Posted inଜାତୀୟ

ପାର୍ଲାମେଣ୍ଟ ଭବନ ଆକ୍ରମଣ ପଛରେ ଡିଏସ୍‌ପି ଦାବିନ୍ଦର: ଅଫଜଲ ଗୁରୁଙ୍କ ସହ ଥିଲା ସମ୍ପର୍କ

ନୂଆଦିଲ୍ଲୀ,୧୪ା୧: ଦୁଇ ଆତଙ୍କବାଦୀଙ୍କ ସହ ଧରାପଡ଼ି ରବିବାର ଗିରଫ ହୋଇଥିବା ଜମ୍ମୁ-କଶ୍ମୀରର ପୋଲିସ ଅଫିସର ଦାବିନ୍ଦର ସିଂଙ୍କ ସମ୍ପର୍କରେ ନୂଆ ତଥ୍ୟ ପଦାକୁ ଆସିଛି। ପାର୍ଲାମେଣ୍ଟ ଆକ୍ରମଣ ମାମଲାରେ ଫାଶୀ ପାଇଥିବା ଅଫଜଲ ଗୁରୁଙ୍କ ସହ ଏହି ଡିଏସ୍‌ପିଙ୍କ ସମ୍ପର୍କ ଥିଲା ବୋଲି ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ଶ୍ରୀନଗର ବିମାନବନ୍ଦରରେ ଆଣ୍ଟିହାଇଜାକ୍‌ ୟୁନିଟରେ ପୋଷ୍ଟିଂ ହୋଇଥିବା ଏହି ଅଫିସରଙ୍କର ଚଳିତ ମାସରେ ଏସ୍‌ପି ଭାବେ ପଦୋନ୍ନତି ହେବାର ଥିଲା। ସଂସଦ ଭବନ ଓ ପୁଲ୍‌ଓ୍ବାମା ଆକ୍ରମଣ ଷଡ଼ଯନ୍ତ୍ର ପଛରେ ତାଙ୍କର ସମ୍ପୃକ୍ତି ଥିବା କଂଗ୍ରେସ ଅଭିଯୋଗ କରିଛି।
ଅଫଜଲ ଗୁରୁଙ୍କ ବିଚାର ଚାଲିଥିବାବେଳେ ତାଙ୍କ ଓକିଲ ତଳ କୋର୍ଟରେ ଏକ ଚିଠିକୁ ପ୍ରମାଣ ଭାବେ ଉପସ୍ଥାପନ କରିଥିଲେ, ଯାହା ଅରୁ୍‌ନ୍ଧତୀ ରାୟଙ୍କ ପୁସ୍ତକ ‘ଦି ହ୍ୟାଙ୍ଗିଙ୍ଗ୍‌ ଅଫ୍‌ ଅଫଜଲ ଗୁରୁ ଆଣ୍ଡ ଦି ଷ୍ଟ୍ରେଞ୍ଜ୍‌ କେସ୍‌ ଅଫ୍‌ ଦି ଆଟାକ୍‌ ଅନ୍‌ ଇଣ୍ଡିଆନ୍‌ ପାର୍ଲାମେଣ୍ଟ’ରେ ସ୍ଥାନ ପାଇଛି। ଓକିଲ ସୁଶୀଲ କୁମାରଙ୍କୁ ଅଫଜଲ ଲେଖିଥିବା ଏହି ଚିଠିରେ ସେ ଜମ୍ମୁ-କଶ୍ମୀର ପୋଲିସର ଏସ୍‌ଟିଏଫ୍‌ ଏବଂ ଏହାର ଅଫିସର ଦାବିନ୍ଦର ସିଂଙ୍କ ତରଫରୁ ଜଣେ ଆତଙ୍କବାଦୀ ମହମ୍ମଦଙ୍କୁ ସହାୟତା କରିଥିବା ଉଲ୍ଲେଖ ଅଛି। ମହମ୍ମଦଙ୍କୁ ସାଙ୍ଗରେ ନେଇ ଦିଲ୍ଲୀ ଯିବା ଓ ତାଙ୍କ ରହିବା ପାଇଁ ବ୍ୟବସ୍ଥା କରିବାକୁ ଦାବିନ୍ଦର ହିଁ ଅଫଜଲଙ୍କୁ କହିଥିଲେ।
୨୦୦୧ ଡିସେମ୍ବର ୧୩ ପାର୍ଲାମେଣ୍ଟ ଭବନ ଆକ୍ରମଣବେଳେ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ୫ ଆତଙ୍କବାଦୀଙ୍କ ମଧ୍ୟରୁ ମହମ୍ମଦ ଅନ୍ୟତମ। ମହମ୍ମଦଙ୍କ ମୃତଦେହ ନିକଟରୁ ଏକ ଫୋନ ମିଳିଥିଲା ଯାହାକୁ ସେ ନଭେମ୍ବର ୨୮ରୁ ବ୍ୟବହାର କରୁଥିଲେ। ଏହି ଫୋନ୍‌ ତାଙ୍କୁ କଶ୍ମୀର ଏସ୍‌ଟିଏଫ୍‌ ଦେଇଥିଲା ବୋଲି ଅଫଜଲ ଜଣାଇଥିଲେ ମଧ୍ୟ କୋର୍ଟ ଏହାକୁ ଗ୍ରହଣ କରି ନ ଥିଲେ।
ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ବିଚ୍ଛିନ୍ନତାବାଦୀ ଭାବେ ଅଫଜଲଙ୍କ ଅଭିଯାନ ବିଫଳ ହେବାରୁ ସେ କଶ୍ମୀର ଫେରିଥିଲେ। ଏହା ପରେ ତାଙ୍କ ଉପରେ ଆରମ୍ଭ ହୋଇଥିଲା ଏସ୍‌ଟିଏଫ୍‌ର ଅତ୍ୟାଚାର। ତେଣୁ ଏସ୍‌ଟିଏଫ୍‌ କଥା ମାନି ମହମ୍ମଦଙ୍କୁ ସହାୟତା କରିବା ବ୍ୟତୀତ ତାଙ୍କର ଅନ୍ୟ ଉପାୟ ନ ଥିଲା ବୋଲି ଅଫଜଲ ଚିଠିରେ ଉଲ୍ଲେଖ କରିଥିଲେ। ସେଥିପାଇଁ ସେ ଏକ ଆମ୍ବାସାଡର କାର୍‌ କିଣିଥିଲେ, ଯାହାକୁ ପାର୍ଲାମେଣ୍ଟ ଭବନ ଆକ୍ରମଣରେ ବ୍ୟବହାର କରାଯାଇଥିଲା। କାର କିଣାଯିବା ପରେ ଅଫଜଲଙ୍କୁ କଶ୍ମୀର ଫେରିଯିବା ପାଇଁ ଆତଙ୍କବାଦୀ ମହମ୍ମଦ କହିଥିଲେ। ତେବେ ଅଫଜଲ ଫେରିବା ପୂର୍ବରୁ ଶ୍ରୀନଗର ବସ୍‌ଷ୍ଟାଣ୍ଡରୁ ଗିରଫ ହୋଇଥିଲେ।

ଘରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲେ

ଗିରଫ ଡିଏସ୍‌ପି ଦାବିନ୍ଦରଙ୍କୁ ସୋମବାର ନିଲମ୍ବନ କରାଯାଇଛି। ତାଙ୍କ ସହ ଗିରଫ ଦୁଇ ଆତଙ୍କବାଦୀଙ୍କ ସହ ୩ ଜଣଙ୍କୁ ସେ ଘରେ ଆଶ୍ରୟ ଦେଇଥିଲେ। ବାଦାମି ବାଗ୍‌ କ୍ୟାଣ୍ଟନମେଣ୍ଟରେ ଥିବା ସେନାର ୧୫ତମ କର୍ପସ୍‌ ମୁଖ୍ୟାଳୟ ନିକଟରେ ତାଙ୍କ ବାସଭବନ ରହିଛି। ୪ ମାସ ପୂର୍ବରୁ ଦାବିନ୍ଦର ସାହସିକତା ପାଇଁ ରାଷ୍ଟ୍ରପତିଙ୍କଠାରୁ ମେଡାଲ ପାଇଥିଲେ। ଶନିବାର ସେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ନଭିଦ୍‌ ବାବା ଏବଂ ଅଲତାଫଙ୍କ ସହ ଏକ କାରରେ ଯାଉଥିବାବେଳେ ଗିରଫ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri