ପାସ୍‌ଧାରୀଙ୍କ ଚାଲାଣ କାଟୁଛି ପୋଲିସ: ମାଲଗୋଦାମ ବ୍ୟବସାୟୀ ହଇରାଣ

କଟକ ଅଫିସ,୨୦ା୪: ପାସ୍‌ ଦେଇଛି କମିଶନରେଟ ପୋଲିସ। ହେଲେ ପାସ୍‌ ଦେଖାଇଲେ ସୁଦ୍ଧା ପୋଲିସ ଛାଡ଼ୁନି। ଗାଡ଼ି ଅଟକାଉଛି, ଏପରି କି ଜରିମାନା ମଧ୍ୟ ଲଦୁଛି। ମାଲଗୋଦାମର ଜଣେ ବ୍ୟବସାୟୀ ପ୍ରୀତମ କୁମାର ସାହୁ ମଧୁପାଟଣା ଥାନାରେ ରବିବାର ସନ୍ଧ୍ୟାରେ ଏଭଳି ଅଭିଯୋଗ ଆଣିଛନ୍ତି। ଗୋଦାମ ଯିବା ପାଇଁ ତାଙ୍କ ନିକଟରେ ପାସ୍‌ ରହିଥିଲେ ସୁଦ୍ଧା ପୋଲିସ କାହିଁକି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ଲକଡାଉନ ଯୋଗୁ ପ୍ରତ୍ୟେକ ଛକରେ ଜଗିଛି ପୋଲିସ। ବିନା କାରଣରେ ରାସ୍ତାକୁ ଆସିଲେ ପଚରାଉଚରା କରିବା ସହ ବାଇକ ଚାଳକଙ୍କ ଉପରେ ଜରିମାନା ଲଦୁଛି। ତେଣୁ କମିଶନରେଟ ପୋଲିସ ପକ୍ଷରୁ ଜରୁରିକାଳୀନ ସେବା ଯୋଗାଉଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସ୍ବତନ୍ତ୍ର ପାସ୍‌ ବ୍ୟବସ୍ଥା କରାଯାଇଛି। ଇତିମଧ୍ୟରେ ମାଲଗୋଦାମର ବ୍ୟବସାୟୀମାନେ କଟକ ଡିସିପିଙ୍କଠାରୁ ପାସ୍‌ ସଂଗ୍ରହ କରିଛନ୍ତି। ହେଲେ ମାଲଗୋଦାମର ବ୍ୟବସାୟୀ ପ୍ରୀତମ ପାସ୍‌ ନେଇ ପ୍ରତ୍ୟେକ ଦିନ ଗୋଦାମକୁ ଯାଉଥିଲେ ସୁଦ୍ଧା ତାଙ୍କ ଉପରେ ଦୁଇଟି ପର୍ଯ୍ୟାୟରେ ୧୫୦୦ଟଙ୍କା ଫାଇନ କରିଛି ମଧୁପାଟଣା ଥାନା। ଗତ ୨୭ ତାରିଖରେ ୧୦୦୦ ଟଙ୍କା ଓ ଏପ୍ରିଲ ୧୩ରେ ୫୦୦ ଟଙ୍କାର ଇ-ଚାଲାଣ ତାଙ୍କ ନାମରେ କଟିଛି। ଗତ ୧୩ ତାରିଖରେ ପ୍ରୀତମଙ୍କ ବଡଭାଇ ଶୁଭମ ପାସ୍‌ ମିଳିଥିବା ବାଇକ୍‌ ନେଇ ଗୋଦାମକୁ ଯାଉଥିବାବେଳେ ତାଙ୍କୁ ପୋଲିସ ମଧୁପାଟଣା ଛକରେ ଅଟକାଇଥିଲା। ସେହି ସମୟରେ ସେଠାରେ ଅନ୍ୟ ବାଇକ ଚାଳକଙ୍କୁ ମଧ୍ୟ ପୋଲିସ ଅଟକାଇ ପଚରାଉଚରା କରୁଥିଲା। ଶୁଭମ ପାସ୍‌ ଦେଖାଇବାରୁ ଗାଡ଼ି ରଖିଦେଇ ଯାଅ, ଆଉ କିଛି ସମୟ ପରେ ଆସି ନେଇଯିବ ବୋଲି ଜଣେ ପୋଲିସ ଅଧିକାରୀ କହିଥିଲେ। ଶୁଭମ ଗାଡ଼ି ରଖି ଦେବା ସହ ପରଦିନ ଆସି ନେଇଥିଲେ। ହେଲେ ରବିବାର ଏମ୍‌ ପରିବହନ ଆପ୍ଲିକେଶନ ଜରିଆରେ ଯାଞ୍ଚ କରିବା ପରେ ପାସ୍‌ ଥିବା ଗାଡ଼ି ନାମରେ ମୋଟ ୧୫୦୦ ଟଙ୍କା ଇ-ଚାଲାଣ କଟିଛି ବୋଲି ସେ ଦେଖିବାକୁ ପାଇଥିଲେ। ପ୍ରୀତମ ଏ ସମ୍ପର୍କରେ ଥାନାକୁ ଯାଇ ପଚରାଉଚରା କରିବାରୁ ‘ଆମେ କିଛି ଜାଣିନାହୁଁ’ ବୋଲି ମଧୁପାଟଣା ଥାନାର ଜଣେ କର୍ମଚାରୀ କହିଥିବା ସେ ପ୍ରକାଶ କରିଛନ୍ତି। ଏ ନେଇ ଡିସିପି ଅଖିଳେଶ୍ୱର ସିଂ ଏବଂ ଟ୍ରାଫିକ ଥାନା ଏସିପି ଦିବ୍ୟଜ୍ୟୋତି ଦାସଙ୍କ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri