ପୁଣି କୂଳ ଲଂଘିଲା ସମୁଦ୍ର

ପୁରୀ ଅଫିସ,୨୩ା୮: ପୁଣି କୂଳ ଲଂଘିଛି ପୁରୀ ସମୁଦ୍ର। ଦେଖାଇଛି ଭୟଙ୍କର ରୂପ। ଗୁରୁବାର ସମୁଦ୍ର ଉଗ୍ର ରୂପ ଧାରଣ କରି ପ୍ରାୟ ୫ଫୁଟ ଗଭୀରରେ ତାଡ଼ି ନେଇଛି ବାଲି। ରାଜଭବନ ପଛ ପାର୍ଶ୍ୱରୁ ମେ ଫେୟାର ହୋଟେଲ ପର୍ଯ୍ୟନ୍ତ ବେଳାଭୂମିରେ ପ୍ରାୟ ୨୦୦ ମିଟର ଲମ୍ବରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ‘ବ୍ଲୁ ଫ୍ଲାଗ ବିଚ୍‌’ ଅଞ୍ଚଳରେ ସମୁଦ୍ର କୂଳ ଖାଇଯିବା ଫଳରେ ବ୍ଲୁ ଫ୍ଲାଗ ବିଚ୍‌ ପ୍ରତି ବିପଦ ସୃଷ୍ଟି ହୋଇଛି। ତେବେ ଏହା ସମୁଦ୍ରର ସ୍ବାଭାବିକ ପ୍ରକ୍ରିୟା। ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ। ଅବକ୍ଷୟ ସ୍ଥାନ ପୁଣି ବାନ୍ଧି ହୋଇଯିବ ବୋଲି କହିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ ଭୂତତ୍ତ୍ବ ବିଜ୍ଞାନ ବିଭାଗର ମୁଖ୍ୟ ଡ. ଦେବାନନ୍ଦ ବେଉରା।
ରାଜଭବନ ପଛପାର୍ଶ୍ୱରୁ ମେ ଫେୟାର ପର୍ଯ୍ୟନ୍ତ ଅଞ୍ଚଳ ‘ବ୍ଲୁ ଫ୍ଲାଗ ବିଚ୍‌’ ମାନ୍ୟତା ପାଇଛି। ବର୍ତ୍ତମାନ ଏଠାରେ ବିଭିନ୍ନ ପ୍ରକାର କାମ ଚାଲିଛି। ଏହି ଚିହ୍ନଟ ଅଞ୍ଚଳରେ ହିଁ ପ୍ରାୟ ୫ ଫୁଟ ଗଭୀରରେ ସମୁଦ୍ର କୂଳ ଖାଇଛି। ଫଳରେ ବ୍ଲୁ ଫ୍ଲାଗ ବେଳାଭୂମିର ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏଥିଯୋଗୁ ପର୍ଯ୍ୟଟକମାନେ ମଧ୍ୟ ଭୟଭୀତ ହୋଇପଡ଼ିିଛନ୍ତି। ଗୁରୁବାର ବେଳାଭୂମିରେ ବୁଲୁଥିବା ପ୍ରଭାକର ସାହୁ କହିଛନ୍ତି, ପୂର୍ବରୁ ସମୁଦ୍ର କୂଳ ଖାଏ। କିନ୍ତୁ ଏତେ ମାତ୍ରାରେ କୂଳ ଖାଇବା ଦେଖି ନ ଥିଲି। ଏହାର କାରଣ ଖୋଜି ବେଳାଭୂମିକୁ ସୁରକ୍ଷା ଦେବା ଲାଗି ପଦକ୍ଷେପ ନିଆଯିବା ଦରକାର। ସମୁଦ୍ରର ଏଭଳି ସ୍ଥିତି ସମ୍ପର୍କରେ ଡ. ବେଉରା କହିଛନ୍ତି, କେବଳ ପୁରୀ ନୁହେଁ, ଓଡ଼ିଶାର ତଟ କ୍ଷୟ ହେଉଛି। ବିଶେଷକରି ପୁରୀ, ଗୋପାଳପୁର, ପାରାଦୀପ, ଏରସମାର ଶିଆଳି, କେନ୍ଦ୍ରାପଡ଼ାର ସାତଭାୟା ଏହିସବୁ ସ୍ଥାନରେ ସମୁଦ୍ର କୂଳ ଖାଉଛି। ପୁରୀ ପାଇଁ ଏହା ନୂଆ କଥା ନୁହେଁ । ପୂର୍ବରୁ ୨୦୦୭ରେ ବଳିଆପଣ୍ଡା ଏବଂ ୨୦୧୬ରେ ସ୍ବର୍ଗଦ୍ୱାର ନିକଟରେ ସମୁଦ୍ର କୂଳ ଖାଇ ରାସ୍ତା ପାଖକୁ ମାଡ଼ି ଆସିଥିଲା। କିଛିଦିନ ତଳେ ସ୍ବର୍ଗଦ୍ୱାର ନିକଟରେ ଉଚ୍ଚ ଢେଉ ଆସି ବେଳାଭୂମିକୁ ଅବକ୍ଷୟ କରିଥିଲା। ଏହାର ବିଭିନ୍ନ କାରଣ ଅଛି। ସାଧାରଣତଃ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ମୌସୁମୀ ଅଧିକ ସକ୍ରିୟ ରହିଥିବାବେଳେ ସମୁଦ୍ରରେ ଉଚ୍ଚ ଜୁଆର ଆସିଥାଏ। ବଡ଼ ବଡ଼ ଢେଉ ଆସି କୂଳରେ ମାଡ଼ ହୁଏ। ତେବେ ପୁରୀ କ୍ଷେତ୍ରରେ ମଙ୍ଗଳା ନଦୀ ମୁହାଣ ସଂକୁଚିତ ହୋଇଯିବା ପ୍ରମୁଖ କାରଣ କୁହାଯାଇପାରେ। କିନ୍ତୁ ଏଥିପାଇଁ ଏତେଟା ଭୟଭୀତ ହେବାର କାରଣ ନାହିଁ। ସମୁଦ୍ରର ଏହା ସ୍ବାଭାବିକ ପ୍ରକ୍ରିୟା ଓ ସମ୍ପୂର୍ଣ୍ଣ ଅସ୍ଥାୟୀ ମଧ୍ୟ। କିନ୍ତୁ ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ତ ସାମୁଦ୍ରିକ ଭୂତାତ୍ତ୍ବିକ ପ୍ରକ୍ରିୟା ଯୋଗୁ ଯେଉଁ ତଟ କ୍ଷୟ ଧୀରେ ଧୀରେ ଘଟୁଛି ତାହା ଭବିଷ୍ୟତ ପାଇଁ ବିପଦ ଆଣିପାରେ, ଯାହା ବିଶ୍ୱର ତଟୀୟ କ୍ଷେତ୍ରରେ ପ୍ରତୀୟମାନ ହେବାରେ ଲାଗିଛି। ବର୍ତ୍ତମାନ ସମୁଦ୍ର ବାନ୍ଧିବା ଅପେକ୍ଷା ଅବକ୍ଷୟ ବେଶି କରୁଛି। ପରବର୍ତ୍ତୀ ସମୟରେ ଏହା ବାନ୍ଧି ଦେବ। ତେବେ ବାସସ୍ଥାନ ଓ ସମୁଦ୍ର ମଧ୍ୟରେ ବଫର ଜୋନ (ସମୁଦ୍ର ଚଳାଚଳ କ୍ଷେତ୍ର) ରହିବା ଦରକାର। ଦ୍ରୁତ ସହରୀକରଣ ଯୋଗୁ ବେଳାଭୂମି କଡ଼କୁ ବାସସ୍ଥାନ ଲାଗି ଗଲାଣି। ସମୁଦ୍ରର ସାମାନ୍ୟ ଅନୁପ୍ରବେଶ ଯୋଗୁ ଆମେ ଭୟଭୀତ ହୋଇପଡୁଛନ୍ତି ବୋଲି ଡ. ବେଉରା ମତବ୍ୟକ୍ତ କରିଛନ୍ତି।
ସୂଚନାଥାଉ କି, ୨୦୧୬ ଅଗଷ୍ଟ ମାସରେ ସ୍ବର୍ଗଦ୍ୱାର ସମ୍ମୁଖରେ ବେଳାଭୂମି କ୍ଷୟ ହୋଇଥିଲା। ପ୍ରାୟ ୨୦୦ ଫୁଟରୁ ଊର୍ଦ୍ଧ୍ୱ କୂଳ ଖାଇଥିଲା। ବେଳାଭୂମି ମାର୍ଗ ପର୍ଯ୍ୟନ୍ତ ସମୁଦ୍ର ଛୁଇଁଥିଲା। ଏହାକୁ ନେଇ ସେତେବେଳେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା। ବିଶେଷଜ୍ଞମାନେ ଆସି ସମୁଦ୍ରର ଏଭଳି ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗର ଉଚ୍ଚ ପଦାଧିକାରୀ ମଧ୍ୟ ଆସି ଦେଖିଥିଲେ। ପରବର୍ତ୍ତୀ ସମୟରେ ସମୁଦ୍ର ପୁଣି ତା’ ପୂର୍ବ ସ୍ଥିତିକୁ ଫେରିଥିଲା। ଗତ ୨ ଓ ୩ତାରିଖରେ ମଧ୍ୟ ସ୍ବର୍ଗଦ୍ୱାର ନିକଟରେ ଉଚ୍ଚ ଜୁଆର ଆସି ବ୍ୟବସାୟୀଙ୍କ ପସରା ଭସାଇ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri