Advertisement
Posted inଜାତୀୟ

ପୁଣି ବିବାଦ ଘେରରେ ଜେଏନ୍‌ୟୁ: ହଷ୍ଟେଲ ଫି’ ବିରୋଧରେ ଛାତ୍ରଙ୍କ ଆନ୍ଦୋଳନ, କ୍ୟାମ୍ପସ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୪।୧୧: ଜବାହାରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ)ରେ ବିବାଦ ଥମିବାରେ ନାଁ ନେଉନି। ଗତ କିଛି ଦିନରୁ ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଜେଏନ୍‌ୟୁ ଛାତ୍ରମାନେ ଆନ୍ଦୋଳନ କରିଆସୁଛନ୍ତି। ସୋମବାର ମଧ୍ୟ ଛାତ୍ରମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୁରକ୍ଷାକୁ ନଜରରେ ରଖି ସୋମବାର କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସିଆରପିଏଫ୍‌ ଓ ଅର୍ଦ୍ଧସାମରିକ ବାହିନୀକୁ ମୁତୟନ କରାଯାଇଛି। ତେବେ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କୁଳାଧିପତିଙ୍କ ବିରୋଧରେ ନିଖୋଜ ହେବା ନେଇ ଏକ ରିପୋର୍ଟ ବସନ୍ତ କୁଞ୍ଜ ଥାନାରେ ଅଭିଯୋଗ କରିବାକୁ ଯାଉଥିଲେ। ସେହି ସମୟରେ ମୁତୟନ ହୋଇଥିବା ସିଆରପିଏଫ୍‌ ଓ ଦିଲ୍ଲୀ ପୋଲିସ ସେମାନଙ୍କୁ ଅଟକାଇ ଦେଇଥିଲେ। ଏହାପରେ ଛାତ୍ରମାନେ କ୍ୟାମ୍ପସ୍‌ ଭିତରେ ହିଁ ବିରୋଧ ପ୍ରଦର୍ଶନ କରୁଥିବା ଜଣାପଡ଼ିଛି। ଏହି ପ୍ରଦର୍ଶନରେ ଏଭିବିପି ବି ସାମିଲ ହୋଇଛି। ଅନ୍ୟପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜେଏନ୍‌ୟୁ ପ୍ରଶାସନ। ସେ କହିଛନ୍ତି, ନିୟମ ବିରୋଧରେ ଏହି ଆନ୍ଦୋଳନ କରାଯାଉଛି। ଏହି ନିୟମ ୧୪ବର୍ଷରୁ ଲାଗୁ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଜୈନରେ ରାହୁଲ, ମହାକାଳେଶ୍ୱରଙ୍କୁ କରିବେ ଦର୍ଶନ

ଭୋପାଳ,୨୯।୧୧: ଗୋଟିଏ ପଟେ ଗୁଜୁରାଟ ବିଧାନସଭା ନିର୍ବାଚନ ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କଂଗ୍ରେସ ପାଇଁ ରାଜନୈତିକ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି। ତେବେ ସୋମବାର...

ବାଲ୍ୟବିବାହ କରିଥିବା ୩ ଭଉଣୀଙ୍କ ସମେତ ୫ ଜଣଙ୍କୁ ହତ୍ୟା

ଜୟପୁର,୨୯।୫: ରାଜସ୍ଥାନ ଜୟପୁର ଜିଲାର ଡୁଡୁ ସହରରେ ଥିବା ଏକ କୂଅରୁ ୩ ମହିଳା ଓ ୨ ଶିଶୁଙ୍କ ମୃତଦେହ ମିଳିଛି। ସେମାନଙ୍କୁ ଯୌତୁକ ପାଇଁ...

ତାମିଲନାଡୁରେ ଆରମ୍ଭ ହେଲା ‘ଫନୀ’ର ପ୍ରଭାବ

ଚେନ୍ନାଇ,୨।୫: ବତ୍ୟା ‘ଫନୀ’ ଏବେ ଉଗ୍ରରୂପ ନେଇ ଉପକୂଳ ମୁହାଁ। ଗୁରୁବାର ସକାଳେ ଏହାର ସାମନ୍ୟ ପ୍ରଭାବ ଆନ୍ଧ୍ର ପ୍ରଦେଶରେ ଦେଖିବାକୁ ମିଳିଛି। ଫଳରେ ନ୍ୟାଶନାଲ...

ହସ୍ପିଟାଲରେ ଭର୍ତ୍ତି ହେଲେ ହରିୟାଣା ମୁଖ୍ୟମନ୍ତ୍ରୀ

ଶିମ୍‌ଲା,୧୪।୧୧-ନିଃଶ୍ବାସ ନେବାରେ ଅସୁବିଧା ହେବାରୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଶନିବାର ଶିମ୍‌ଲାସ୍ଥିତ ଆଇଜିଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖଟ୍ଟର ବର୍ତ୍ତମାନ ହିମାଚଳ ପ୍ରଦେଶ...

ଭାରତରେ ପହଞ୍ଚିଲେ ୮ ଚିତା

ଭୋପାଳ,୧୭।୯: ଅପେକ୍ଷାର ଅନ୍ତ ଘଟିଛି। ବିଲୁପ୍ତ ହୋଇଥିବା ଚିତା ବାଘ ପୁଣି ଭାରତକୁ ଫେରିଛି। ପ୍ରଥମ ପର୍ଯ୍ୟାୟରେ ନାମିବିୟାରୁ ସ୍ବତନ୍ତ୍ର ବିମାନ ଯୋଗେ ଆସୁଥିବା ୮ଟି...

କୋଭିଡ୍‌ କଟକଣା କୋହଳ କର: କେନ୍ଦ୍ର

ନୂଆଦିଲ୍ଳୀ, ୧୭।୨: ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। କିଛି ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣରେ ଥିଲାବେଳେ କେତେକ ରାଜ୍ୟରେ ମାମଲାରେ ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହେଉଛି।...

ସର୍ବଦଳୀୟ ବୈଠକ ଡାକିଲେ ମୋଦି: ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଉପରେ ହେବ ଚର୍ଚ୍ଚା

ନୂଆଦିଲ୍ଲୀ, ୧୬।୬: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ମୁଦ୍ଦାକୁ ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୁନ୍‌ ୧୯ତାରିଖରେ ସଂସଦ ଭବନରେ ହେବାକୁ...

ମହାରାଷ୍ଟ୍ରରେ ୩ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ମୁମ୍ବାଇ,୧୬।୪: ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୫ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ପୂର୍ବଦିନ ଅପେକ୍ଷା ଏହା ସାମନ୍ୟ କମ ବୋଲି କୁହାଯାଉଛି।...

Advertisement
Archives

Model This Week