ପୁରୀ ଗଣବଳାତ୍କାର ମାମଲା: ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ, ଛାତ୍ର କଂଗ୍ରେସ-ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର, ୩।୧୨(ବ୍ୟୁରୋ): ପୁରୀ ଗଣବଳାତ୍କାର ମାମଲାକୁ ନେଇ ରାଜନୀତି ଜୋର ଧରିଛି। ପୁରୀର ବିଭିନ୍ନ ସ୍ଥାନରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିବାବେଳେ ରାଜଧାନୀରେ ମଧ୍ୟ ଏହାର ତାତି ଦେଖିବାକୁ ମିଳିଛି। ଛାତ୍ର କଂଗ୍ରେସ ପକ୍ଷରୁ ଶିଶୁ ଭବନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ସଂଖ୍ୟାରେ ଛାତ୍ର ନବୀନ ନିବାସକୁ ଯାଉଥିଲାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ପୋଲିସ ଏବଂ ଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୁରୀ ଏସପି ତୁରନ୍ତ ଇସ୍ତଫା ଦିଅନ୍ତୁ ଏବଂ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ବିକ୍ଷୋଭରତ ଛାତ୍ରମାନେ ଦାବି କରିଥିଲେ। ସୂଚନାଯୋଗ୍ୟ, ସୋମବାର ରାତିରେ ଜଣେ ନାବାଳିକା(୧୭)ଙ୍କୁ ପୋଲିସ କ୍ୱାର୍ଟର୍ସରେ ଗଣବଳାତ୍କାର କରାଯାଇଥିବା କୁମ୍ଭାରପଡ଼ା ଥାନାରେ ନିଜେ ପୀଡ଼ିତା ଏହି ଅଭିଯୋଗ କରିଥିଲେ। ନିଜକୁ ପୋଲିସ ବୋଲି ପରିଚୟ ଦେଇ ଜଣେ ଯୁବକଙ୍କ ସମେତ ୪ଜଣ ଲିଫ୍ଟ ଦେବା ବାହାନାରେ ତାଙ୍କୁ ଗଣବଳାତ୍କାର କରିଥିଲେ। ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତି ସରଗରମ : ଆଜି ଆସିପାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୬।୩(ବ୍ୟୁରୋ): ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହେଉଛିି। ନାମାଙ୍କନ ପାଇଁ ଆଉ ଦୁଇ ଦିନ ସମୟ ରହିଥିବା ବେଳେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା...

୨୧ରୁ ସ୍କୁଲପିଲାଙ୍କୁ ୟୁଟ୍ୟୁବ୍‌ ଲାଇଭ୍‌ କ୍ଲାସ୍‌

ଭୁବନେଶ୍ୱର, ୧୦ା୬(ବ୍ୟୁରୋ): ଆସନ୍ତା ୨୧ ତାରିଖରୁ ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୟୁଟ୍ୟୁବ୍‌ ଲାଇଭ୍‌ କ୍ଲାସ୍‌ ଆରମ୍ଭ ହେବ। ଖୋର୍ଦ୍ଧା, ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, କୋରାପୁଟ,...

୨୦୦୭ ପୂର୍ବରୁ ଜନ୍ମିତ ପିଲାଙ୍କୁ ମିଳିବ ଟିକା

ଭୁବନେଶ୍ୱର, ୨୯।୧୨(ବ୍ୟୁରୋ): ରାଜ୍ୟରେ ଏବେ କିଶୋରଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। କିଶୋରଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିବା...

ପାଟଣାରେ ଚାଞ୍ଚଲ୍ୟ: ରିଜର୍ଭ ଫରେଷ୍ଟ ମଧ୍ୟରେ ପଡ଼ିରହିଛି ମୁଣ୍ଡ ବିହୀନ ଗଳିତ ମୃତଦେହ

ପାଟଣା,୨୫।୧(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ସିଲିଦା ଗ୍ରାମ ନିକଟରେ ଥିବା ଇୟୁକାଲିପଟାସ ରିଜର୍ଭ ଫରେଷ୍ଟ ମଧ୍ୟରେ ସୋମବାର ଏକ ମୁଣ୍ଡ...

ଟ୍ରେନ୍‌, ଷ୍ଟେଶନରେ ବଢୁଛି ଟିଟିଇ, ଟିସିଙ୍କ ଉତ୍ପାତ: ଟ୍ରେନ୍‌ ଯାତ୍ରୀଙ୍କୁ ଟିସିଙ୍କ ତଣ୍ଟିଆ, ଷ୍ଟେଶନରେ ଉତ୍ତେଜନା

ଭୁବନେଶ୍ୱର,୧।୩(ବ୍ୟୁରୋ): ଟ୍ରେନ୍‌ ଓ ଷ୍ଟେଶନରେ ଟିକେଟ ଚେକିଂ ନାଁରେ ଯାତ୍ରୀଙ୍କୁ ନାନା ପ୍ରକାର ହଇରାଣ କରାଯାଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଶନିବାର ଭୁବନେଶ୍ୱର ରେଳ...

ମନ୍ତ୍ରୀ ହତ୍ୟା ମାମଲା, ସମ୍ବଲପୁରରେ କ୍ରାଇମବ୍ରାଞ୍ଚ ଟିମ୍‌

ସମ୍ବଲପୁର,୩।୨(ବ୍ୟୁରୋ): ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ବୁର୍ଲା ଭୀମସାରରେ ତଦନ୍ତ ଆରମ୍ଭ କରିଛି। ୨ ଡିଏସ୍‌ପିଙ୍କ ନେତୃତ୍ୱରେ ୫...

ବିଦ୍ୟୁତ୍‌ ସଂଯୋଗ ଦାବି ନେଇ ବିକ୍ଷୋଭ

ଉଦଳା,୨୦ା୮(ଡି.ଏନ.ଏ)- ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ସଂଗଠନ କପ୍ତିପଦା ଉପଖଣ୍ଡ ପକ୍ଷରୁ ସୋମବାର ଉଦଳା ନେସ୍କୋ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ା...

ଆଜି ଆଉ ୧୬ ଜୀବନ ନେଲା କରୋନା, ସୁନ୍ଦରଗଡ଼ରୁ ସର୍ବାଧିକ; ମୃତ୍ୟୁସଂଖ୍ୟା ୧୫୪୩କୁ ବୃଦ୍ଧି

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୧୬ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୫୪୩ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

Advertisement
Archives

Model This Week