ପାଣିରେ ଚାଲିବ ଗାଡି: ମାଇଲେଜ୍‌ ଦେବ ୩୦ କି.ମି.

ହାଇଦ୍ରାବାଦ,୪।୧୨: ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢ଼ୁଥିବା ବେଳେ ଗ୍ଲୋବାଲ ଓ୍ବାର୍ମିଂ ମଧ୍ୟ ବଢ଼ି ବଢ଼ି ଚାଲିଛି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହାଇଦ୍ରାବାଦର ମେକାନିକାଲ ଇଞ୍ଜିନିୟର ସୁନ୍ଦର ରମୈୟା ଏକ ବିକଳ୍ପ ବାହାର କରିଛନ୍ତି। ଯାହାକି ଦେଶର ଅନେକ ସମସ୍ୟାର ସମାଧାନ କରିପାରିବ। ସୁନ୍ଦର ଏକ ଜଳ ଇନ୍ଧନ ପ୍ରକ୍ରିୟା ଆବିଷ୍କାର କରିଛନ୍ତି। ଏଣିକି ପେଟ୍ରୋଲ ଓ ଡିଜେଲରେ ଚାଲୁଥିବା ବାହନଗୁଡ଼ିକ ପାଣିରେ ବି ଚାଲିପାରିବେ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ ଏହା ବାସ୍ତବରେ ସତ। ସୁନ୍ଦର ଆବିଷ୍କାର କରିଥିବା ଜଳ ଇନ୍ଧନ ପ୍ରକ୍ରିୟାରେ ଗାଡିଗୁଡ଼ିକ ପାଣିରେ ଚାଲିପାରିବ। ଆଉ ସବୁଠାରୁ ବଡ କଥା ହେଉଛି, ୧ ଲିଟର ପାଣିରେ ୩୦କିଲୋମିଟର ମାଇଲେଜ୍‌ କ୍ଷମତା ରହିଛି।

ଏଥିସହ ୧୦ରୁ ୧୫ ମିନିଟ୍‌ ଭିତରେ ବିଷାକ୍ତ ଗ୍ୟାସ୍‌କୁ ୮୦ପ୍ରତିଶତ ଅମ୍ଳଜାନରେ ପରିବର୍ତ୍ତନ କରିଦେବ ବୋଲି ସୁନ୍ଦର କହିଛନ୍ତି। ଏବେ ପର୍ଯ୍ୟନ୍ତ ସେ ୧୭ହଜାରରୁ ଊର୍ଦ୍ଧ୍ୱ ଡେମୋ ଦେଇସାରିଥିବା ବେଳେ ୨ଲକ୍ଷ ଗାଡିରେ ଏହି କୌଶଳ ପ୍ରୟୋଗ କରାଯାଇଥିବା ଜଣାପଡ଼ିଛି। ଗୋଟିଏ ପଟେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଚାଳକଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟୁଥିବା ବେଳେ ଅନ୍ୟପଟେ ଗାଡି ସଂଖ୍ୟା ବୃଦ୍ଧି ଯୋଗୁ ପରିବେଶ ପ୍ରଦୂଷିତ ମଧ୍ୟ ହେଉଛି। ହେଲେ ଏବେ ଆଉ ତୈଳ ଦର କି ପ୍ରଦୂଷଣର ଭୟ ରହିବ ନାହିଁ। ଗାଡିଗୁଡିକ ଲାଗି ହେଉଥିବା ପ୍ରଦୂଷଣ ସମ୍ପୂର୍ଣ୍ଣ କମ୍‌ ହୋଇଯିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶମୁଖଙ୍କର ହେଲା ସ୍ୱାସ୍ଥ୍ୟ ପରୀକ୍ଷା

ନୂଆଦିଲ୍ଲୀ,୪ ।୧୧: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କର ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗୁରୁବାର ମୁମ୍ବାଇର...

ଡିଜିଟାଲ ସଦସ୍ୟ ହେଲେ ସୋନିଆ

ନୂଆଦିଲ୍ଲୀ,୧୬।୪: କଂଗ୍ରେସ ଦଳରେ ସାଂଗଠନିକ ନିର୍ବାଚନ ପୂର୍ବରୁ ସଭ୍ୟ ପଞ୍ଜୀକରଣ ଅଭିଯାନର ଶେଷ ଦିନରେ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ ଅନେକ ନେତା ଡିଜିଟାଲ...

ରାସ୍ତାରେ କରୋନା ଟେଷ୍ଟ: ବିରୋଧ କରିବାରୁ ମାଡ଼ ମାରିଲେ ସ୍ବାସ୍ଥ୍ୟ ଅଧିକାରୀ

ବେଙ୍ଗାଲୁରୁ,୨୫।୫: ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଲକ୍‌ଡାଉନ୍‌ ସମୟରେ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ସହ ର୍ଦୁବ୍ୟବହାର କରାଯାଇଥିବା ଘଟଣା ଅନେକ ଥର ସାମ୍ନାକୁ ଆସିଛି। ହେଲେ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ପାଇଁ ୫୦ ହଜାର ଟପିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଭାବରେ ଜୋ ବାଇଡେନ୍‌ ଶପଥ ନେବା ପରେ ଭାରତୀୟ ଶେୟାର ବଜାରରେ ଏହାର ପ୍ରଭାବ ଦେଖାଯାଇଛି। ଗୁରୁବାର ଶେୟାର ବଜାର ରେକର୍ଡ...

ବର୍ଷରେ ଏହି ଦିନ ଗାଁରେ ରହିଲେ ମୃତ୍ୟୁ ହୁଏ ବୋଲି ବିଶ୍ୱାସ କରି ଘର ଛାଡନ୍ତି ଲୋକେ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ ହୋଇଥାଏ। ଏସବୁ ପରମ୍ପରା ପଛରେ ଅନେକ କାହାଣୀ ରହିଥାଏ। ଉତ୍ତରପ୍ରଦେଶ ମହାରାଜଗଞ୍ଜ୍‌ ଜିଲା ବେଲଓ୍ବା ଚୌଧୁରୀ...

ପୁଅ ଗିରଫ ହେବା ପରେ ସରକାରଙ୍କୁ ଗୁହାରି କଲେ ମା’

କାନପୁର,୯।୭: ଉତ୍ତରପ୍ରଦେଶ କାନପୁରର ୮ ପୋଲିସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଙ୍କୁ ଗୁରୁବାର ଗିରଫ କରାଯାଇଛି। ଉଜ୍ଜୟିନୀର ମହାକାଳ ମନ୍ଦିର ପରିସରରୁ ତାଙ୍କୁ...

ଭାଜପା ଏମ୍‌ପିଙ୍କ ପାଇଁ ପାଠଶାଳା: ଅଭ୍ୟାସ ବର୍ଗ ତାଲିମ୍‌ କାର୍ଯ୍ୟକ୍ରମରେ ଯୋଗଦେଲେ ଲୋକ ସଭା ଓ ରାଜ୍ୟ ସଭା ସଦସ୍ୟ

ନୂଆଦିଲ୍ଲୀ,୩।୮: ଭାଜପା ଏମ୍‌ପିଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଶନିବାରଠାରୁ ଆରମ୍ଭ କରିଛନ୍ତି ୨ ଦିନିଆ ପାଠଶାଳା। ଏହି ତାଲିମ୍‌ କାର୍ଯ୍ୟକ୍ରମର ନାମ ଅଭ୍ୟାସ...

କାଶୀ-ବିଶ୍ୱନାଥ କରିଡର ଲୋକାର୍ପିତ…

କାଶୀ-ବିଶ୍ୱନାଥ କରିଡର ଲୋକାର୍ପିତ… କାଶୀ, ୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କାଶୀ ବିଶ୍ୱନାଥ କରିଡରର ଲୋକାର୍ପିତ କରିଛନ୍ତି। ଶହ ଶହ ସାଧୁ ତଥା ବିଶିଷ୍ଟ...

Advertisement
Archives

Model This Week