ପୁଓର ଚିକିଛା ଲାଗି ରାଏଜ୍‌ ବାହାରେ ମା’ବାପ୍‌

କଣ୍ଟାମାଳ, ୧୬।୧୦ (ଡି.ଏନ୍‌.ଏ.)- ଟଁକା ପଏସା ଅଭାବୁ ଅନେକ ଲୋକ୍‌ ଜୀବନର ସବୁ ଆଶ୍‌କେ ହରେଇ ଦେସନ୍‌। ଅସମିଆରେ ବୁଧିବାଟ୍‌ ବନା ହେଇଯାଏସି। ହେଲେ କାହାକେ ମଜବୁତ୍‌ କରି ଅସମିଆ ଆଘେ ଠିଆ କରେଇଦେସି ଜୀବନ୍‌ର ଆଶ୍‌। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ ବୌଦ୍ଧ ଜିଲା ସିମିଳିପଦର ଗଁାରେ।
ସୂଚନା ଅନ୍‌ସାରେ ସିମିଳିପଦର ଗଁାର ସୁଦର୍ଶନ ରଣଭଇଁଷା। ପରିବାର କହେଲେ ବୁଢ଼ି ମା’, ମାଏକିନା ମିତା ଆର ପୁଓ ରାହୁଳକୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌ ଆର ଅନୁସୂଚିତ ଜାତିର ଆନ୍‌। ପୁଓ ରାହୁଳ ଗଁାର ସ୍କୁଲରେ ୪ର୍ଥ ଶ୍ରେଣୀରେ ପାଠ୍‌ପଢ଼ୁଛନ୍‌। ହଠାତ୍‌ ଦିନେ ତାକର ପେଟ୍‌ ବଥାଲା। ମା’ବାପ୍‌ ରାହୁଳକେ ସୋନପୁର ଜିଲା ମୁଖିଆ ଡାକ୍‌ତରଖାନା ଆର ପଛେ ବୁର୍ଲା ବଡ଼ ଡାକ୍‌ତରଖାନାକେ ଚିକିଛା ଲାଗି ନେଲେ। ସେଠାନେ ପରୀକ୍ଷା ନିରୀକ୍ଷାରୁ ଜନାଗଲା ଯେ, ରାହୁଳକଁର କିଡ଼୍‌ନୀ ତରେ ପାଏନ୍‌ ଜମିଛେ। ଡାକ୍‌ତର ଇଥିରଲାଗି ଜରୁରୀ ଅପରେଶନ ଦରକାର ବଲି ପରାମଶ ଦେଇଥିଲେ। ହେଲେ ଗରିବ୍‌ ମା’ବାପ୍‌ ରାହୁଳକଁର ଅପରେଶନ ଲାଗି ଗୁଟେ ନର୍ସିଂହୋମରେ ବୁଝାସୁଝା କଲେ। ସେଠାନେ ଜାନବାକେ ପାଏଲେ ଯେ ଅପରେଶନ ଲାଗି ୭୦ ହଜାର ଟଁକା ଖରଚ୍‌ ହେବା। ଇ କଥା ଶୁନ୍‌ଲାରୁ ଗରିବ୍‌ ମା’ବାପ୍‌ର ପାଦ୍‌ ତଲୁ ମାଏଟ୍‌ ଖସ୍‌ରି ଯାଇଥିଲା, ସେମାନେ ଦୁଖ୍‌ରେ ଭାଂଗି ପଡ଼ଲେ। ଅନୁସୂଚିତ ଜାତିର ଇ ପରିବାର ପାସେ ଜମି କହେଲେ ଅଧ୍‌ ଏକର ରହିଛେ। ଦୁଇ ମାଏଝି ମୁନୁଷ ଦିନ ମଜୁରିଆ। ସୁଦର୍ଶନ ବିହାବରୁ ସମିଆରେ ବଜା ବଜେଇ ଭଲ ଦୁଇପଏସା ରୁଜଗାର କରସନ। ହେଲେ ସେ ଟଁକା ପୁଓର ପାଠ୍‌ପଢ଼ା ଆର ବୁଢ଼ି ମା’ର ଉଷୋକଷାକେ ନିଅଁଟ୍‌ ଆଏ। ଏନ୍‌ତାଥି ସୁଦର୍ଶନ ଆର ମିତା ପୁଓର ଚିକିଛାକେ ନେଇ ହତାଶ ହେଇଗଲେ। କେହେନ୍‌ସି ମିତି ସେମାନେ ବାହାରେ ରହୁଥିବାର ଗଁାର ପିଲାକର ସଂଗେ ଯୋଗାଯୋଗ କରି ପ୍ରଶାନ୍ତି ଗ୍ରାମର ସତ୍ୟସାଇ ମେଡିକାଲରେ ପୁହୁଁଚିଗଲେ। ଏହେଦ୍‌କା ସେଠାନେ ରାହୁଳକଁର ଚିକିଛା ଚାଲିଛେ। ହେଲେ ଗରିବ୍‌ ଦମ୍ପତି ହାତେ ଫଟା କଉଡ଼ିଟେ ନଁାଇଁନ। ଇ ଅସାହା ଦମ୍ପତି ଗଣମାଧ୍ୟମ ଜରିଆରେ ପୁଓର ଚିକିଛା, ଉଷୋକଷା ସାହାଯ୍‌ ଲାଗି ଜିଲା ପରଶାସନକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଭାଜପାର ନୂଆ କର୍ମକର୍ତ୍ତା ଘୋଷଣା: ସରୋଜ ଦାସ ଜିଲା ଉପସଭାପତି, ଦୀପକ ବେହେରା…

ଛତ୍ରପୁର,୨୯।୯(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି (ଭାଜପା) ଗଞ୍ଜାମ ଜିଲା ସଭାପତି ସରୋଜ ସାବତ ଏବଂ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବାଇଧର ମଲ୍ଲିକଙ୍କ ଅନୁମୋଦନ…

ବାରହା ଆକ୍ରମଣରେ ଗାଈ ଜଗାଳି ଗୁରୁତର: ପୋଷା ବାରହାକୁ ନେଇ ବନ ବିଭାଗର ଭୂମିକା ଉପରେ ପ୍ରଶ୍ନବାଚୀ

ଖଜୁରୀପଡ଼ା,୨୯।୯(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭେଇଗୁଡ଼ା ଗ୍ରାମର ଗୋପାଳ ବେହେରା (୫୦) ଗୁରୁବାର ନେଡ୍ରିଖୋଲ ଗ୍ରାମର ଝରନିଖୋଲ ନିକଟରେ ଗାଈ ଚରାଉଥିବା ସମୟରେ ଏକ ପୋଷା…

ଜୁନାଗଡ଼ ବ୍ଲକ୍ PEO ସଂଘର ସାଧାରଣ ପରିଷଦ ବୈଠକ: ପୁନର୍ବାର ସଭାପତି ଭାବେ ଆକାଶ ସାହୁ ମନୋନୀତ

ଜୁନାଗଡ଼,୨୯।୯ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ସଂଘର ସାଧାରଣ ପରିଷଦ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?