ପିଏଚ୍‌ଡି ମୁଖ୍ୟ ପାଇପ୍‌ ଲାଇନ୍‌ରେ ଫାଟ : ପାନୀୟ ଜଳରେ ମିଶୁଛି ଦୂଷିତ ପାଣି

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ରସୁଲଗଡ ଛକ ଦେଇଯାଇଛି ପିଏଚଡିର ମୁଖ୍ୟ ପାନୀୟ ଜଳ ପାଇପ ଲାଇନ। କୁଆଖାଇ ନଦୀରୁ ଉକ୍ତ ସର୍ଭିସ ପାଣି ପାଇପ ଲାଇନ ଆସିଛି। ଯାହାକି ରସୁଲଗଡ ଛକରୁ ପାଇପ ଲାଇନ କଟକରୋଡ, କଳ୍ପନା, ରାଜମହଲ ଧରି ପୁରୁଣା ଭୁବନେଶ୍ୱର ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଲକ୍ଷାଧିକ ଲୋକ ସପ୍ଲାଏ ପାନୀୟ ଜଳ ଉପରେ ନିର୍ଭର କରନ୍ତି। ଏହି ପାଣି ପାଇପର କେତେକ ଅଂଶ ଗତ ଶୁକ୍ରବାରଠାରୁ ଏସ୍‌ପ୍ଲାନେଡ କଡ ପଞ୍ଜାବ ବ୍ୟାଙ୍କ ନିକଟ ରାସ୍ତା ତଳେ ଯାଇଥିବା ପାଇପ ଲାଇନ ଫାଟି ପାଣି ବିଚ୍ଛୁରିତ ହୋଇ ରାସ୍ତାରେ ଜମା ହୋଇ ରହୁଛି। ୪ ଦିନ ଧରି ଲାଗି ରହିଥିବା ବର୍ଷାରେ ଡ୍ରେନ ଏବଂ ନର୍ଦ୍ଦମା ପାଣି ଏହି ଫଟା ପାଇପ ଜଳମଗ୍ନ ହୋଇଥିଲା। ଫଳରେ ଫଟା ପାଇପ ମଧ୍ୟରେ ଦୂଷିତ ଜଳ ପ୍ରବେଶ କରୁଛି। ଏହାଦ୍ୱାର ପାନୀୟଜଳ ବ୍ୟବହାରକାରୀଙ୍କୁ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା କରାଯାଉଛି। ଯାହାକି ଡାକ୍ତରଙ୍କ ସୂଚନା ମୁତାବକ ବର୍ଷାଦିନେ ଦୂଷିତ ଜଳ ପିଇଲେ ଲୋକେ ବିଭିନ୍ନ ରୋଗର ଶିକାର ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଫଟା ପାଇପ ଲାଇନରେ ଦୂଷିତ ଜଳ ମିଶୁଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ହାଲକା ଭାବେ ନେଉଛନ୍ତି। ଦୂଷିତ ପାଣି ସପ୍ଲାଏ ବନ୍ଦ କରି ଶୀଘ୍ର ମରାମତି କରିବା ପରିବର୍ତ୍ତେ କେବେ କାମ ସରିବ କହିହେବ ନାହିଁ ବୋଲି ଅଧିକାରୀ କହିଛନ୍ତି। ହେଲେ ଏହି ପାନୀୟ ଜଳ କେତେ ବିଶୁଦ୍ଧ ତାହାକୁ ପରୀକ୍ଷା କରାଗଲେ ଜଣାପଡିବ ବୋଲି ଲୋକେ କହିଛନ୍ତି।

ସ୍ଥାନୀୟ ବାସିନ୍ଦା ଟୁଲୁ ସାମନ୍ତରାୟ କହିଛନ୍ତି, ଗତ ଶୁକ୍ରବାରଠାରୁ ଏହି ପାଇପ ଲାଇନ ଫାଟିବା ପରେ ରାସ୍ତା ଉପରେ ଧୀରେ ଧୀରେ ପାଣି ଜମା ହେବା ଆରମ୍ଭ ହୋଇଥିଲା। ପାଣି ଜମା ହେବା ସାଙ୍ଗକୁ ଏକ ଗର୍ତ୍ତ ସୃଷ୍ଟି ହୋଇଥିେଲେ ହେଁ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳି ନ ଥିଲା। ଫଳରେ ଏହାକୁ ପଥର ଦ୍ୱାର ା ସ୍ଥାନୀୟ ଲୋକେ ଆବଦ୍ଧ କରିବାର ଦୁଇଦିନ ପରେ ବିଭାଗୀୟ ଅଧିକାରୀ ଏକ ବାଉଁଶରେ ବାଡା ଦେଇ ଚାଲିଗଲେ। ବର୍ଷା ହେଲେ ପାଣି ଜମିବା ସହ ଉକ୍ତ ଗର୍ତ୍ତ ଫୁଲ ହୋଇ ଦୂଷିତ ପାଣି ପାଇପଲାଇନରେ ପ୍ରବେଶ କରୁଛି। ତୁରନ୍ତ ଏହାକୁ ମରାମତି କରାଯାଉ ନଚେତ ଦୂଷିତ ଜଳ ପିଇ ଅନେକ ଲୋକ ରୋଗରେ ପଡିବାର ସମ୍ଭାବନା ରହିଛି।
ଏ ସଂକ୍ରାନ୍ତରେ ଡାକ୍ତର ଲିଙ୍ଗରାଜ ରଣା କୁହନ୍ତି, ବର୍ଷାଜଳ ମୁଖ୍ୟ ପାନୀୟ ଜଳ ପାଇପ ଲାଇନରେ ପ୍ରବେଶ କରିବା ଅର୍ଥ ବିପଦକୁ ଆମନ୍ତ୍ରଣ କରିବା। ପରିବାର ସହ ନିଜେ ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ବେଳେ ଏହି ପାନୀୟ ଜଳକୁ ବ୍ୟବହାର ମଧ୍ୟ କରୁଛି। ଏହା ଜାଣିବା ପରେ ପରିବାରର ସ୍ବାସ୍ଥ୍ୟଗତ ଚିନ୍ତା ବଢାଇ ଦେଇଛି। ପିଏଚଡି ପକ୍ଷରୁ ଏହାକୁ ଖାମଖିଆଲ ଭାବେ ନ ନେଇ ତୁରନ୍ତ ମରାମତି କରିବା ଆବଶ୍ୟକ। ପରିସ୍ଥିତିରେ ସମସ୍ତ ଲୋକ ପାଣିକୁ ଫୁଟାଇ ପିଇବା ନିହାତି ଦରକାର। ଦୂଷିତ ପାଣି ପିଇଲେ ଟାଇଫଏଡ ଜ୍ୱର, ଚକ୍ଷୁ ରୋଗ, ଡାଇରିଆ, ମ୍ୟାଲେରିଆ, ଜଣ୍ଡିସ ପରି ରୋଗ ଆକ୍ରମଣ ହେବାର ସମ୍ଭାବନା ରହିଛି।
ଏ ସମ୍ପର୍କରେ ପିଏଚଡି ବିଭାଗୀୟ ଜେଇ ମୟାଧର ବେହେରାଙ୍କୁ ପଚାରିବାରେ ପାଣି ଯୋଗାଣରେ କୌଣସି ବାଧା ସୃଷ୍ଟି ହେଉନାହିଁ। ସମସ୍ତଙ୍କୁ ଠିକ୍‌ ଭାବେ ପାଣି ଯୋଗଇ ଦିଆଯାଉଛି। ଗତ ଶୁକ୍ରବାରଠାରୁ ଏ ସମସ୍ୟା ଉପୁଜିଥିଲେ ହେଁ ପାଗ ଖରାପ ରହିବାରୁ କାମ କରିବା ସମ୍ଭବ ହୋଇ ନ ଥିଲା। ମଙ୍ଗଳବାରଠାରୁ କାମ ଆରମ୍ଭ ହୋଇଛି, କେବେ ସରିବ ତାହା କହି ହେବ ନାହିଁ। ମାତ୍ର ମୁଖ୍ୟ ପାଇପ ଲାଇନରେ ପାଣିର ବେଗ ଜୋର ରହିଥିବାରୁ ବାହାର ଦୂଷିତ ଜଳ ପ୍ରବେଶ କରିବାର ସମ୍ଭାବନା ବହୁତ କମ। ଶୀଘ୍ର କାମ ଶେଷ କରିବାକୁ ପ୍ରୟାସ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାରକୁ ଧକ୍କା ଦେଲା ଟ୍ରକ: ଜାତୀୟ ରାଜପଥରେ ଘଟିଗଲା…

ଧର୍ମଶାଳା,୫।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ନିକଟରେ ଏକ କାରକୁ ଟ୍ରକ ଧକ୍କା ଦେଇଛି, ଯାହା...

ପିକନିକ୍‌ କରିବାକୁ ଯାଇଥିଲେ, ଗାଧୋଉଥିବାବେଳେ ଖସିଗଲା ଗୋଡ଼: ୧୮ ଘଣ୍ଟା ପରେ…

ମୋହନା,୫।୧(ମନ୍ମଥ ମିଶ୍ର): ମାଙ୍କଡଡିଆଁ ଜଳପ୍ରପାତରୁ ଯୁବକଙ୍କ ମୃତଦେହ ଉଦ୍ଧାର। ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି। ଯାହା ଫଳରେ ରବିବାର...

ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ବଡ଼ ବୈଠକ, ଏକାଠି ହେଲେ…

ଭୁବନେଶ୍ବର,୫ା୧: ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ମେଳି । ଆଜି ତାଙ୍କର ଭୁବନେଶ୍ବର ସରକାରୀ ବାସଭବନରେ ଯାଜପୁରର ବିଜେଡି ନେତାମାନେ ଏକାଠି ହୋଇଛନ୍ତି...

୬ ପରିବାରର ୧୬ ବଖରା ପୋଡି ପାଉଁଶ, ଗୋରୁ-ଛେଳି ଜୀବନ୍ତ ଦଗ୍ଧ

ତିହିଡି଼,୫୧(ସଞ୍ଜିତ ବଳ):ତିହିଡି଼ ତହସିଲ ପୀରହାଟ ଥାନା ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ଛତ୍ରପଦା ଗ୍ରାମର ପଣ୍ଡିତସାହିରେ ରବିବାର ବିଳମ୍ବିତ ରାତିରେ ଭୟବହ ଅଗ୍ନିକାଣ୍ଡ ଘଟିଛି l ଏଥିରେ...

ଭାଜପାଠାରୁ କାହିଁକି ଅଲଗା ହେଲେ ଅଜିତ ପାଓ୍ବାର? ନିଜେ କହିଲେ ଏହାର କାରଣ

ମୁମ୍ବାଇ,୫।୧: ମୁମ୍ବାଇ ନଗର ନିଗମ ନିର୍ବାଚନ (BMC ନିର୍ବାଚନ ୨୦୨୬) ପୂର୍ବରୁ, ମହାରାଷ୍ଟ୍ରର ସମସ୍ତ ରାଜନୈତିକ ନେତାମାନେ ସେମାନଙ୍କ ଦଳ ପାଇଁ ବିଜୟ ସୁନିଶ୍ଚିତ କରିବା...

ଭାଜପା ଜିଲା ସଭାପତି ଘୋଷଣା: ରାମଚନ୍ଦ୍ର ମେହେରଙ୍କୁ ବଡ଼ ଦାୟିତ୍ୱ

ସମ୍ବଲପୁର, ୫।୧(ପ୍ରମୋଦ ବହିଦାର): ରାମଚନ୍ଦ୍ର ମେହେର ସମ୍ବଲପୁର ଭାଜପା ଜିଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଫଳରେ ଏହି ପଦବୀକୁ ନେଇ ଦୀର୍ଘ ଦିନରୁ ଲାଗି...

ଟିମ ଇଣ୍ଡିଆକୁ କେମିତି ଫେରିବେ ମହମ୍ମଦ ଶାମି,ଇରଫାନ କହିଲେ ସରଳ ସୂତ୍ର, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୫।୧: ଭାରତର ଘାତକ ଦ୍ରୁତ ବୋଲର ମହମ୍ମଦ ଶାମି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ, ସେ...

ଖ୍ରୀଷ୍ଟିୟାନା ନାଗଙ୍କୁ ପ୍ରଥମ ଲୋଇସିଂହା ସୁନ୍ଦରୀ ମୁକୁଟ

ଲୋଇସିଂହା,୫ା୧(ସୁଶାନ୍ତ ବାରିକ):ପୌଷ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ଜିଲା ଲୋଇସିଂହା ଦୁର୍ଗାମଣ୍ଡପରେ ୨ଦିନ ଧରି ଚାଲିଥିବା ୧୬ତମ ଲୋଇସିଂହା ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri