Posted inରାଜ୍ୟ

ପାରାଦୀପରେ ସୁଧୁରୁନି ପାନୀୟଜଳ ସମସ୍ୟା: ପରିତ୍ୟକ୍ତ ତାଳଦଣ୍ଡା ଏକମାତ୍ର ଭରସା

ପାରାଦୀପ,୧୭ା୭ (ସ୍ବ.ପ୍ର.): ଶିଳ୍ପ ସମୃଦ୍ଧ ପାରାଦୀପ ସହରାଞ୍ଚଳରେ ଗତ ମେ ମାସରୁ ଅଦ୍ୟାବଧି ପାନୀୟଜଳ ସଙ୍କଟ ଲାଗି ରହିଛି। ଜୁଲାଇ ମାସ ଅଧା ହେଲାଣି। ରାଜ୍ୟରେ ମୌସୁମୀ ମଧ୍ୟ ସକ୍ରିୟ ରହିଛି। ତଥାପି ମଧ୍ୟ ଜଳକଷ୍ଟ ଦୂର ହେଉନାହିଁ। ଖରାଦିନେ ଏଠାରେ ପାଣି ପାଇଁ ଏକପ୍ରକାର ହାହାକାର ପରିସ୍ଥିତି ସୃଷ୍ଟି ହେଉଛି। ସେହି ସମସ୍ୟା ବର୍ଷାଦିନେ ମଧ୍ୟ ଲାଗିରହିବା ଚିନ୍ତାର ବିଷୟ ହୋଇଛି। ପାରାଦୀପର ଏକମାତ୍ର ଜଳ ଉତ୍ସ ତାଳଦଣ୍ଡା କେନାଲ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏହାର ପାଣି ପିଇବା ଓ ଗାଧୋଇବା ଅନୁପଯୁକ୍ତ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏକାଧିକବାର ପରୀକ୍ଷା ପରେ କୁହାଯାଇଛି। ତେବେ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଲୋକେ ଏହି ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ସୂଚନା ଅନୁଯାୟୀ, ଖରାଦିନେ ତାଳଦଣ୍ଡା କେନାଲରେ ପାଣି ନ ଥିବାରୁ ବନ୍ଦର ଜନସ୍ବାସ୍ଥ୍ୟ ବିଭାଗ ଦିନକୁ ଥରେ ଜଳଯୋଗାଣ କରୁଥିଲେ। ଅବସ୍ଥା ସାମାନ୍ୟ ସୁଧାରିବା ପରେ ସପ୍ତାହକୁ ୩ ଦିନ ୨ ଥର ଓ ୪ଦିନ ଥରେ ଜଳ ଯୋଗାଣ ହେଉଥିଲା। ଏବେ ବିଭିନ୍ନ କାରଣ ପାଇଁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ବାଲିଝରା ପମ୍ପ ହାଉସରୁ ନୂଆ ବଜାର-ମଧୁବନ ପାଣି ଟାଙ୍କି ପର୍ଯ୍ୟନ୍ତ ପାଇପ୍‌ ଲାଇନ କେତେକ ସ୍ଥାନରେ ଫାଟିଯାଇଛି। ବିଶେଷକରି ଗଲ୍ଫ ପଡ଼ିଆଠାରେ ପାଇପ ଫାଟି ପାଣି ବୋହିଯାଉଛି। ପାଣି ଟାଙ୍କିକୁ ଆସିବା ବାଧାପ୍ରାପ୍ତ ହେବାରୁ ଜଳ ଯୋଗାଣ ନିଅଣ୍ଟ ହେଉଛି ବୋଲି ପିଏଚଡି ଯନ୍ତ୍ରୀ ବିନାୟକ ପ୍ରଧାନ କହିଛନ୍ତି। ସେହି ପାଇପ ମରାମତି କାମ ବିଭାଗର ଅନ୍ୟ ଯନ୍ତ୍ରୀ ବୁଝୁଥିବା ସେ କହିଛନ୍ତି। ପାରାଦୀପ ବନ୍ଦରାଞ୍ଚଳରେ ମାଟି ତଳେ ଥିବା ପାଇପଲାଇନ ୫୦ବର୍ଷରୁ ଊର୍ଦ୍ଧ୍ୱ ହେଲାଣି। ସେଥିପାଇଁ ବାରମ୍ବାର ଏପରି ଘଟୁଥିବା ପିଏଚ୍‌ଡି ବିଭାଗ ପକ୍ଷରୁ କୁହାଯାଉଛି। ପୁରୁଣା ପାଇପ ଲାଇନ ଯୋଗୁ ଅଧିକାଂଶ ସ୍ଥାନରେ ଲିକେଜ ରହୁଛି। ସେହି ସ୍ଥାନରେ ପାଣିରେ ଜିଆ ଓ ଅନ୍ୟ ପୋକ, ଆବର୍ଜନା ପାଣି ମିଶୁଛି। ଏପରି ଦୂଷିତ ପାଣି ପ୍ରଭାବରେ ଚର୍ମରୋଗ ହେଉଛି ବୋଲି ଜଣେ ଗୃହିଣୀ ଆରତି ରାଉତରାୟ କହିଛନ୍ତି। ସୂଚନାଯୋଗ୍ୟ, ପାରାଦୀପରେ ଯୋଗାଣ ହେଉଥିବା ପାଣି ପିଇବା ଓ ଗାଧୋଇବା ଅନୁପଯୁକ୍ତ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୨୦୧୭ ଅକ୍ଟୋବର ୨୬ରୁ ଘୋଷଣା କରିସାରିଲାଣି। ଏହା ସତ୍ତ୍ୱେ ସେହି ପାଣିକୁ ବ୍ୟବହାର କରିବାକୁ ସମସ୍ତେ ଏକ ପ୍ରକାର ବାଧ୍ୟ। କାରଣ ପାରାଦୀପର ଏକମାତ୍ର ଜଳ ଉତ୍ସ ତାଳଦଣ୍ଡା କେନାଲରେ ପ୍ରାୟତଃ ଜଳ ରହେନାହିଁ। କଟକରୁ ପାଣି ଛଡାଯିବା ପରେ ଏହି କେନାଲରେ ଜଳ ପ୍ରବାହ ହୁଏ। ସେଥିରେ ଅନେକ ବର୍ଜ୍ୟବସ୍ତୁ ମିଶୁଛି। ଶାସକ, ପ୍ରଶାସକ ସମସ୍ତେ ଏହି ସମସ୍ୟା ଜାଣୁଛନ୍ତି। କିନ୍ତୁ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଅଦ୍ୟାବଧି ହୋଇପାରିନାହିଁ। ପୌର ପରିଷଦର ନିଜସ୍ବ ଜଳ ଉତ୍ସ ନାହିଁ। ଯେଉଁ କେତେକ ସ୍ଥାନରେ ପୌର ପରିଷଦ ପକ୍ଷରୁ ଗଭୀର ନଳକୂପ ବସାଇଛି, ତାହା ପର୍ଯ୍ୟାପ୍ତ ହେଉନାହିଁ। କେତେକ ସ୍ଥାନରେ ନଳକୂପରୁ ଲୁଣିପାଣି ବାହାରୁଛି। ତେଣୁ ଏସବୁର ସ୍ଥାୟୀ ପ୍ରତିକାର ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି। ପାରାଦୀପ ବନ୍ଦର ପକ୍ଷରୁ ଏହାର ପ୍ରତିକାର ସ୍ବରୂପ ସମୁଦ୍ର ଜଳରୁ ମଧୁର ଜଳ ସଂଗ୍ରହ ପାଇଁ ଲବଣ ଅପସାରଣ କାରଖାନା ପତିଷ୍ଠା କରିବାକୁ ଏନଆଇଓଟି ସହ ଚୁକ୍ତି ସ୍ବାକ୍ଷର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବି ସେମାନଙ୍କୁ ସ୍ବପ୍ନ: ଦୁଇ ବୃଦ୍ଧାଙ୍କୁ ମିଳିପାରୁନି ରାଶନ କାର୍ଡ଼, ଆବାସ, ବିଜୁଳି

କଟକ ଅଫିସ,୧୭ା୬: ପ୍ରଶାସନିକ କାର୍ଯ୍ୟାଳୟଠାରୁ ଦୂରରେ ଥିବା ଗ୍ରାମାଞ୍ଚଳରେ ସରକାରୀ ସୁବିଧା ଅପହଞ୍ଚ ଥିବା ସମସ୍ତେ ଜାଣନ୍ତି। କିନ୍ତୁ ଖୋଦ୍‌ ସହରରେ ଯଦି ସାଧାରଣ ଲୋକ...

ଆଜିଠାରୁ ବଢ଼ିବ ପାହାଳ ମିଠା ଦର

ବାଲିଅନ୍ତା,୧୧।୧୦(ଡି.ଏନ୍‌.ଏ): ଓମଫେଡ କ୍ଷୀର ଲିଟର ପିଛା ୪ଟଙ୍କା ବୃଦ୍ଧି ପରେ ଛେନାଦର କିଲୋ ପିଛା ୧୫ଟଙ୍କା ବୃଦ୍ଧି ପାଇଛି। ଫଳରେ ପାହାଳ ମିଠା ଦର ନିର୍ଦ୍ଧାରଣ...

ରେକର୍ଡ ଭାଙ୍ଗୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟରେ କରୋନା ନେଲା ଆଉ ୨୧ ମୁଣ୍ଡ

ଭୁବନେଶ୍ୱର,୮।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଶନିବାର ରାଜ୍ୟରେ କରୋନା ଆଉ ୨୧ ଜଣଙ୍କ ଜୀବନ ନେଇଛି।...

ସୌରଶକ୍ତି ପ୍ରକଳ୍ପକୁ ଅଣଦେଖା: ପୂରଣ ହେଉନି ଆର୍‌ପିଓ ଲକ୍ଷ୍ୟ

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ରାଜ୍ୟରେ ବିଦ୍ୟୁତ୍‌ ଚାହିଦା ଦିନକୁ ଦିନ ବଢୁଛି। ହେଲେ ସେହି ହାରରେ ଉତ୍ପାଦନ ବୃଦ୍ଧି ପାଉନାହିଁ। ତାପଜ ଭଳି ପାରମ୍ପରିକ ଶକ୍ତି ଉତ୍ସଗୁଡ଼ିକ ଉପରେ...

କଙ୍ଗାରୁ କୋର୍ଟରେ ସାକ୍ଷୀ ଦେବାରୁ ଯୁବକଙ୍କୁ ହତ୍ୟା

ଜୟପୁର,୧୧ା୬: ଜୟପୁର ସଦର ଥାନା ଅଧୀନ କଣ୍ଡାପୁଟ ଜଙ୍ଗଲରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ରହସ୍ୟ ଉନ୍ମୋଚନ କରିଛି ଜୟପୁର ସଦର ପୋଲିସ।...

୫୦ ହଜାର ପିଲାଙ୍କ ଆକାଉଣ୍ଟକୁ ଗଲା ୧୦୧ କୋଟି

ଭୁବନେଶ୍ୱର,୩ା୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସ ଜରିଆରେ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଅନୁସୂଚତି ଜାତି, ଜନଜାତି ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ଆରମ୍ଭ...

ଚେଇଁ ଶୋଇଛନ୍ତି ବିଏମ୍‌ସି ଡ୍ରେନେଜ ବିଭାଗ ଅଧିକାରୀ: ସହରର ୪୦% ଡ୍ରେନ୍‌ରେ ଢାଙ୍କୁଣି ନାହିଁ

ଭୁବନେଶ୍ୱର, ୨୭ା୭(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଧୀନ ୬୭ଟି ଓ୍ବାର୍ଡରେ ମୋଟ ୬୫୦କିମିର ଆଭ୍ୟନ୍ତରୀଣ ଡ୍ରେନ ଓ ୬୦ କିମିର ୧୦ଟି ମୁଖ୍ୟ ଡ୍ରେନ୍‌ ରହିଛି।...

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର

ରାଇରଙ୍ଗପୁର,୨୮ା୪: ମୟୂରଭଞ୍ଜ ଜିଲା ଗୋରୁମହିଷାଣି ଥାନା ଅଞ୍ଚଳର ଜନୈକା ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବହଳଦା ଥାନା...

Advertisement


Archives

Model This Week

Why Dharitri