Posted inଜାତୀୟ

ପାର୍ଲାମେଣ୍ଟରେ ମହାରାଷ୍ଟ୍ର ତାତି: ହଟ୍ଟଗୋଳ ଯୋଗୁ ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ,୨୬ା୧୧(ପି.ଟି.): ମହାରାଷ୍ଟ୍ର ରାଜନୀତିକୁ ନେଇ ସୋମବାର ପାର୍ଲାମେଣ୍ଟରେ ଜୋରଦାର ହଟ୍ଟଗୋଳ ହେବା ପରେ ଉଭୟ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଲୋକ ସଭାରେ କଂଗ୍ରେସ ପକ୍ଷରୁ ମହାରାଷ୍ଟ୍ର ଘଟଣାର ପ୍ରତିବାଦ କରାଯାଇଥିଲା। କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଚାଲିଆସି ବ୍ୟାନର ଓ ପ୍ଲାକାର୍ଡ ଦେଖାଇ ଭାଜପା ନେତୃତ୍ୱାଧୀନ ସରକାର ବିରୋଧରେ ନାରାବାଜି ଦେଇଥିଲେ। ଫଳରେ ବାଚସ୍ପତି ଓମ୍‌ ବିର୍ଲା ପ୍ରଥମେ ମଧ୍ୟାହ୍ନ ପର୍ଯ୍ୟନ୍ତ, ପରେ ଅପରାହ୍ନ ୨ଟା ଏବଂ ଶେଷରେ ଦିନକ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ସେହିପରି ରାଜ୍ୟ ସଭାରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ମହାରାଷ୍ଟ୍ର ପ୍ରସଙ୍ଗକୁ ନେଇ ହୋ-ହଲ୍ଲା କରିଥିଲେ। ମହାରାଷ୍ଟ୍ର ପ୍ରସଙ୍ଗରେ ଆଲୋଚନା ପାଇଁ ସେମାନେ ଅଡି ବସିଥିଲେ। ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଏହା ଉପରେ ଆଲୋଚନା କରାଯାଇପାରିବ ନାହିଁ ବୋଲି ଉପାଧ୍ୟକ୍ଷ ହରିବଂଶ କହିଥିଲେ। ଆଲୋଚନା ଦାବିରେ ବିରୋଧୀ ଗୃହକାର୍ଯ୍ୟ ଚଳାଇ ଦେଇ ନ ଥିଲେ। ଶେଷରେ ଗୃହକୁ ଦିନକ ପାଇଁ ମୁତଲବୀ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୃଷକଙ୍କ ଆନ୍ଦୋଳନ ସ୍ଥଳରେ ଶିଖ ଗୁରୁଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୧୬।୧୨: ଦେଶର ରାଜଧାନୀ ଓ ହରିୟାଣା ସିଙ୍ଗୁ ସୀମାରେ ଚାଲିଥିବା ଆନ୍ଦୋଳନସ୍ଥଳରେ ବୁଧବାର ଜଣେ ଶିଖ ଧର୍ମପ୍ରଚାରକ ଆତ୍ମହତ୍ୟା କରିଛନ୍ତି। ଆନ୍ଦୋଳନରତ କୃଷକଙ୍କୁ ନ୍ୟାୟ ମିଳୁ...

ସୁପ୍ରିମ୍‌କୋର୍ଟରେ କେବଳ ଇଂଲିଶ୍‌ର ବ୍ୟବହାର କାହିଁକି, ଲୋକ ସଭାରେ ପ୍ରଶ୍ନ…

ନୂଆଦିଲ୍ଲୀ ,୧।୧୨: ସୁପ୍ରିମ୍‌କୋର୍ଟରେ କେବଳ ଇଂଲିଶ୍‌ର ବ୍ୟବହାର କାହିଁକି ବୋଲି ଲୋକ ସଭାରେ ବୁଧବାର ପ୍ରଶ୍ନ ଉଠିଛି। ଶୂନ୍ୟକାଳରେ ଉତ୍ତରପ୍ରଦେଶ କାନପୁର ଲୋକ ସଭା ଆସନର...

ଚାଷୀଙ୍କୁ ଉପହାର, ବଢ଼ିଲା ରବି ଫସଲ ଏମ୍‌ଏସ୍‌ପି…

ନୂଆଦିଲ୍ଲୀ,୮।୯: କନ୍ଦ୍ର ସରକାର ଚାଷୀଙ୍କ ପାଇଁ ଉପହାର ଘୋଷଣା କରିଛନ୍ତି। ଏହା ଅନ୍ତର୍ଗତ ରବି ଫସଲରେ ସର୍ବନିମ୍ନ୍‌ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) କୁ ବୃଦ୍ଧି କରାଯାଇଛି। ଗହମର...

ଯେଉଁଠି ବିବାହ ପୂର୍ବରୁ ବରକୁ ମାରିବାକୁ ପଡ଼େ ଘୁଷୁରି…

ଭାରତର ବିଭିନ୍ନ ପ୍ରାନ୍ତରେ ବିବାହର ଭିନ୍ନ ଭିନ୍ନ ପରମ୍ପରା ରହିଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବାସ କରୁଥିବା ଗୋଣ୍ଡ ଜନଜାତିରେ ଅଛି ଏକ ଅଜବ ପରମ୍ପରା।...

ଭାରତରେ ରହି ପାକିସ୍ତାନର ଆତଙ୍କବାଦୀ ଶିବିରକୁ ଧ୍ୱଂସ କରାଯାଇ ପାରିବ: ରାଜନାଥ

କର୍ନାଲ,୧୩।୧୦: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ରବିବାର ହରିୟାଣା କର୍ନାଲରେ ଏକ ଜନସଭାକୁ ଉଦ୍‌ବୋଧନ ଦେବା ଅବସରରେ ଯୁଦ୍ଧ ବିମାନ ରାଫାଲ କଥା ଉଠାଇଛନ୍ତି। ସେ କହିଛନ୍ତି...

ଉତ୍ସବ ପାଳନ ପାଇଁ ଲୋକଙ୍କ ଜୀବନ ସହିତ ଖେଳି ହେବ ନାହିଁ…

ନୂଆଦିଲ୍ଲୀ,୨୮।୧୦: ଦୀପାବଳିରେ ରାଜଧାନୀ ଦିଲ୍ଲୀରେ ବାଣ ଫୁଟା ନେଇ ସୁପ୍ରିମ୍‌କୋର୍ଟ ଗୁରୁବାର କହିଛନ୍ତି ଯେ, ଉତ୍ସବ ପାଳନ ପାଇଁ ଲୋକଙ୍କ ଜୀବନ ସହିତ ଖେଳି ହେବ...

ଭଗଓ୍ବନ୍ତଙ୍କ କ୍ୟାବିନେଟ ମନ୍ତ୍ରୀ ନେଲେ ଶପଥ

ଚଣ୍ଡିଗଡ଼,୧୯।୩: ପଞ୍ଜାବରେ ଆମ ଆଦମୀ ପାର୍ଟିର ବହୁମତରେ ବିଜୟ ହାସଲ ପରେ ମାର୍ଚ୍ଚ ୧୬ରେ ଭଗଓ୍ବନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଇତିମଧ୍ୟରେ...

ମଥୁରା ଶାହି ଇଦ୍‌ଗାହା ମାମଲା, ଆବେଦନ ଗ୍ରହଣ କଲେ ଜିଲା କୋର୍ଟ,ସିଭିଲ କୋର୍ଟରେ ଶୁଣାଣି…

ମଥୁରା, ୧୯।୫ : କାଶୀର ଜ୍ଞାନବ୍ୟାପି ମସଜିଦ ପରେ ବର୍ତ୍ତମାନ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ପ୍ରସଙ୍ଗରେ ବିବାଦ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ମଥୁରାର ଜିଲା...

Advertisement
Archives

Model This Week