ପିଆଜର ଦରବୃଦ୍ଧିକୁ ନେଇ ଅର୍ଥମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଟ୍ବିଙ୍କିଲ

ମୁମ୍ବାଇ,୭।୧୨: ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ ଖାନ୍ନା ଯଦିଓ ଏବେ ବଡ ପରଦାଠାରୁ ବହୁ ଦୂରରେ ରହିଛନ୍ତି ହେଲେ ସେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ଏମିତିକି ସୋସିଆଲ ଇସ୍ୟୁକୁ ନେଇ ସେ ଅନେକ ସମୟରେ ବ୍ଲଗ ମଧ୍ୟ ଲେଖି ଥାଆନ୍ତି। ଏବେ ପ୍ରାୟ ସାରା ଦେଶରେ ପିଆଜର ଦରବୃଦ୍ଧିକୁ ନେଇ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣଙ୍କୁ ଟାର୍ଗେଟ କରିଛନ୍ତି। ନିକଟରେ ସେ ଏକ ଓ୍ବେବସାଇଟ୍‌ ପାଇଁ ଲେଖିଥିବା ବ୍ଲଗରେ ଉଲ୍ଲେଖ କରିଛନ୍ତି ଅର୍ଥମନ୍ତ୍ରୀ ପିଆଜ ବଦଳରେ କାନ୍ଦା ଭାଜିଆ(ପିଆଜ ପକୁଡି) ଖାଇବାକୁ କହି ନାହାନ୍ତି। ଟ୍ବିଙ୍କିଲ ପିଆଜକୁ ଦାମୀ ଫଳ ଆଭାକାଡୋ ସହ ତୁଳନା କରିଛନ୍ତି। ଏହାସହ ସେ ବିନା ପିଆଜରେ ପ୍ରସ୍ତୁତ ୫ଟି ରେସିପି ମଧ୍ୟ ଶେୟାର କରିଛନ୍ତି। ଏଥିରେ ରହିଛି ପାଓ ଭାଜି, ଚିକେନ କରି, ରାଜମା, ବାଇଗଣ ଭର୍ତ୍ତା ଓ ମଟନ କରି। ସୂଚନାଯୋଗ୍ୟ ଏବେ ପିଆଜର ଦାମ୍‌ ଅଧିକାଂଶ ସ୍ଥାନରେ କିଲୋ ପିଛା ଦର ୧୨୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଲାଣି। ଯାହା ବ୍ୟବସାୟୀଙ୍କଠରୁ ଆରମ୍ଭ କରି ଖାଉଟିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଅନ୍ୟପଟେ ଏହାକୁ ନେଇ ନିକଟରେ ଅର୍ଥମନ୍ତ୍ରୀ କହିଥିଲେ ଯେହେତୁ ସେ କମ୍‌ ପିଆଜ ଖାଆନ୍ତି ତେଣୁ ଏହି ଦରବୃଦ୍ଧି ତାଙ୍କ ଉପରେ ବା ତାଙ୍କ ପରିବାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗଙ୍କ ସହ ଛୁଟି କାଟୁଛନ୍ତି କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ନିକଟରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏହି ସ୍ବତନ୍ତ୍ର ଦିନର କିଛି ଫଟୋ ଏବଂ ଭିଡିଓ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ...

ଯୋଗୀ ଦେଖିବେ ବିକାଶ କାର୍ଯ୍ୟ: ହଠାତ୍‌ ଯେ କୌଣସି ଜିଲାରେ ଓହ୍ଲାଇବ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଲକ୍ଷ୍ନୌ,୧୦।୩ : ଚଳିତ ମାସରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ୩ ବର୍ଷର ଶାସନ ପୂରା କରିବେ। ଇତିମଧ୍ୟରେ ରାଜ୍ୟରେ ବିକାଶ ଯୋଜନା ଉପରେ...

ଅନୁଷ୍କାଙ୍କ ବଡିଗାର୍ଡ ନିଅନ୍ତି ଏତିକି ଟଙ୍କା ଦରମା, ଜାଣିଲେ…

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ସେମାନଙ୍କ ସୁରକ୍ଷା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରନ୍ତି। ଅଧିକାଂଶ ସେଲିବ୍ରିଟିଙ୍କ ପର୍ସନାଲ ବଡିଗାର୍ଡ ବି ଅଛନ୍ତି। ଯିଏକି ବର୍ଷ ବର୍ଷ...

ଷଷ୍ଠ ପର୍ଯ୍ୟାୟ ବୈଠକ ବାତିଲ

ନୂଆଦିଲ୍ଲୀ,୯ା୧୨:କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକ ନେତାଙ୍କୁ ମଙ୍ଗଳବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଆଲୋଚନା ପାଇଁ ଡାକିଥିଲେ। ଷଷ୍ଠ ପର୍ଯ୍ୟାୟ ବୈଠକ ପୂର୍ବରୁ...

ଲୋହିଆ ହତ୍ୟା ଘଟଣା: ଆତଙ୍କବାଦୀ ସଂଗଠନ ଟିଆରଏଫ୍‌ ନିଜକୁ କଲା ଦାୟୀ

ଶ୍ରୀନଗର,୪।୧୦: ଜମ୍ମୁ କଶ୍ମୀର ପୋଲିସ ମହାନିର୍ଦ୍ଦେଶକ(ଜେଲ)ହେମନ୍ତ କୁମାର ଲୋହିଆଙ୍କୁ ସୋମବାର ରାତିରେ ତାଙ୍କ ଗଳା କାଟି ହତ୍ୟା କରାଯାଇଥିଲା। ହତ୍ୟାକାରୀ କାଚ ବୋତଲରେ ଡିଜିଙ୍କ ଗଳାକୁ...

ଠକେଇ ଅଭିଯୋଗରେ ଫଶିଲେ ଶିଳ୍ପା

ମୁମ୍ବାଇ,୧୪।୧୧: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟି ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ ଅନ୍ୟ କିଛି ବ୍ୟକ୍ତିଙ୍କ ନାମରେ ଦେଢ଼ କୋଟି ଟଙ୍କାର ଠକେଇ...

ଦେଶର ପ୍ରଥମ ଓ୍ବାଟର ମେଟ୍ରୋର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଥିରୁଭାନନ୍ତପୁରମ୍‌,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିରୁଭାନନ୍ତପୁରମ୍‌ରେ ଡିଜିଟାଲ ସାଇନ୍ସ ପାର୍କର ମୂଳଦୁଆ ପକାଇବା ସହ କୋଚିରେ ୱାଟର ମେଟ୍ରୋ ତଥା ବିଭିନ୍ନ ପ୍ରକଳ୍ପର ଉ୍‌ଦଘାଟନ କରିଛନ୍ତି।...

ତୃତୀୟ ଲହରର ୬୦ ପ୍ରତିଶତ ମୃତକ ନେଇ ନ ଥିଲେ ଟିକା, ସର୍ଭେ ରିପୋର୍ଟ…

ନୂଆଦିଲ୍ଲୀ, ୨୨।୧ : ଦେଶରେ କରୋନା ମହାମାରୀର ତୃତୀୟ ଲହରରେ ୬୦ ପ୍ରତିଶତ ମୃତକ ସମ୍ପୂର୍ଣ୍ଣ ଟିକା ନେଇ ନ ଥିବା ଜଣାପଡ଼ିଛି। ଘରୋଇ ହସ୍ପିଟାଲ...

Advertisement
Archives

Model This Week