ପୁରୀରେ ୧୫ କରୋନା ପଜିଟିଭ୍‌ ଚିହ୍ନଟ: ୬ଦିନରେ ୪୭ ନୂଆ ଆକ୍ରାନ୍ତ

ପୁରୀ ଅଫିସ,୧୩।୬: ପୁରୀ ଜିଲାରୁ ପୁଣି ଶନିବାର ୧୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାର ମୋଟ ପଜିଟିଭ୍‌ ସଂଖ୍ୟା ୧୪୮ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୯୬ ଜଣ ସୁସ୍ଥ ହୋଇଥିବା ବେଳେ ୫୨ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଚିହ୍ନଟ ୧୫ ଜଣଙ୍କ ସଂକ୍ରାନ୍ତରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ତଥ୍ୟ ଦିଆଯାଇ ନାହିଁ। ତେଣୁ କେତେଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ ଏବଂ ସ୍ଥାନୀୟ କେତେଜଣ ତାହା ଜଣାପଡି ନାହିଁ। କିଛିଦିନ ଧରି ଜିଲାର ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ଗତ ୬ଦିନରେ ୪୭ ଜଣ ପଜିଟିଭ ଚିହ୍ନଟ ହେବା ପୁଣି ଚିନ୍ତା ବଢ଼ାଇଛି।
ଶୁକ୍ରବାର ବି ପୁରୀ ଜିଲାରୁ ୧୫ ପଜିଟିଭ ଚିହ୍ନଟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ଭେଟିଲେ ବିଧାୟକ

ପବିତ୍ରନଗର/କଣିହାଁ, ୪ା୬(ଡି.ଏନ.ଏ.) ଅନୁଗୋଳ ଜିଲା କଣିହାଁ ବ୍ଲକରେ ଗତ ଗୁରୁବାର ଓ ଶୁକ୍ରବାର କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ସୋମବାର ପାଲଲହଡ଼ା ବିଧାୟକ ମୁକେଶ...

ରାମନବମୀକୁ ଫିକା କରିଦେଲା କରୋନା କଟକଣା

ସମ୍ବଲପୁର, ୨।୪ (ବ୍ୟୁରୋ)- କରୋନା ଭୂତାଣୁ କଟକଣା ଯୋଗୁ ସମସ୍ତ ଧାର୍ମିକ ପୀଠରେ ତାଲା ପଡିଛି । ଗୁରୁବାର ରାମନବନୀ ଅବସରରେ ପରମ୍ପରାନୁସାରେ କେବଳ ପୂଜାର୍ଚ୍ଚନା...

ବୋମା ବିସ୍ଫୋରଣରେ ଜଣେ ଆହତ: ଯୁବକ ଗିରଫ

ବନ୍ତ,୧୩।୧୧ (ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅନ୍ତର୍ଗତ ଟିଲୋ ତାଳପଦା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ କେତେକ ଯୁବକଙ୍କ ବୋମା ବିସ୍ଫୋରଣରେ ଜଣେ ବ୍ୟକ୍ତି...

କର୍ମଚାରୀ, ଶିକ୍ଷକ ବିକାଶ ମଞ୍ଚର ଅଭିଯୋଗ: ପ୍ରତିଶ୍ରୁତି ପାଳନ କରୁନାହାନ୍ତି ରାଜ୍ୟ ସରକାର

ବ୍ରହ୍ମପୁର ଅଫିସ,୧୨ା୧-ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏବଂ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଆଯାଉଛି। ତେବେ ପାଳନ କରା...

ପ୍ରସ୍ତାବ ମାତ୍ରେ ଅଣଦେଖା

ଯାଜପୁର ଅଫିସ,୭ା୬: ଯାଜପୁର ଜିଲାରେ ପ୍ରାୟ ପ୍ରତିବର୍ଷ ବନ୍ୟା ବିଭୀଷିକା ଦେଖିବାକୁ ମିଳୁଛି। ବିପୁଳ ପରିମାଣର ଚାଷଜମି ପ୍ରଭାବିତ ହେବାଯୋଗୁ ଚାଷୀମାନେ ବିପୁଳ କ୍ଷତି ସହୁଛନ୍ତି।...

କବାଟ ଭାଙ୍ଗି ଟଙ୍କା, ସୁନା ଚୋରିକଲେ ଦୁର୍ବୃତ୍ତ

ବେଦବ୍ୟାସ,୧୦।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲା ଅନ୍ତର୍ଗତ ବ୍ରାହ୍ମଣୀତରଙ୍ଗ ଥାନାର ଫାର୍ସାଟୋଲା ଗ୍ରାମର ଅନିଲ କୁମାର ଲୁଗୁନଙ୍କ ଘରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତ...

ଭିତ୍ତିଭୂମି ଥାଇ ମାନ୍ୟତା ପାଉନି ଜଳପ୍ରପାତ

କେନ୍ଦୁଝର, ୭ା୭ (ସ୍ବ.ପ୍ର.)-(ନରେଶ ଚନ୍ଦ୍ର ପଟ୍ଟନାୟକ):ଦେଶରେ ପର୍ଯ୍ୟଟନର ବିକାଶ କରି ବହୁ ଦେଶ, ରାଜ୍ୟ ସମୃଦ୍ଧ ହୋଇଥିବା ବେଳେ କେନ୍ଦୁଝର ଜିଲାରେ ଥିବା ସୌନ୍ଦର୍ଯ୍ୟମୟ ପ୍ରାକୃତିକ...

ଦାରିଙ୍ଗବାଡ଼ିରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା

ଦାରିଙ୍ଗବାଡ଼ି,୩।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ ଦୁଇଦିନ ହେଲା କୋହଲା ପାଗ ସାଙ୍ଗକୁ ଶୀତ ଲାଗି ରହିଛି। ଶୁକ୍ରବାର ଦିନ ତମାମ୍‌ କୋହଲା...

Advertisement


Archives

Model This Week