ପିଏମ୍‌ଇଜିପି ଅଗ୍ରଗତି ନୈରାଶ୍ୟଜନକ: ଜିଲାସ୍ତରୀୟ କମିଟିର ନିଷ୍ପତ୍ତି ମାନୁନାହାନ୍ତି ବ୍ୟାଙ୍କ, ନିଯୁକ୍ତି ସୁଯୋଗ ସୃଷ୍ଟି ସଙ୍କୁଚିତ

ଯାଜପୁର ଅଫିସ,୧୬ା୬- ପ୍ରଧାନମନ୍ତ୍ରୀ କର୍ମନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ(ପିଏମ୍‌ଇଜିପି) ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଯୋଜନା। ସ୍ଥାନୀୟ ସମ୍ବଳକୁ ବ୍ୟବହାର କରି ଆମତ୍ନିଯୁକ୍ତି ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ବ୍ୟାଙ୍କଗୁଡ଼ିକ ପିଏମ୍‌ଇଜିପି ହିତାଧିକାରୀଙ୍କୁ ଅର୍ଥ ଯୋଗାଣରେ ସହାୟତା କରି ଆସୁଛନ୍ତି। ଜିଲାସ୍ତରୀୟ ଟାସ୍କଫୋର୍ସ କମିଟିରେ ହିତାଧିକାରୀଙ୍କ ନାମ ଅନୁମୋଦନ ହେବା ପରେ ପ୍ରତ୍ୟେକ ମାସରେ ବ୍ୟାଙ୍କଗୁଡ଼ିକୁ ଆବଶ୍ୟକ ଅର୍ଥ ଯୋଗାଣ କରିବାକୁ ସୁପାରିଶ କରାଯାଉଛି। ହେଲେ ଗତ କିଛିଦିନର ଧାରାକୁ ଅବଲୋକନ କଲେ ଅଧିକାଂଶ ବ୍ୟାଙ୍କ ଜିଲାସ୍ତରୀୟ କମିଟିର ନିଷ୍ପତ୍ତିକୁ ମାନୁ ନାହାନ୍ତି। ଏପରିକି ବାତ୍ୟା ଫନି ଫଳାଫଳ ଅନୁସାରେ ଉଦ୍ୟୋଗୀମାନଙ୍କୁ ବିଭିନ୍ନ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରିବାକୁ ବ୍ୟାଙ୍କମାନେ କୌଣସି ପ୍ରକାର ସହାୟତା କରୁ ନାହାନ୍ତି। ତେଣୁ ଯେତେ ଶୀଘ୍ର ସମ୍ଭବ ଜିଲାର ବିଭିନ୍ନ ସ୍ଥାନରେ ଋଣମେଳା ଆୟୋଜନ କରାଯାଇ ପୂର୍ବବର୍ଷର ବାକି ପଡିଥିବା ଓ ଚଳିତ ବର୍ଷର ପିଏମଇଜିପି ହିତାଧିକାରୀଙ୍କୁ ଅର୍ଥଯୋଗାଣ କରିବାକୁ ଜିଲାପାଳ ରଞ୍ଜନ କୁମାର ଦାସ ପରାମର୍ଶ ଦେଇଛନ୍ତି।
ଜିଲାର ଶିଳ୍ପ ବିକାଶ ପାଇଁ ଗୁରୁଦାୟିତ୍ୱ ବହନ କରୁଥିବା ଆଞ୍ଚଳିକ ଶିଳ୍ପକେନ୍ଦ୍ର, ବ୍ୟାଙ୍କ/ଆରଆରବି ଏବଂ କେଭିଆଇସି(ଖଦି ଓ ଗ୍ରାମୀଣ ଶିଳ୍ପ ପରିଷଦ) ଦ୍ୱାରା ପିଏମ୍‌ଇଜିପି ଯୋଜନା କାର୍ଯ୍ୟକାରୀ ହୋଇ ଆସୁଛି। ୨୦୧୮-୧୯ ଆର୍ଥତ୍କ ବର୍ଷରେ ୨୮୩ଟି ପିଏମ୍‌ଇଜିପି ଆବେଦନ ବ୍ୟାଙ୍କରେ ପଡ଼ି ରହିଛି। କେବଳ ଗତ ମେ ମାସରେ ୩୦ଟି ଏମ୍‌ଏସ୍‌ଏମ୍‌ଇ ଋଣ ପ୍ରସ୍ତାବ ଯାଜପୁରରୋଡ ବିଜୟା ବ୍ୟାଙ୍କ, କାଳିଆପାଣି ଆନ୍ଧ୍ର ବ୍ୟାଙ୍କ, ଯଖପୁରା ୟୁକୋ ବ୍ୟାଙ୍କ, ବିଞ୍ଝାରପୁର ସିବିଆଇ, ମିର୍ଜାପୁର କାନାଡା ବ୍ୟାଙ୍କ, ଯାଜପୁର କର୍ପୋରେସନ ବ୍ୟାଙ୍କ, ମଙ୍ଗଳପୁର ଆଇଓବି, ହରିପୁରହାଟ ପିଏନ୍‌ବି, ବାରବାଟି ବିଜୟା ବ୍ୟାଙ୍କ, ବାଲିଆ ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ବରିମାଉଣ୍ଟ ଗ୍ରାମ୍ୟ ବ୍ୟାଙ୍କ, ବରୀ କାନାଡା ବ୍ୟାଙ୍କ, ସୁକିନ୍ଦା ଏସ୍‌ବିଆଇ, କଟକ ୟୁବିଆଇ ପ୍ରଭୃତି ବ୍ୟାଙ୍କଗୁଡ଼ିକରେ ଫାଇଲ ତଳେ ପଡି ରହିଛି। ଏନେଇ ଜିଲା ପ୍ରଶାସନ ଓ ଆଞ୍ଚଳିକ ଶିଳ୍ପକେନ୍ଦ୍ର ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଥିଲେ ହେଁ ବ୍ୟାଙ୍କ କର୍ତ୍ତୃପକ୍ଷ କାହାରି କଥା ଶୁଣୁ ନାହାନ୍ତି। ପିଏମ୍‌ଇଜିପି ଅନ୍‌ଲାଇନ ପୋର୍ଟାଲ ୨୦୧୬ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଛି। ପିଏମ୍‌ଇଜିପିର କାର୍ଯ୍ୟକାରୀକୁ ନେଇ ବିଭିନ୍ନ ପ୍ରକ୍ରିୟା ଯଥା ଆବେଦନ, ଋଣ ମଞ୍ଜୁର ଆଦି ଅନ୍‌ଲାଇନ ମାଧ୍ୟମରେ ସମ୍ପନ୍ନ ହେଉଛି। ଜିଲାସ୍ତରୀୟ ଟାସ୍କଫୋର୍ସ କମିଟିର ମଞ୍ଜୁର ପରେ ଆବେଦନଗୁଡିକୁ ବ୍ୟାଙ୍କ ନିକଟକୁ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଆଯାଉଛି । ଚଳିତ ୨୦୧୯-୨୦ ବର୍ଷରେ ୨୬୩ଟି ଆବେଦନ ଜିଲାର ବିଭିନ୍ନ ବ୍ୟାଙ୍କକୁ ପ୍ରେରଣ ହୋଇଛି। ସେଥିରୁ ମାତ୍ର ୫୬ଟି ଆବେଦନ ମଞ୍ଜୁର କରାଯାଇ ୧୬୫.୮୨ ଲକ୍ଷ ଟଙ୍କା(ସବ୍‌ସିଡିି) ପ୍ରଦାନ କରାଯାଇଛି। ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ ପିଏମ୍‌ଇଜିପିର ଅଗ୍ରଗତି ସନ୍ତୋଷଜନକ ଥିବାବେଳେ ଯାଜପୁର ଜିଲାରେ ନୈରାଶ୍ୟଜନକ ହୋଇଥିବା ଜଣାପଡିଛି । ଏହି ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଦିନକୁ ଦିନ କାର୍ଯ୍ୟକ୍ରମ ମୂଳ ଲକ୍ଷ୍ୟଠାରୁ ଦୂରେଇ ଯିବାରେ ଲାଗିଛି। ସାମଗ୍ରୀକ ଶିଳ୍ପ ବିକାଶକୁ ତ୍ୱରାନ୍ବିତ କରିବା ପରିବର୍ତ୍ତେ ଆବେଦନକାରୀଙ୍କୁ ବିଭିନ୍ନ ଆଳ ଦେଖାଇ ଭୁଆଁ ବୁଲାଯାଉଛି । ପିଏମ୍‌ଇଜିପି ଯୋଜନାରେ ଋଣ ପରିମାଣ ଓ ରିହାତିକୁ ବୃଦ୍ଧି କରାଯାଇଛି ସତ ହେଲେ ଏଥିରେ କେବଳ ଧନୀଶ୍ରେଣୀର ହିତାଧିକାରୀ ସୁଯୋଗ ପାଉଥିବାବେଳେ ଗରିବ ଶ୍ରେଣୀର ଆଶାୟୀ ଯୁବତୀଯୁବକ ବଞ୍ଚତ୍ତ ରହୁଛନ୍ତି ବୋଲି ଅଭିଯୋଗ ହୋଇଆସୁଛି। ଏହାଦ୍ୱାରା କର୍ମନିଯୁକ୍ତି ସୃଷ୍ଟି ହେବା ତ ଦୂରର କଥା କ୍ରମଶଃ କର୍ମନିଯୁକ୍ତି ସଙ୍କୁଚିତ ହେବାରେ ଲାଗିଛି। ଜିଲାସ୍ତରୀୟ ଟାସ୍କଫୋର୍ସ କମିଟିର ଅଧ୍ୟକ୍ଷ ତଥା ଜିଲାପାଳ ଦାସ ତାଙ୍କ ପତ୍ରସଂଖ୍ୟା ୧୩୮୩/୧୨ା୬ା୨୦୧୯ ତାରିଖରେ ଏହି ଦୁର୍ବଳ ଅଗ୍ରଗତି ଉପରେ କ୍ଷୋଭ ପ୍ରକାଶ କରିବା ସହିତ ଜିଲାର ବିଭିନ୍ନ ବ୍ୟାଙ୍କ ମ୍ୟାନେଜରଙ୍କୁ ଏନେଇ ପରାମର୍ଶ ଦେଇଛନ୍ତି। ଉପଯୁକ୍ତ ଆବେଦନଗୁଡ଼ିକୁ ତୁରନ୍ତ ଅନ୍‌ଲାଇନ ମାଧ୍ୟମରେ ମଞ୍ଜୁର କରି ସମ୍ପୃକ୍ତ ତାଲିମ କେନ୍ଦ୍ରଗୁଡ଼ିକୁ ଅବଗତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ମଧ୍ୟ ଜିଲାପାଳ ଏହି ମର୍ମରେ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ ହେଁ ପିଏମ୍‌ଇଜିପି ଯୋଜନାର ଅଗ୍ରଗତି ନୈରାଶ୍ୟଜନକ ହୋଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

ଗଡ଼ମଧୁପୁରରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ, ରାଜବାଟି ବୁଲି ଫ୍ୟାନ୍ସଙ୍କ ସହ ଫଟୋ ଉଠାଇଲେ

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଗଡ଼ମଧୁପୁର ରାଜବାଟିରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ ପହଞ୍ଚିବା ପରେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ...

ଟାଟା ପାୱାରର ଶୋଷଣ ବିରୋଧରେ ତାତିଲା କଂଗ୍ରେସ

ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ...

ବରୁଣେଶ୍ୱର ମକର ମେଳା: ୫ରୁ ମିଳିବ ବ୍ୟବସାୟୀଙ୍କୁ ଷ୍ଟଲ ରସିଦ

ବିଞ୍ଝାରପୁର,୨୮ା୧୨(ରାମକୃଷ୍ଣ ଦାସ): ଆସନ୍ତା ଜାନୁଆରୀ ୧୪ ମକର ସଂକ୍ରାନ୍ତିଠାରୁ ବିଞ୍ଝାରପୁର ବ୍ଲକ୍‌ ଅଧୀନ ଅରେଇ ପଞ୍ଚାୟତର ବରୁଣେଶ୍ୱର ମକର ମେଳା ପଡ଼ିଆରେ ରାଜ୍ୟସ୍ତରୀୟ ମେଳା ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri