ପାଟଣା ଲକ୍‌ଡାଉନ୍‌: ଫ୍ଲାଗ ମାର୍ଚ୍ଚକରି ବଜାରର ଦୋକାନଗୁଡ଼ିକୁ ବନ୍ଦ କଲା ପୋଲିସ

ପାଟଣା,୨୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପକ୍ଷରୁ ଗହଳି କମାଇ କରୋନାକୁ ରୋକିବା ପାଇଁ ମଙ୍ଗଳବାର ମୁଖ୍ୟାଳୟସ୍ଥିତ ଦୋକାନ ବଜାର ବନ୍ଦ କରାଯାଇଛି। ଲକ୍‌ଡାଉନ୍‌କୁ ଲାଗି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ନେଇ ଜିଲାପାଳ ଆଶିଷ ଠାକ୍‌ରେ ଓ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ବନ୍ଦ କରାଯାଇଥିବା ଥାନାଧିକାରୀ ସନ୍ଧ୍ୟାରାଣୀ ଜେନା ସୂଚନା ଦେଇଛନ୍ତି। ପାଟଣା ଥାନାଧିକାରୀ ଜେନାଙ୍କ ନେତୃତ୍ୱରେ ମଙ୍ଗଳବାର ଏକ ପ୍ଲାଟୁନ ସଶସ୍ତ୍ର ପୋଲିସ ବାହିନୀ ସହାୟତାରେ ସାଇରନ ପାଟଣା ବଜାରରେ ଫ୍ଲାଗମାର୍ଚ୍ଚ କରିବା ସହ ବଜାରକୁ ଲକ୍‌ଡାଉନ୍‌ କରିଦେଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ସମସ୍ତ ଦୋକାନକୁ ପୋଲିସ ବନ୍ଦ କରିଦେଇଛି। ତେବେ ସରକାରୀ ବିଦେଶୀ ମଦ ଦୋକାନ ଖୋଲା ଥିବା ଦେଖିବାକୁ ମିଳିଛି। ଏ ନେଇ ପାଟଣା ଅବକାରୀ ଅଧିକାରୀ ଦିଲିପ କୁମାର ତାଣ୍ଡିଙ୍କୁ କେବଳ ବାର ବନ୍ଦ ପାଇଁ ନିର୍ଦ୍ଦେଶ ଆସିଛି। ଥାନାଧିକାରୀ ସନ୍ଧ୍ୟାରାଣୀ ଜେନାଙ୍କ ନେତୃତ୍ୱରେ ପାଟଣା ଥାନା କର୍ମଚାରୀଙ୍କ ସହାୟତାରେ ଦୋକାନ ବଜାରକୁ ବନ୍ଦ କରିଦିଆଯାଇଛି। ବଜାର ଜନଶୂନ୍ୟ ରହିଛି। ଅନୁରୂପ ଭାବେ ରବିବାର ସନ୍ଧ୍ୟାରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର ସୀମାରେ ପାଟଣା ପୋଲିସ ପକ୍ଷରୁ ନାକାବନ୍ଦୀ କରି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ରାଜପଥରେ ଓଲଟିଲା ବସ୍, ୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ଇଣ୍ଡୋନେସିଆରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ଯାତ୍ରୀବାହୀ ବସ୍...

୭ଦିନ ଜାରି ରହିବ ଶୀତ ଲହରି

ଭୁବନେଶ୍ୱର,୨୨ା୧୨(ବନ୍ଦନା ସେଠୀ): ରାଜ୍ୟରେ ଶୀତ ଲହରି ଜାରି ରହିବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି: ଗୁରୁକୁଳ ଖୋଲିବା ସହ ଶୀତ ମହୋତ୍ସବ ହେବ ଆଡମ୍ବରପୂର୍ଣ୍ଣ

ଦାରିଙ୍ଗବାଡି, ୨୨।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗସ୍ତ କରିଛନ୍ତି। ସେ ସକାଳ...

ମଝି ଆକାଶରେ ଅଟକିଗଲା ଶହଶହ ଯାତ୍ରୀଙ୍କ ଜୀବନ, ଟେକ୍‌ ଅଫ୍‌ର କିଛି ମିନିଟ୍‌ ଘଟିଲା ଏମିତି…

ନୂଆଦିଲ୍ଲୀ,୨୨।୧୨: ସୋମବାର ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦିଲ୍ଲୀ ଫେରିବାକୁ ବାଧ୍ୟ ହୋଇଥିଲା।...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ଶରୀରର ସୁରକ୍ଷା କବଚ : ଆଣ୍ଟିଅକ୍ସିଡାଣ୍ଟ

ଆଜିକାଲି ସ୍ବାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆଣ୍ଟିଅକ୍ସିଡାଣ୍ଟ (Antioxidant) ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠେ: ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଆମ ଶରୀର...

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

ୟୁନୁସ ଭାରତ ବିରୋଧରେ…ବାଂଲାଦେଶ ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଶେଖ ହାସିନା

ଢାକା,୨୨।୧୨: ବାଂଲାଦେଶର ରାଜଧାନୀ ଢାକାର ପରିସ୍ଥିତି ସାମ୍ପ୍ରତିକ ହିଂସା ଏବଂ ପ୍ରତିବାଦ ପରେ ଶାନ୍ତ ହେଉଥିବା ପରି ମନେ ହେଉଛି। ତଥାପି ରାଜନୈତିକ ମହଲରେ ଉତ୍ତେଜନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri