ପିତାଙ୍କ ଏମିତି ଫଟୋ ଛାଡିଲେ ଝିଅ, ଲୋକେ ହେଲେ ଭାବୁକ

କାନବେରା,୭।୧: ଅଷ୍ଟ୍ରେଲିଆରେ ଥିବା ଜଙ୍ଗଲରେ ଭୟଙ୍କର ନିଆ ଲାଗିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ରାତିଦିନ ଲାଗିପଡିଛନ୍ତି। କିଛିଦିନ ପୂର୍ବରୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ନିଆଁ ଲିଭାଉ ଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ନିଆଁ ଭିତରୁ କର୍ମଚାରୀମାନେ ଏକ ଟ୍ରକ୍‌ରେ ବସି ବାହାରୁଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳିଥିଲା। ଏବେ ଆଉ ଏକ ଲୋମଟାଙ୍କୁରା ଫଟୋ ଏବେ ଭାଇରାଲ ହୋଇଛି। ଜଣେ ଯୁବତୀ ଅଗ୍ନିଶମ କର୍ମଚାରୀ ଥିବା ନିଜ ପିତାଙ୍କ ଫଟୋ ସୋସିଆଲ ମିଡିଆରେ ଛାଡିଛନ୍ତି। ଯେଉଁ ଫଟୋରେ ତାଙ୍କ ପିତା ତଳେ ଶୋଇଥିବାର ନଜର ଆସିଛନ୍ତି। ଜଙ୍ଗଲରେ ରାତିଦିନ ନିଆଁ ଲିଭାଉଥିବାବେଳେ ଟିକେ ସମୟ ପାଇଁ ସେ ତଳେ ବିଶ୍ରାମ ନେଉଥିବାବେଳେ ଫଟୋଟି ଉଠାଯାଇଛି। ଦୀର୍ଘ ୫୦ ଦିନ ହେବ ନିଆଁକୁ ଆୟତ କରିବାକୁ ଚେଷ୍ଟା କରାଯାଉଥିଲେ ମଧ୍ୟ ଏହା ସମ୍ଭବ ହୋଇପାରୁନାହିଁ। ଏହି ଫଟୋ ଦେଖି ୟୁଜର୍ସ ଭାବୁକ ହୋଇ କମେଣ୍ଟ ଦେଉଛନ୍ତି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲାଗିବା ଫଳରେ ପାଖାପାଖି ୫୦ କୋଟି ଜୀବଜନ୍ତ ଏବଂ ପକ୍ଷୀ ପୋଡ଼ି ହୋଇଯାଇଛନ୍ତି। ଏହି ନିଆଁ ଅଷ୍ଟ୍ରେଲିଆର ଭିକ୍ଚୋରିଆ ଏବଂ ନ୍ୟୁ ସାଉଥେଓୱଲସ ଅଞ୍ଚଳରେ ଲାଗିଛି। ଏହି ନିଆଁରେ ୨୦୦ରୁ ଅଧିକ ଘର ପୋଡ଼ି ନଷ୍ଟ ହୋଇଯାଇଛି। ଅଷ୍ଟ୍ରେଲିଆ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏଯାବତ ୧୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ହେଲେ ଆଗାମୀ ସମୟରେ ଏହି ସଂଖ୍ୟା ବଢ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସମୟରେ ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ!

ଭର୍ମୋଣ୍ଟ,୪ ।୭: ଆମେରିକାର ଏକ ରାଜ୍ୟ ହେଉଛି ଭର୍ମୋଣ୍ଟ । ନ୍ୟୁ ଇଂଲଣ୍ଡ ଅଞ୍ଚଳରେ ଥିବା ଏହି ରାଜ୍ୟ ବର୍ନି ରେଣ୍ଡର୍ସ, ମ୍ୟାପଲ ସିରପ, ଓ...

ଭିନ୍ନ ଢଙ୍ଗରେ ସ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଓବାମା

ଓ୍ବାଶିଂଟନ,୧୮।୧: ଆମେରିକାର ପୂର୍ବତନ ଫାଷ୍ଟ ଲେଡି ମିଶେଲ ଓବାମା ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଆମେରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ତଥା ମିଶେଲଙ୍କ...

ସ୍ବପ୍ନକୁ ନେଇ ରୋଚକ କଥା: ଯାହା ଅବିଶ୍ୱସନୀୟ ଲାଗିଲେ ବି ସତ…

ସାଧାରଣରେ କୁହାଯାଏ, ଯାହା ଆମେ ଚିନ୍ତାକରୁ କିମ୍ବା ମନ ଭିତରେ ଯେଉଁ କଥାକୁ ନେଇ ସବୁବେଳେ ଭାବୁଥାଉ ତାହା ହିଁ ସ୍ବପ୍ନ ମାଧ୍ୟମରେ ଆମେ ଦେଖିଥାଉ।...

୪୦ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟରୁ ପୋଷାକ ତିଆରି କଲେ ବୌଦ୍ଧଭିକ୍ଷୁ

ବ୍ୟାଙ୍କକ,୧୯।୨: ପ୍ଲାଷ୍ଟିକ୍‌ ବର୍ଜ୍ୟ ଯୋଗୁ ପୃଥିବୀରେ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏନେଇ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌ର ବ୍ୟବହାର ଉପରେ କଟକଣା ଜାରି...

୧ କୋଟି ଟଙ୍କାର ଚାକିରି ଅଫର ଛାଡ଼ିଲେ ଚା’ ବିକାଳିଙ୍କ ପୁଅ

ପିଲାଦିନରୁ ସମସ୍ତେ ପାଠପଢ଼ାରେ ଧ୍ୟାନ ଦେଇଥାନ୍ତି। ବଡ଼ ହେଲେ କେମିତି ଭଲ ଚାକିରିଟିଏ କରିବେ। ଚାକିରି ମିଳିଗଲେ ଖୁସିରେ ପାଦ ତଳେ ଲାଗେନି। ଭଲ ଦରମାରେ...

କରୋନା ସଂକ୍ରମିତଙ୍କୁ ଭିଟାମିନ୍‌-ସି: ଚାଇନା-ଆମେରିକାରେ ମିଳିଲା ସଫଳତା !

ବେଜିଂ,ଓ୍ବାଶିଂଟନ,୨୯।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାକୁ ରୋକିବାରେ କେଉଁ ଔଷଧ ସଫଳ ହେଉ ନ ଥିବାବେଳେ ଏବେ ଭିଟାମିନ୍‌-ସିର...

ଖାଇବା ଆଶାରୁ ଖଡ଼ି ଧରିଲେ ଦିବ୍ୟା

ହାଇଦ୍ରାବାଦ୍‌:ନବେ ଦଶକରେ ଆରମ୍ଭ କରାଯାଇଥିବା ମଧ୍ୟାହ୍ନଭୋଜନ ଯୋଜନାର ପ୍ରଭାବ ପ୍ରମାଣିତ କରିଛି ତେଲେଙ୍ଗାନାର ଏକ ଘଟଣା। ହାଇଦ୍ରାବାଦ୍‌ର ଗୁଡିମଲକାପୁର ସରକାରୀ ସ୍କୁଲ୍‌କୁ ଦିବ୍ୟା ନାମକ ଝିଅଟିଏ...

୭୩ ବର୍ଷରେ ୟୁଏଇ ରାଷ୍ଟ୍ରପତିଙ୍କ ପରଲୋକ

ଦୁବାଇ,୧୩।୫: ପରଲୋକରେ ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ ଜାୟେଦ ଅଲ ନାହାନ। ଶୁକ୍ରବାର ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ନେଇ ତାଙ୍କ...

Advertisement
Archives

Model This Week