ପିଲାଙ୍କ ସାଧୁତା ପରୀକ୍ଷା ପାଇଁ ଏହି ସ୍କୁଲରେ ନିଆଯାଉଛି ଅଜବ ଟେଷ୍ଟ

ଚେନ୍ନାଇ,୫।୧୧:ସ୍କୁଲରେ ପିଲାମାନଙ୍କ ବିଭିନ୍ନ ପାଠବିଷୟରେ ଶିକ୍ଷା ପ୍ରଦାନ କରାଯାଏ। କିନ୍ତୁ ତାମିଲନାଡୁର ଏକ ସ୍କୁଲରେ ପିଲାମାନଙ୍କୁ ନୈତିକ ମୂଲ୍ୟବୋଧତା ଉପରେ ଶିକ୍ଷା ଦିଆଯିବା ସହ ସେମାନଙ୍କ ସାଧୁତା ପରୀକ୍ଷା ପାଇଁ ଏକ ଅଜବ ଟେଷ୍ଟ ନିଆଯାଉଛି। ରାଜ୍ୟର ପୁଡୁକୋଟଇ ଜିଲାର ଏକ ପଞ୍ଚାୟତ ସ୍କୁଲରେ ପିଲାଙ୍କ ସାଧୁତା ପରୀକ୍ଷା ପାଇଁ ଏକ ଷ୍ଟୋର ଲଗାଯାଇଛି। ଯେଉଁ ଷ୍ଟୋରରେ ବହି, କଲମ, ପେନସିଲ୍‌ ଆଦି ରଖାଯାଇଛି। ପିଲାମାନଙ୍କ ଏହି ଷ୍ଟୋରରୁ ଆବଶ୍ୟକ ଜିନିଷ କିଣିବା ପାଇଁ କୁହାଯାଇଛି। ଷ୍ଟୋରରେ ଏକ ଡ୍ରପ୍‌ ବକ୍ସ ରଖାଯାଇଛି। ପିଲାମାନେ ଯାହା କିଣିବାକୁ ଚାହୁଁଛନ୍ତି, ତାହା କିଣି ସେହି ଡ୍ରପ୍‌ ବକ୍ସରେ ଟଙ୍କା ପକାଇଦେଇଥାନ୍ତି। ବହି, ପେନସିଲ, କଲମର ମୂଲ୍ୟ ଦେଖି ପିଲାମାନେ ଟଙ୍କା ଦେଇଥାନ୍ତି। ଡ୍ରପ୍‌ ବକ୍ସ ପାଖରେ କେହି ଜଗିବାକୁ ନ ଥିବାରୁ ପିଲାମାନେ ନିଜ ଇଚ୍ଛା ମୁତାବକ ଜିନିଷ କିଣି ଟଙ୍କା ଦେଇଥାନ୍ତି। ଏହାଦ୍ୱାରା ସେମାନଙ୍କ ସାଧୁତା ପରୀକ୍ଷା କରାଯାଏ। ପିଲାମାନେ ବି ଏଠାରୁ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ୧୨୬ ଛାତ୍ରୀଛାତ୍ର ପଢୁଥିବା ଏହି ସ୍କୁଲରେ ପିଲାଙ୍କୁ ସତମାର୍ଗରେ ଯିବାପାଇଁ ମଧ୍ୟ ଉପଦେଶ ଦିଆଯାଉଛି। ସ୍କୁଲରେ ଏଭଳି ନୀତିଶିକ୍ଷା ଦିଆଯାଉଥିବାରୁ ଅଭିଭାବକମାନେ ମଧ୍ୟ ଖୁସି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ପୁଅ IPLରେ ଚୟନ ହେବା ପରେ ଖୁସି ହେଲେ ପପୁ, ଦହି-ପୋଡି କରି ଗାଁ ଲୋକଙ୍କୁ…

ନୂଆଦିଲ୍ଲୀ,୨୨।୧୨: ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ ପପ୍ପୁ ଯାଦବ ତାଙ୍କ ପୁଅ ସାର୍ଥକ ରଞ୍ଜନଙ୍କ IPL ଦଳରେ ଚୟନ ହେବା ପରେ ଖୁସି ହୋଇ ଭୋଜି ଦେଇଥିଲେ...

ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ FTA ଘୋଷଣା, ୨୦ ନିୟୁତ ଡଲାରର ନିବେଶ

ନୂଆଦିଲ୍ଲୀ,୨୨।୧୨: ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତ ଆଉ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri