ପାନୀୟ ଜଳ ପାଇଁ ରୋଗୀ ହନ୍ତସନ୍ତ : ଥଣ୍ଡା ପ୍ରକଳ୍ପରୁ ବାହାରୁଛି ତତଲା ପାଣି

ଅନୁଗୋଳ ଅଫିସ, ୧୩।୬ – ଅବ୍ୟବସ୍ଥିତ ଚିକିତ୍ସା ନେଇ ଚର୍ଚ୍ଚାରେ ରହିଆସୁଥିବା ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ପ୍ରକଳ୍ପ ଓ ସରଞ୍ଜାମର ରକ୍ଷଣାବେକ୍ଷଣ ତଥା ମରାମତିରେ ଅଣଦେଖା କରାଯାଉଛି। ଚିକିତ୍ସାଧୀନ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଅତ୍ୟାବଶ୍ୟକ ସୁବିଧା ଯୋଗାଇବାରେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ଅବହେଳା କରୁଥିବା ଅଭିଯୋଗ ହୋଇଛି। ଦିନକୁ ଦିନ ବର୍ଦ୍ଧିତ ତାପମାତ୍ରା ଯୋଗୁ ପ୍ରବଳ ଗରମରେ ଲୋକେ ଆଉଟୁପାଉଟୁ ହେଉଥିବାବେଳେ ଚିକିତ୍ସାଳୟରେ ରୋଗୀ ଓ ସମ୍ପର୍କୀୟ ଘୋର ପାନୀୟ ଜଳ ସମସ୍ୟାରେ ପଡୁଛନ୍ତି। ମେଡିକାଲ ପରିସରରେ ଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡିଥିବାରୁ ଟ୍ୟାପରୁ ବାହାରୁଥିବା ଅତ୍ୟଧିକ ଗରମ ପାଣିକୁ ପିଇବାକୁ ସେମାନେ ବାଧ୍ୟ ହେଉଛନ୍ତି।
ମେଡିକାଲ ପରିସରରେ ଦୁଇଟି ଥଣ୍ଡା ପାଣି ପ୍ରକଳ୍ପ ରହିଛି। ସେଥିରେ ଥିବା ଫ୍ରିଜର୍‌ ଖରାପ ହୋଇଯାଇଥିବାରୁ ପାଣି ଭର୍ତ୍ତି ପ୍ଲାଷ୍ଟିକ ଟାଙ୍କିରୁ ସିଧାସଳଖ ବାହାରୁଥିବା ତତଲା ପାଣିକୁ ଶୋଷବେଳେ ପିଇବାକୁ ପଡୁଛି। ସେହିପରି ମେଡିକାଲ ପରିସରରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ସହ ଶିଶୁ ୟୁନିଟ ନିକଟରେ ଜିଲା ଖଣିଜ ପାଣ୍ଠିରୁ ଏକ ପାଣି ପ୍ରକଳ୍ପ କରାଯାଇଛି। ଉକ୍ତ ପ୍ରକଳ୍ପରୁ ପାଣି ବାହାରୁଥିବା ୩ଟି ଟ୍ୟାପ ଉଭାନ ହୋଇଗଲାଣି। କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏପରି ପରିସ୍ଥିତି ଉପୁଜୁଥିବା ଅଭିଯୋଗ ହୋଇଛି। ଭଙ୍ଗା ଟ୍ୟାପଗୁଡିକୁ କାହିଁକି ତୁରନ୍ତ ମରାମତି କରାଯାଉନାହିଁ ସେ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ମେଡିକାଲ କର୍ମଚାରୀଙ୍କ ପାଇଁ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ହୋଇଥିବାବେଳେ ରୋଗୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ ମେଡିକାଲରେ ଅନବରତ ପାଣି ଅପଚୟ ଚାଲିଛି। ସିଡିଏମଓଙ୍କ କାର୍ଯ୍ୟାଳୟ ଉପରେ ଥିବା ପାଣି ଟାଙ୍କି ପୂରଣ କରିବା ପାଇଁ ମୋଟର ଲଗାଇବା ଦାୟିତ୍ୱରେ ଥିବା କର୍ମଚାରୀ ସୁଇଚ ବନ୍ଦ କରିବାକୁ ଭୁଲି ଯାଉଛନ୍ତି। ଫଳରେ ଘଣ୍ଟା ଘଣ୍ଟା ଧରି ତଳେ ପାଣି ପଡି ଲହଡି ମାରୁଛି। ଏ ସମ୍ପର୍କରେ ଅନୁଗୋଳ ଭାରପ୍ରାପ୍ତ ସିଡିଏମ୍‌ଓ ପ୍ରତାପ କୁମାର ବେହେରା କହିଛନ୍ତି, ଘଟଣାକୁ ମୁଁ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରିବି। ମୋଟର ଲଗାଇବା ଦାୟିତ୍ୱରେ ଥିବା କର୍ମଚାରୀ ଏହାକୁ କାହିଁକି ବନ୍ଦ କରୁନାହାନ୍ତି ତାହାର କୈଫିୟତ ମଗାଯିବ। ପାଣି ଟାଙ୍କି ଗୁଡ଼ିକରୁ କାହିଁକି ଥଣ୍ଡା ପାଣି ବାହାରୁ ନାହିଁ ତାହାର ମଧ୍ୟ ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି। ଅଚଳ ହୋଇଥିବା ଫ୍ରିଜରକୁ ମରାମତି କରିବାକୁ ଯଥାସମ୍ଭବ ଚେଷ୍ଟା କରିବେ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ RI, ଝରକା ବାହାରକୁ ଫିଙ୍ଗି ଦେଲେ ଟଙ୍କା

ଅନୁଗୋଳ,୮ା୧: ଜମି ଚିହ୍ନଟ ପାଇଁ ଲାଞ୍ଚ ନେଉଥିବା ବେଳେ ଧାରା ପଡିଲେ ରାଜସ୍ବ ନିରୀକ୍ଷକ(RI)। ଗୁରୁବାର ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ ଅନ୍ତର୍ଗତ ତୁସର RI ସର୍କଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri