ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ: ୭ ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ, ରୋଗୀ ହଇରାଣ

ବାରିପଦା ଅଫିସ,୧୦ା୧୦- ଆଦିବାସୀ ଅଧ୍ୟୁଷିତ ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲାରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କେନ୍ଦ୍ରୀୟ ଯୋଜନାରେ ରାଜ୍ୟ ସରକାର ମେଡିକାଲ କଲେଜ ସ୍ଥାପନ କରିଥିଲେ। ଏହି ମେଡିକାଲ କଲେଜ ପ୍ରତିଷ୍ଠା ହେବା ପରେ ଜିଲାରେ ଦେଖା ଦେଉଥିବା ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ହେବ ବୋଲି ଜିଲାବାସୀ ଆଶା ବାନ୍ଧିଥିଲେ। ହେଲେ ଜିଲାରେ ସ୍ବାସ୍ଥ୍ୟସେବା ପାଇଁ ଏବେବି ଲୋକେ ହଇରାଣ ହରକତ ହେଉଛନ୍ତି। ବୁଧବାର ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ଦୀର୍ଘ ୭ ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିଥିଲା। ଏହା ଯୋଗୁ ପାଥାଲୋଜି ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ରୋଗୀମାନଙ୍କ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ଫଳରେ ରୋଗୀମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ହଇରାଣ ହୋଇଥିଲେ। ଏହା ସହିତ ବହିଃ ବିଭାଗକୁ ଆସିଥିବା ରୋଗୀମାନଙ୍କୁ ଡାକ୍ତରମାନେ ବିଭିନ୍ନ ପରୀକ୍ଷା ପାଇଁ କହିଥିବା ବେଳେ ସେମାନେ ମଧ୍ୟ ଅପେକ୍ଷା କରିି ଫେରିଥିଲେ। ବିଦ୍ୟୁତ୍‌ ସେବାରେ ବିଭ୍ରାଟ ହେଲେ କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା କରିବା କଥା। ହେଲେ ଭିତ୍ତିଭୂମି ଥିଲେ ମଧ୍ୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଜିଲା ମୁଖ୍ୟ ଚିକିତ୍ସାଳୟକୁ ଉନ୍ନୀତ କରାଯାଇ ଏଠାରେ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିଚାଳନା କରାଯାଉଛି। ପୂର୍ବରୁ ଜିଲା ମୁଖ୍ୟ ଚିକିତ୍ସାଳୟ ପାଇଁ ୭୨ କେଭିର ଜେନେରେଟର ରହିଛି। ଏଠାରେ ମେଡିକାଲ କଲେଜ ପରିଚାଳନା ହେବା ପରେ ବିଭିନ୍ନ ସରଞ୍ଜାମ ବୃଦ୍ଧି ପାଇଛି। ବିଦ୍ୟୁତ୍‌ ବିଭ୍ରାଟ ହେଲେ ବିକଳ୍ପ ବ୍ୟବସ୍ଥା ପାଇଁ ୨୫୦ କେଭିର ଏକ ଜେନେରେଟର ରହିଛି। ହେଲେ ଏହାକୁ ଚାଲୁ କରାଯାଉନାହିଁ। କାରଣ ଏହି ଜେନେରେଟରକୁ ପରିଚାଳନା କରିବା ତଥା ତେଲ ପକାଇବା ପାଇଁ କର୍ତ୍ତୃପକ୍ଷଙ୍କ ନିକଟରେ ଆବଶ୍ୟକ ପାଣ୍ଠି ନ ଥିବା ଜଣାପଡିଛି। ହସ୍ପିଟାଲ ମ୍ୟାନେଜର ଡା.ସମୀର ମହାପାତ୍ରଙ୍କ କହିବା ଅନୁଯାୟୀ, ସରକାର ମେଡିକାଲ କଲେଜ ପାଇଁ ଜେନେରେଟର ଯୋଗାଇ ଦେଇଛନ୍ତି। ହେଲେ ଏହାକୁ ପରିଚାଳନା କରିବା ପାଇଁ ପାଣ୍ଠି ଦେଇ ନାହାନ୍ତି। ଏହା ପାଇଁ ପାଣ୍ଠି ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ପୂର୍ବରୁ ଥିବା ଜେନେରେଟର ଆବଶ୍ୟକ ମୁତାବକ ସେବା ଯୋଗାଇପାରୁ ନ ଥିବାରୁ ଏଭଳି ସମସ୍ୟା ଦେଖାଦେଇଛି ବୋଲି ସେ କହିଛନ୍ତିି। ସେହିପରି କନିଷ୍ଠ ଯନ୍ତ୍ରୀ ନାରାୟଣ ବେହେରାଙ୍କ କହିବା ମୁତାବକ ସକାଳୁ ବର୍ଷା ଲାଗି ରହିଥିବାରୁ ବିଦ୍ୟୁତ୍‌ କଟିବା ସମ୍ପର୍କରେ ତୁରନ୍ତ ସୂଚନା ମିଳି ପାରି ନ ଥିଲା। ସେହିପରି କେଉଁଠାରେ ବିଦୁତ୍‌ ବିଭ୍ରାଟ ହୋଇଛି ତାହା ଜାଣିବା ପାଇଁ ମଧ୍ୟ ବିଳମ୍ବ ହୋଇଥିଲା। ପରେ ତୁରନ୍ତ ମରାମତି କରାଯାଇଥିଲା। ତେବେ ହସ୍ପିଟାଲରେ ଭିତ୍ତିଭୂମି ଥିବା ସତ୍ତ୍ୱେ ରାଜ୍ୟ ସରକାର ପାଣ୍ଠି ଯୋଗାଇ ନ ଦେବା ନିହାତି ଭାବେ ଆଶ୍ଚର୍ଯ୍ୟର ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….

ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ  ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri