ପୁନରୁଦ୍ଧାର ହେଉନି କଣ୍ଡସରା ନାଳ: ଦୁର୍ଦ୍ଦଶାରେ ଚାଷୀ

ରସୁଲପୁର, ୧୧।୬(ଡି.ଏନ୍‌.ଏ.): କୃଷି ଓ କୃଷକର ଉନ୍ନତି ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି। ଏଥିଲାଗି ବିପୁଳ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ କରାଯାଉଥିଲେ ବି କେତେକ ସ୍ଥାନରେ ଏହାର ଠିକ୍‌ ଭାବେ ବିନିଯୋଗ କରାଯାଉନି। ଏଥିଯୋଗୁ ଚାଷ କାର୍ଯ୍ୟ ପ୍ରଭାବିତ ହେଉଥିବା ବେଳେ ଚାଷୀଙ୍କ ସମସ୍ୟା ବି ସୁଧୁରୁନି। ଯାଜପୁର ଜିଲା ରସୁଲପୁର ବ୍ଲକ ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ଆସିଛି। ଚାଷ ଜମିରୁ ଉଦ୍‌ବୃତ୍ତ ବର୍ଷା ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ଦୀର୍ଘ ୧୦ବର୍ଷ ହେବ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ରସୁଲପୁର ବ୍ଲକ ଅଧୀନ ଶ୍ରୀବନ୍ତପୁର ଓ ଜାବରା ପଞ୍ଚାୟତର ବରହମପୁର, ଭଗଭଗବନା, ଜେନାପୁର, ଭଣ୍ଡାରିପଡା, କାଣ୍ଡସରା, ବାର୍ଲାଙ୍ଗି, ବାଉଁଶଅଂଟା, ସାରଙ୍ଗପୁର, ଭଗିରଥପୁର, ଡାଆଁଣୀବର, ବାଗଡିଆଁ, ଦିଆନଚକ, ଶୁକଦେଇପୁର ଓ ମାନପୁର ଗ୍ରାମର ୧୦୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କର ପ୍ରାୟ ୭ଶହ ଏକର ଜମି ବରହମପୁର, ମରାଗାଡିଆ, କାଳିମାଗଡା, କାକୁଡିଆ ଆଦି ପାଟରେ ରହିଛି। କଣ୍ଡସରା ନାଳ ଦେଇ ସେହି ଚାଷଜମିରୁ ବର୍ଷାଜଳ ନିଷ୍କାସିତ ହୋଇଥାଏ। ଏଥିସହ ଗାଁ ଗଣ୍ଡା ଓ ଢ଼ିପ ଜମିରୁ ଆସୁଥିବା ବର୍ଷା ଜଳ ଏହି ନାଳ ଦେଇ ନିଷ୍କାସିତ ହୋଇ ଦୁଧେଇ କେନାଲରେ ପ୍ରବେଶ କରେ। କିନ୍ତୁ ନାଳ କ୍ରମଶଃ ପୋତି ହୋଇଗଲାଣି। ନାଳ ଭିତରେ ଗଛ, ଲତା ଓ ଦଳ ଭର୍ତ୍ତି ହୋଇଥିବା ବେଳେ ଏହାର ପୁନରୁଦ୍ଧାର କରାଯାଉନାହିଁ। ଏହାଛଡା ନାଳ ଉପରେ ନିର୍ମିତ କଲଭର୍ଟରେ ନିର୍ମାଣଗତ ତ୍ରୁଟି ଯୋଗୁ ନାଳ ସଙ୍କୁଚିତ ହୋଇଯିବା ସହ ସେହି ସ୍ଥାନରେ ବର୍ଷାଜଳ ଜମି ରହୁଛି। ଫଳରେ ଶହ ଶହ ଏକ ଚାଷଜମି ବର୍ଷା ପାଣିରେ ବୁଡ଼ି ରହୁଛି। ଖରିଫ ଋତୁରେ ଦୀର୍ଘ ମିଆଦି ଧାନ ବୁଣିବା ପରେ ବର୍ଷାଜଳରେ ଧାନ ଶସ୍ୟ ବୁଡ଼ି ରହୁଥିବାରୁ ତାହା ଅମଳ ହୋଇପାରୁନାହିଁ। ଢିପ ଜମିରେ କେବଳ ବିଆଳି ଧାନ ଚାଷ ହେଉଥିବା ବେଳେ ମାଟିର ଆଦ୍ରତା କମୁ ନ ଥିବାରୁ ରବି ଋତୁରେ ପନିପରିବା ଚାଷ ଓ ଲାଭଜନକ ଫସଲ ଭାବରେ ଜଣା ବାଦାମ ଆଦୌ ଚାଷ ହୋଇପାରୁନାହିଁ। ଏଥିଯୋଗୁ ପ୍ରତିବର୍ଷ ୪୦୦ଏକରରୁ ଊର୍ଦ୍ଧ୍ୱ ଚାଷ ଜମି ପଡ଼ିଆ ପଡୁଛି। ଏ ନେଇ ଅନେକ ଥର ଅଭିଯୋଗ କରିବା ପରେ ବି କିଛି ସୁଫଳ ମିଳି ନ ଥିବା ଚାଷୀମାନେ କହିଛନ୍ତି। ନିର୍ବାଚନ ବେଳେ ନେତାମାନେ ଆସି ସମସ୍ୟା ବୁଝିବା ସହ ସମାଧାନ କରିବାକୁ ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ ପରେ ଆଉ ସେମାନଙ୍କ ଦେଖା ମିଳେନି ବୋଲି ଦୁର୍ଯ୍ୟୋଧନ ସାମଲ, ଗଙ୍ଗାଧର ସାମଲ, ପଞ୍ଚାନନ ଜେନା, ଈଶ୍ୱର ସାମଲ, ନୀଳମଣି ସାମଲ, ସୂର୍ଯ୍ୟମଣୀ ସାମଲ, ଅରୁଣ ମଲିକ, ପ୍ରଫୁଲ ମିଲିକ, ପବିତ୍ର ନାୟକ, ଭାଗୀରଥି ମଲିକ, ଅଜୟ ମଲିକ, ଗୌରାଙ୍ଗ ସାମଲ, ବାବାଜୀ ମଲିକ, ବିଷ୍ଣୁ ସାମଲ ପ୍ରମୁଖ ଚାଷୀ ଅଭିଯୋଗ କରିଛନ୍ତି। ରବି ଫସଲ ପୂର୍ବରୁ ଉକ୍ତ ନାଳର ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଏହା କରା ନ ଗଲେ ଚାଷୀମାନେ ଅନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri