ପୁଓର ଚିକିଛା ଲାଗି ରାଏଜ୍‌ ବାହାରେ ମା’ବାପ୍‌

କଣ୍ଟାମାଳ, ୧୬।୧୦ (ଡି.ଏନ୍‌.ଏ.)- ଟଁକା ପଏସା ଅଭାବୁ ଅନେକ ଲୋକ୍‌ ଜୀବନର ସବୁ ଆଶ୍‌କେ ହରେଇ ଦେସନ୍‌। ଅସମିଆରେ ବୁଧିବାଟ୍‌ ବନା ହେଇଯାଏସି। ହେଲେ କାହାକେ ମଜବୁତ୍‌ କରି ଅସମିଆ ଆଘେ ଠିଆ କରେଇଦେସି ଜୀବନ୍‌ର ଆଶ୍‌। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ ବୌଦ୍ଧ ଜିଲା ସିମିଳିପଦର ଗଁାରେ।
ସୂଚନା ଅନ୍‌ସାରେ ସିମିଳିପଦର ଗଁାର ସୁଦର୍ଶନ ରଣଭଇଁଷା। ପରିବାର କହେଲେ ବୁଢ଼ି ମା’, ମାଏକିନା ମିତା ଆର ପୁଓ ରାହୁଳକୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌ ଆର ଅନୁସୂଚିତ ଜାତିର ଆନ୍‌। ପୁଓ ରାହୁଳ ଗଁାର ସ୍କୁଲରେ ୪ର୍ଥ ଶ୍ରେଣୀରେ ପାଠ୍‌ପଢ଼ୁଛନ୍‌। ହଠାତ୍‌ ଦିନେ ତାକର ପେଟ୍‌ ବଥାଲା। ମା’ବାପ୍‌ ରାହୁଳକେ ସୋନପୁର ଜିଲା ମୁଖିଆ ଡାକ୍‌ତରଖାନା ଆର ପଛେ ବୁର୍ଲା ବଡ଼ ଡାକ୍‌ତରଖାନାକେ ଚିକିଛା ଲାଗି ନେଲେ। ସେଠାନେ ପରୀକ୍ଷା ନିରୀକ୍ଷାରୁ ଜନାଗଲା ଯେ, ରାହୁଳକଁର କିଡ଼୍‌ନୀ ତରେ ପାଏନ୍‌ ଜମିଛେ। ଡାକ୍‌ତର ଇଥିରଲାଗି ଜରୁରୀ ଅପରେଶନ ଦରକାର ବଲି ପରାମଶ ଦେଇଥିଲେ। ହେଲେ ଗରିବ୍‌ ମା’ବାପ୍‌ ରାହୁଳକଁର ଅପରେଶନ ଲାଗି ଗୁଟେ ନର୍ସିଂହୋମରେ ବୁଝାସୁଝା କଲେ। ସେଠାନେ ଜାନବାକେ ପାଏଲେ ଯେ ଅପରେଶନ ଲାଗି ୭୦ ହଜାର ଟଁକା ଖରଚ୍‌ ହେବା। ଇ କଥା ଶୁନ୍‌ଲାରୁ ଗରିବ୍‌ ମା’ବାପ୍‌ର ପାଦ୍‌ ତଲୁ ମାଏଟ୍‌ ଖସ୍‌ରି ଯାଇଥିଲା, ସେମାନେ ଦୁଖ୍‌ରେ ଭାଂଗି ପଡ଼ଲେ। ଅନୁସୂଚିତ ଜାତିର ଇ ପରିବାର ପାସେ ଜମି କହେଲେ ଅଧ୍‌ ଏକର ରହିଛେ। ଦୁଇ ମାଏଝି ମୁନୁଷ ଦିନ ମଜୁରିଆ। ସୁଦର୍ଶନ ବିହାବରୁ ସମିଆରେ ବଜା ବଜେଇ ଭଲ ଦୁଇପଏସା ରୁଜଗାର କରସନ। ହେଲେ ସେ ଟଁକା ପୁଓର ପାଠ୍‌ପଢ଼ା ଆର ବୁଢ଼ି ମା’ର ଉଷୋକଷାକେ ନିଅଁଟ୍‌ ଆଏ। ଏନ୍‌ତାଥି ସୁଦର୍ଶନ ଆର ମିତା ପୁଓର ଚିକିଛାକେ ନେଇ ହତାଶ ହେଇଗଲେ। କେହେନ୍‌ସି ମିତି ସେମାନେ ବାହାରେ ରହୁଥିବାର ଗଁାର ପିଲାକର ସଂଗେ ଯୋଗାଯୋଗ କରି ପ୍ରଶାନ୍ତି ଗ୍ରାମର ସତ୍ୟସାଇ ମେଡିକାଲରେ ପୁହୁଁଚିଗଲେ। ଏହେଦ୍‌କା ସେଠାନେ ରାହୁଳକଁର ଚିକିଛା ଚାଲିଛେ। ହେଲେ ଗରିବ୍‌ ଦମ୍ପତି ହାତେ ଫଟା କଉଡ଼ିଟେ ନଁାଇଁନ। ଇ ଅସାହା ଦମ୍ପତି ଗଣମାଧ୍ୟମ ଜରିଆରେ ପୁଓର ଚିକିଛା, ଉଷୋକଷା ସାହାଯ୍‌ ଲାଗି ଜିଲା ପରଶାସନକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

୧ ଲକ୍ଷ ୯୦ ହଜାର ଟଙ୍କାର ଜାଲ୍‌ନୋଟ ଜବତ: ବନ୍ଧା ହେଲେ ଯୁବକ

ଢେଙ୍କାନାଳ ଅଫିସ,୧୭।୧୨: ଢେଙ୍କାନାଳ ସଦର ଥାନା ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ଜାଲ୍‌ନୋଟ ପୋଲିସ ଜବତ କରିଛି। ସଦର ଥାନା ଅଧୀନ ଭାପୁର ରଥପଦା ଅଞ୍ଚଳରେ ପୋଲିସର...

ଡଲ୍‌ଫିନ୍‌, ଅଲିଭ୍‌ ରିଡ୍‌ଲେ ସୁରକ୍ଷା ଚିନ୍ତା

କେନ୍ଦ୍ରାପଡ଼ା ଅଫିସ, ୨।୪: ରାଜ୍ୟ ପର୍ଯ୍ୟାବରଣ ବିଭାଗ ଡଲ୍‌ଫିନ୍‌ ଗଣନା ଫଳ ନିକଟରେ ପ୍ରକାଶ କରିଛନ୍ତି। ୨୦୨୧ ବର୍ଷ ଅପେକ୍ଷା ଭିତରକନିକା ସାମୁଦ୍ରିକ ଅଞ୍ଚଳରେ ୨୦୨୨ରେ...

ରାଜସ୍ବ ନିରୀକ୍ଷକଙ୍କୁ ଠେଲାପେଲା ଅଭିଯୋଗ: ଇଟା ବୋଝେଇ ଟ୍ରକ ଛଡ଼ାଇ ନେଲେ ମାଲିକ

ପାତ୍ରପୁର, ୨୧ା୧୨(ଡି.ଏନ୍‌.ଏ.): ପାତ୍ରପୁର ତହସିଲ ଅଧୀନ ଶରଧାପୁରଠାରେ ଜୟନ୍ତୀପୁର ରାଜସ୍ବ ନିରୀକ୍ଷକଙ୍କୁ ଠେଲାପେଲା କରି ବେଆଇନ୍‌ ଇଟାଗାଡ଼ିକୁ ଛଡ଼ାଇ ନେଇଥିବା ଗୁରୁବାର ଜରଡ଼ା ଥାନାରେ ଅଭିଯୋଗ...

ଜନ୍ମମାଟିରେ ପହଞ୍ଚିଲା ଯବାନଙ୍କ ମୃତଦେହ

ନିମାପଡା, ୩୦।୪(ଡି.ଏନ.ଏ.): ଭାରତୀୟ ସେନା ବାହାନୀର ରାଜସ୍ଥାନ ଯୋଧପୁରଠାରେ କାର୍ଯ୍ୟରତ ଓଡ଼ିଆ ଯବାନ ରାଜେଶ କୁମାର ସାହୁ(୨୯)ଙ୍କ ଗୁଳିମାଡରେ ଶନିବାର ମୃତ୍ୟୁ ଘଟିଥିଲା। ତାଙ୍କ ଘର...

ବାରିପଦା ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ

ବାରିପଦା ଅଫିସ,୧୨ା୯- ରାଜ୍ୟର ସର୍ବପୁରାତନ ସହର ଭାବେ ପରିଚିତ ବାରିପଦା ସହରରେ ଟ୍ରାଫିକ ଅବ୍ୟବସ୍ଥା ଲାଗିରହିଛି। ଏଠାରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା...

୧୫ ଲୁହାପଥର ବୋଝେଇ ଗାଡ଼ି ଅଟକ

ଆନନ୍ଦପୁର,୭।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନାରେ ୧୫ ଲୁହାପଥର ବୋଝେଇ ଟ୍ରକ୍‌ ଓ ୪ ବାଲି ବୋଝେଇ ହାଇଓ୍ବା ଅଟକ ରହିଛି। ଓଭରଲୋଡିଂ କାରଣରୁ ବାଲି...

ରଣପୁର ସରକାରୀ ଡାକ୍ତରଖାନା: ଫାର୍ମାସିଷ୍ଟ ବଦଳରେ ରୋଷେୟା ଦେଉଛନ୍ତି ଔଷଧ

ରଣପୁର,୨୨ା୫ (ସ୍ବ.ପ୍ର.)- ରଣପୁର ଏନ୍‌ଏସିରେ ଥିବା ସରକାରୀ ଡାକ୍ତରଖାନା ଔଷଧ ବିତରଣ କେନ୍ଦ୍ରରେ ମଙ୍ଗଳବାର ଫାର୍ମାସିଷ୍ଟଙ୍କ ବଦଳରେ ରୋଗୀଙ୍କୁ ରୋଷେୟା ଔଷଧ ଦେବା ଘଟଣା ଆଲୋଚନାର...

ଦୁର୍ବୃତ୍ତଙ୍କ ଟାର୍ଗେଟରେ ପିଇଓ : ବାରମ୍ବାର ହେଉଛି ଆକ୍ରମଣ

ନୟାଗଡ଼ ଅଫିସ,୨ା୯: ନୟାଗଡ଼ ଜିଲାରେ ଟାର୍ଗେଟ କଲାଭଳି ଦୁର୍ବୃତ୍ତମାନେ ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ)ଙ୍କ ଉପରେ ଆକ୍ରମଣ କରୁଛନ୍ତି। ଅଧିକାଂଶ ଘଟଣା ପଛରେ ଟଙ୍କା ହିଁ...

Advertisement
Archives

Model This Week