ପିପିଇ କିଟ୍‌ ମାଗିଦେଲେ, ଏବେ ରଖୁନାହାନ୍ତି

ଭୁବନେଶ୍ୱର,୧ା୬(ବ୍ୟୁରୋ): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ ଏମାନଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ(ପିପିଇ) କିଟ୍‌ ଜରୁରୀ ହୋଇପଡିଛି। ତେବେ ଉଚ୍ଚକୋଟୀର ପିପିଇ କିଟ୍‌ ପାଇବା ଏବେ ରାଜ୍ୟଗୁଡ଼ିକ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଭଳିସ୍ଥଳେ କିନ୍ତୁ ହାତକୁ ଆସିଥିବା ପିପିଇ କିଟ୍‌ ରଖୁନି ଓଡ଼ିଶା। ଏକାଧିକ ସଂସ୍ଥାକୁ ଲକ୍ଷାଧିକ ପିପିଇ କିଟ୍‌ ପାଇଁ ଅର୍ଡର ଦିଆଯାଇଥିଲେ ମଧ୍ୟ ଏବେ ତାହାକୁ ରଖିବାକୁ ମନା କରିଦେଇଛି ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେଶନ ଲିମିଟେଡ୍‌ (ଓଏସ୍‌ଏମ୍‌ସିଏଲ୍‌)। ଫଳରେ ରାଜ୍ୟ ବାହାରୁ କିଟ୍‌ ନେଇ ଆସିଥିବା ୪୦ରୁ ଊର୍ଦ୍ଧ୍ୱ ଟ୍ରକ୍‌ ଏବେ ରାମମନ୍ଦିର ନିକଟ ଓଏସ୍‌ଏମ୍‌ସିଏଲ୍‌ ଓ୍ବେର୍‌ହାଉସ୍‌ ସାମ୍ନାରେ ୭ଦିନରୁ ଊର୍ଦ୍ଧ୍ୱ ହେବ ଅଟକି ରହିଛି। ଯଥାର୍ଥ କାରଣ ନ ଦର୍ଶାଇ ଓଡ଼ିଶା ସରକାର କିଟ୍‌ଗୁଡ଼ିକ ଗ୍ରହଣ କରିବାକୁ ମନା କରିଦେଇଥିବା କିଟ୍‌ ନିର୍ମାଣକାରୀ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଅଭିଯୋଗ କରିଛନ୍ତି।
କରୋନା ମୁକାବିଲା କ୍ଷେତ୍ରରେ ଓଏସ୍‌ଏମ୍‌ସିଏଲ୍‌ ପ୍ରମୁଖ ଭୂମିକା ଗ୍ରହଣ କରିଛି। କୋଭିଡ୍‌ ଟେଷ୍ଟ୍‌ କିଟ୍‌ରୁ ଆରମ୍ଭ କରି ପିପିଇ ପର୍ଯ୍ୟନ୍ତ ସବୁକିଛି ଆଣିବା ଦାୟିତ୍ୱ କର୍ପୋରେଶନ ଉପରେ ନ୍ୟସ୍ତ ରହିଛି। ନିକଟରେ ଓଏସ୍‌ଏମ୍‌ସିଏଲ୍‌ ପ୍ରାୟ ୧୫ଲକ୍ଷ ୭୦ ହଜାର ପିପିଇ କିଟ୍‌ ପାଇଁ ରାଜ୍ୟ ବାହାରର ଏକାଧିକ ବିତରକ ସଂସ୍ଥାକୁ ଅର୍ଡର ଦେଇଥିଲା। ଏହାସହ ୨.୨ କୋଟି ଟ୍ରିପଲ୍‌-ଲେୟାର ମାସ୍କ, ୭ ଲକ୍ଷ ୫୦ ହଜାର ଏନ୍‌୯୫ ମାସ୍କ, ୧.୭ କୋଟି ନୋଜ୍‌ କ୍ଲିପ୍‌ ଆଡପ୍ଟେବୁଲ୍‌ ମାସ୍କ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଆବଶ୍ୟକ ଅନ୍ୟ ସାମଗ୍ରୀ ଲାଗି ଅର୍ଡର ଦିଆଯାଇଥିଲା। ଅର୍ଡର ନେଇଥିବା ଏକ କମ୍ପାନୀର ଜଣେ ଅଧିକାରୀ କହିଛନ୍ତି, ଟେଣ୍ଡର ଅନୁଯାୟୀ ଜୁଲାଇ ଶେଷ ତାରିଖ ରହିଥିଲେ ମଧ୍ୟ ପରେ ଏହାକୁ ପରିବର୍ତ୍ତନ କରି ମେ’ ୨୬ ତାରିଖ ପରେ ଡେଲିଭରି ଗ୍ରହଣ କରିବୁନି ବୋଲି ଓଏସ୍‌ଏମ୍‌ସିଏଲ୍‌ କହିଥିଲା। ହେଲେ ନିର୍ଦ୍ଧାରିତ ସମୟରେ ଟ୍ରକ୍‌ଗୁଡ଼ିକ ସମସ୍ତ ଅର୍ଡର ନେଇ ଓ୍ବେର୍‌ହାଉସ୍‌ରେ ପହଞ୍ଚତ୍ଥିଲେ ବି କେହି ଏହାକୁ ରଖୁ ନ ଥିବା ସେ କହିଛନ୍ତି। ଉତ୍ତରାଖଣ୍ଡରୁ ସାମଗ୍ରୀ ଧରି ଆସିଥିବା ଜଣେ ଟ୍ରକ୍‌ ଡ୍ରାଇଭର ରୋଶନ କହିଛନ୍ତି, ଲକ୍‌ଡାଉନ୍‌ ସମୟରେ ଅନ୍ୟ ଏକ ରାଜ୍ୟରେ ଆସି ସପ୍ତାହେରୁ ଅଧିକ ଦିନ ହେବ ଫସି ରହିବା କଷ୍ଟଦାୟକ। ଖାଇବା ପିଇବାରେ ଆମକୁ ବହୁ ସମସ୍ୟା ହେଉଛି। ନା କମ୍ପାନୀ ଏଠାରୁ ଯିବାକୁ ଦେଉଛି ନା ଏମାନେ ଆମ ଅର୍ଡର ରଖୁଛନ୍ତି। ଟ୍ରକ୍‌ରେ ସେମିତି ପଡ଼ିରହିଛୁ।
ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ଆମ ପାଖରେ ପର୍ଯ୍ୟାପ୍ତ ସଂଖ୍ୟାରେ ପିପିଇ କିଟ୍‌ ଗଚ୍ଛିତ ଅଛି। ତେଣୁ ଆମେ ଆଉ କିଟ୍‌ ନ ପଠାଇବାକୁ ବିତରକମାନଙ୍କୁ କହିଥିଲୁ। ହେଲେ ଏହାମଧ୍ୟରେ ଅନେକ ଟ୍ରକ୍‌ ସାମଗ୍ରୀ ନେଇ ପହଞ୍ଚତ୍ସାରିଛନ୍ତି। ସୋମବାରଦିନ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ତେବେ ଏନେଇ ଆମେ ଓଏସ୍‌ଏମ୍‌ସିଏଲ୍‌ ଏମ୍‌ଡି ଯାମିନୀ ଷଡ଼ଙ୍ଗୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

ବିଶୋଧିତ ଜଳ ବ୍ୟବହାର କଲେ ମନୁଷ୍ୟ ସମାଜ ସୁସ୍ଥ ରହିବ

ବିଶାଳ ଭୂପୃଷ୍ଠକୁ ସୁବିସ୍ତୃତ ଜଳରାଶି ଚାରିପଟୁ ସଜାଗ ପୋଲିସ ବାହିନୀ ସଦୃଶ ଘେରିରହିଛି। ମହାସାଗର, ସାଗର ଓ ନଦୀଜଳ ଦ୍ୱାରା ଜାଗତିକ ସଭ୍ୟତା ଉନ୍ନତିର ସୋପାନରେ ଆଗେଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

ମାନସ ରଞ୍ଜନ ମଙ୍ଗରାଜ,ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୧୩।୪: ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାନସଙ୍କୁ ବିଜେଡି ସଂସଦୀୟ ଦଳ ନେତା…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

ଇଲେକ୍ଟ୍ରୋନେଗେଟିଭିଟି ଭ୍ରମର ସମାଧାନ (Breaking the Electronegativity Myth): ପ୍ରାୟ ଏକ ଶତାବ୍ଦୀ ଧରି, ରସାୟନ ବିଜ୍ଞାନ ପାଠ୍ୟପୁସ୍ତକଗୁଡ଼ିକ ଏକ ନିୟମ ଶିଖାଇ ଆସିଥିଲେ: ହାଇଡ୍ରୋଜେନ ବନ୍ଧନ…

‘ଯେକୌଣସି ଭୁଲ ପ୍ରାଣଘାତକ ହେବ’ ହର୍ମୁଜ ପ୍ରଣାଳୀରେ ସୀମାପାର ମନୋଭାବରେ ଇରାନ

ତେହରାନ,୧୩।୪: ଇସଲାମାବାଦରେ ‘ଶାନ୍ତି ଆଲୋଚନା’ ବିଫଳ ହେବା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇପାରେ। ଇରାନ ନୌସେନା ହର୍ମୁଜ ପ୍ରଣାଳୀ…

ଆମେରିକାକୁ ବଡ଼ ପରାମର୍ଶ ଦେଲା ଇରାନ, କହିଲା ଟ୍ରମ୍ପଙ୍କୁ ଆମର…

ତେହରାନ,୧୩।୪: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ସଙ୍କେତ ଦେଇଛନ୍ତି ଯେ ତେହରାନ ଆମେରିକା ସହିତ ଏକ ଚୁକ୍ତିରେ ପହଞ୍ଚିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ, ଏକ ସମାଧାନ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri