ପିପିଇ କିଟ୍‌, ମାସ୍କ କିଣାରେ ଦୁର୍ନୀତି ଅଭିଯୋଗ: ସିବିଆଇ ତଦନ୍ତ ପାଇଁ ଜନସ୍ବାର୍ଥ ମାମଲା

କଟକ ଅଫିସ,୯।୬: କରୋନା ଭୁତାଣୁର ମୁକାବିଲା ପାଇଁ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (ପିପିଇ) କିଟ୍‌ ଓ ମାସ୍କ କିଣିଛନ୍ତି ରାଜ୍ୟ ସରକାର। ଏଥିରେ ଦୁର୍ନୀତି ହୋଇଥିବା ଅଭିଯୋଗ ଉଠିବା ପରେ ସୋମବାର ଏହାର ସିବିଆଇ କିମ୍ବା ବିଚାରବିଭାଗୀୟ ତଦନ୍ତ ପାଇଁ ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆଇନଜୀବୀ ଅକ୍ଷୟ ପତିଙ୍କ ପକ୍ଷରୁ ଗୋଟିଏ ଏବଂ ଅନ୍ୟଟି ନ୍ୟାଶନାଲିଷ୍ଟ ଲୟର୍ସ ଫୋରମ୍‌ ପକ୍ଷରୁ ଆବେଦନ ହୋଇଛି।
ଆବେଦନରେ ଉଲ୍ଲେଖ ରହିଛି ଯେ, କରୋନା ସଂକ୍ରମଣ ଦେଖାଦେବା ପରେ ମାସ୍କର କଳାବଜାରୀ ଆରମ୍ଭ ହୋଇଥିଲା। ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ମାସ୍କର ଦର ସ୍ଥିର କରିଥିଲେ। ଡବଲ୍‌ ଲେୟାର ମାସ୍କ ୮ ଟଙ୍କା ଓ ଟ୍ରିପଲ ଲେୟାର ମାସ୍କ ଦର ୧୦ ଟଙ୍କା ରହିଥିଲା। ୨୧ ମାର୍ଚ୍ଚରେ ନିର୍ଦ୍ଦେଶ ଜାରି ହୋଇଥିବା ବେଳେ ଏହି ଦର ଜୁନ୍‌ ୩୦ ପର୍ଯ୍ୟନ୍ତ ଲାଗୁ ହେବ। ରାଜ୍ୟ ଔଷଧ ନିଗମ ଏପ୍ରିଲ୍‌ ୧୫ରେ ଟ୍ରିପଲ୍‌ ଲେୟାର ମାସ୍କକୁ ୯ ଟଙ୍କା ୯୦ ପଇସାରେ କିଣିବା ପାଇଁ ଫରିଦାବାଦ୍‌ର ଏକ କମ୍ପାନିକୁ ଅର୍ଡର ଦେଇଥିଲେ। କିନ୍ତୁ ଏହାର ମାତ୍ର ଦୁଇ ଦିନ ପରେ ଏପ୍ରିଲ୍‌ ୧୭ରେ ତାମିଲନାଡୁର ଏକ କମ୍ପାନି ୧୬ ଟଙ୍କାରେ ୩୦ ଲକ୍ଷ ଟ୍ରିପଲ ଲେୟାର ମାସ୍କ କିଣିବା ପାଇଁ ଅର୍ଡର ଦିଆଯାଇଥିଲା। ଶ୍ରୀବିଷ୍ଣୁ ଡିସ୍ପୋଜେବଲ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏହି କମ୍ପାନି ୱେବ୍‌ସାଇଟ୍‌ରେ ଦୁଇପ୍ରକାର ଟ୍ରିପଲ୍‌ ଲେୟାର ମାସ୍କର ଦାମ ୬ ଟଙ୍କା ଓ ୧୦ଟଙ୍କା ଲେଖାଯାଇଛି। ସେହିଭଳି ପିପିଇ କିଟ୍‌ ଗୋଟା ପିଛା ୯ଶହ ଟଙ୍କାରେ ଏକ ଲକ୍‌ କିଟ୍‌ ପାଇଁ ତାମିଲନାଡୁର ଏକ କମ୍ପାନି ଏମ୍‌ଏସ୍‌ ଲଫ୍‌ଟି ଅପ୍ଟିକାଲ୍‌ସ ଇଣ୍ଡଷ୍ଟ୍ରିଜ୍‌କୁ ଏପ୍ରିଲ୍‌ ୧୬ରେ ଅର୍ଡର ଦିଆଯାଇଛି। ଟେଷ୍ଟିଂ କିଟ୍‌ ମଧ୍ୟ ଭିନ୍ନଭିନ୍ନ ଦରରେ କିଣାଯାଇଛି। କଲିକତାର ଏକ କମ୍ପାନିକୁ ଏପ୍ରିଲ୍‌ ୨୧ରେ ଟେଷ୍ଟିଂ କିଟ୍‌ ପିଛା ୧୩୨୧ ଟଙ୍କାରେ ୨ଲକ୍ଷ କିଟ୍‌ ପାଇଁ ଅର୍ଡର ଦିଆଯାଇଛି। ସେହିପରି ୭ ମେ’ରେ ଆର୍‌ଏମ୍‌ଆର୍‌ସି ପକ୍ଷରୁ ୧୧୨୫ ଟଙ୍କାରେ ୪୫ ହଜାର କିଟ୍‌, ମେ ୧୧ରେ ଭୁବନେଶ୍ୱରର ଏକ କମ୍ପାନିକୁ ୯୮୦ ଟଙ୍କାରେ ୪୯୨୦ଟି କିଟ୍‌ ପାଇଁ ଅର୍ଡର ଦିଆଯାଇଛି। ପିସିଆର୍‌ ମେଶିନର ଦାମ୍‌ ବଜାରରେ ୪ରୁ ୫ଲକ୍ଷ ଥିବାବେଳେ ରାଜ୍ୟ ସରକାର ଏହାକୁ ୧୨ ଲକ୍ଷ ୯୪ ହଜାର ଟଙ୍କାରେ କିଣିଥିବା କୁହାଯାଉଛି। ତେଣୁ ସାମଗ୍ରୀ କିଣାରେ ଯୋଜନାବଦ୍ଧ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଏହାର ସିବିଆଇ କିମ୍ବା ବିଚାରବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଅଦାଲତଙ୍କୁ ପ୍ରାର୍ଥନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri