ପୁଣି ଜୋର୍‌ ଧରିଲା ଏସ୍‌ଆଇଏ ସର୍ଭେ

ପୁରୀ ଅଫିସ,୧୧ା୧୦ : ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ସାମାଜିକ ପ୍ରଭାବ ନିର୍ଦ୍ଧାରଣ (ଏସ୍‌ଆଇଏ) ସର୍ଭେ। ଉପଜିଲାପାଳ ଭବତାରଣ ସାହୁ ଏବଂ ୫ ଶିକ୍ଷାନବିସ ଆଇଏଏସ୍‌ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ୫ ଟିମ୍‌ ଏହି ସର୍ଭେ କରୁଛନ୍ତି। ଦଶହରା ଛୁଟି ଯୋଗୁ ୩ଦିନ ସର୍ଭେ ବନ୍ଦ ରହିଥିବାବେଳେ ଏବେ ପୁଣି ଜୋର୍‌ଦାର ହୋଇଛି। ପ୍ରତ୍ୟେକ ଟିମ୍‌ ବିସ୍ଥାପିତ ହେବାକୁ ଥିବା ପରିବାରକୁ ଯାଇ ସବିଶେଷ ତଥ୍ୟ ସଂଗ୍ରହ କରୁଛନ୍ତି। ଏଥିସହ ସମ୍ପୃକ୍ତ ଘରର ଜମି ଏବଂ କୋଠାର ମାପଚୁପ ମଧ୍ୟ କରୁଛନ୍ତି। ଗୁରୁବାର ବିଭିନ୍ନ ମଠର ସର୍ଭେ କରାଯାଇଛି। ତେବେ ସର୍ଭେ ପାଇଁ ଧାର୍ଯ୍ୟ ସମୟ ଯେତେ ପାଖେଇ ଆସୁଛି ୧୦ ପ୍ରତିଶତ ଅଧିକ ସହାୟତା ରାଶି ନେବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ସେତେ ବୃଦ୍ଧି ପାଉଛି। ସର୍ଭେ ଶେଷ ହେବାକୁ ଆଉ ୧୩ ଦିନ ବାକି ଥିବାବେଳେ ଗୁରୁବାର ସୁଦ୍ଧା ୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ନେବାକୁ ୩୦ଟି ଆବେଦନ କରାଯାଇଛି।

ମେଘନାଦ ପାଚେରିଠାରୁ ୭୫ମିଟର ମଧ୍ୟରେ ଥିବା ମଠ, ମନ୍ଦିର, ଦୋକାନ, ଲଜ୍‌, ବାସଗୃହର ସର୍ଭେ କରାଯାଉଛି। ଗୁରୁବାର ପୂର୍ବାହ୍ନରେ ସର୍ଭେ ଟିମ୍‌ ପଶ୍ଚିମ ଦ୍ୱାରର ବାସେଳି ସାହି ମୌଜା, ଦକ୍ଷିଣଦ୍ୱାର ବରାହୀ ଲେନ୍‌ ଆଦି ସର୍ଭେ କରିଥିଲେ। ସେମାନେ ଘରକୁ ଘର ବୁଲି ଲୋକଙ୍କ ସହ କଥା ହୋଇଥିଲେ। ଦକ୍ଷିଣ ପାର୍ଶ୍ୱ ମଠରେ ମଧ୍ୟ ସର୍ଭେ ଦଳ ମଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପୁନଶ୍ଚ ଶୁକ୍ରବାର ଆସିବେ କହି ସେମାନେ ଫେରିଯାଇଥିଲେ। ଗତମାସ ୨୪ତାରିଖରେ ଏସ୍‌ଆଇଏ ସର୍ଭେ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ମାସକ ମଧ୍ୟରେ ଏହା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପକ୍ଷରେ ଜମି ଅଧିଗ୍ରହଣ ବିଜ୍ଞପ୍ତିର ଏକମାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କ ସଂଖ୍ୟା ବଢୁଛି। ତେଣୁ ସର୍ଭେ ଟିମ୍‌ ଅଗ୍ରାଧିକାର ଭିତ୍ତିରେ ଏମାନଙ୍କ ଘରକୁ ଯାଇ ସର୍ଭେ କରୁଛନ୍ତି। ଅଧିଗ୍ରହଣ ବିଜ୍ଞପ୍ତିର ଏକମାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କୁ ଶତକଡ଼ା ୧୦ ପ୍ରତିଶତ ଅଧିକ ସହାୟତା ମିଳିବ ବୋଲି ସରକାର ଘୋଷଣା କରିଥିବାରୁ କଣ୍ଟ୍ରୋଲ ରୁମ୍‌କୁ ଆସି ଲୋକେ ଆବେଦନ କରୁଛନ୍ତି। ସୁରକ୍ଷା ଜୋନ୍‌ ଜମି ଅଧିଗ୍ରହଣ ଅଧିକାରୀ କୈଳାସ ଚନ୍ଦ୍ର ନାୟକଙ୍କ ସୂଚନା ମୁତାବକ, ପ୍ରାୟ ୧୫ ଏକର ଜମି ଅଧିଗ୍ରହଣ କରାଯିବ। ଜମିର ମୂଲ୍ୟ ଏକର ପିଛା ୫ କୋଟି ୮୮ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି। ଗୁରୁବାର ସୁଦ୍ଧା ୧୦୭ ପରିବାରର ତଥ୍ୟ ସଂଗ୍ରହ କରାଯାଇଛି। ଏଥିମଧ୍ୟରେ ବାସେଳିସାହି ମୌଜାରୁ ସର୍ବାଧିକ ୫୦ ପରିବାର ଥିବାବେଳେ ମଣିକର୍ଣ୍ଣିକା ସାହି ମୌଜାର ୩୦, ଚୁଡ଼ଙ୍ଗସାହି ମୌଜାର ୧୦ ଏବଂ ଦୋଳମଣ୍ଡପ ସାହି ମୌଜାର ୯ ପରିବାର ରହିଛନ୍ତି। ଏହି ଜୋନ ମଧ୍ୟରେ ମୋଟ ୩୪୨ଟି ପ୍ଲଟ ରହିଛି। ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୨୩ ମଧ୍ୟରେ ଜମି ହସ୍ତାନ୍ତର କରିଥିବା ବ୍ୟକ୍ତିଙ୍କୁ ପ୍ୟାକେଜ ସହିତ ୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ଦେବା ଲାଗି ନିଷ୍ପତ୍ତି ହୋଇଛି। ଏଥିପାଇଁ ୩୦ଟି ଆବେଦନ ପହଞ୍ଚତ୍ଛି। ଲୋକେ ଭୂମି-ଅଧିଗ୍ରହଣ କାର୍ଯ୍ୟାଳୟକୁ ଆସି ସେମାନଙ୍କ ମନରେ ଥିବା ବିଭିନ୍ନ ପ୍ରକାର ସନ୍ଦେହ ଦୂର କରୁଛନ୍ତି ବୋଲି ଜମି ଅଧିଗ୍ରହଣ ଅଧିକାରୀ ନାୟକ କହିଛନ୍ତି। ଗୁରୁବାର ମଣିକର୍ଣ୍ଣିକା ସାହିର ବିଜୟ ସାହୁ ଓ ଅଜୟ ସାହୁ ଭୂମି-ଅଧିଗ୍ରହଣ କାର୍ଯ୍ୟାଳୟକୁ ଆସି ୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ପାଇଁ ଆବେଦନ କରିଥିଲେ। ବିଜୟ କହିଥିଲେ, ଜାଗା ଓ କୋଠାର କ୍ଷତିପୂରଣ ଅର୍ଥ ଆଗୁଆ ମିଳିବ ଏବଂ ପରେ ପୁନର୍ବାସ ଓ ଥଇଥାନ ସହାୟତା ପ୍ରଦାନ କରାଯିବ ବୋଲି ଅଧିକାରୀ କହୁଛନ୍ତି। ଆମ ଘର ଭାଙ୍ଗି ଜାଗା ନେଇଯିବା ପରେ ସହାୟତା ମିଳିବ କି ନାହିଁ ତାହାକୁ ନେଇ ମନରେ ସନ୍ଦେହ ଥିଲା। କିନ୍ତୁ ଜମି ଅଧିଗ୍ରହଣ ଅଧିକାରୀ ପ୍ୟାକେଜ ଏବଂ ପୁନର୍ବାସ ଓ ଥଇଥାନ ସହାୟତା ରାଶି ମିଳିସାରିବା ପରେ ଘର ଭଙ୍ଗାଯିବ ବୋଲି କହିଛନ୍ତି।

: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ସାମାଜିକ ପ୍ରଭାବ ନିର୍ଦ୍ଧାରଣ (ଏସ୍‌ଆଇଏ) ସର୍ଭେ। ଉପଜିଲାପାଳ ଭବତାରଣ ସାହୁ ଏବଂ ୫ ଶିକ୍ଷାନବିସ ଆଇଏଏସ୍‌ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ୫ ଟିମ୍‌ ଏହି ସର୍ଭେ କରୁଛନ୍ତି। ଦଶହରା ଛୁଟି ଯୋଗୁ ୩ଦିନ ସର୍ଭେ ବନ୍ଦ ରହିଥିବାବେଳେ ଏବେ ପୁଣି ଜୋର୍‌ଦାର ହୋଇଛି। ପ୍ରତ୍ୟେକ ଟିମ୍‌ ବିସ୍ଥାପିତ ହେବାକୁ ଥିବା ପରିବାରକୁ ଯାଇ ସବିଶେଷ ତଥ୍ୟ ସଂଗ୍ରହ କରୁଛନ୍ତି। ଏଥିସହ ସମ୍ପୃକ୍ତ ଘରର ଜମି ଏବଂ କୋଠାର ମାପଚୁପ ମଧ୍ୟ କରୁଛନ୍ତି। ଗୁରୁବାର ବିଭିନ୍ନ ମଠର ସର୍ଭେ କରାଯାଇଛି। ତେବେ ସର୍ଭେ ପାଇଁ ଧାର୍ଯ୍ୟ ସମୟ ଯେତେ ପାଖେଇ ଆସୁଛି ୧୦ ପ୍ରତିଶତ ଅଧିକ ସହାୟତା ରାଶି ନେବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ସେତେ ବୃଦ୍ଧି ପାଉଛି। ସର୍ଭେ ଶେଷ ହେବାକୁ ଆଉ ୧୩ ଦିନ ବାକି ଥିବାବେଳେ ଗୁରୁବାର ସୁଦ୍ଧା ୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ନେବାକୁ ୩୦ଟି ଆବେଦନ କରାଯାଇଛି।
ମେଘନାଦ ପାଚେରିଠାରୁ ୭୫ମିଟର ମଧ୍ୟରେ ଥିବା ମଠ, ମନ୍ଦିର, ଦୋକାନ, ଲଜ୍‌, ବାସଗୃହର ସର୍ଭେ କରାଯାଉଛି। ଗୁରୁବାର ପୂର୍ବାହ୍ନରେ ସର୍ଭେ ଟିମ୍‌ ପଶ୍ଚିମ ଦ୍ୱାରର ବାସେଳି ସାହି ମୌଜା, ଦକ୍ଷିଣଦ୍ୱାର ବରାହୀ ଲେନ୍‌ ଆଦି ସର୍ଭେ କରିଥିଲେ। ସେମାନେ ଘରକୁ ଘର ବୁଲି ଲୋକଙ୍କ ସହ କଥା ହୋଇଥିଲେ। ଦକ୍ଷିଣ ପାର୍ଶ୍ୱ ମଠରେ ମଧ୍ୟ ସର୍ଭେ ଦଳ ମଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପୁନଶ୍ଚ ଶୁକ୍ରବାର ଆସିବେ କହି ସେମାନେ ଫେରିଯାଇଥିଲେ। ଗତମାସ ୨୪ତାରିଖରେ ଏସ୍‌ଆଇଏ ସର୍ଭେ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ମାସକ ମଧ୍ୟରେ ଏହା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପକ୍ଷରେ ଜମି ଅଧିଗ୍ରହଣ ବିଜ୍ଞପ୍ତିର ଏକମାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କ ସଂଖ୍ୟା ବଢୁଛି। ତେଣୁ ସର୍ଭେ ଟିମ୍‌ ଅଗ୍ରାଧିକାର ଭିତ୍ତିରେ ଏମାନଙ୍କ ଘରକୁ ଯାଇ ସର୍ଭେ କରୁଛନ୍ତି। ଅଧିଗ୍ରହଣ ବିଜ୍ଞପ୍ତିର ଏକମାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କୁ ଶତକଡ଼ା ୧୦ ପ୍ରତିଶତ ଅଧିକ ସହାୟତା ମିଳିବ ବୋଲି ସରକାର ଘୋଷଣା କରିଥିବାରୁ କଣ୍ଟ୍ରୋଲ ରୁମ୍‌କୁ ଆସି ଲୋକେ ଆବେଦନ କରୁଛନ୍ତି। ସୁରକ୍ଷା ଜୋନ୍‌ ଜମି ଅଧିଗ୍ରହଣ ଅଧିକାରୀ କୈଳାସ ଚନ୍ଦ୍ର ନାୟକଙ୍କ ସୂଚନା ମୁତାବକ, ପ୍ରାୟ ୧୫ ଏକର ଜମି ଅଧିଗ୍ରହଣ କରାଯିବ। ଜମିର ମୂଲ୍ୟ ଏକର ପିଛା ୫ କୋଟି ୮୮ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି। ଗୁରୁବାର ସୁଦ୍ଧା ୧୦୭ ପରିବାରର ତଥ୍ୟ ସଂଗ୍ରହ କରାଯାଇଛି। ଏଥିମଧ୍ୟରେ ବାସେଳିସାହି ମୌଜାରୁ ସର୍ବାଧିକ ୫୦ ପରିବାର ଥିବାବେଳେ ମଣିକର୍ଣ୍ଣିକା ସାହି ମୌଜାର ୩୦, ଚୁଡ଼ଙ୍ଗସାହି ମୌଜାର ୧୦ ଏବଂ ଦୋଳମଣ୍ଡପ ସାହି ମୌଜାର ୯ ପରିବାର ରହିଛନ୍ତି। ଏହି ଜୋନ ମଧ୍ୟରେ ମୋଟ ୩୪୨ଟି ପ୍ଲଟ ରହିଛି। ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୨୩ ମଧ୍ୟରେ ଜମି ହସ୍ତାନ୍ତର କରିଥିବା ବ୍ୟକ୍ତିଙ୍କୁ ପ୍ୟାକେଜ ସହିତ ୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ଦେବା ଲାଗି ନିଷ୍ପତ୍ତି ହୋଇଛି। ଏଥିପାଇଁ ୩୦ଟି ଆବେଦନ ପହଞ୍ଚତ୍ଛି। ଲୋକେ ଭୂମି-ଅଧିଗ୍ରହଣ କାର୍ଯ୍ୟାଳୟକୁ ଆସି ସେମାନଙ୍କ ମନରେ ଥିବା ବିଭିନ୍ନ ପ୍ରକାର ସନ୍ଦେହ ଦୂର କରୁଛନ୍ତି ବୋଲି ଜମି ଅଧିଗ୍ରହଣ ଅଧିକାରୀ ନାୟକ କହିଛନ୍ତି। ଗୁରୁବାର ମଣିକର୍ଣ୍ଣିକା ସାହିର ବିଜୟ ସାହୁ ଓ ଅଜୟ ସାହୁ ଭୂମି-ଅଧିଗ୍ରହଣ କାର୍ଯ୍ୟାଳୟକୁ ଆସି ୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ପାଇଁ ଆବେଦନ କରିଥିଲେ। ବିଜୟ କହିଥିଲେ, ଜାଗା ଓ କୋଠାର କ୍ଷତିପୂରଣ ଅର୍ଥ ଆଗୁଆ ମିଳିବ ଏବଂ ପରେ ପୁନର୍ବାସ ଓ ଥଇଥାନ ସହାୟତା ପ୍ରଦାନ କରାଯିବ ବୋଲି ଅଧିକାରୀ କହୁଛନ୍ତି। ଆମ ଘର ଭାଙ୍ଗି ଜାଗା ନେଇଯିବା ପରେ ସହାୟତା ମିଳିବ କି ନାହିଁ ତାହାକୁ ନେଇ ମନରେ ସନ୍ଦେହ ଥିଲା। କିନ୍ତୁ ଜମି ଅଧିଗ୍ରହଣ ଅଧିକାରୀ ପ୍ୟାକେଜ ଏବଂ ପୁନର୍ବାସ ଓ ଥଇଥାନ ସହାୟତା ରାଶି ମିଳିସାରିବା ପରେ ଘର ଭଙ୍ଗାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ: ଜିଲାପାଳଙ୍କ ଅଚାନକ ପରିଦର୍ଶନ

କୋରୁକୋଣ୍ଡା,୬।୯(ଡି.ଏନ୍‌.ଏ): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଆହାର ଯୋଜନାରେ ସ୍ବାଦିଷ୍ଟ ଖାଦ୍ୟ ଦିଆଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।...

ଅର୍ଥ ନିଗମକୁ ଚୂନ ଲଗାଇଲେ ଶିଳ୍ପପତି

ସମ୍ବଲପୁର,୧୩ା୧୦(ବ୍ୟୁରୋ): ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟରେ ସରକାର ଅର୍ଥ ନିଗମ ଖୋଲିଥିଲେ। ସେ ସମୟରେ ରାଜନେତା, ପ୍ରତିଷ୍ଠିତ ବ୍ୟବସାୟୀ...

ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ ଯୋଗୁ ବାରମ୍ବାର ଦୁର୍ଘଟଣା

କଣାସ,୨୧।୧୨(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ପ୍ରଗତି ପାଇଁ ରାସ୍ତାଗୁଡ଼ିକୁ ଅଧିକ ପ୍ରଶସ୍ତୀକରଣ କରାଯାଉଥିବାବେଳେ ପୁରୀ ଜିଲା କଣାସ ବ୍ଲକରେ ରାସ୍ତା ପ୍ରଶସ୍ତୀକରଣ...

ବାଘ ଛାଲ , ନଖ ବ୍ୟବସାୟ ବେଳେ ଜଣଙ୍କୁ ଧରିଲା ପୋଲିସ

କେସିଙ୍ଗା,୨୫।୮(ଡି.ଏନ୍‌.ଏ): ଦିନକୁ ଦିନ କଳାହାଣ୍ଡି ଜିଲାରେ ବାଘ ଛାଲ ବ୍ୟବସାୟୀ ସକ୍ରିୟ ହେଉଛନ୍ତି। ଏ ନେଇ ଜଣଙ୍କୁ ଅଟକ ରଖାଯିବା ସହ ତାଙ୍କଠାରୁ ବାଘଛାଲ, ନଖ...

ପାଚିଲା ଧାନ କ୍ଷେତରେ କୋଇଲା ଖଣି ପାଣି: ଅମଳ ଚିନ୍ତାରେ ଚାଷୀ

କଣିହାଁ,୪।୧୨(ଡି.ଏନ.ଏ.)-କଣିହାଁ ବ୍ଲକ ପଥରମୁଣ୍ଡା ଗ୍ରାମର ଅନେକ ଚାଷ ଜମିରେ ଏମ୍‌ସିଏଲ୍‌ର କଣିହାଁ କୋଇଲା ଖଣି ପାଣି ପଶି ଯାଇଥିବା ଅଭିଯୋଗ ହେଉଛି। କୋଇଲା ଖଣି କର୍ତ୍ତୃପକ୍ଷ...

୪ଟି ପର୍ଯ୍ୟାୟରେ ହେବ କଟକ ଦୁର୍ଗାପୂଜା ଭସାଣ

କଟକ ଅଫିସ,୨୬।୧୦-କରୋନା କଟକଣା ଭିତରେ ସାରା ରାଜ୍ୟରେ ପାଳିତ ହୋଇଛି ଦଶହରା। ଆସନ୍ତାକାଲି ଅନୁଷ୍ଠିତ ହେବ ଭସାଣ ଉତ୍ସବ। ଏଥିପାଇଁ କଟକରେ କମିଶନରେଟ ପୋଲିସ ପକ୍ଷରୁ...

ମୋବାଇଲ ଫାଇନାନ୍ସ ଆଳରେ କୋଟିଏରୁ ଊର୍ଦ୍ଧ୍ୱ ଠକେଇ

ଖୋର୍ଦ୍ଧା ଅଫିସ,୨୯ା୭: ମୋବାଇଲ ଫୋନ ଫାଇନାନ୍ସରେ କରାଇ ଦେବାକୁ କହି କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ହୋଇଛି। ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଏଭଳି ଅଭିଯୋଗ...

ରାଜଧାନୀରେ ଯୁବତୀଙ୍କୁ ତଣ୍ଟିଚିପି ହତ୍ୟା

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଆଉ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବତୀଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି। ସୋମବାର ଭରତପୁର ଥାନା ଅନ୍ତର୍ଗତ ତାରିଣୀ ବସ୍ତିର ଏକ...

Advertisement
Archives

Model This Week