ପାରାଦୀପରେ କାଳବୈଶାଖୀ ତାଣ୍ଡବ: ବୁଡ଼ିଲା ୧୫ ମାଛଧରା ଡଙ୍ଗା, ୪୦ ଆହତ

ପାରାଦୀପ,୨୧ା୩(ସ୍ବ.ପ୍ର.): ପାରାଦୀପ ଆଖପାଖ ଅଞ୍ଚଳରେ ଗୁରୁବାର ରାତିରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ଏଥିଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ମହାନଦୀର ଚଉମୁହାଣିଠାରୁ ମାଛ ଧରିବାକୁ ଯାଇଥିବା ଏକାଧିକ ହୁଲି ଡଙ୍ଗା ମଧ୍ୟରୁ ୧୫ରୁ ଊର୍ଦ୍ଧ୍ୱ ଡଙ୍ଗା ବର୍ଷା ପବନରେ ବୁଡ଼ିଯାଇଥିଲା। ସେଥିରେ ଥିବା ୫୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀଙ୍କୁ ରାତିରେ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୦ଜଣରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଦୁଇ ଜଣଙ୍କ ସମ୍ପର୍କରେ କୌଣସି ସୂଚନା ମିଳୁ ନ ଥିବାରୁ ସେମାନେ ନିଖୋଜ ଥିବା ଚର୍ଚ୍ଚା ଚାଲିଛି। ଏତଦ୍‌ବ୍ୟତୀତ ୮ଟି ଡଙ୍ଗା ଭାଙ୍ଗିଯାଇଛି। ଅନ୍ୟ ସମସ୍ତ ଡଙ୍ଗାରେ ଥିବା ଜାଲ ଓ ସାରଞ୍ଜମ ନଦୀରେ ଭାସିଯାଇଛି। ଗୁରୁବାର ରାତି ୯ଟାରେ ଜୁଆର ଥିବାରୁ ମତ୍ସ୍ୟଜୀବୀମାନେ ସନ୍ଧ୍ୟାରେ ଡଙ୍ଗା ନେଇ ମହାନଦୀରେ ଜାଲ ପକାଇଥିଲେ। ପ୍ରାୟ ୮ଟା୫ରେ ହଠାତ୍‌ ଧୂଳିଝଡ଼ ଓ ବର୍ଷା ପବନ ହେବାରୁ ଡଙ୍ଗା ଓଲଟି ପଡ଼ିଥିଲା ବୋଲି ଉଦ୍ଧାର ମତ୍ସ୍ୟଜୀବୀ ସୁରେଶ ତରାଇ କହିଛନ୍ତି। ସେ ଦୁଇ ଡଙ୍ଗାକୁ ଧରି ପାଣିରେ ଭାସିଥିଲେ। ତାଙ୍କ ପାଖରେ ଥିବା ଟର୍ଚ୍ଚ ଓ ଲଣ୍ଠନ ବୁଡ଼ି ଯାଇଥିଲା। ବିଳମ୍ବିତ ରାତିରେ ଉଦ୍ଧାରକାରୀ ଆସି ଆମକୁ ଉଦ୍ଧାର କରିଥିଲେ ବୋଲି ସେ ପ୍ରକାଶ କରିଛନ୍ତି। ସର୍ବେଶ୍ୱର ସାମଲ, ଉଲ୍ଲାସ ବେହେରା, ଘୁଙ୍ଗା ତରେଇ, ସୁଶାନ୍ତ ସାମଲ, ପ୍ରମୋଦ ସାମଲ, ପ୍ରଶାନ୍ତ ତରେଇ, କ୍ଷୀର ତରେଇ, ପ୍ରମୋଦ ପାଣି ପ୍ରମୁଖଙ୍କ ଡଙ୍ଗା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବିଶ୍ୱାଳୀ ପିପ୍ପଳ, କାଳିଆପାଟ, ଗଣ୍ଡିକିପୁର ଗ୍ରାମର ଏହି ମତ୍ସ୍ୟଜୀବୀ ବୋଲି ଜଣାଯାଇଛି। ଡଙ୍ଗାବୁଡି ସମ୍ପର୍କରେ ସହକାରୀ ମତ୍ସ୍ୟ ନିର୍ଦ୍ଦେଶକ ମାନସ ରଞ୍ଜନ ସାହୁଙ୍କୁ ପଚାରିବାରେ ସେ କୁହନ୍ତି, କାଳବୈଶାଖୀ ସମ୍ପର୍କରେ କୌଣସି ପୂର୍ବାନୁମାନ ନ ଥିବାରୁ ଆମ୍ଭେ ସତର୍କ କରି ନ ଥିଲୁ। ଡଙ୍ଗା ସମ୍ପର୍କରେ ଶୁକ୍ରବାର ଯାଞ୍ଚ କରାଯାଇଛି। ମତ୍ସ୍ୟଜୀବୀମାନେ ମଧ୍ୟ ନିଜ ଆଡ଼ୁ ଆବେଦନ କରିଛନ୍ତି। ସେମାନଙ୍କ କ୍ଷତିପୂରଣ ସମ୍ପର୍କରେ ବିଭାଗକୁ ଅବଗତ କରାଯିବ। ନିଖୋଜ ବୃଦ୍ଧ ଦମ୍ପତିଙ୍କ ପରିଚୟ ମିଳିନାହିଁ। ସେମାନେ ଗଣ୍ଡିକିପୁର ବଢ଼ିଆର ବସିନ୍ଦା ବୋଲି ଜଣାଯାଇଛି। କେହି ଉଦ୍ଧାର ହୋଇଛନ୍ତି କହୁଥିବାବେଳେ ଆଉ କେତେକ ନିଖୋଜ ବୋଲି କହୁଛନ୍ତି।
ଦେବଦୂଦ ସାଜିଲେ ରମେଶ, ସୂର୍ଯ୍ୟକାନ୍ତ ଓ ତପନ
କାଳବୈଶାଖୀ ଝଡ଼ ତୋଫାନ କମିବା ପରେ ଦେବଦୂତ ସାଜି ରାମଚଣ୍ଡି ବୋଟ୍‌ ମାଲିକ ରମେଶ ଚନ୍ଦ୍ର ସେଠୀ, ତାଙ୍କ ନିକଟରେ ଥିବା ସୂର୍ଯ୍ୟକାନ୍ତ ବେହେରା ଓ ତପନ ବେହେରାଙ୍କୁ ସାଙ୍ଗରେ ନେଇ ମହାନଦୀରେ ଭାସୁଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲେ। ରାତି ୨ଟା ପର୍ଯ୍ୟନ୍ତ ଏହି ୩ଜଣ ୪୦ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲେ। ଏହି କାର୍ଯ୍ୟ ପାଇଁ ସମସ୍ତଙ୍କୁ ପ୍ରଶଂସା କରାଯାଇଛି। ଉଦ୍ଧାର ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଅନେକ ଖଣ୍ଡିଆ ଖାବେରା ହୋଇଛନ୍ତି। ତାଙ୍କୁ ପାରାଦୀପ ଓ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri