Posted inଖେଳ

ପୁଣି ହାର୍ଦ୍ଦିକ୍‌-ଉର୍ବଶୀ ଲିଙ୍କ୍‌ଅପ୍‌

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ୍‌ ନାୟିକା ଉର୍ବଶୀ ରୌଟେଲା। ସୋସିଆଲ୍‌ ମିଡିଆରେ ଲୋକେ ତାଙ୍କୁ ଲୋକପ୍ରିୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ପୁଣି ଯୋଡ଼ିବା ଆରମ୍ଭ କରିଦେଇଛନ୍ତି। ଉର୍ବଶୀ ନିଜ ପୋଷା କୁକୁର ସହ ଏକ ଫଟୋ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ, ଯାହାକୁ ନେଇ ଏତେ ଚର୍ଚ୍ଚା ଆରମ୍ଭ ହୋଇଛି।
ପୋଷା କୁକୁର ସହ ଉର୍ବଶୀଙ୍କ ଫଟୋ ବେଶ ସୁନ୍ଦର ଲାଗୁୁଛି। ଏହାକୁ ଫ୍ୟାନ୍‌ମାନେ ପସନ୍ଦ ମଧ୍ୟ କରୁଛନ୍ତି। ତେବେ କୁକୁର ସହ ଉର୍ବଶୀଙ୍କ ଫଟୋ ପୋଜ୍‌ ଏକଦମ୍‌ ହାର୍ଦ୍ଦିକଙ୍କ ପୋଜ୍‌ ଭଳି ହୋଇଛି। କନ୍‌ଫ୍ୟୁଜ୍‌ ହେଉଛନ୍ତି କି ! ପ୍ରକୃତରେ ଉର୍ବଶୀଙ୍କ ପୂର୍ବରୁ ହାର୍ଦ୍ଦିକ ମଧ୍ୟ ନିଜ କୁକୁର ସହ ସମାନ ପୋଜ୍‌ ଦେଇ ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଉଭୟଙ୍କ ପୋଜ୍‌ ପ୍ରାୟ ସମାନ ଥିବାରୁ ଲୋକେ ଏମାନଙ୍କୁ ଚିଡ଼ାଇବା ଆରମ୍ଭ କରିଦେଇଛନ୍ତି। ଉର୍ବଶୀଙ୍କୁ ହାର୍ଦ୍ଦିକ୍‌ ଉପହାରରେ ଏହି କୁକୁରଟିକୁ ଦେଇଥିବା ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହେଉଛି। ତେବେ କିଛିଦିନ ପୂର୍ବରୁ ଉର୍ବଶୀ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ହାର୍ଦ୍ଦିକଙ୍କ ସହ ତାଙ୍କ ଲିଙ୍କ୍‌ଅପ୍‌ ନ କରିବାକୁ ଲୋକଙ୍କୁ କହିଥିଲେ। ଏହାସହ ଗଣମାଧ୍ୟମକୁ ମଧ୍ୟ ଉଭୟଙ୍କୁ ନେଇ କୌଣସି ଖବର ପ୍ରସାରଣ ନ କରିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ, ଏଭଳି ଗୁଜବ ପ୍ରସାରଣ କରନ୍ତୁ ନାହିଁ। ମୋର ମଧ୍ୟ ପରିବାର ଅଛି, ମୋତେ ମଧ୍ୟ ଉତ୍ତର ରଖିବାକୁ ପଡ଼ିଥାଏ। ଏଭଳି ଗୁଜବ ଦ୍ୱାରା ମୋତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଉର୍ବଶୀ କହିଥିଲେ।
ଏଠାରେ କହିରଖୁଛୁ ଯେ, ୨୦୧୮ରେ ହାର୍ଦ୍ଦିକ-ଉର୍ବଶୀଙ୍କ ରିଲେସନଶିପ୍‌ ଖୁବ୍‌ ଚର୍ଚ୍ଚା ସାଉଁଟିଥିଲା। ଉଭୟ ସୋସିଆଲ ମିଡିଆରେ ମଧ୍ୟ ପରସ୍ପରକୁ ପୋଷ୍ଟରେ କମେଣ୍ଟ ଦେଉଥିଲେ। ସେମାନଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳିଥିଲା। କିନ୍ତୁ ପରେ ଉର୍ବଶୀଙ୍କ ଏଭଳି ପୋଷ୍ଟରୁ ଜଣାପଡ଼ୁଛି ସେମାନେ ଆଉ ଡେଟ୍‌ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ଦ୍ୱିତୀୟ କ୍ରିକେଟର୍‌ ଭାବେ ଏମିତି କାରନାମା କଲେ ଗ୍ୟାରି

ହରାରେ,୮।୨: ୱେଷ୍ଟଇଣ୍ଡିଜ ଏବଂ ଜିମ୍ବାୱେ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଗ୍ୟାରି ବାଲାନ୍ସ ଇତିହାସ ସୃଷ୍ଟି କରିଛନ୍ତି। ଜିମ୍ବାୱେ ପାଇଁ ପାଞ୍ଚ ନମ୍ବରରେ ବ୍ୟାଟିଂ...

ଚେସ୍‌ ଖେଳୁଛନ୍ତି ପନ୍ତ

ନୂଆଦିଲ୍ଲୀ,୭।୩: କାର ଦୁର୍ଘଟଣା ପରେ ଭାରତର ଷ୍ଟାର ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ରିଷଭ ଅନ୍ତର୍ଜାତୀୟ କ୍ରିକେଟ୍‌ଠାରୁ ଦୂରରେ ଅଛନ୍ତି। ତାଙ୍କୁ କ୍ରିକେଟ୍‌ ଜଗତକୁ ଫେରିବା ପାଇଁ ଆହୁରି...

ଦିନିକିଆରେ କୋହଲି ନୁହେଁ, ସଚିନ ଗମ୍ଭୀରଙ୍କ ପସନ୍ଦ

ମୁମ୍ବାଇ,୨୧।୫(ପି.ଟି.): ଦିନିକିଆ ଫର୍ମାଟ ଦୃଷ୍ଟିକୋଣରୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଅପେକ୍ଷା କ୍ରିକେଟ ଆଇକନ ସଚିନ ତେନ୍ଦୁଲଙ୍କରଙ୍କୁ ପସନ୍ଦ କରିଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର।...

ଭୋକିଲା ପିଲାଙ୍କୁ ପଡିଆରେ ଖାଦ୍ୟ ଖୁଆଇ ଚର୍ଚ୍ଚାରେ କ୍ରିକେଟର

ସାଧାରଣତଃ ନିଜ ପ୍ରଦର୍ଶନ ଜରିଆରେ ଖେଳାଳିମାନେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି। କିନ୍ତୁ ଭାରତର ବାମହାତୀ ସ୍ପିନ୍‌ ବୋଲର ଇକବାଲ୍‌ ଅବଦୁଲ୍ଲା ଏକ ମହତ କାମ କରି...

ଚାରି ମାସରେ ବଦଳିଗଲା ଭାଗ୍ୟ! ଆଇପିଏଲ-ଟି ୨୦ ପରେ ଏବେ ଜାତୀୟ ଦଳରେ ଡେବ୍ୟୁ କଲେ ଏହି ଧୂରନ୍ଧର

ପର୍ଲ,୧୯।୧: ମଧ୍ୟପ୍ରଦେଶ ପାଇଁ ଘରୋଇ କ୍ରିକେଟ ଖେଳି ଆସୁଥିବା ଭେଙ୍କଟେଶ ଆୟାରଙ୍କ ଭାଗ୍ୟ ବଦଳିଛି। ଗତ ବର୍ଷ ୟୁଏଇରେ ଆୟୋଜିତ ହୋଇଥିବା ଆଇପିଏଲ୍‌-୧୪ର ଦ୍ୱିତୀୟ ସଂସ୍କରଣ...

ବିରାଟ କୋହଲିଙ୍କ ଏହି କାମ ଦେଖି ଅନୁଷ୍କାଙ୍କ ଆଖିରେ ଆସିଯାଇଥିଲା ଲୁହ

ଲଣ୍ଡନ,୧୬।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଚାରି ମାସର...

ବୁମ୍‌ରାଙ୍କୁ ୫ ଉଇକେଟ୍‌ ସଫଳତା

ମୁମ୍ବାଇ, ୯।୫: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ପ୍ରଥମ ଥରପାଇଁ ୫ ଉଇକେଟ୍‌ ସଫଳତା ପାଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା।...

ତ୍ରିଶତକରୁ ୨ଟି ଛକା ଦୂରରେ ଧୋନୀ

ଦୁବାଇ, ୨୫।୯: ଚଳିତ ଆଇପିଏଲ୍‌ର ୭ମ ମୁକାବିଲାରେ ଶୁକ୍ରବାର ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପର ସାମ୍ନାସାମ୍ନି ହେବେ। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ...

Advertisement
Archives

Model This Week