Posted inଭଦ୍ରକ

ପୂଜାରେ ବାଣ୍ଟିବେ ସଚେତନତା ବାର୍ତ୍ତା

ଆରଡ଼ି, ୧।୯ (ଡି.ଏନ.ଏ.)- ସୋମବାର ବିଦ୍ୟାଦାତା ବିଘ୍ନବିନାଶକ ଗଜାନନଙ୍କ ପୂଜା। ଏଥିପାଇଁ ଗଁାଠୁ ସହର ସବୁଠି ଚାଲିଛି ପ୍ରସ୍ତୁତି। କାରିଗରମାନେ ଗଜାନନଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାରେ ଲାଗିପଡ଼ିଛନ୍ତି। ଭଦ୍ରକ ଜିଲାର ଆରଡ଼ି ନିକଟସ୍ଥ ଦୋହରାପାଟଣା ଗଁାରେ ୨୫ ବର୍ଷ ଧରି ଏହି ପୂଜା ଅନୁଷ୍ଠିତ ହୋଇଆସୁଥିବା ବେଳେ ଚଳିତବର୍ଷ ଭିନ୍ନ ଧରଣର ପୂଜାର ଆୟୋଜନ କରାଯାଇଛି। ୮ ମାସ ତଳେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନିଜ କ୍ଲବ ସଦସ୍ୟ ନୀଳମାଧବ ନାୟକଙ୍କ ସ୍ମୃତିରେ ଚଳିତବର୍ଷ ପୂଜା ପାଳନ କରାଯିବ ବୋଲି ଅନୁଷ୍ଠାନର କର୍ମକର୍ତ୍ତା କହିଛନ୍ତି। ଏଥିସହିତ ନିଜ କ୍ଲବର ନାମକୁ ନୀଳମାଧବ କ୍ଲବ ଭାବେ ନାମିତ କରିଛନ୍ତି। ୫ ଦିନ ବ୍ୟାପୀ ପୂଜା ପାଳନ ଲାଗି ସ୍ଥିର ହୋଇଥିବା ବେଳେ ପୂଜା ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରଚାର ପାଇଁ ଉଦ୍ୟମ କରାଯାଇଛି।
ପୂଜାର ପ୍ରଥମ ଓ ଦ୍ୱିତୀୟ ଦିନରେ ଗଁାର ଯୁବକମାନଙ୍କୁ ଏକତ୍ର କରାଯାଇ ଦ୍ରୁତଗତିରେ ଗାଡ଼ି ନ ଚଳାଇବାକୁ ଏକ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତୃତୀୟ ଓ ଚତୁର୍ଥ ଦିନରେ ମଦ୍ୟପାନ ନ କରିବା ପାଇଁ କ୍ଲବ ସଦସ୍ୟ ନିଜେ ଶପଥ କରିବା ସହ ଅନ୍ୟମାନଙ୍କୁ ଶପଥ କରାଇବେ। ୫ ମ ଦିନ ଗ୍ରାମ ସଫେଇ କାର୍ଯ୍ୟକ୍ରମ ସହ ନିରକ୍ଷର ମହିଳା ଓ ପୁରୁଷଙ୍କୁ ସାକ୍ଷର କରିବାକୁ ପ୍ରତି ଘର ବୁଲିବା ସହ ସମସ୍ତଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯିବ ବୋଲି କ୍ଲବର ସଭାପତି ଶୁଭେନ୍ଦୁ କୁମାର ନାୟକ ସୂଚନା ଦେଇଛନ୍ତି। ଏଥିସହିତ ଗଜାନନଙ୍କ ପୂଜା ଭକ୍ତି ଓ ଆଧ୍ୟାତ୍ମିକତାରେ ସମ୍ପାଦନ କରାଯିବ ବୋଲି ସମ୍ପାଦକ ସମ୍ବିତ କୁମାର ନାୟକ କହିଛନ୍ତି। ଏଭଳି ନିଆରା କାର୍ଯ୍ୟକ୍ରମ କ୍ଲବ ହାତକୁ ନେଇଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri