ପିଇବା ପାଣି, ଶୌଚ ପାଇଁ ଟ୍ରାଫିକ କର୍ମଚାରୀ ହଟହଟା

ଭୁବନେଶ୍ୱର, ୩ା୩(ବ୍ୟୁରୋ): କମିଶନରେଟ ପୋଲିସର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପାଇଁ ରହିଛି ସବୁକିଛି ବ୍ୟବସ୍ଥା। ହେଲେ କ୍ଷେତ୍ର ସ୍ଥଳରେ କାର୍ଯ୍ୟ କରୁଥିବା ତଳିଆ କର୍ମଚାରୀ ବର୍ଷ ତମାମ ଭୋଗୁଛନ୍ତି ନାନା ହୀନସ୍ତା। ବିଶେଷକରି ସବୁଠୁ ବଳିଯାଇଛି ଟ୍ରାଫିକ ପୋଲିସ କର୍ମଚାରୀଙ୍କ ଦୁର୍ଦ୍ଦଶା। ଖରା, ବର୍ଷା, ଶୀତରେ ଲୋକଙ୍କ ସୁରକ୍ଷିତ ତଥା ସହଜ ଯାତାୟାତ ପାଇଁ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ କାର୍ଯ୍ୟ କରୁଥିବା ଏହି କର୍ମଚାରୀ କିନ୍ତୁ ପିଇବା ପାଣି ଓ ଶୌଚ ଲାଗି ପ୍ରତିଦିନ ହେଉଛନ୍ତି ହଟହଟା। ସବୁଠୁ ସମ୍ବେଦନଶୀଳ ପ୍ରସଙ୍ଗ ହେଲା ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ନିର୍ଦ୍ଦେଶକୁ କମିଶନରେଟ ପୋଲିସ ପୂରାପୁରି ବେଖାତିର କରିଚାଲିଛି। ମୋବାଇଲ୍‌ ଟଏଲେଟ୍‌ ଓ ପାନୀୟ ଜଳ ବ୍ୟବସ୍ଥା କରିଥିଲେ ମଧ୍ୟ ମାତ୍ର କେଇଟା ଦିନରେ ତାହା ଅଚଳ ହୋଇ ପଡ଼ିଛି। ଫଳରେ ଟ୍ରାଫିକ କର୍ମଚାରୀମାନେ ପୁଣି ପୂର୍ବଭଳି ପିଇବା ପାଣି ଓ ଶୌଚ ପାଇଁ ଆଖପାଖ ଘର କିମ୍ବା ଦୋକାନକୁ ଦୌଡ଼ୁଛନ୍ତି। କାର୍ଯ୍ୟସ୍ଥଳ ଛାଡ଼ି ଯିବା ସମ୍ଭବ ନ ହେବାରୁ ବେଳେ ବେଳେ ଚାପି ରଖିବାକୁ ବାଧ୍ୟ ହେଉଛନ୍ତି।
ସୂଚନାଯୋଗ୍ୟ, ଟ୍ରାଫିକ କର୍ମଚାରୀଙ୍କ ପିଇବା ପାଣି, ଶୌଚ ଆଦି କେତେକ ସମସ୍ୟାକୁ ନେଇ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ ଓଏଚ୍‌ଆର୍‌ସିଙ୍କ ନିକଟରେ ଅଭିଯୋଗ କରିଥିଲେ। କମିଶନଙ୍କ ନିର୍ଦ୍ଦେଶ ପରେ ଗତବର୍ଷ ୮ ମୋବାଇଲ୍‌ ଟଏଲେଟ୍‌ ସହ ପାନୀୟ ଜଳ ବ୍ୟବସ୍ଥା ହୋଇଥିଲା। ନଭେମ୍ବର ୭ରେ ଖୋଦ୍‌ ଟ୍ରାଫିକ ଡିସିପି ସାଗରିକା ନାଥ ଆଚାର୍ଯ୍ୟ ବିହାର ଛକରେ ଏହାର ଉଦ୍‌ଘାଟନ କରିଥିଲେ। ଏଥିସହ ଜୟଦେବବିହାର ଛକ, ସିଟି ଓମେନ୍ସ କଲେଜ ଛକ, କଳ୍ପନା ଛକ, ଏୟାରପୋର୍ଟ ଛକ, ନାଲ୍‌କୋ ଛକ, ରସୁଲଗଡ ଛକ ଆଦି ସ୍ଥାନରେ ମୋବାଇଲ୍‌ ଟଏଲେଟ୍‌ ରଖାଯାଇ ସେବା ଯୋଗାଇବା ଆରମ୍ଭ କରିଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଗୋଟିକ ପରେ ଗୋଟିଏ ଅଚଳ ହୋଇପଡିଲା। ଏବେ ମୋବାଇଲ୍‌ ଟଏଲେଟ୍‌ ବ୍ୟବସ୍ଥାର ସ୍ଥିତି ପରଖିବାକୁ ଆମ ପ୍ରତିନିଧି କ୍ଷେତ୍ର ଅନୁଧ୍ୟାନ କରିଥିଲେ। ସମସ୍ତ ଟଏଲେଟ୍‌ ଆବର୍ଜନାପୂର୍ଣ୍ଣ ଭାବେ ଅବ୍ୟବହୃତ ହୋଇପଡିଛି। କେଉଁଠି ତାଲା ପଡିଛି ତ, ଆଉ କେଉଁଠି ପାଣି ଟ୍ୟାପ୍‌ଠାରୁ ଆରମ୍ଭ କରି ପାଇପ୍‌, କାଚ ଆଦି ଭାଙ୍ଗିରୁଜି ଯାଇଛି। ଅଧିକାଂଶ ଟଏଲେଟ୍‌ରେ ରହିଥିବା ପାଣି ପଚିଗନ୍ଧ ଛାଡୁଛି।
ଏନେଇ ଆଚାର୍ଯ୍ୟ ବିହାର ଓ ବିମାନବନ୍ଦର ଛକରେ କାର୍ଯ୍ୟରତ ଟ୍ରାଫିକ ପୋଲିସଙ୍କୁ ପଚାରିବାରୁ ସେମାନେ ନାମ ଗୋପନ ରଖି କହିଛନ୍ତି, ଏହା ରହିବା ଦିନଠାରୁ କୌଣସି ଟ୍ରାଫିକ କର୍ମଚାରୀ ଶୌଚ ଯାଉନାହାନ୍ତି। ନା ସେଠାରେ ପାଣି ରହୁଛି ଅବା ଫିନାଇଲ। ଅଧିକାଂଶ ସମୟରେ ତାଲା ପଡ଼ିଥିବାବେଳେ ଚାବି କାହା ପାଖରେ ରହୁଛି ତାହା ଆମେ ଜାଣି ପାରୁନୁ। ଆମେ ଏଠିସେଠି ଚଳାଇ ନେଉଛୁ, କିନ୍ତୁ ମହିଳା କର୍ମଚାରୀ ଭାରି ହଇରାଣ ହେଉଛନ୍ତି। କେବଳ ଶୌଚ ସମସ୍ୟା ନୁହେଁ, ଟାଣ ଖରାରେ କାର୍ଯ୍ୟ କରିବାକୁ ପଡୁଛି। ଅଧିକାଂଶ ସମୟରେ ଶୋଷରେ ରହୁଛୁ। ପ୍ରତି ଛକକୁ ବୁଲି ବୁଲି ପିଇବା ପାଣି ଦେବାକୁ ଏକ ଗାଡି ରହିଥିଲେ ମଧ୍ୟ କିଛିଦିନ ପରେ ତାହା ଆଉ ଆସୁନି। ଆମ ଭଳି ଅନ୍ୟମାନେ ବାଧ୍ୟ ହୋଇ ଘରୁ ପାଣି ଆଣି ଆସୁଛୁ। ଖରା ଯୋଗୁ ତାହା ଗରମ ହୋଇ ଗନ୍ଧ ହେଉଥିଲେ ମଧ୍ୟ ଢୋକେ ପିଇ କାମ ଚଳାଇବାକୁ ପଡୁଛି। ବେଳେବେଳେ ଅନ୍ୟ କାହାକୁ କହି ପାଣି ମଗାଇ ପିଉଛୁ।
ଏ ନେଇ ମାନବିକ ଅଧିକାର କର୍ମୀ କାନୁନଗୋ କହିଛନ୍ତି, ପୋଲିସ ଯେତେବେଳେ ନିଜ କର୍ମଚାରୀଙ୍କ ସମସ୍ୟା ବୁଝୁନାହିଁ, ଜରୁରୀ ଆବଶ୍ୟକକୁ ପୂରଣ କରିପାରୁନି, କିପରି ଲକ୍ଷ ଲକ୍ଷ ଲୋକଙ୍କ କଥା ଭଲ ଭାବେ ବୁଝିବ। ଏପରି କି ମାନବିକ ଅଧିକାର କମିଶନଙ୍କ ନିର୍ଦ୍ଦେଶକୁ ପୋଲିସ ଫୁର୍‌ କରିଦେବା ଘଟଣା ନିଶ୍ଚିତ ଅତି ସମ୍ବେଦନଶୀଳ। ଟ୍ରାଫିକି ଏସିପି ସ୍ବସ୍ତିକ୍‌ ପଣ୍ଡା କହିଛନ୍ତି, କର୍ମଚାରୀଙ୍କ ଆବଶ୍ୟକତା ମେଣ୍ଟାଇବା ପାଇଁ ବିଭିନ୍ନ ଛକରେ ୮ ମୋବାଇଲ୍‌ ଟଏଲେଟ ରଖାଯାଇଛି। ଏହାର ରକ୍ଷଣବେକ୍ଷଣା କରାଯାଉ ନ ଥିବାରୁ ଏଭଳି ଅବସ୍ଥା ହୋଇଛି। ଏହାକୁ ଖୁବ୍‌ ଶୀଘ୍ର ଠିକ୍‌ କରାଯିବ ବୋଲି ସେ କହିଛନ୍ତି।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri