ପୁରା ଦେଶ ଲକ୍‌ଡାଉନ୍‌

ନୂଆଦିଲ୍ଲୀ,୨୪ା୩(ପି.ଟି.)- ଘାତକ କରୋନା ଭୂତାଣୁର ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ଏହାକୁ ରୋକିବା ପାଇଁ ଦେଶବ୍ୟାପୀ ୩ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯିବ। ମଙ୍ଗଳବାର ମଧ୍ୟରାତ୍ରିରୁ ଏହି କଟକଣା ଲାଗୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ପୂର୍ବରୁ ‘ଜନତା କର୍ଫ୍ୟୁ’କୁ ସମର୍ଥନ ଓ ସଫଳ କରିଥିବାରୁ ସେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ମଙ୍ଗଳବାର ରାତି ୮ଟାରେ ଟେଲିଭିଜନ ମାଧ୍ୟମରେ ଜାତି ଉଦ୍ଦେଶ୍ୟରେ ସ୍ବତନ୍ତ୍ର ଉଦ୍‌ବୋଧନ ଦେଇଛନ୍ତି। ମୋଦି କହିଛନ୍ତି, ମଙ୍ଗଳବାର ରାତି ୧୨ଟାରୁ ସାରା ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯିବ। କରୋନା ଏଭଳି ଘାତକ ଭୂତାଣୁ, ଯାହା ୬୭ ଦିନରେ ୧ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଥିଲା। କିନ୍ତୁ ପରେ ଆଉ ୩ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିବା ପାଇଁ ମାତ୍ର ୪ ଦିନ ସମୟ ନେଇଥିଲା ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନର ଅବତାରଣା କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସତର୍କ କରାଇଛନ୍ତି। ସେ ଆହୁରି କହିଛନ୍ତି,
କରୋନା ଭୂତାଣୁ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ଲଢ଼ିବା ପାଇଁ ଲକ୍‌ଡାଉନ୍‌ ଏକ ଜରୁରୀ ପଦକ୍ଷେପ। ଏହି ମହାମାରି ସମଗ୍ର ବିଶ୍ୱକୁ କବଳିତ କରିଥିବାରୁ ସମସ୍ତେ ୩ ସପ୍ତାହ ପର୍ଯ୍ୟନ୍ତ ନିଜ ନିଜ ଘରେ ଆବଦ୍ଧ ହୋଇ ରହିବା ଆବଶ୍ୟକ। ସମସ୍ତ ପ୍ରକାର ସାଧନ ଥିବା ବିଶ୍ୱର ବଡ଼ ବଡ଼ ଦେଶ ମଧ୍ୟ ଏହାକୁ ରୋକିବା ପାଇଁ ଉଦ୍ୟମ କରିଛନ୍ତି। ଏହାସତ୍ତ୍ୱେ ସେମାନଙ୍କ ସବୁ ପ୍ରୟାସ ଓ ପ୍ରସ୍ତୁତି ଆଗରେ କରୋନା ଏକ ଆହ୍ବାନ ଭଳି ଛିଡ଼ା ହୋଇଛି। ଭୂତାଣୁ ସଂକ୍ରମଣ ଆରମ୍ଭ ହେଲେ ଏହାକୁ ରୋକିବା କଠିନ । ତେଣୁ ଚାଇନା, ଆମେରିକା, ଫ୍ରାନ୍ସ, ସ୍ପେନ, ଜର୍ମାନୀ, ଇଟାଲୀ, ଇରାନ ଓ ଅନ୍ୟ ଦେଶଗୁଡ଼ିକରେ କୋଭିଡ୍‌-୧୯ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି।
ଏଭଳି ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ହେଉଛି ସରକାରଙ୍କ ପ୍ରାଥମିକତା। ସାମାଜିକ ଦୂରତା ବା ସୋସିଆଲ ଡିଷ୍ଟାନ୍ସିଂ ହିଁ କରୋନାରୁ ମୁକ୍ତି ପାଇଁ ଏକମାତ୍ର ବିକଳ୍ପ। ଦେଶବାସୀ ସାମାଜିକ ଦୂରତ୍ୱ ବଜାୟ ରଖି ନିଜ ଘରେ ରହିଲେ ସଂକ୍ରମଣ କମିବ। ଏଥିରୁ ମୁକ୍ତି ପାଇବା ପାଇଁ ଅନ୍ୟ କିଛି ଉପାୟ ନାହିଁ। ଏହି ୨୧ ଦିନ ସଂଯମ ନ ରହିଲେ ଆମ ଦେଶ ଓ ଆପଣମାନଙ୍କ ପରିବାର ୨୧ ବର୍ଷ ପଛକୁ ଫେରିଯିବ। ଏହି ୩ ସପ୍ତାହ ମଧ୍ୟରେ କେହି ପଦାକୁ ବାହାରିବେ ନାହିଁ। କେହି ଦ୍ୱାର ବାହାରେ ପାଦ ଦେଲେ ତାହା ହେବ ବିପଦକୁ ନିମନ୍ତ୍ରଣ। ଏପରି ଅସାବଧାନତା ଜାରି ରହିଲେ ବଡ଼ଧରଣର କ୍ଷତି ହେବ। ସେହି କ୍ଷତିର ପରିମାଣ ଅନୁମାନ କରିବା କଷ୍ଟକର। ରାଜ୍ୟ ସରକାରମାନେ ମଧ୍ୟ ସ୍ଥିତିର ଗମ୍ଭୀରତାକୁ ବୁଝି ଏହାର ମୁକାବିଲା କରନ୍ତୁ। ପ୍ରତ୍ୟେକ ନାଗରିକଙ୍କୁ ବଞ୍ଚାଇବା ପାଇଁ ସମ୍ପୂର୍ଣ୍ଣ କଟକଣା ଲାଗିବ। ରାଜ୍ୟ, ଜିଲା, ଗାଁ ଓ ଗଳିକନ୍ଦି ସବୁଠି ଲକ୍‌ଡାଉନ୍‌ କରାଯିବ। ଏହା ଏକପ୍ରକାର କର୍ଫ୍ୟୁ, ଯାହାକି ‘ଜନତା କର୍ଫ୍ୟୁ’ଠାରୁ ମଧ୍ୟ ଅଧିକ କଡ଼ାକଡ଼ି ହେବ। ତେଣୁ ସମସ୍ତେ ଏହାକୁ ପାଳନ କରି କରୋନାକୁ ପ୍ରତିହତ କରିବାରେ ସହାୟକ ହୁଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ହାତଯୋଡ଼ି ଅନୁରୋଧ କରିଛନ୍ତି। କୋଭିଡ୍‌-୧୯ର ତାତ୍ପର୍ଯ୍ୟ ବୁଝାଇବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ଅର୍ଥ ହେଉଛି ‘କୋଇ ରୋଡ୍‌ ପର ନା ନିକ୍‌ଲେ’। ପ୍ରକାଶ ଯେ, ମଙ୍ଗଳବାର ଭାରତରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ୫୧୯ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୧୦ ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରୁ ଆଜି ପୁଣି ୪୪ ପଜିିଟିଭ୍‌ ଚିହ୍ନଟ: ୩୬ ସୁସ୍ଥ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୪୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୨ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ବାବୁଙ୍କୁ ପାଳିରେ ବଦଳି କର

ନୂଆଦିଲ୍ଲୀ,୨୭ା୧୦: ଅନେକ ଅଫିସରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅଧିକାରୀମାନଙ୍କୁ ନିୟମିତ ଚିହ୍ନଟ ଓ ବଦଳି କରାଯାଉ ନ ଥିବାରୁ ଦୁର୍ନୀତି ବଢ଼ୁଥିବା ନେଇ କେନ୍ଦ୍ରୀୟ ଭିଜିଲାନ୍ସ...

ଜି୨୦ ସର୍ବଦଳୀୟ ବୈଠକରେ ନବୀନ

ନୂଆଦିଲ୍ଲୀ,୬।୧୨:ଆସନ୍ତା ବର୍ଷ ହେବାକୁ ଥିବା ଜି୨୦ ସମିଟ୍‌ ଲାଗି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରଣନୀତି ପ୍ରସ୍ତୁତି ସର୍ବଦଳୀୟ ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ...

ଶ୍ରୀଲଙ୍କା ବିସ୍ଫୋରଣ ଘଟଣା: ତାମିଲନାଡୁର ୭ଟି ସ୍ଥାନରେ ଏନଆଇଏ ଚଢାଉ

କୋଏମ୍ବାଟୁର, ୧୨।୬: ଶ୍ରୀଲଙ୍କା ଇଷ୍ଟର ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) କୋଏମ୍ବାଟୁରର ୭ଟି ସ୍ଥାନରେ ବୁଧବାର ଚଢ଼ାଉ କରିଛି। ଅଝାରୁଦ୍ଦିନ,...

ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ: ୨ ପାଦ ଉଠିଲା ଭାରତ

ନୂଆଦିଲ୍ଲୀ,୨୩।୧୧(ଆଇଏଏନ୍‌ଏସ୍‌): ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (ସିସିପିଆଇ-୨୦୨୩)ରେ ଭାରତ ୨ ପାଦ ଉପରକୁ ଉଠି ଅଷ୍ଟମ ସ୍ଥାନରେ ରହିଛି। ଜର୍ମାନ ଓ୍ବାଚ୍‌, ନ୍ୟୁ କ୍ଲାଇମେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌...

ଖୋଲିଲା ବିଭିନ୍ନ ରାଜ୍ୟର ଧାର୍ମିକ ଅନୁଷ୍ଠାନ

ନୂଆଦିଲ୍ଲୀ,୮।୬: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, ଗୁରୁଦ୍ୱାର ଆଦି ସମସ୍ତ ଧାର୍ମିକ ଅନୁଷ୍ଠାନକୁ...

‘ବାହାର ରାଜ୍ୟରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉ’

ଭୁବନେଶ୍ୱର,୧୪ା୪(ବ୍ୟୁରୋ): ଲକ୍‌ଡାଉନ ଯୋଗୁ ବାହାର ରାଜ୍ୟରେ ଫସିଯାଇଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ବାନଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ...

ପଶ୍ଚିମବଙ୍ଗ-ଆସାମ ବିଜୟ ଲକ୍ଷ୍ୟ: ମୋଦି କରିବେ ୨୬ ରାଲି, ଶାହା-ନଡ୍ଡା ୫୦-୫୦

କୋଲକାତା,୨।୩: ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଟ ୨୬ ରାଲିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଥିମଧ୍ୟରୁ ପଶ୍ଚିମବଙ୍ଗରେ ୨୦ଟି ରାଲି ହେବ। ଅପରପକ୍ଷରେ...

Advertisement
Archives

Model This Week