ପୁଅ ଅଙ୍ଗ ଦାନକରି ଉଦାହରଣ ପାଲଟିଲେ ମାତାପିତା: ମୁଖ୍ୟମନ୍ତ୍ରୀ ଘୋଷଣା କଲେ ୫ ଲକ୍ଷ

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ମାତାପିତାଙ୍କ ପାଇଁ ସେମାନଙ୍କ ପିଲା ସବୁକିଛି। ଜୀବନର ସମସ୍ତ ଦୁଃଖକଷ୍ଟ ସହି ନିଜ ସନ୍ତାନସନ୍ତତିଙ୍କୁ ବଢ଼ାଇବା ସହ ସେମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତର ସ୍ବପ୍ନ ଦେଖିଥାଆନ୍ତି। ଯଦି ମାତାପିତାଙ୍କ ଆଗରେ ପିଲାର ମୃତ୍ୟୁ ହୁଏ, ତେବେ ଏହାଠୁ ବଡ଼ ଦୁଃଖ କିଛି ନ ଥାଏ। ଏଭଳି ଏକ ଦୁଃଖକୁ ସାମ୍‌ନା କରି ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଛେଦାଭୂମି ରୋଡ଼ ବାସିନ୍ଦା ସ୍ବର୍ଗତ ସୁରଜ ବେହେରାଙ୍କ ମାତାପିତା ନିଜ ପୁତ୍ରର ୬ଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ(୨ଟି କିଡ୍‌ନୀ, ଲିଭର, ହାର୍ଟ ଏବଂ ଦୁଇ ଆଖି) ଦାନକରି ରୋଗୀଙ୍କ ବହୁ ମୂଲ୍ୟ ଜୀବନ ବଞ୍ଚାଇପାରିଛନ୍ତି। ଆଉ ଏଥିପାଇଁ ସେମାନେ ମାନବ ସମାଜ ଲାଗି ଏକ ଉଦାହରଣ ପାଲଟିଛନ୍ତି। ଏଭଳି ମହାନତା ପାଇଁ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି। ଦାରିଦ୍ର୍ୟ ସତ୍ତ୍ୱେ ଏହି ମହାନତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସାଧୁବାଦ୍‌ ଦେବା ସହିତ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି। ସୁରଜଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର। ତାଙ୍କର କୌଣସି ଘରଡିହ କିମ୍ବା ଜମି ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ପରିବାରକୁ ଘରଡିହ ଓ ବିଜୁ ପକ୍କାଘର ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହିତ ଅଙ୍ଗଦାନ କରୁଥିବା ବ୍ୟକ୍ତିବିଶେଷ ଏବଂ ଏହି କାର୍ଯ୍ୟ ପାଇଁ ପ୍ରୋତ୍ସାହନ କରୁଥିବା ସଂସ୍ଥାଗୁଡ଼ିକୁ ‘ସୁରଜ’ଙ୍କ ନାମରେ ପ୍ରତିବର୍ଷ ପୁରସ୍କାର ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଦ ଛୁଇଁ ନୁହେଁ, କୋହଲିଙ୍କୁ ଦେଖି ଏମିତି କାମ କଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧।୬:ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର IPL 2026 ଫାଇନାଲ ଜିତିବା ପରେ ବୈଭବ ସୂର୍ଯ୍ୟବଂଶୀ ବିରାଟ କୋହଲିଙ୍କୁ ଭେଟିଥିଲେ। ଗୁଜରାଟ ଟାଇଟାନ୍ସ ବିପକ୍ଷରେ RCBର ଫାଇନାଲ ମ୍ୟାଚ ଦେଖିବା…

ଆଜିଠାରୁ ଲାଗୁ ହେଲା ସିଲିଣ୍ଡର ବୁକିଂ, ଡେଲିଭରିର ନୂଆ ସିଷ୍ଟମ, ଜାଣିରଖନ୍ତୁ ନଚେତ୍‌ ହେବେ ହଇରାଣ

ନୂଆଦିଲ୍ଲୀ,୧।୬: ଭାରତର ରନ୍ଧନ ଗ୍ୟାସ ଏବଂ ପାଇପ ଲାଇନ ଗ୍ୟାସ (PNG) ଗ୍ରାହକଙ୍କ ପାଇଁ ଆଜି ଏକ ନୂତନ ଡିଜିଟାଲ ଏବଂ ଆଇନଗତ ସକାଳ ଆସିଛି। କେନ୍ଦ୍ର…

ବନ୍ୟଜନ୍ତୁ ଶିକାର ପାଇଁ ଖଞ୍ଜା ଯାଇଥିଲା ବୋମା: ଚକଡ଼ି ଦେଲେ ଘୁଷୁରୀ ଚରାଇବାକୁ ଯାଇଥିବା ଯୁବକ, ପରେ…

ଦିଗପହଣ୍ଡି,୧|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଥୁରା ଗ୍ରାମ ପୋଖରୀ ନିକଟରେ କେହି ଶିକାରୀ ବନ୍ୟଜନ୍ତୁ ଶିକାର ପାଇଁ ହାତ ବୋମା ଖଞ୍ଜିଥିଲେ। ଉକ୍ତ…

କନଫର୍ମ ଟିକେଟ ଥାଇ ବି ମିଳିଲାନି ସିଟ୍‌: ଏବେ ରେଳବାଇ ଦେବ ୨୦,୦୦୦ କ୍ଷତିପୂରଣ

ନୂଆଦିଲ୍ଲୀ,୧।୬: ନିକଟରେ ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଅଧିକାର ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବିହାରର ଏକ ଗ୍ରାହକ ଅଦାଲତ ଏକ ଐତିହାସିକ…

ପୂର୍ବତନ ଏମପି ବାଳଗୋପାଳ ମିଶ୍ରଙ୍କୁ ଅସମ୍ମାନ ପ୍ରସଙ୍ଗ; କୋଶଲବାଦୀ ସଙ୍ଗଠନ ପକ୍ଷରୁ ଅଭିନଵ ପ୍ରତିବାଦ, ଚୌକି ଧରି…

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପୂର୍ବତନ ଏମ୍‌ପି ତଥା ବର୍ଷିୟାନ ରାଜନେତା ବାଳଗୋପାଳ ମିଶ୍ରଙ୍କୁ ସୋମବାର ଜିଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲା ପ୍ରଶାସନ ପକ୍ଷରୁ ଅସମ୍ମାନ…

ଥାନାରେ ଯୁବକଙ୍କୁ ଅକଥନୀୟ ନିର୍ଯାତନା ଅଭିଯୋଗ; ଦେହରେ ଗରମ ପାଣି ଢାଳି ଲଙ୍କାଗୁଣ୍ଡ ଫିଙ୍ଗିଦେଲେ, ଚାଲିଗଲା ଜୀବନ

କବିସୂର୍ଯ୍ୟନଗର,୧।୬(କୃପାସିନ୍ଧୁ ସ୍ବାଇଁ): କବିସୂର୍ଯ୍ୟନଗର ପୋଲିସ ନାଁରେ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଥାନା ଭିତରେ ଯୁବକଙ୍କୁ ଲହୁଲୁହାଣ କରିଥିବା ନେଇ ଅଭିଯୋଗ ହୋଇଛି । ଗୁରୁତର…

ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ, ମାଲିକଙ୍କ ସମେତ ୩ ଅଟକ

ଢେଙ୍କାନାଳ,୧।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ତଥା ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳ ରାଜମୋହନପୁର କାନ୍ଦରାଶୁଣି ସ୍ଥିତ ଏକ ଘରୋଇ ଫାର୍ମ ହାଉସରୁ ସୋମବାର ମାଟି…

ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଲେ ଜିଲାପାଳ, ତାଗିଦ୍‌ କରି ଅଧିକାରୀଙ୍କୁ କହିଲେ ଯଦି କିଛି ସମସ୍ୟା ଅଛି…

ଭଞ୍ଜନଗର,୧ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ସୋମବାର ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଉପଖଣ୍ଡର ବିଭିନ୍ନ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ। ଏହି ସମୟରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri