ପିଆଇସିଟିରେ ଚାକିରି ଦେବା ନାଁରେ ଠକେଇ: ୪୬ ଜଣଙ୍କୁ ଭୁଆଁ ବୁଲାଇଲେ ଯୁବକ

ପାରାଦୀପ,୧୩।୧୦(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ୩୦ ବର୍ଷିୟା ବର୍ଥ ନେଇଥିବା ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) କମ୍ପାନୀରେ ଚାକିରି କରାଇଦେବା ନଁାରେ ଜଣେ ଯୁବକ ୪୬ ଜଣଙ୍କୁ ଭୁଆଁ ବୁଲାଇଛନ୍ତି। ସମସ୍ତଙ୍କଠାରୁ ସେ ୨୦ ହଜାର ଟଙ୍କା ଲେଖାଏ ଆଦାୟ କରି ନେଇଥିବା ଅଭିଯୋଗ ହୋଇଛି। ଏପରିକି ଟଙ୍କା ଦେଇଥିବା ୪୬ ଜଣଙ୍କୁ ଭରସା ଦେବା ପାଇଁ ନକଲି ଉପସ୍ଥାନ ସିଟ୍‌, ସୁରକ୍ଷା ପାଇଁ ଦିଆଯାଉଥିବା ରଙ୍ଗିନ ଜ୍ୟାକେଟ, ଦରମା ସ୍ଲିପ ଆଦି ପ୍ରଦାନ କରିଥିଲେ। ଏଥିରେ ପିଆଇସିଟି କମ୍ପାନୀର ନାମ ଓ ଏଚ୍‌ଆର ସିଲ୍‌ ଆଦି ବ୍ୟବହାର କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ୪ ମାସ ହେଲା ୪୬ ଜଣ ଡ୍ୟୁଟିକୁ ଆସୁଥିଲେ। କିନ୍ତୁ ସେମାନେ ପିଆଇସିଟି କମ୍ପାନୀ ପାଖରେ ଥିବା ହନୁମାନ ମନ୍ଦିର ପିଣ୍ଢିରେ ବସି ଘରକୁ ଫେରୁଥିଲେ। ଦରମା ସମୟ ଆସିଲେ ଅଭିଯୁକ୍ତ ଯୁବକ ସମୟ ଗଡ଼ାଇ ଚାଲିଥିଲେ। ଏଥିରେ ଅତିଷ୍ଠ ହୋଇ ସେହି ୪୬ ଜଣ ଶନିବାର ସ୍ଥାନୀୟ ଜଟାଧାର ମୁହାଣ ସାମୁଦ୍ରିକ ଥାନା ସମ୍ମୁଖରେ ବିକ୍ଷୋଭ କରିଥିଲେ। ଏଥିସହ ଅଭିଯୁକ୍ତ ଯୁବକଙ୍କୁ ଆଣି ପୋଲିସ ଜିମା ଦେଇଥିଲେ। ସେ ହେଲେ କୁଜଙ୍ଗ ଥାନା ଗଣ୍ଡିକିପୁର କାବୁଲପୁରର ବିଶ୍ୱରଞ୍ଜନ ମହାପାତ୍ର। ଠକେଇର ଶିକାର ହୋଇଥିବା ୪୬ ଜଣ ଯୁବକ ଭୂତମୁଣ୍ଡାଇ ଓ କୁଜଙ୍ଗ ଅଞ୍ଚଳର। ଏ ସମ୍ପର୍କରେ ଠକେଇର ଶିକାର ହୋଇଥିବା ଗଗନ ସେନାପତି ଓ ବଳରାମ ମାଝି ପ୍ରମୁଖ କହିଛନ୍ତି ଯେ, ପିଆଇସିଟିରେ ଚାକିରି ଦେବା ପାଇଁ କହି ବିଶ୍ୱରଞ୍ଜନ ଗତ ଜୁଲାଇ ମାସରେ ସେମାନଙ୍କଠାରୁ ୨୦ହଜାର ଟଙ୍କା ଲେଖାଏ ନେଇଥିଲେ। ପ୍ରତିଦିନ ଡ୍ୟୁଟିକୁ ଆସୁଥିଲେ ମଧ୍ୟ ସେମାନଙ୍କୁ କୌଣସି କାମ ଦିଆଯାଉ ନ ଥିଲା। ପଚାରିବାରେ କେତେକ ଠିକାସଂସ୍ଥାର ନାମ ଓ ଜଣେ ଶ୍ରମିକନେତାଙ୍କ ନାମ କହି ବିଶ୍ୱରଞ୍ଜନ କଥା ବୁଲାଇ ଚାଲିଥିଲେ। ଏପରି କି କାମ ନ କଲେ ମଧ୍ୟ ଦରମା ମିଳିବ ବୋଲି ଭରସା ଦେଇଥିଲେ। ୨ ଜଣଙ୍କୁ ଦରମା ବାବଦରେ ୪ହଜାର ଓ ୧୦ ହଜାର ଟଙ୍କା ମଧ୍ୟ ଦେଇଥିଲେ। ଏମିତି ୪ ମାସ ବିତିଗଲା। ସନ୍ଦେହ ହେବାରୁ କମ୍ପାନୀର ଲୋକଙ୍କ ସହ କଥା ହେବା ପରେ ଠକେଇ ସମ୍ପର୍କରେ ଜଣାପଡ଼ିଥିଲା। ଅନ୍ୟପକ୍ଷରେ ଏପରି ଠକେଇକୁ ଅଭିଯୁକ୍ତ ବିଶ୍ୱରଞ୍ଜନ ସ୍ବୀକାର କରିଛନ୍ତି। ପୋଲିସ ତାଙ୍କୁ ଅଟକ ରଖିଛି। ଏ ସମ୍ପର୍କରେ ପିଆଇସିଟିର ମାନବ ସମ୍ବଳ ଅଧିକାରୀ କୁଳମଣି ପଣ୍ଡା କହିଛନ୍ତି ଯେ, ଆମ କମ୍ପାନୀରେ କୌଣସି ପଦବୀ ଖାଲିନାହିଁ କି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆମେ ଜାଣିନାହୁଁ। ଆମ କମ୍ପାନୀର ନାମ ଓ ସିଲ୍‌ ବ୍ୟବହାର କରାଯାଇଥିବା ଶନିବାର ଜାଣିଲୁ। ତାଙ୍କ ବିରୋଧରେ କମ୍ପାନୀ ପକ୍ଷରୁ ଅଭିଯୋଗ କରାଯିବ। ଏପରି କୌଣସି ଲୋକଙ୍କ କଥାରେ କେହି ବିଶ୍ୱାସ ନ କରିବାକୁ ସେ ନିବଦେନ କରିଛନ୍ତି। ଥାନା ଅଧିକାରୀ ଭରତ କୁମାର ବେହେରା କହିଛନ୍ତି ଯେ, ଆମେ ସମ୍ପୃକ୍ତ ଯୁବକଙ୍କ ସମ୍ପର୍କରେ ଅଧିକ ଖୋଳତାଡ଼ କରୁଛୁ। ତାଙ୍କ ବ୍ୟାଙ୍କ ଡିଟେଲ୍ସ ମଗାଯାଇଛି। ସବୁ ତଥ୍ୟ ହସ୍ତଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

କ୍ରାଶ ହେଲା ନୌସେନାର MH-60 ହେଲିକପ୍ଟର, ଆରବ ସାଗରରେ ଜରୁରୀକାଳୀନ ଅବତରଣ ସମୟରେ ଘଟିଲା…

ଓ୍ବାଶିଂଟନ,୨।୭: ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା MH-60S ସିହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତିନି ଜଣ କ୍ରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

ଚାଷୀଙ୍କ ମୁଁହରେ ଫେରିଲା ହସ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri