ପାସଷ୍ଟିକୁଡ଼ି-ଦାଦପୁର-ଦେପୁର ରାସ୍ତା ମରାମତି ଦାବିରେ ରାସ୍ତା ଅବରୋଧ

ଭବାନୀପାଟଣା,୧୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ପୂର୍ତ୍ତ ବିଭାଗ ଅଧୀନରେ ଥିବା ପାସଷ୍ଟିକୁଡ଼ି-ଦାଦପୁର-ଦେପୁର ରାସ୍ତା ମରାମତି ଦାବି ଜୋର ଧରିଛି। ଏ ନେଇ ବୁଧବାର ଦାଦପୁର ପଞ୍ଚାୟତବାସୀ ଦାଦପୁର ଛକ ନିକଟ ରାସ୍ତାରେ ଆନ୍ଦୋଳନ କରି ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଦୁଇ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଛି। ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ପଞ୍ଚାୟତବାସୀ ଉକ୍ତ ରାସ୍ତା ମରାମତି ଓ ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ପୂର୍ତ୍ତ ବିଭାଗ ଗୁରୁତ୍ୱ ଦେଉ ନ ଥିବା କହିଛନ୍ତି। ଉକ୍ତ ରାସ୍ତା ପାଇଁ ଟେଣ୍ଡର ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଉକ୍ତ ରାସ୍ତା କାମ ଆରମ୍ଭ ହୋଇପାରିଲା ନାହିଁ। ଏହାର ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ରାସ୍ତାରୋକୋ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅଶାନ୍ତ ବରଗଡ଼: ବୁଲିଲା ଛୁରି-ଭୁଜାଲି, ଯୁବକ ଆହତ

ବରଗଡ଼,୧୮ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଅପରାଧୀମାନେ ସକ୍ରିୟ ହୋଇ ପଡିଛନ୍ତି। ଏଠାରେ ଦିନ ଦ୍ବିପ୍ରହରରେ ଭୁଜାଲି ମାଡ, ଛୁରାମାଡ଼ ହେଉଛି। ଗତ କିଛିଦିନ ତଳେ ବରଗ ହାଟପଦାରେ…

ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା: ଯୋଗାଇ ଦିଆଯାଉଛି ଔଷଧ

ଭଞ୍ଜନଗର,୧୮/୨(ବାବୁଲା ପ୍ରଧାନ): ବର୍ତ୍ତମାନ ବରିଷ୍ଠ ନାଗରିକ ସପ୍ତାହ ଚାଲିଛି। ଏଥିପାଇଁ ବରିଷ୍ଠ ନାଗରିକମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି। ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ କବିତା…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ହଙ୍ଗାମା: ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ବାଲେଶ୍ୱର,୧୮ା୨(ବାଞ୍ଛାନିଧି ଦେ): ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ। ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ…

ମୌଳିକ ସୁବିଧାରୁ ବଞ୍ଚିତ ଡଙ୍ଗରିଆ କନ୍ଧ, ଟଙ୍କିକିଆ ଚାଉଳ ପାଇଁ ଯିବାକୁ ପଡ଼ୁଛି ୧୫ କି.ମି.

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ଦେଶ ସ୍ବାଧୀନତାର ୭୮ବର୍ଷ ପୂରିଥିଲେ ମଧ୍ୟ ଏବେ ସୁଦ୍ଧା ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ପହଞ୍ଚିପାରିନାହିଁ ମୌଳିକ ସୁବିଧା। ବିଶେଷକରି…

ମାର୍ଚ୍ଚ ୧୬ରେ ରାଜ୍ୟ ସଭା ନିର୍ବାଚନ: ପ୍ରେସ୍‌ ନୋଟ ଜାରି

ଭୁବନେଶ୍ୱର,୧୮।୨: ମାର୍ଚ୍ଚ ୧୬ରେ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ନେଇ ପ୍ରେସ୍‌ ନୋଟ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ୧୦ ରାଜ୍ୟର ୩୭…

କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଉଛନ୍ତି…

ଭବାନୀପାଟଣା ସହରରେ ଫୁଟିଲା ଗୁଳି

ଭବାନୀପାଟଣା,୧୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବିବିସିପଡ଼ା ହନୁମାନ ମନ୍ଦିର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ସାମାନ୍ୟ ବଚସାରୁ ଜଣେ ମଦ୍ୟପ…

ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ଗଲା ପ୍ରଶ୍ନପତ୍ର, କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା

ଭଞ୍ଜନଗର,୧୮ା୨((ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ମାତୃଭାଷା ଓଡ଼ିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri