ପୁନରୁଦ୍ଧାର ହେବ ଉପକୂଳ ସବୁଜିମା: ୫ବର୍ଷରେ ଖର୍ଚ୍ଚ ହେବ ୨୦୦ କୋଟି, ୮ ହଜାର ହେକ୍ଟର ଅଞ୍ଚଳରେ ହେବ ବୃକ୍ଷରୋପଣ

ଭୁବନେଶ୍ୱର, ୧୯।୫(ବ୍ୟୁରୋ)- ବାତ୍ୟା ‘ ଫନୀ’ରେ ଉପକୂଳ ଅଞ୍ଚଳରେ ଜଙ୍ଗଲ ଓ ବୃକ୍ଷ ସମ୍ପଦ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ସବୁଜିମା ଉଜୁଡି ଯାଇଛି। ତେଣୁ ଉପକୂଳ ସବୁଜିମାର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି। ଶନିବାର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ବିସ୍ତୃତ ଆଲୋଚନା କରିବା ସହ ଉପକୂଳ ସୁରକ୍ଷା ବଳୟର ପୁନରୁଦ୍ଧାର ଓ ବନୀକରଣ ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୫ବର୍ଷ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାକୁ ମିଶନ ମୋଡ୍‌ରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରୁ ମିଳିଥିବା ସୂଚନାନୁସାରେ, ନିର୍ଦ୍ଧାରିତ ସମୟ ମଧ୍ୟରେ ୮ହଜାର ହେକ୍ଟର ପରିମିତ ଅଞ୍ଚଳରେ ବୃକ୍ଷରୋପଣ କରାଯିବ। ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ୨୦୧୮-୧୯ରେ ୬୫ଲକ୍ଷ ଚାରା ରୋପଣ ଓ ବଣ୍ଟନ କରାଯାଇଥିବାବେଳେ ୨୦୧୯-୨୦ରେ ଏହାକୁ ଦୁଇଗୁଣ ଅର୍ଥାତ୍‌ ୧ କୋଟି ୩୦ଲକ୍ଷ ଚାରା ରୋପଣ କରାଯିବ। ଚଳିତବର୍ଷ ବିଭିନ୍ନ ସଂସ୍ଥା ଓ ଜନସାଧାରଣଙ୍କୁ ୫୦ଲକ୍ଷ ଚାରା ମାଗଣାରେ ଦିଆଯିବ। ସହରାଞ୍ଚଳ ବୃକ୍ଷରୋପଣ ଯୋଜନାରେ ଆସନ୍ତା ୫ବର୍ଷ ମଧ୍ୟରେ ୫ଲକ୍ଷ ବୃକ୍ଷ ଲଗାଯିବ। କେବଳ ଚଳିତବର୍ଷ ୧ଲକ୍ଷ ଗଛ ଲଗାଯିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଲୋକଙ୍କ ଜୀବିକାର ପୁନରୁଦ୍ଧାର ପାଇଁ ୧୨ହଜାର ହେକ୍ଟର ଅଞ୍ଚଳରେ ଫଳ ଗଛ ଲଗାଯିବ। ଏଥିସହିତ ୩ବର୍ଷ ପାଇଁ ଇଣ୍ଟର-କ୍ରପିଂ ପ୍ୟାକେଜ୍‌ ମଧ୍ୟ ଦିଆଯିବ। ୫ଲକ୍ଷ ଫଳ ଗଛ ଚାରା ଯୋଗାଇ ଦିଆଯିବା ସହିତ ଲୋକଙ୍କ ଘରବାଡ଼ିରେ ୪ଲକ୍ଷ ନ୍ୟୁଟ୍ରି-ଗାର୍ଡେନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନ, କୃଷି ଉତ୍ପାଦନ କମିଶନର, ବନବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…

ଓଡ଼ିଶା ବିଧାନସଭା ଅଧିବେଶନ, ସୁନା ଖଣି ଚର୍ଚ୍ଚା

ଭୁବନେଶ୍ୱର,୧୯।୨: ଓଡ଼ିଶା ବିଧାନସଭାର ଚଳିତ ବଜେଟ୍ ଅଧିବେଶନରେ ପୁଣିଥରେ ରାଜ୍ୟର ସୁନା ଖଣି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁବାର ଗୃହରେ ବଡମ୍ବା ବିଧାୟକ ବିଜୟ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri