ପାରାଦୀପରେ କାଉ ମଡ଼କ ଜାରି, ବାର୍ଡ ଫ୍ଲୁ ସନ୍ଦେହ

ପାରାଦୀପ, ୩୦ା୧(ସ୍ବ.ପ୍ର.): ପାରାଦୀପରେ ଗତ ଜାନୁୟାରୀ ୩ରୁ କାଉମଡ଼କ ଜାରି ରହିଥିଲେ ସୁଦ୍ଧା ଏ କ୍ଷେତ୍ରରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଏପରି କି ପ୍ରାଣୀଧନ ଚିକିତ୍ସା ବିଭାଗ ପକ୍ଷରୁ ଗତ ୪ ତାରିଖରୁ କାଉର ଲାଳ ନମୁନା ପରୀକ୍ଷା ପାଇଁ ଭୋପାଳ ଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ମରିବାର କାରଣ ସମ୍ପର୍କରେ ରିପୋର୍ଟ ଆସିନାହିଁ ବୋଲି ପ୍ରାଣୀଧନ ଚିକିତ୍ସା ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳରେ କୁକୁଡ଼ା ମାଂସ ବିକ୍ରି ଅବାଧରେ ଚାଲିଛି ଏବଂ ଘରେ-ହୋଟେଲରେ ଲୋକେ କୁକୁଡ଼ା ମାଂସ ଓ ଅଣ୍ଡା ଖାଉଛନ୍ତି।
ପାରାଦୀପ ବନ୍ଦରରେ ବିଶ୍ୱର ଅନେକ ଦେଶରୁ ପଣ୍ୟବାହୀ ଜାହାଜ ଲାଗୁଛି। ସେଥିରେ ପ୍ରାୟତଃ ବିଦେଶୀ ନାବିକମାନେ ଆସୁଛନ୍ତି। କରୋନା ଭାଇରସ ପାଇଁ ସରକାରୀ ଭାବେ କଟକଣା ଲାଗୁ ହେବା ପରେ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ କେତେକ କଠୋର କଟକଣା ଲଗାଇଛନ୍ତି। ବିଶେଷକରି ଏସିଆ ମହାଦେଶ ଭାଇରସ୍‌ ଥିବା ବନ୍ଦର ଦେଇ ଆସୁଥିବା ଜାହାଜଗୁଡ଼ିକୁ ପାରାଦୀପ ବନ୍ଦରରେ ପ୍ରବେଶ କରାଯିବ ନାହିଁ ବୋଲି ବନ୍ଦର ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରହରାଜ ପଣ୍ଡା କହିଛନ୍ତି। ଏପରିକି ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରତିକାତ୍ମକ ବ୍ୟବସ୍ଥା ଉପରେ ସମୀକ୍ଷା କରାଯାଇଛି ଏବଂ ବନ୍ଦର କର୍ତ୍ତୃପକ୍ଷ ୪ନଂ. ଗେଟ୍‌ଠାରେ ଏକ ସ୍କ୍ରିନିଂ ମେଶିନ୍‌ ଲଗାଇଛନ୍ତି। ଗୋଟିଏ ପଟେ ଭାଇରସ ଭୟ, ଅପରପକ୍ଷେ କାଉ ମଡ଼କକୁ ନେଇ ପାରାଦୀପ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। କାଉ ମଡ଼କ ସମ୍ପର୍କରେ ପ୍ରାଣୀଧନ ଚିକିତ୍ସକ ଡା. ଦେବାଶିଷ ରାଉତଙ୍କୁ ପଚାରିବାରେ ସେ କୁହନ୍ତି, ମଲା କାଉର ଲାଳ ନମୁନା ଜାନୁୟାରୀ ୪ରେ ଭୋପାଳ ପଠାଯାଇଛି। ରିପୋର୍ଟରେ ଯଦି ପଜେଟିଭ ଆସିଥାନ୍ତା ସେମାନେ ସିଧା କେନ୍ଦ୍ର ସରକାରଙ୍କୁ ଅବଗତ କରାଇଥାନ୍ତେ। ଏବେ ସୁଦ୍ଧା କୌଣସି ରିପୋର୍ଟ ଆସି ନ ଥିବାରୁ ଆମ୍ଭେ ନେଗେଟିଭ୍‌ ବୋଲି ବିଚାର କରୁଛୁ। ଏବେ ସରକାରୀ ଭାବେ ଆମକୁ ସତର୍କ ରହିବାକୁ ଏବଂ ସବୁବେଳେ ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯିବାକୁ କୁହାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri