ପାହାଡ଼ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି

ଜୟପୁର,୩୦।୧୨(ଡି.ଏନ୍‌.ଏ.) ଜୟପୁର ସହର ଉପକଣ୍ଠରୁ ମାତ୍ର ୩ କିମି ଦୂର ବାରିଣିପୁଟ ନିକଟସ୍ଥ ମହୁଲଭଟ୍ଟା ରାସ୍ତାରେ ଥିବା ପାହାଡ଼ରୁ ମୋରମ ଓ ମାଟି ବେଆଇନ ଚାଲାଣ କରାଯାଉଛି। ରାଜସ୍ବ ବିଭାଗ ଅଧୀନରେ ଥିବା ଏହି ପାହାଡ଼ରୁ ମାଟି ଓ ମୋରମ କେବଳ ବିଭାଗୀୟ ଅନୁମତି ଦ୍ୱାରା ସରକାରୀ ରାସ୍ତା ଓ ଅନ୍ୟ ଉନ୍ନୟନ କାମରେ ବ୍ୟବହାର କରାଯାଇପାରିବ। କିନ୍ତୁ ଏହି ମାଟିକୁ କେତେକ ମାଫିଆ ଜମି ସମତଳ କରିବା ଉଦ୍ଦେଶ୍ୟରେ ଲୁଟି ନେଉଛନ୍ତି। ଘରୋଇ କାମ ଓ ପ୍ଲଟିଂରେ ବ୍ୟବହାର ପାଇଁ ଏହିପରି କେତେକ ଅସାଧୁ ଟ୍ରାକ୍ଟର ମାଲିକ, ବ୍ୟବସାୟୀ ନିୟମିତ ପାହାଡ଼ରୁ ମାଟି ଓ ମୋରମ ଚୋରିକରି ବିକିବା ସହ ଲାଭବାନ ହେଉଛନ୍ତି। ଅଥଚ ରାଜସ୍ବ ବିଭାଗ ଏଥିପ୍ରତି ଦୃଷ୍ଟି ନ ଦେବା ଏହାର କର୍ମଚାରୀ ଓ ଅଧିକାରୀଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଉକ୍ତ ପାହାଡ଼ରୁ ଦୈନିକ ୩୦ ଟ୍ରାକ୍ଟରରୁ ଅଧିକ ମୋରମ ଓ ମାଟି ବେଆଇନ ଭାବେ ନିଆଯାଉଥିବା ବେଳେ ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। ପାହାଡ଼କୁ ଲାଗି ଏକ ଜମିକୁ ପ୍ଲଟିଂ କରାଯାଉଛି ା ପାହାଡ଼କୁ ଏଭଳି କଟାଯାଇ ସମତଳ କରାଗଲେ ସରକାରୀ ଜମିକୁ ମାଫିଆମାନେ ନିଜ ଅକ୍ତିଆରକୁ ନେବେ। ପରେ ତହସିଲ କାର୍ଯ୍ୟାଳୟର କେତେକ ଅସାଧୁ କର୍ମଚାରୀଙ୍କୁ ଲାଞ୍ଚଦେଇ ନିଜ ନାମରେ ପଟ୍ଟା କରିବା ସହ ଏହାକୁ ବିକିବା ମସୁଧା ଚାଲିଛି। ତହସିଲ କାର୍ଯ୍ୟାଳୟରୁ ଅନତିଦୂରରେ ଥିବା ଏହି ପାହାଡ଼କୁ ଲୁଟ୍‌ ଉଦ୍ୟମ ବନ୍ଦ କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଜୟପୁର ତହସିଲଦାରଙ୍କ ଫୋନକୁ ଯୋଗାଯୋଗ କରିବାରୁ ତାହା ସୁଇଚ୍‌ଡ ଅଫ୍‌ ଥିଲା। ଅତିରିକ୍ତ ତହସିଲଦାର ମାନସ ରଞ୍ଜନ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ଉକ୍ତ ଅଞ୍ଚଳର ରାଜସ୍ବ ନୀରିକ୍ଷକଙ୍କୁ ଘଟଣାସ୍ଥଳକୁ ଯାଞ୍ଚ ପାଇଁ ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri