ପାରାଦୀପରେ କାଉ ମଡ଼କ ଜାରି, ବାର୍ଡ ଫ୍ଲୁ ସନ୍ଦେହ

ପାରାଦୀପ, ୩୦ା୧(ସ୍ବ.ପ୍ର.): ପାରାଦୀପରେ ଗତ ଜାନୁୟାରୀ ୩ରୁ କାଉମଡ଼କ ଜାରି ରହିଥିଲେ ସୁଦ୍ଧା ଏ କ୍ଷେତ୍ରରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଏପରି କି ପ୍ରାଣୀଧନ ଚିକିତ୍ସା ବିଭାଗ ପକ୍ଷରୁ ଗତ ୪ ତାରିଖରୁ କାଉର ଲାଳ ନମୁନା ପରୀକ୍ଷା ପାଇଁ ଭୋପାଳ ଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ମରିବାର କାରଣ ସମ୍ପର୍କରେ ରିପୋର୍ଟ ଆସିନାହିଁ ବୋଲି ପ୍ରାଣୀଧନ ଚିକିତ୍ସା ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳରେ କୁକୁଡ଼ା ମାଂସ ବିକ୍ରି ଅବାଧରେ ଚାଲିଛି ଏବଂ ଘରେ-ହୋଟେଲରେ ଲୋକେ କୁକୁଡ଼ା ମାଂସ ଓ ଅଣ୍ଡା ଖାଉଛନ୍ତି।
ପାରାଦୀପ ବନ୍ଦରରେ ବିଶ୍ୱର ଅନେକ ଦେଶରୁ ପଣ୍ୟବାହୀ ଜାହାଜ ଲାଗୁଛି। ସେଥିରେ ପ୍ରାୟତଃ ବିଦେଶୀ ନାବିକମାନେ ଆସୁଛନ୍ତି। କରୋନା ଭାଇରସ ପାଇଁ ସରକାରୀ ଭାବେ କଟକଣା ଲାଗୁ ହେବା ପରେ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ କେତେକ କଠୋର କଟକଣା ଲଗାଇଛନ୍ତି। ବିଶେଷକରି ଏସିଆ ମହାଦେଶ ଭାଇରସ୍‌ ଥିବା ବନ୍ଦର ଦେଇ ଆସୁଥିବା ଜାହାଜଗୁଡ଼ିକୁ ପାରାଦୀପ ବନ୍ଦରରେ ପ୍ରବେଶ କରାଯିବ ନାହିଁ ବୋଲି ବନ୍ଦର ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରହରାଜ ପଣ୍ଡା କହିଛନ୍ତି। ଏପରିକି ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରତିକାତ୍ମକ ବ୍ୟବସ୍ଥା ଉପରେ ସମୀକ୍ଷା କରାଯାଇଛି ଏବଂ ବନ୍ଦର କର୍ତ୍ତୃପକ୍ଷ ୪ନଂ. ଗେଟ୍‌ଠାରେ ଏକ ସ୍କ୍ରିନିଂ ମେଶିନ୍‌ ଲଗାଇଛନ୍ତି। ଗୋଟିଏ ପଟେ ଭାଇରସ ଭୟ, ଅପରପକ୍ଷେ କାଉ ମଡ଼କକୁ ନେଇ ପାରାଦୀପ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। କାଉ ମଡ଼କ ସମ୍ପର୍କରେ ପ୍ରାଣୀଧନ ଚିକିତ୍ସକ ଡା. ଦେବାଶିଷ ରାଉତଙ୍କୁ ପଚାରିବାରେ ସେ କୁହନ୍ତି, ମଲା କାଉର ଲାଳ ନମୁନା ଜାନୁୟାରୀ ୪ରେ ଭୋପାଳ ପଠାଯାଇଛି। ରିପୋର୍ଟରେ ଯଦି ପଜେଟିଭ ଆସିଥାନ୍ତା ସେମାନେ ସିଧା କେନ୍ଦ୍ର ସରକାରଙ୍କୁ ଅବଗତ କରାଇଥାନ୍ତେ। ଏବେ ସୁଦ୍ଧା କୌଣସି ରିପୋର୍ଟ ଆସି ନ ଥିବାରୁ ଆମ୍ଭେ ନେଗେଟିଭ୍‌ ବୋଲି ବିଚାର କରୁଛୁ। ଏବେ ସରକାରୀ ଭାବେ ଆମକୁ ସତର୍କ ରହିବାକୁ ଏବଂ ସବୁବେଳେ ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯିବାକୁ କୁହାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ପାଇଁ ମେଳାରେ ହଙ୍ଗାମା

ଭୋଗରାଇ,୨୨ା୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଦେଉଳାହାଟ ସ୍ଥିତ ଅନନ୍ତପୁରୁଷତ୍ତୋମ ମହାଦେବଙ୍କ ଶୁକ୍ରବାର ପାଟ ଉତ୍ସବରେ ଡିଜେ ବଜାଇବାକୁ କେନ୍ଦ୍ର କରି ମେଳା କମିଟି ସହିତ ଡିଜେ...

ଥାନା ନିକଟରେ ଲାଗିଲା ମାଓବାଦୀ ବ୍ୟାନର

ମାଲକାନଗିରି, ୨୫ା୨(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର କୋଣ୍ଡାଗାଓଁର ମର୍ଦ୍ଦାପାଲ ଅଞ୍ଚଳରେ ଥିବା ଥାନା ନିକଟରେ ମାଓବାଦୀମାନେ ଏକ ଧମକପୂର୍ଣ୍ଣ ବ୍ୟାନର ଲଗାଇଥିବା ଶୁକ୍ରବାର ଦେଖିବାକୁ...

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୮(ବ୍ୟୁରୋ): ଆଜି ହେଉଛି ନୂଆଁଖାଇ ପର୍ବ। ଏହା ପଶ୍ଚିମ ଓଡ଼ିଶାର ଗଣପର୍ବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ସମ୍ବଲପୁରୀ...

ପଟ୍ରଗୁଡ଼ାରେ ଝାଡାବାନ୍ତି: ଗୋଟିଏ ପରିବାରର ୮ ଆକ୍ରାନ୍ତ

ବୈପାରିଗୁଡା,୧୧ା୧୨ (ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରିଗୁଡା ବ୍ଲକ ଦଶମନ୍ତପୁର ପଞ୍ଚାୟତ ପଟ୍ରଗୁଡ଼ା ଗ୍ରାମରେ ଝାଡାବାନ୍ତି ଦେଖାଦେଇଛି। ଏଥିରେ ଗୋଟିଏ ପରିବାରର ୮ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରନ୍ତଙ୍କୁ...

ରଥଯାତ୍ରା ପାଇଁ ପୁଣି ପିଟିସନ୍‌: ପୁରୀ ସହରକୁ ସଟ୍‌ଡାଉନ୍‌ କରି ରଥଯାତ୍ରା କରାଯାଉ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଏବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ଗୁରୁବାର ରାୟ ଶୁଣାଇଛନ୍ତି। ହେଲେ ଏହାକୁ ସାମାନ୍ୟ ପରିବର୍ତ୍ତନ କରିବାକୁ ଶୁକ୍ରବାର ମୋଡିଫିକେସନ୍‌ ପିଟିସନ ଦାୟର ହୋଇଛି।...

୩୦ବର୍ଷରୁ ଊର୍ଦ୍ଧ୍ୱ ଅପୂଜା ଥିଲେ ଅଲାରନାଥ

ବ୍ରହ୍ମଗିରି,୭ା୬(ଡି.ଏନ୍‌.ଏ.): କରୋନା ଲାଗି ମହାପ୍ରଭୁ ଅଲାରନାଥଙ୍କ ମନ୍ଦିରରେ ୧୪୪ ଧାରା ଜାରି ରହିଛି। ଆସନ୍ତା ୨୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଫଳରେ...

କନ୍ୟାପକ୍ଷଙ୍କୁ ବରଯାତ୍ରୀଙ୍କ ଛୁରାମାଡ଼

ବଲାଙ୍ଗୀର ଅଫିସ/ଲାଠୋର/କଣ୍ଟାବାଞ୍ଜି,୨୬୨(ଡି.ଏନ୍‌.ଏ.)ବଲାଙ୍ଗୀର ଜିଲା ତୁରେକେଲା ଥାନା ମୁରିବାହାଲ ଗଁାରେ ବରାତି ଶୋଭାଯାତ୍ରା ଚାଲିଥିବାବେଳେ କନ୍ୟାପକ୍ଷର କେତେଜଣ ବ୍ୟକ୍ତି ନାଚିବାରୁ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ଏହାକୁ...

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ୱର,୪ା୭(ବ୍ୟୁରୋ): ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଶନିବାର କୋଭିଡ-୧୯(କରୋନା)ରେ ସଂକ୍ରମିତ ହୋଇଛନ୍ତି। ଏନେଇ ସେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ସେ ତାଙ୍କ ଟୁଇଟ୍‌ରେ ଉଲ୍ଲେଖ...

Advertisement
Archives

Model This Week