Posted inଖେଳ

ପିଟି ଉଷାଙ୍କୁ ଭେଟେରାନ ପିନ୍‌ ସମ୍ମାନ

ନୂଆଦିଲ୍ଲୀ,୨୫।୯(ପିଟି): ପୂର୍ବତନ ଭାରତୀୟ ଆଥ୍‌ଲେଟ୍‌ ଓ ଅଲିମ୍ପିଆନ ପିଟି ଉଷାଙ୍କୁ ସମ୍ମାନଜନକ ଅନ୍ତର୍ଜାତୀୟ ଆସୋସିଏଶନ ଅଫ୍‌ ଆଥ୍‌ଲେଟିକ୍ସ ଫେଡେରେଶନ (ଆଇଏଏଏଫ୍‌) ଭେଟେରାନ ପିନ ପୁରସ୍କାର ମିଳିଛି। ଦୋହାଠାରେ ଅନୁଷ୍ଠିତ ୫୨ତମ ଆଇଏଏଏଫ୍‌ କନଫରେନ୍ସ ଅବସରରେ ଉଷାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ମୋତେ ଭେଟେରାନ ପିନ ସମ୍ମାନ ଦେବା ପାଇଁ ଆଇଏଏଏଫ୍‌ ଓ ସଭାପତି ସେବେଷ୍ଟିଆନ କୋଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଆଗକୁ ମଧ୍ୟ ଭାରତରେ ଆଥ୍‌ଲେଟିକ୍ସ ଉନ୍ନତି ଦିଗରେ କାର୍ଯ୍ୟ କରିବି ବୋଲି ଉଷା ବୁଧବାର ଟୁଇଟ୍‌ କରିିଛନ୍ତି। ଟୁଇଟ ସହ ପୁରସ୍କାର ଗ୍ରହଣ କରୁଥିବାବେଳର ଫଟୋ ମଧ୍ୟ ଶେୟାର କରିଛନ୍ତି। ଉକ୍ତ ଫଟୋରେ ଉଷାଙ୍କୁ ଆଇଏଏଏଫ୍‌ ସଭାପତି ସେବେଷ୍ଟିଆନ ପୁରସ୍କାର ଦେଉଛନ୍ତି। ୧୯୮୪ ଲସ ଆଲେଞ୍ଜ ଅଲିମ୍ପିକ୍ସର ୪୦୦ ମିଟର ବାଧା ଦୌଡ଼ଇଭେଣ୍ଟରେ ବ୍ରୋଞ୍ଜ ପଦକରୁ ଏକ ସେକେଣ୍ଡଠାରୁ ଆହୁରି କମ୍‌ ସମୟରେ ହାତଛଡ଼ା କରିଥିଲେ। ପାୟୋଲି ଏକ୍ସପ୍ରେସ ଭାବେ ଜଣାଶୁଣା ଉଷାା ୧୯୮୩ରେ ଅର୍ଜୁନ ସମ୍ମାନ ପାଇଥିଲେ। ଦୁଇ ବର୍ଷ ପରେ ୧୯୮୫ରେ ତାଙ୍କୁ ପଦ୍ମ ଶ୍ରୀ ପୁରସ୍କାର ମଧ୍ୟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

ମୋର ଆଉ ମୋଦିଙ୍କର ସ୍ତ୍ରୀ ନାହାନ୍ତି…ସଂସଦରେ କହୁକହୁ ଏ କ’ଣ କହିଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ସଂଶୋଧନ ବିଲ ଉପରେ ଆଲୋଚନା ସମୟରେ ଲୋକ ସଭାରେ ଏକ ଅତ୍ୟନ୍ତ ଆକର୍ଷଣୀୟ ମୁହୂର୍ତ୍ତ ସୃଷ୍ଟି ହୋଇଥିଲା। ବିରୋଧୀ ଦଳ ନେତା ରାହୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri