Posted inଜାତୀୟ

ପାର୍ଲାମେଣ୍ଟ ଭବନ ଆକ୍ରମଣ ପଛରେ ଡିଏସ୍‌ପି ଦାବିନ୍ଦର: ଅଫଜଲ ଗୁରୁଙ୍କ ସହ ଥିଲା ସମ୍ପର୍କ

ନୂଆଦିଲ୍ଲୀ,୧୪ା୧: ଦୁଇ ଆତଙ୍କବାଦୀଙ୍କ ସହ ଧରାପଡ଼ି ରବିବାର ଗିରଫ ହୋଇଥିବା ଜମ୍ମୁ-କଶ୍ମୀରର ପୋଲିସ ଅଫିସର ଦାବିନ୍ଦର ସିଂଙ୍କ ସମ୍ପର୍କରେ ନୂଆ ତଥ୍ୟ ପଦାକୁ ଆସିଛି। ପାର୍ଲାମେଣ୍ଟ ଆକ୍ରମଣ ମାମଲାରେ ଫାଶୀ ପାଇଥିବା ଅଫଜଲ ଗୁରୁଙ୍କ ସହ ଏହି ଡିଏସ୍‌ପିଙ୍କ ସମ୍ପର୍କ ଥିଲା ବୋଲି ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ଶ୍ରୀନଗର ବିମାନବନ୍ଦରରେ ଆଣ୍ଟିହାଇଜାକ୍‌ ୟୁନିଟରେ ପୋଷ୍ଟିଂ ହୋଇଥିବା ଏହି ଅଫିସରଙ୍କର ଚଳିତ ମାସରେ ଏସ୍‌ପି ଭାବେ ପଦୋନ୍ନତି ହେବାର ଥିଲା। ସଂସଦ ଭବନ ଓ ପୁଲ୍‌ଓ୍ବାମା ଆକ୍ରମଣ ଷଡ଼ଯନ୍ତ୍ର ପଛରେ ତାଙ୍କର ସମ୍ପୃକ୍ତି ଥିବା କଂଗ୍ରେସ ଅଭିଯୋଗ କରିଛି।
ଅଫଜଲ ଗୁରୁଙ୍କ ବିଚାର ଚାଲିଥିବାବେଳେ ତାଙ୍କ ଓକିଲ ତଳ କୋର୍ଟରେ ଏକ ଚିଠିକୁ ପ୍ରମାଣ ଭାବେ ଉପସ୍ଥାପନ କରିଥିଲେ, ଯାହା ଅରୁ୍‌ନ୍ଧତୀ ରାୟଙ୍କ ପୁସ୍ତକ ‘ଦି ହ୍ୟାଙ୍ଗିଙ୍ଗ୍‌ ଅଫ୍‌ ଅଫଜଲ ଗୁରୁ ଆଣ୍ଡ ଦି ଷ୍ଟ୍ରେଞ୍ଜ୍‌ କେସ୍‌ ଅଫ୍‌ ଦି ଆଟାକ୍‌ ଅନ୍‌ ଇଣ୍ଡିଆନ୍‌ ପାର୍ଲାମେଣ୍ଟ’ରେ ସ୍ଥାନ ପାଇଛି। ଓକିଲ ସୁଶୀଲ କୁମାରଙ୍କୁ ଅଫଜଲ ଲେଖିଥିବା ଏହି ଚିଠିରେ ସେ ଜମ୍ମୁ-କଶ୍ମୀର ପୋଲିସର ଏସ୍‌ଟିଏଫ୍‌ ଏବଂ ଏହାର ଅଫିସର ଦାବିନ୍ଦର ସିଂଙ୍କ ତରଫରୁ ଜଣେ ଆତଙ୍କବାଦୀ ମହମ୍ମଦଙ୍କୁ ସହାୟତା କରିଥିବା ଉଲ୍ଲେଖ ଅଛି। ମହମ୍ମଦଙ୍କୁ ସାଙ୍ଗରେ ନେଇ ଦିଲ୍ଲୀ ଯିବା ଓ ତାଙ୍କ ରହିବା ପାଇଁ ବ୍ୟବସ୍ଥା କରିବାକୁ ଦାବିନ୍ଦର ହିଁ ଅଫଜଲଙ୍କୁ କହିଥିଲେ।
୨୦୦୧ ଡିସେମ୍ବର ୧୩ ପାର୍ଲାମେଣ୍ଟ ଭବନ ଆକ୍ରମଣବେଳେ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ୫ ଆତଙ୍କବାଦୀଙ୍କ ମଧ୍ୟରୁ ମହମ୍ମଦ ଅନ୍ୟତମ। ମହମ୍ମଦଙ୍କ ମୃତଦେହ ନିକଟରୁ ଏକ ଫୋନ ମିଳିଥିଲା ଯାହାକୁ ସେ ନଭେମ୍ବର ୨୮ରୁ ବ୍ୟବହାର କରୁଥିଲେ। ଏହି ଫୋନ୍‌ ତାଙ୍କୁ କଶ୍ମୀର ଏସ୍‌ଟିଏଫ୍‌ ଦେଇଥିଲା ବୋଲି ଅଫଜଲ ଜଣାଇଥିଲେ ମଧ୍ୟ କୋର୍ଟ ଏହାକୁ ଗ୍ରହଣ କରି ନ ଥିଲେ।
ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ବିଚ୍ଛିନ୍ନତାବାଦୀ ଭାବେ ଅଫଜଲଙ୍କ ଅଭିଯାନ ବିଫଳ ହେବାରୁ ସେ କଶ୍ମୀର ଫେରିଥିଲେ। ଏହା ପରେ ତାଙ୍କ ଉପରେ ଆରମ୍ଭ ହୋଇଥିଲା ଏସ୍‌ଟିଏଫ୍‌ର ଅତ୍ୟାଚାର। ତେଣୁ ଏସ୍‌ଟିଏଫ୍‌ କଥା ମାନି ମହମ୍ମଦଙ୍କୁ ସହାୟତା କରିବା ବ୍ୟତୀତ ତାଙ୍କର ଅନ୍ୟ ଉପାୟ ନ ଥିଲା ବୋଲି ଅଫଜଲ ଚିଠିରେ ଉଲ୍ଲେଖ କରିଥିଲେ। ସେଥିପାଇଁ ସେ ଏକ ଆମ୍ବାସାଡର କାର୍‌ କିଣିଥିଲେ, ଯାହାକୁ ପାର୍ଲାମେଣ୍ଟ ଭବନ ଆକ୍ରମଣରେ ବ୍ୟବହାର କରାଯାଇଥିଲା। କାର କିଣାଯିବା ପରେ ଅଫଜଲଙ୍କୁ କଶ୍ମୀର ଫେରିଯିବା ପାଇଁ ଆତଙ୍କବାଦୀ ମହମ୍ମଦ କହିଥିଲେ। ତେବେ ଅଫଜଲ ଫେରିବା ପୂର୍ବରୁ ଶ୍ରୀନଗର ବସ୍‌ଷ୍ଟାଣ୍ଡରୁ ଗିରଫ ହୋଇଥିଲେ।

ଘରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲେ

ଗିରଫ ଡିଏସ୍‌ପି ଦାବିନ୍ଦରଙ୍କୁ ସୋମବାର ନିଲମ୍ବନ କରାଯାଇଛି। ତାଙ୍କ ସହ ଗିରଫ ଦୁଇ ଆତଙ୍କବାଦୀଙ୍କ ସହ ୩ ଜଣଙ୍କୁ ସେ ଘରେ ଆଶ୍ରୟ ଦେଇଥିଲେ। ବାଦାମି ବାଗ୍‌ କ୍ୟାଣ୍ଟନମେଣ୍ଟରେ ଥିବା ସେନାର ୧୫ତମ କର୍ପସ୍‌ ମୁଖ୍ୟାଳୟ ନିକଟରେ ତାଙ୍କ ବାସଭବନ ରହିଛି। ୪ ମାସ ପୂର୍ବରୁ ଦାବିନ୍ଦର ସାହସିକତା ପାଇଁ ରାଷ୍ଟ୍ରପତିଙ୍କଠାରୁ ମେଡାଲ ପାଇଥିଲେ। ଶନିବାର ସେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ନଭିଦ୍‌ ବାବା ଏବଂ ଅଲତାଫଙ୍କ ସହ ଏକ କାରରେ ଯାଉଥିବାବେଳେ ଗିରଫ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri