ପୁନରୁଦ୍ଧାର ହେଉନି କଣ୍ଡସରା ନାଳ: ଦୁର୍ଦ୍ଦଶାରେ ଚାଷୀ

ରସୁଲପୁର, ୧୧।୬(ଡି.ଏନ୍‌.ଏ.): କୃଷି ଓ କୃଷକର ଉନ୍ନତି ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି। ଏଥିଲାଗି ବିପୁଳ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ କରାଯାଉଥିଲେ ବି କେତେକ ସ୍ଥାନରେ ଏହାର ଠିକ୍‌ ଭାବେ ବିନିଯୋଗ କରାଯାଉନି। ଏଥିଯୋଗୁ ଚାଷ କାର୍ଯ୍ୟ ପ୍ରଭାବିତ ହେଉଥିବା ବେଳେ ଚାଷୀଙ୍କ ସମସ୍ୟା ବି ସୁଧୁରୁନି। ଯାଜପୁର ଜିଲା ରସୁଲପୁର ବ୍ଲକ ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ଆସିଛି। ଚାଷ ଜମିରୁ ଉଦ୍‌ବୃତ୍ତ ବର୍ଷା ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ଦୀର୍ଘ ୧୦ବର୍ଷ ହେବ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ରସୁଲପୁର ବ୍ଲକ ଅଧୀନ ଶ୍ରୀବନ୍ତପୁର ଓ ଜାବରା ପଞ୍ଚାୟତର ବରହମପୁର, ଭଗଭଗବନା, ଜେନାପୁର, ଭଣ୍ଡାରିପଡା, କାଣ୍ଡସରା, ବାର୍ଲାଙ୍ଗି, ବାଉଁଶଅଂଟା, ସାରଙ୍ଗପୁର, ଭଗିରଥପୁର, ଡାଆଁଣୀବର, ବାଗଡିଆଁ, ଦିଆନଚକ, ଶୁକଦେଇପୁର ଓ ମାନପୁର ଗ୍ରାମର ୧୦୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କର ପ୍ରାୟ ୭ଶହ ଏକର ଜମି ବରହମପୁର, ମରାଗାଡିଆ, କାଳିମାଗଡା, କାକୁଡିଆ ଆଦି ପାଟରେ ରହିଛି। କଣ୍ଡସରା ନାଳ ଦେଇ ସେହି ଚାଷଜମିରୁ ବର୍ଷାଜଳ ନିଷ୍କାସିତ ହୋଇଥାଏ। ଏଥିସହ ଗାଁ ଗଣ୍ଡା ଓ ଢ଼ିପ ଜମିରୁ ଆସୁଥିବା ବର୍ଷା ଜଳ ଏହି ନାଳ ଦେଇ ନିଷ୍କାସିତ ହୋଇ ଦୁଧେଇ କେନାଲରେ ପ୍ରବେଶ କରେ। କିନ୍ତୁ ନାଳ କ୍ରମଶଃ ପୋତି ହୋଇଗଲାଣି। ନାଳ ଭିତରେ ଗଛ, ଲତା ଓ ଦଳ ଭର୍ତ୍ତି ହୋଇଥିବା ବେଳେ ଏହାର ପୁନରୁଦ୍ଧାର କରାଯାଉନାହିଁ। ଏହାଛଡା ନାଳ ଉପରେ ନିର୍ମିତ କଲଭର୍ଟରେ ନିର୍ମାଣଗତ ତ୍ରୁଟି ଯୋଗୁ ନାଳ ସଙ୍କୁଚିତ ହୋଇଯିବା ସହ ସେହି ସ୍ଥାନରେ ବର୍ଷାଜଳ ଜମି ରହୁଛି। ଫଳରେ ଶହ ଶହ ଏକ ଚାଷଜମି ବର୍ଷା ପାଣିରେ ବୁଡ଼ି ରହୁଛି। ଖରିଫ ଋତୁରେ ଦୀର୍ଘ ମିଆଦି ଧାନ ବୁଣିବା ପରେ ବର୍ଷାଜଳରେ ଧାନ ଶସ୍ୟ ବୁଡ଼ି ରହୁଥିବାରୁ ତାହା ଅମଳ ହୋଇପାରୁନାହିଁ। ଢିପ ଜମିରେ କେବଳ ବିଆଳି ଧାନ ଚାଷ ହେଉଥିବା ବେଳେ ମାଟିର ଆଦ୍ରତା କମୁ ନ ଥିବାରୁ ରବି ଋତୁରେ ପନିପରିବା ଚାଷ ଓ ଲାଭଜନକ ଫସଲ ଭାବରେ ଜଣା ବାଦାମ ଆଦୌ ଚାଷ ହୋଇପାରୁନାହିଁ। ଏଥିଯୋଗୁ ପ୍ରତିବର୍ଷ ୪୦୦ଏକରରୁ ଊର୍ଦ୍ଧ୍ୱ ଚାଷ ଜମି ପଡ଼ିଆ ପଡୁଛି। ଏ ନେଇ ଅନେକ ଥର ଅଭିଯୋଗ କରିବା ପରେ ବି କିଛି ସୁଫଳ ମିଳି ନ ଥିବା ଚାଷୀମାନେ କହିଛନ୍ତି। ନିର୍ବାଚନ ବେଳେ ନେତାମାନେ ଆସି ସମସ୍ୟା ବୁଝିବା ସହ ସମାଧାନ କରିବାକୁ ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ ପରେ ଆଉ ସେମାନଙ୍କ ଦେଖା ମିଳେନି ବୋଲି ଦୁର୍ଯ୍ୟୋଧନ ସାମଲ, ଗଙ୍ଗାଧର ସାମଲ, ପଞ୍ଚାନନ ଜେନା, ଈଶ୍ୱର ସାମଲ, ନୀଳମଣି ସାମଲ, ସୂର୍ଯ୍ୟମଣୀ ସାମଲ, ଅରୁଣ ମଲିକ, ପ୍ରଫୁଲ ମିଲିକ, ପବିତ୍ର ନାୟକ, ଭାଗୀରଥି ମଲିକ, ଅଜୟ ମଲିକ, ଗୌରାଙ୍ଗ ସାମଲ, ବାବାଜୀ ମଲିକ, ବିଷ୍ଣୁ ସାମଲ ପ୍ରମୁଖ ଚାଷୀ ଅଭିଯୋଗ କରିଛନ୍ତି। ରବି ଫସଲ ପୂର୍ବରୁ ଉକ୍ତ ନାଳର ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଏହା କରା ନ ଗଲେ ଚାଷୀମାନେ ଅନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri