମିଟି, ବାବସ୍‌ କ୍ଲବ ପୂଜା କମିଟି ଆଦି ୯ଟି ମଣ୍ଡପରେ ଦେବୀଙ୍କ ପୂଜା ପାଳନ କରାଯିବ। ପ୍ରତି ମଣ୍ଡପ ଓ ତୋରଣ କିପରି ଅଧିକ ଆକର୍ଷଣୀୟ କରାଯିବ ସେଥିପାଇଁ ଏବେଠାରୁ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ଗଁାକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସାଜସଜ୍ଜା କରାଯାଉଛି। ମିନା ବଜାର, ଦୋଳି, ଖାଦ୍ୟ ସାମଗ୍ରୀ ଦୋକାନମାନ ପାଇଁ ସ୍ଥାନ ଚିହ୍ନଟ କରାଯାଉଛି। ଚଳିତବର୍ଷ କୁଲାଡ଼ ବିଗ୍‌ପଣ୍ଡ ସମସ୍ତ ଆକର୍ଷଣର କେନ୍ଦ୍ର ହେବ ବୋଲି ପୂଜା କମିଟି ଆଶା ବାନ୍ଧିଛି। କାରଣ ଏଥର ଜଳାଶୟ ଭିତରୁ ହିଁ ମା’ ପଦ୍ମାଳୟା ଭକ୍ତଙ୍କୁ ଦର୍ଶନ ଦେବେ। ପୋଖରୀ ଭିତରେ ସ୍ବତନ୍ତ୍ର ଭାବେ ପାଇପ ସାହାଯ୍ୟରେ ଏଥିପାଇଁ ନିର୍ମାଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତକୁ ନେଇ ଚିନ୍ତିତ କି? ପ୍ରତିଦିନ ତ୍ରିଫଳା ଖାଇଲେ…

ମଣିଷ ଶରୀର ଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ, ତିନୋଟି ସନ୍ତୁଳନ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ବାତ, ପିତ୍ତ ଏବଂ କଫ। ଶୀତଦିନେ ସ୍ୱାଭାବିକ ଭାବରେ…

ଏମିତି ଲୁକ୍‌ ଦେଲେ ସୋନମ, ପ୍ରଶଂସକ ଆଶ୍ଚର୍ଯ୍ୟ

ବଲିଉଡ ଫ୍ୟାଶନ ଆଇକନ ତଥା ଷ୍ଟାଇଲ କୁଇନ ସୋନମ କପୁର ଆଜିକାଲି ଜୀବନର ଏକ ସୁନ୍ଦର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ସେ ଖୁବଶୀଘ୍ର ଦ୍ୱିତୀୟ ସନ୍ତାନ…

ବଜେଟ୍‌କୁ ନେଇ ରେଳ ମନ୍ତ୍ରୀଙ୍କ ସୂଚନା: ଓଡ଼ିଶାକୁ ମିଳିବ ବଡ଼ ଫାଇଦା, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୨।୨: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଏକ ପ୍ରେସମିଟ୍‌ କରି ବଡ଼ ସୂଚନା ଦେଇଛନ୍ତି। ରେଳ ମନ୍ତ୍ରୀ କହିଛନ୍ତି, ବଜେଟ୍‌ରେ ଓଡ଼ିଶା ପାଇଁ ୧୦…

ହାଇକୋର୍ଟଙ୍କ ବଡ଼ ରାୟ: ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…

କଟକ,୨।୨: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ବିବାହ ବିଚ୍ଛେଦ ଅଥବା ଛାଡପତ୍ର ହୋଇ ସାରିଥିବା ନିର୍ଭରଶୀଳ ଝିଅଙ୍କୁ ପରିବାର ପେନସନ ମିଳିବ । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ…

ଶେଖ ହାସିନାଙ୍କୁ ବଡ଼ ଝଟ୍‌କା: କୋର୍ଟ ଦେଲେ ବଡ଼ ରାୟ

ଢାକା,୨।୨: ବାଂଲାଦେଶର ଏକ କୋର୍ଟ ସରକାରୀ ଗୃହ ପ୍ରକଳ୍ପ ଜମି ଆବଣ୍ଟନରେ ଅନିୟମିତତା ସହିତ ଜଡିତ ଦୁଇଟି ପୃଥକ ଦୁର୍ନୀତି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ…

୪ ବର୍ଷ ଧରି ଝିଅକୁ ବଳାତ୍କାର କରୁଥିଲେ ବାପା, ଅଶ୍ଳୀଳ ଭିଡିଓ ଦେଖାଇ…

ଗାନ୍ଧୀନଗର,୨।୨:  ଗୁଜୁରାଟର ରାଜକୋଟରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ୧୯ ବର୍ଷୀୟ ଝିଅକୁ ଚାରି ବର୍ଷ ଧରି ନିଜ ବାପା ବଳାତ୍କାର କରିଥିବା ନେଇ…

ବଜେଟ୍‌କୁ ନିନ୍ଦା କରିବା ପରେ ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ, କହିଲେ ପୂର୍ବରୁ ବିଜେଡି ଥିଲାବେଳେ…

ଭୁବନେଶ୍ୱର,୨।୨: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କାଉଣ୍ଟର କରିଛନ୍ତି। ନବୀନ ବଜେଟ୍‌ ୨୦୨୬କୁ ନିନ୍ଦା କରିବା ପରେ ସୋମବାର ଉପମୁଖ୍ୟମନ୍ତ୍ରୀ ବିରୋଧୀ…

ବଡ଼ ଧରଣର ଚଢାଉ: ଧରାପଡ଼ିଲେ ଦୁର୍ଦ୍ଦାନ୍ତ ଗୋ ମାଫିଆ

ରାଉରକେଲା,୨।୨: ରାଉରକେଲା ପୋଲିସ ସୋମବାର ବିଶ୍ରା ଥାନା ଗୁଡଗୁଡ ଜୋର ଅଞ୍ଚଳରେ ଏକ ବଡ଼ ଧରଣର ଚଢାଉ କରିଛି। ପୋଲିସ ଏକ ଗୋମାଫିଆଙ୍କ ଭଡା ଘରେ ଚଢାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri