ପିଏନ୍‌ବିରୁ ୩୨ କୋଟି ଠକେଇ ମାମଲା: କୌଶିକଙ୍କ ଲକରରୁ ୩୭.୯ଲକ୍ଷ ଜବତ

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ଭୁବନେଶ୍ୱର ଷ୍ଟେଶନ ସ୍କୋୟାରସ୍ଥିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ୍‌ (ପିଏନ୍‌ବି) ଶାଖାରେ ୩୨ କୋଟି ଠକେଇ ଘଟଣାର ତଦନ୍ତ ଚଳାଇଛି ସିବିଆଇ। ମଙ୍ଗଳବାର ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗ୍ଲୋବାଲ ଟ୍ରେଡିଂ ସଲ୍ୟୁଶନ ଲିମିଟେଡ୍‌ର ପୂର୍ବତନ ନିର୍ଦ୍ଦେଶକ କୌଶିକ ମହାନ୍ତିଙ୍କ ଲକରରୁ ୩୮ ଲକ୍ଷ ଟଙ୍କା ଜବତ କରିଛି। ସିବିଆଇର ଏକ ଟିମ୍‌ ପଟିଆ କିଟ୍‌ ସ୍କୋୟାରସ୍ଥିତ ୟୁନିୟନ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ୟୁବିଆଇ) ଶାଖାକୁ ଯାଇ ଛାନ୍‌ଭିନ କରିଥିଲା। ଅଧିକାରୀମାନେ କୌଶିକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ସହ ତାଙ୍କ ଲକରକୁ ଯାଞ୍ଚ କରିଥିଲେ। ଲକରରୁ ନଗଦ ୩୭.୯୦ ଲକ୍ଷ ଟଙ୍କା ମିଳିଥିଲା। ପରେ ଉକ୍ତ ଲକରକୁ ସିଲ୍‌ କରାଯାଇଥିବାବେଳେ ଅନ୍ୟ କେତେକ ବ୍ୟାଙ୍କ୍‌ରେ ମଧ୍ୟ ଛାନ୍‌ଭିନ୍‌ କରାଯାଇଛି। ସେହିଭଳି କୌଶିକଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଭୁବନେଶ୍ୱର, କଟକ ଓ ରାଜ୍ୟ ବାହାରେ ଏକାଧିକ ଟିମ୍‌ ଚଢ଼ାଉ କରିଥିବା ସିବିଆଇ ସୂତ୍ରରୁ ଜଣାପଡିଛି। ଅନ୍ୟପକ୍ଷରେ ଏହି ଠକେଇର ଖୋଳତାଡ଼ ଆରମ୍ଭ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସିବିଆଇ ଅଧିକାରୀଙ୍କ ସହ ଆଲୋଚନା କରି ଠକେଇ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବାରେ ଲାଗି ପଡ଼ିଛି। ଲକରରୁ ଜବତ ଟଙ୍କାକୁ ନେଇ ମଧ୍ୟ ଇଡି ଖୋଳତାଡ଼ ଆରମ୍ଭ କରିଛି। ଉଭୟ ସିବିଆଇ ଏବଂ ଇଡ଼ିର ସମନ୍ବୟରେ ତଦନ୍ତ ଆଗକୁ ବଢ଼ିଛି। ଏଥିସହ ମାମଲା ରୁଜୁ ହୋଇଥିବା ୯ଜଣ ଅଭିଯୁକ୍ତଙ୍କ ସମ୍ପତ୍ତି ସଂକ୍ରାନ୍ତ ତଥ୍ୟ ହାସଲ ପାଇଁ ଉଦ୍ୟମ ଚାଲିଛି। ସେମାନେ କେଉଁସବୁ ବ୍ୟାଙ୍କ, ସମ୍ପର୍କୀୟ ଓ ଅନ୍ୟ କାହା ପାଖରେ ଟଙ୍କା ରଖିଛନ୍ତି କି? ଉକ୍ତ ଠକେଇ ଟଙ୍କାରେ ସୁନା, ଜମି ଅବା ଅନ୍ୟ କିଛି ସମ୍ପତ୍ତି କରିଛନ୍ତି ତାହାର ଟିକିନିଖି ଜାଣିବାକୁ ଉଭୟ ସିବିଆଇ ଓ ଇଡି ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି।
ସୂଚନାଯୋଗ୍ୟ, ୨୦୧୦ରେ ଗ୍ଲୋବାଲ ଟ୍ରେଡିଂ ସଲ୍ୟୁଶନ ଲିମିଟେଡ଼୍‌ କମ୍ପାନୀ ଆରମ୍ଭ କରିଥିଲେ ଅବିନାଶ ମହାନ୍ତି। ଏହି କମ୍ପାନୀ ବିଦେଶକୁ ଲୁହାପଥର ରପ୍ତାନି କରୁଥିବା ସମ୍ପର୍କିତ କାଗଜପତ୍ର ଦାଖଲ କରାଯାଇ ଷ୍ଟେଶନ ସ୍କୋୟାରସ୍ଥିତ ପିଏନ୍‌ବି ଶାଖାରୁ ବିଭିନ୍ନ ସମୟରେ ୩୨ କୋଟି ଟଙ୍କା ଋଣ ଉଠାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ସଂସ୍ଥା ହଠାତ୍‌ ଗାଏବ ହୋଇଯାଇଥିଲା। ଠକେଇ ନେଇ ଜଣାପଡିବା ପରେ ପିଏନ୍‌ବିର ସର୍କଲ ମୁଖ୍ୟ ଗଣପତିଲାଲ ଗତ ୯ ତାରିଖରେ ସିବିଆଇରେ ଅଭିଯୋଗ କରିଥିଲେ।
ତଦନ୍ତରୁ ଜଣାପଡିଛି ଯେ, ୨୦୧୦ରୁ ୨୦୧୫ ମଧ୍ୟରେ ଏହି ଠକେଇ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ତତ୍‌କାଳୀନ ବ୍ୟାଙ୍କ ଅଧିକାରୀଙ୍କ ସମେତ ଗ୍ଲୋବାଲ ଟ୍ରେଡିଂ ସଲ୍ୟୁଶନ ଲିମିଟେଡ୍‌ ମ୍ୟାନେଜମେଣ୍ଟର ୯ଜଣଙ୍କ ନାମରେ ସିବିଆଇ ମାମଲା ରୁଜୁ କରିଛି। ଷ୍ଟେଶନ ସ୍କୋୟାରସ୍ଥିତ ପିଏନ୍‌ବି ଶାଖାର ତତ୍‌କାଳୀନ ଚିଫ୍‌ ମ୍ୟାନେଜର ନାଗମଣି ସତ୍ୟନାରାୟଣ ପ୍ରସାଦ ଓ ମନୋରଞ୍ଜନ ଦାଶ, ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଏସ୍‌.ସି. ଶର୍ମା, ସିନିୟର ମ୍ୟାନେଜର ପ୍ରିୟତୋଷ ଦାଶଙ୍କ ସମେତ ଗ୍ଲୋବାଲ ଟ୍ରେଡିଂ ସଲ୍ୟୁଶନର ଏମ୍‌ଡି ଅବିନାଶ ମହାନ୍ତି, ପୂର୍ବତନ ନିର୍ଦ୍ଦେଶକ କୌଶିକ ମହାନ୍ତି ଓ ଅଂଶୁମାନ ସାମନ୍ତରାୟ ଏବଂ ବିଧୁଭୂଷଣ ନାୟକଙ୍କ ନାମରେ ସିବିଆଇ ଆଇପିସି ଦଫା ୧୨୦(ବି), ୪୨୦, ପିସି ଆକ୍ଟର ଦଫା ୧୩(୨) ଓ ୧୩(୧)(ଡି)ରେ ମାମଲା ରୁଜୁ କରି ତଦନ୍ତ କରୁଛି। ସିବିଆଇ ଟିମ୍‌ ଓଡ଼ିଶା ଓ ବାହାର ରାଜ୍ୟରେ ଚଢାଉ କରିଥିଲେ ମଧ୍ୟ ଏଯାଏ ଅଭିଯୁକ୍ତଙ୍କୁ ଧରିପାରି ନାହିଁ। ଠକେଇର ମାଷ୍ଟରମାଇଣ୍ଡ କୁହାଯାଉଥିବା ସଂସ୍ଥାର ଏମ୍‌ଡି ଅବିନାଶ ମହାନ୍ତି ଧରାପଡିଲେ ସବୁ ଗୁମର ଖୋଲିଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଜାନୁଆରୀ ୧ରୁ କଡ଼ାକଡ଼ି ହେବ ଗାଡ଼ି ଚେକିଂ, ଏହି ସାର୍ଟିଫିକେଟ ନ ଥିଲେ ମିଳିବନି ପେଟ୍ରୋଲ!

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ ତାରିଖରୁ ଜୋରଦାର ଗାଡ଼ି ଚେକିଂ ହେବ। ଏନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି। ସେ କହିଛନ୍ତି, MVI ନିୟମ...

ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ: ପୋଲିସ ପାଟ୍ରୋଲିଂକୁ କରାଯିବ କଡାକଡ଼ି

ଦାରିଙ୍ଗବାଡି, ୨୨ା୧୨ (ଅରୁଣ ସାହୁ): ଆଉ ମାତ୍ର ୨ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଏଥିପାଇଁ ସବୁଠି ଆନନ୍ଦର ଲହରି ଦେଖା ଦେଇଛି।...

ଅତିଷ୍ଠ ହେଉଛି ସାମାଜିକ ବାସନ୍ଦ: ପରିବାର ସହ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଲେ ବ୍ୟକ୍ତି

ଦିଗପହଣ୍ଡି,୨୨।୧୨: ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ସାମାଜିକ ବାସନ୍ଦର ଶିକାର ହୋଇ ଶେଷରେ ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଜଣେ ବ୍ୟକ୍ତି।...

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

ମନରେଗା ଯୋଜନାର ନୂତନ ନାମକରଣକୁ ବିରୋଧ, ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୨/୧୨(ଦିଲ୍ଲୀପ ସାମଲ):ମନରେଗା ଯୋଜନାର ନୂଆ ନାମକରଣ କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେବାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri