ପିଆଜ କିଣି ଅଡୁଆରେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୨।୨(ବ୍ୟୁରୋ):ଅତ୍ୟାବଶ୍ୟକ ସାମଗ୍ରୀ ପିଆଜର ଦର ବୃଦ୍ଧି ଦୁଇ ତିନି ମାସ ଧରି ସାଧାରଣ ଖାଉଟିଙ୍କୁ ହନ୍ତସନ୍ତ କରିବା ପରେ ଏବେ ବଜାରରେ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ପିଆଜ କିଲୋ ହୋଲସେଲ ବଜାରରେ ୨୫ ଟଙ୍କା ଥିବାବେଳେ ଖୁଚୁରା ବଜାରରେ ୩୦ ଟଙ୍କାରେ ମିିଳୁଛି। ଆଗାମୀ ଦିନରେ ଏହାର ଦର ଆହୁରି କମିବା ସମ୍ଭାବନା ରହିଛି। ପିଆଜ ଦର କମୁଥିବାରୁ ରାଜ୍ୟ ସରକାର ଏ ନେଇ ଆଉ ମୁଣ୍ଡ ଖେଳାଉ ନାହାନ୍ତି। ପିଆଜ ଦର ଆକାଶ ଛୁଆଁ ଥିବାବେଳେ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଲୋକଙ୍କୁ କମ୍‌ଦରରେ ଯୋଗାଇ ପାରିଲେ ନାହିଁ। ଚଢ଼ାଦରରେ ଅଢେଇଶ ଅଧା କିଲୋରେ ଲୋକମାନେ କାମ ଚଳାଇଲେ। କେନ୍ଦ୍ର ସରକାର ଦରକୁ ନିୟନ୍ତ୍ରଣ କରିବା ପାଇଁ ଇଜିପ୍ଟ ଓ ଅନ୍ୟାନ୍ୟ ଦେଶରୁ ପିଆଜ ଆମଦାନି କଲେ। ହଜାର ହଜାର ଟନ ପିଆଜ ବମ୍ବେ ଉପକୂଳରେ ଆସି ପହଞ୍ଚିଲା। ସେତେବେଳକୁ ବହୁ ବିଳମ୍ବ ହୋଇଗଲା। ବଜାରରେ ପିଆଜର ଭାଉ କମିବା ବେଳକୁ ସରକାରୀ ପିଆଜ ବନ୍ଦରରେ ପହଞ୍ଚିଲା। ତେବେ ଏହି ପିଆଜକୁ ନେଇ କେନ୍ଦ୍ର ସରକାର ଅଡୁଆରେ ପଡିଛନ୍ତି। ପିଆଜ ନେବା ପାଇଁ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ଯେତେ ଚିଠି ଲେଖିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଓଡ଼ିଶାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପିଆଜ ନେବାକୁ ଅନୁରୋଧ କରାଯାଇଛି। ଧଳା ପିଆଜ କିଲୋ ୧୦ ଟଙ୍କା ଏବଂ ନାଲି ପିଆଜ କିଲୋ ୨୧ ଟଙ୍କାରେ ନେବାକୁ ରାଜ୍ୟ ସରକାରଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ଦର କମୁଥିବାରୁ ପିଆଜ ଆଣିବାକୁ ରାଜ୍ୟ ସରକାର ଅମଙ୍ଗ ହେଉଛନ୍ତି। ଅନ୍ୟ ପକ୍ଷରେ ବିଦେଶୀ ପିଆଜର ଆକାର ବହୁତ ବଡ଼ ହୋଇଥିବାବେଳେ ଏହାର ସ୍ବାଦ ନ ଥିବା କାରଣରୁ ଲୋକମାନେ କିଣିବାକୁ ଆଗ୍ରହ ଦେଖାଉ ନାହାନ୍ତି। ଦର ବୃଦ୍ଧି ବେଳେ କେତେକ ବ୍ୟବସାୟୀ ବିଦେଶୀ ପିଆଜ ଆଣିଥିଲେ ମଧ୍ୟ ତାଙ୍କଠାରୁ କେହି କିଣି ନ ଥିଲେ। ପିଆଜ ଶୀଘ୍ର ନଷ୍ଟ ହେଉଥିବା ଦ୍ରବ୍ୟ ହୋଇଥିବାରୁ ରାଜ୍ୟ ସରକାର ସେଗୁଡ଼ିକୁ କିଣି ଘାଟାରେ ପଡ଼ିବାକୁ ଚାହୁଁ ନାହାନ୍ତି। ଆଳୁ ପିଆଜ କିଣିବାକୁ ପ୍ରାଇସ ଷ୍ଟାବିଲାଇଜେଶନ ଫଣ୍ଡ(ପିଏସ୍‌ଏଫ)ରେ ୧୦୦ କୋଟି ଟଙ୍କା ଥିଲେ ମଧ୍ୟ ଯୋଗାଣ ବିଭାଗ କିଣିବାକୁ ମନା କରି ଦେଇଛି। ନାଫେଡ ନିକଟରେ ଆଗତୁରା ଟଙ୍କା ଜମା କରି ବମ୍ବେରୁ ପିଆଜ ନିଜ ଖର୍ଚ୍ଚରେ ଆଣି ମାର୍କେଟରେ ଲୋକଙ୍କୁ ଯୋଗାଇବା ଆଦୌ ସମ୍ଭବ ନୁହେଁ ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କେନ୍ଦ୍ର ସରକାରଙ୍କୁ ଏନେଇ ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri