ପିଲାଙ୍କୁ କରନ୍ତୁ ବୁଦ୍ଧିଆ

ସବୁ ଅଭିଭାବକ ନିଜ ପିଲାଙ୍କୁ ବୁଦ୍ଧିମାନ କରିବାକୁ ଚାହାନ୍ତି। ହେଲେ ଏଥିପାଇଁ କେତୋଟି କଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ହୋଇଥାଏ। ଜାଣି ରଖନ୍ତୁ ସେ ସମ୍ପର୍କରେ…

ପ୍ରଥମ କଥା ହେଲା ଘରେ ପିଲା ପାଇଁ ଏକ କମ୍ଫର୍ଟେବଲ୍‌ ଏବଂ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରନ୍ତୁ। ଝଗଡା, ବଡପାଟିରେ ଗପିବା, ଅଧିକ ଶବ୍ଦ କରିବା ଆଦିଠୁ ଦୂରେଇ ରୁହନ୍ତୁ। ସବୁବେଳେ ପିଲା ପ୍ରତି ଧ୍ୟାନ ରଖନ୍ତୁ ଏକା ଛାଡନ୍ତୁ ନାହିଁ। ପିଲା କାନ୍ଦିବା ମାତ୍ରେ ସଙ୍ଗେ ସଙ୍ଗେ ତା’ ପାଖକୁ ଯାଆନ୍ତୁ। କୌଣସି କ୍ଷେତ୍ରରେ ସେ ଯେପରି ନ ଡରେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। କାରଣ ଏସବୁର ନକରାତ୍ମକ ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ। ଏ ସମୟରେ ପିଲାକୁ ନ ଡରିବା ଲାଗି ବୁଝାନ୍ତୁ ସେ ମାନସିକ ସ୍ତରରେ ସୁଦୃଢ ହେବ। ତା’ଛଡା ଅଭିଭାବକ ପିଲା ପାଖରେ ରହିବା ଦ୍ୱାରା ସେ ସର୍ବଦା ନିଜକୁ ସୁରକ୍ଷିତ ମନେ କରୁଥିବାରୁ ମସ୍ତିଷ୍କ ସ୍ଥିର ରହି ଅଧିକ ବିକାଶ ହେବାରେ ସାହାଯ୍ୟ କରେ।
ସେ ଟିକେ ଜାଣିବା ତଥା ବୁଝିବା ସ୍ତରକୁ ଆସିଲେ ଛୋଟ ଛୋଟ ଶୀକ୍ଷଣୀୟ ଗପ ଶୁଣାନ୍ତୁ। ବଡ ବଡ ରଙ୍ଗୀନ ଚିତ୍ର ଥିବା ବହି ଦେଖାନ୍ତୁ। ପଶୁ ପକ୍ଷୀଙ୍କ ଚିତ୍ର ଦେଖାଇ ସେମାନେ କିପରି ବୋବାନ୍ତି ମଧ୍ୟ କୁହନ୍ତି। ସବୁର ସ୍ପେଲିଂ ମଧ୍ୟ କୁହନ୍ତୁ। ଏହାଦ୍ୱାର ପିଲାର ଆଗ୍ରହ ବଢିବ ଏବଂ ସେ ଅଧିକରୁ ଅଧିକ ମନେ ରଖିପାରିବ।
ପିଲାକୁ ଖେଳିବା ଆରମ୍ଭ କରିବା ପରେ କେବଳ ସଫଟଏଜ୍‌ କିମ୍ବା ଗାଡି ଆଦି ନ ଦେଇ ପଜଲ୍‌, ଲେଟର ଜଏଣ୍ଟ ଭଳି ଖେଳନା ଦିଅନ୍ତୁ ଯାହାଦ୍ୱାରା ସେ ଖେଳର ଆନନ୍ଦ ନେବା ସହ ବୁଦ୍ଧି ଖଟାଇବା ଦ୍ୱାରା ମାନସିକ ସ୍ତରରେ ବିକାଶ ହୋଇପାରିବ।
– ପିଲାଙ୍କର ଦିନକୁ ୩ ଥର ବଡି ମସାଜ୍‌ କରନ୍ତୁ। ଏହାଦ୍ୱାରା ଶୀରରର ବୃଦ୍ଧି ସହ ଆରାମ ଲାଗିଥାଏ। ଯାହାକି ପିଲାର ମସ୍ତିଷ୍କ ପାଇଁ ମଧ୍ୟ ଲାଭ ଦାୟକ। ବିଶେଷ କରି ସମୟପୂର୍ବରୁ ଜନ୍ମ ହୋଇଥିବା ବା ପ୍ରିମ୍ୟାଚର୍‌ ପିଲାଙ୍କ ବୌଦ୍ଧିକ ବିକାଶ ଲାଗି ଏହା ବେଶ୍‌ ଉପାଦେୟ।
ଖାଇବା ବେଳେ ଶିଶୁ କାନ୍ଦିଲେ ରାଗିଯାଇ ଜବରଦସ୍ତ ଖୁଆଇବା କିମ୍ବା ମାରିବା ଭଳି କାର୍ଯ୍ୟ ଆଦୌ କରନ୍ତୁ ନାହିଁ। ନଚେତ୍‌ ଏହାର ନକରାତ୍ମକ ପ୍ରଭାବ ପିଲାର ମାନସିକ ସ୍ତରରେ ପଡିଥାଏ। ତେଣୁ ପିଲାକୁ ଖୁଆଇବା ବେଳେ ଏକ ହସି ଖେଳି ଖୁଆନ୍ତୁ। ଖାଦ୍ୟଗୁଡିକର ନାଁ ବଡ ପାଟିରେ କୁହନ୍ତୁ ଏବଂ ଏପରି ମଜାରେ ମଜାରେ ଖୁଆନ୍ତି ଯେମିତି ସେ ନିଜେ ଖୁସିରେ ଖାଉଥିବା ଅନୁଭବ କରିବ। ଏହାଦ୍ୱାରା ପିଲା ଖାଦ୍ୟର ନାଁ ମନେ ରଖିବା ସହ ମସ୍ତିଷ୍କ ସକ୍ରୀୟ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘାୟୁ ହେବା ପାଇଁ କରନ୍ତୁ ଏପରି…

ସକାଳୁ ଉଠିବା ଦ୍ୱାରା ଦେହ ଓ ମନ ଉଭୟ ସୁସ୍ଥ ରହେ। ତେଣୁ ପ୍ରତିଦିନ ସକାଳୁ ଶୀଘ୍ର ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ। ଏହାଦ୍ୱାରା ଜୀବନ...

ପିଲା ଜିଦିଆ ହୋଇଥିଲେ ସମ୍ଭାଳନ୍ତୁ ଏପରି…

କୁହାଯାଏ, ଗୋଟିକିଆ ଛୁଆ ବେଶି ଜିିଦିଆ ହୋଇଥା’ନ୍ତି। ଗୋଟିଏ ଛୁଆ ହୋଇଥିବାରୁ ପରିବାରର ସମସ୍ତେ ଗେଲବସରରେ ବଢ଼ାଇଥା’ନ୍ତି। ତାଙ୍କ ମନପସନ୍ଦର ଜିନିଷ ଦେଇଥା’ନ୍ତି। ପ୍ରାୟତଃ କୌଣସି...

ଏହି ଫଳ ଖାଇଲେ ଦୂର ହୁଏ ନାନା ସମସ୍ୟା

ନାସ୍ପାତି ଏମିତି ଏକ ଫଳ ଯାହା ସବୁ ଋତୁରେ ମିିଳୁ ନ ଥିଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ। ଏଥିରେ ଭିଟାମିନ୍‌, ମିନେରାଲ ଏବଂ...

ଆନିମଲ୍‌ ପ୍ରିଣ୍ଟ ଫୁଟ୍‌ଓ୍ବେର

ଆନିମଲ୍‌ ପ୍ରିଣ୍ଟର ଫ୍ୟାଶନ କେବେ ବି ଆଉଟ୍‌ ଡେଟେଡ୍‌ ହୁଏ ନାହିଁ। ଅଲ୍‌ ଟାଇମ୍‌ ଫ୍ୟାଶନେବଲ୍‌ ଲୁକ୍‌ ଦେଇଥାଏ ଏହି ପ୍ରିଣ୍ଟ। ଖାସ୍‌କରି ଏହି ପ୍ରିଣ୍ଟର...

ଏହି ୩ ରାଶିର ଲୋକ ମଲ୍ଟି ଟ୍ୟାଲେଣ୍ଟେଡ୍‌; ଚାରି ଆଡୁ ରୋଜଗାର କରିବା ଏମାନଙ୍କୁ ବେଶ୍‌ ଭାବେ ଜଣା

ଜ୍ୟୋତିଷଶାସ୍ତ୍ରରେ ୧୨ ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ରାଶିଗୁଡ଼ିକ ଉପରେ ଭିନ୍ନ ଭିନ୍ନ ଗ୍ରହଙ୍କ ଆଧିପତ୍ୟ ରହିଛି। ଏସବୁ ଆଧାରରେ ଜଣେ ବ୍ୟକ୍ତିର ଭବିଷ୍ୟତ...

ପ୍ରେମ ମାମଲାରେ ଏହି ୭ ରାଶିଙ୍କ ପାଇଁ ଶୁଭ ୨୦୨୧ : ଏହି ବର୍ଷ ମିଳିଯିବେ ସ୍ବପ୍ନର ସାଥୀ, ବଦଳିଯିବ ଭାଗ୍ୟ

ଶୁକ୍ର ଗ୍ରହକୁ ପ୍ରେମର ଏକ କାରଣ ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାଶିଫଳରେ ଶୁକ୍ରଙ୍କ ସ୍ଥିତି ଦ୍ୱାରା ସମ୍ପର୍କ ଗଢ଼ିଥାଏ ଭାଙ୍ଗିଥାଏ। ୨୦୨୧ରେ ଶୁକ୍ର...

କୋକୋନଟ ମଫିନ୍‌

ଆବଶ୍ୟକ ସାମଗ୍ରୀ: ଅଧା କପ୍‌ କ୍ଷୀର, ଦେଢ କପ୍‌ ମଇଦା, ଏକ କପ୍‌ କୋରା ନଡିଆ, ଅଣ୍ଡା ୧ଟି, ୧/୪ କପ୍‌ ତେଲ, ଦୁଇ ଚାମଚ୍‌...

ଶୀତରେ ବି ଲାଗିବେ ସୁନ୍ଦର

ଶୀତରେ ତ୍ୱଚା ଏବଂ କେଶ ରୁକ୍ଷ ହୋଇଯାଏ। ହେଲେ ଏଥିପାଇଁ ବ୍ୟସ୍ତ ନ ହୋଇ କେତୋଟି ଘରୋଇ ଉପାୟ ଆପଣେଇଲେ ତ୍ୱଚା ଓ କେଶ ସୁନ୍ଦର...

Advertisement
Archives

Model This Week