ପିଏଚ୍‌ଡି ମୁଖ୍ୟ ପାଇପ୍‌ ଲାଇନ୍‌ରେ ଫାଟ : ପାନୀୟ ଜଳରେ ମିଶୁଛି ଦୂଷିତ ପାଣି

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ରସୁଲଗଡ ଛକ ଦେଇଯାଇଛି ପିଏଚଡିର ମୁଖ୍ୟ ପାନୀୟ ଜଳ ପାଇପ ଲାଇନ। କୁଆଖାଇ ନଦୀରୁ ଉକ୍ତ ସର୍ଭିସ ପାଣି ପାଇପ ଲାଇନ ଆସିଛି। ଯାହାକି ରସୁଲଗଡ ଛକରୁ ପାଇପ ଲାଇନ କଟକରୋଡ, କଳ୍ପନା, ରାଜମହଲ ଧରି ପୁରୁଣା ଭୁବନେଶ୍ୱର ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଲକ୍ଷାଧିକ ଲୋକ ସପ୍ଲାଏ ପାନୀୟ ଜଳ ଉପରେ ନିର୍ଭର କରନ୍ତି। ଏହି ପାଣି ପାଇପର କେତେକ ଅଂଶ ଗତ ଶୁକ୍ରବାରଠାରୁ ଏସ୍‌ପ୍ଲାନେଡ କଡ ପଞ୍ଜାବ ବ୍ୟାଙ୍କ ନିକଟ ରାସ୍ତା ତଳେ ଯାଇଥିବା ପାଇପ ଲାଇନ ଫାଟି ପାଣି ବିଚ୍ଛୁରିତ ହୋଇ ରାସ୍ତାରେ ଜମା ହୋଇ ରହୁଛି। ୪ ଦିନ ଧରି ଲାଗି ରହିଥିବା ବର୍ଷାରେ ଡ୍ରେନ ଏବଂ ନର୍ଦ୍ଦମା ପାଣି ଏହି ଫଟା ପାଇପ ଜଳମଗ୍ନ ହୋଇଥିଲା। ଫଳରେ ଫଟା ପାଇପ ମଧ୍ୟରେ ଦୂଷିତ ଜଳ ପ୍ରବେଶ କରୁଛି। ଏହାଦ୍ୱାର ପାନୀୟଜଳ ବ୍ୟବହାରକାରୀଙ୍କୁ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା କରାଯାଉଛି। ଯାହାକି ଡାକ୍ତରଙ୍କ ସୂଚନା ମୁତାବକ ବର୍ଷାଦିନେ ଦୂଷିତ ଜଳ ପିଇଲେ ଲୋକେ ବିଭିନ୍ନ ରୋଗର ଶିକାର ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଫଟା ପାଇପ ଲାଇନରେ ଦୂଷିତ ଜଳ ମିଶୁଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ହାଲକା ଭାବେ ନେଉଛନ୍ତି। ଦୂଷିତ ପାଣି ସପ୍ଲାଏ ବନ୍ଦ କରି ଶୀଘ୍ର ମରାମତି କରିବା ପରିବର୍ତ୍ତେ କେବେ କାମ ସରିବ କହିହେବ ନାହିଁ ବୋଲି ଅଧିକାରୀ କହିଛନ୍ତି। ହେଲେ ଏହି ପାନୀୟ ଜଳ କେତେ ବିଶୁଦ୍ଧ ତାହାକୁ ପରୀକ୍ଷା କରାଗଲେ ଜଣାପଡିବ ବୋଲି ଲୋକେ କହିଛନ୍ତି।

ସ୍ଥାନୀୟ ବାସିନ୍ଦା ଟୁଲୁ ସାମନ୍ତରାୟ କହିଛନ୍ତି, ଗତ ଶୁକ୍ରବାରଠାରୁ ଏହି ପାଇପ ଲାଇନ ଫାଟିବା ପରେ ରାସ୍ତା ଉପରେ ଧୀରେ ଧୀରେ ପାଣି ଜମା ହେବା ଆରମ୍ଭ ହୋଇଥିଲା। ପାଣି ଜମା ହେବା ସାଙ୍ଗକୁ ଏକ ଗର୍ତ୍ତ ସୃଷ୍ଟି ହୋଇଥିେଲେ ହେଁ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳି ନ ଥିଲା। ଫଳରେ ଏହାକୁ ପଥର ଦ୍ୱାର ା ସ୍ଥାନୀୟ ଲୋକେ ଆବଦ୍ଧ କରିବାର ଦୁଇଦିନ ପରେ ବିଭାଗୀୟ ଅଧିକାରୀ ଏକ ବାଉଁଶରେ ବାଡା ଦେଇ ଚାଲିଗଲେ। ବର୍ଷା ହେଲେ ପାଣି ଜମିବା ସହ ଉକ୍ତ ଗର୍ତ୍ତ ଫୁଲ ହୋଇ ଦୂଷିତ ପାଣି ପାଇପଲାଇନରେ ପ୍ରବେଶ କରୁଛି। ତୁରନ୍ତ ଏହାକୁ ମରାମତି କରାଯାଉ ନଚେତ ଦୂଷିତ ଜଳ ପିଇ ଅନେକ ଲୋକ ରୋଗରେ ପଡିବାର ସମ୍ଭାବନା ରହିଛି।
ଏ ସଂକ୍ରାନ୍ତରେ ଡାକ୍ତର ଲିଙ୍ଗରାଜ ରଣା କୁହନ୍ତି, ବର୍ଷାଜଳ ମୁଖ୍ୟ ପାନୀୟ ଜଳ ପାଇପ ଲାଇନରେ ପ୍ରବେଶ କରିବା ଅର୍ଥ ବିପଦକୁ ଆମନ୍ତ୍ରଣ କରିବା। ପରିବାର ସହ ନିଜେ ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ବେଳେ ଏହି ପାନୀୟ ଜଳକୁ ବ୍ୟବହାର ମଧ୍ୟ କରୁଛି। ଏହା ଜାଣିବା ପରେ ପରିବାରର ସ୍ବାସ୍ଥ୍ୟଗତ ଚିନ୍ତା ବଢାଇ ଦେଇଛି। ପିଏଚଡି ପକ୍ଷରୁ ଏହାକୁ ଖାମଖିଆଲ ଭାବେ ନ ନେଇ ତୁରନ୍ତ ମରାମତି କରିବା ଆବଶ୍ୟକ। ପରିସ୍ଥିତିରେ ସମସ୍ତ ଲୋକ ପାଣିକୁ ଫୁଟାଇ ପିଇବା ନିହାତି ଦରକାର। ଦୂଷିତ ପାଣି ପିଇଲେ ଟାଇଫଏଡ ଜ୍ୱର, ଚକ୍ଷୁ ରୋଗ, ଡାଇରିଆ, ମ୍ୟାଲେରିଆ, ଜଣ୍ଡିସ ପରି ରୋଗ ଆକ୍ରମଣ ହେବାର ସମ୍ଭାବନା ରହିଛି।
ଏ ସମ୍ପର୍କରେ ପିଏଚଡି ବିଭାଗୀୟ ଜେଇ ମୟାଧର ବେହେରାଙ୍କୁ ପଚାରିବାରେ ପାଣି ଯୋଗାଣରେ କୌଣସି ବାଧା ସୃଷ୍ଟି ହେଉନାହିଁ। ସମସ୍ତଙ୍କୁ ଠିକ୍‌ ଭାବେ ପାଣି ଯୋଗଇ ଦିଆଯାଉଛି। ଗତ ଶୁକ୍ରବାରଠାରୁ ଏ ସମସ୍ୟା ଉପୁଜିଥିଲେ ହେଁ ପାଗ ଖରାପ ରହିବାରୁ କାମ କରିବା ସମ୍ଭବ ହୋଇ ନ ଥିଲା। ମଙ୍ଗଳବାରଠାରୁ କାମ ଆରମ୍ଭ ହୋଇଛି, କେବେ ସରିବ ତାହା କହି ହେବ ନାହିଁ। ମାତ୍ର ମୁଖ୍ୟ ପାଇପ ଲାଇନରେ ପାଣିର ବେଗ ଜୋର ରହିଥିବାରୁ ବାହାର ଦୂଷିତ ଜଳ ପ୍ରବେଶ କରିବାର ସମ୍ଭାବନା ବହୁତ କମ। ଶୀଘ୍ର କାମ ଶେଷ କରିବାକୁ ପ୍ରୟାସ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ଇରାନର ଭୟଙ୍କର ଚେତାବନୀ: ଯଦି ବନ୍ଦରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୁଏ, ତା’ହେଲେ…

ଓ୍ବାଶିଂଟନ୍‌,୧୩।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏକ ନୂତନ ଏବଂ ଗମ୍ଭୀର ମୋଡ଼ ନେଇଛି। ଆମେରିକା ଇରାନର ଉପସାଗରୀୟ ବନ୍ଦରଗୁଡ଼ିକର ନୌସେନା ଅବରୋଧ ଘୋଷଣା…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ପାରମ୍ପରିକ ଖାଦ୍ୟକୁ ନେଇ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ ଆନନ୍ଦମୟୀ….

ଦାରିଙ୍ଗବାଡି, ୧୩ା୪ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍‌ କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ଓଡ଼ିଆ ପକ୍ଷ ଅବସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ବିଡ଼ିଓ ପ୍ରୀତିରଞ୍ଜନ…

ମାଲକାନଗିରି କୋର୍ଟର ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି,୧୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋର୍ଟକୁ ଏକ ଅଜ୍ଞାତ ମେଲ୍‌ରୁ ସୋମବାର ବୋମା ଧମକ ମିଳିଛି। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଅଞ୍ଚଳରେ…

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

ବିଶ୍ୱଯୁଦ୍ଧ ଆରମ୍ଭ! ନେତାନ୍ୟାହୁଙ୍କ ବଡ଼ ଘୋଷଣା: ଶେଷ ହୋଇପାରେ…ସାରା ବିଶ୍ୱରେ ଭୟଙ୍କର ବାତାବରଣ

ଓ୍ବାଶିଂଟନ୍‌,୧୩।୪: ଇରାନ ଏବଂ ଆମେରିକା ମଧ୍ୟରେ ଇସଲାମାବାଦ ଆଲୋଚନା ବିଫଳ ହେବା ପରେ, ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ଧମକ ଦେଇଛନ୍ତି। ଆମେରିକା ନୌସେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri