ପାଟକୁରା ନିର୍ବାଚନ: ସପ୍ତାହକ ମଧ୍ୟରେ ହୋଇପାରେ ତାରିଖ ଘୋଷଣା

ଭୁବନେଶ୍ୱର, ୪।୬(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ୧୪୬ ବିଧାନସଭା ଏବଂ ୨୧ ଲୋକ ସଭା ଆସନ ପାଇଁ ଭୋଟ ଶେଷ ହୋଇଛି। ପୂର୍ବତନ ବିଧାୟକ ତଥା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ ପରେ ପାଟକୁରା ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଆସନରେ ମେ ୧୯ତାରିଖରେ ନିର୍ବାଚନ କରିବା ଲାଗି ନିର୍ବାଚନ କମିଶନ ଘୋଷଣା କରିଥିଲେ। ହେଲେ ଗତ ମାସ ୩ ତାରିଖରେ ବାତ୍ୟା ଫନୀ ଯୋଗୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲାରେ ବ୍ୟାପକ କ୍ଷତି ହୋଇଥିଲା। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାରଣରୁ ନିର୍ବାଚନ ସମୟ ଘୁ଼ଞ୍ଚାଇବାକୁ ଅନୁରୋଧ କରିଥିଲେ। ଏହି କାରଣକୁ ଦୃଷ୍ଟିରେ ରଖି ପାଟକୁରା ନିର୍ବାଚନକୁ ୨ ମାସ ପାଇଁ ନିର୍ବାଚନ କମିଶନ ଘୁଞ୍ଚାଇ ଦେଇଛନ୍ତି। ତେବେ ଏଠାରେ କେବେ ନିର୍ବାଚନ ହେବ ସେନେଇ କୌଣସି ତାରିଖ ଧାର୍ଯ୍ୟ କରାଯାଇନାହିଁ। ଏହା ପୂର୍ବରୁ ଭାଜପାର ପ୍ରତିନିଧିମାନେ ମଧ୍ୟ ପାଟକୁରାରେ ତୁରନ୍ତ ନିର୍ବାଚନ କରିବା ପାଇଁ ତାରିଖ ଘୋଷଣା କରିବାକୁ କମିଶନରଙ୍କ ନିକଟରେ ଆବେଦନ କରିଛନ୍ତି। ଏହା ଉପରେ କମିଶନ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଆସନ୍ତା ସପ୍ତାହ ମଧ୍ୟରେ ଏ ନେଇ କମିଶନ ତାରିଖ ଘୋଷଣା କରିପାରିନ୍ତି ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡିଛି। ଦୁଇ ମାସ ପାଇଁ ନିର୍ବାଚନ ସ୍ଥଗିତ ଘୋଷଣା ହେବାପରେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ର ଆପତ୍ତି ଉଠାଇଥିଲେ। ହାରିଯିବା ଭୟରେ ବିଜେଡି ଜାଣିଶୁଣି ନିର୍ବାଚନ ବିଳମ୍ବ ପାଇଁ ଷ଼ଡ଼ଯନ୍ତ୍ର କରିଥିବା ସେ ଅଭିଯୋଗ ଆଣିଥିଲେ। ଏହି ଆସନରୁ ବିଜେଡି ସ୍ବର୍ଗତ ଅଗ୍ରଓ୍ବାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ପ୍ରାର୍ଥୀ କରିଛି। ଅନୁକମ୍ପାମୂଳକ ଭୋଟ ପାଇବାକୁ ବିଜେଡି ଏହି ଯୋଜନା କରିଥିବା ମଧ୍ୟ ବିଭିନ୍ନ ମହଲରେ ଚର୍ଚ୍ଚା ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ୱାର୍ଲଡ ସ୍କିଲ୍‌ ସେଣ୍ଟର ବିଶ୍ୱସ୍ତରୀୟ ବ୍ରାଣ୍ଡ୍‌ ହେବ’

ଭୁବନେଶ୍ୱର, ୧୧।୧୦(ବ୍ୟୁରୋ):ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପାଣ୍ଡିଆନ ସୋମବାର ୱାର୍ଲଡ ସ୍କିଲ୍‌ ସେଣ୍ଟର(ଡବ୍ଲ୍ୟୁଏସ୍‌ସି) ପରିଦର୍ଶନରେ ଆସି ଏହାର ପରିଚାଳନା ଓ...

ଏସ୍‌ସିବି ମେଡିକାଲରେ ଅବ୍ୟବସ୍ଥା: ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି

କଟକ ଅଫିସ,୨୫ା୨: ଏସ୍‌ସିବି ମେଡ଼ିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି...

ଡାଏଲିସିସ୍‌ ନ ପାଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

କଟକ ଅଫିସ,୯। ୮: ଏସ୍‌ସିବି ଆଇସୋଲେଶନ ୱାର୍ଡରେ ଚିକିତ୍ସା ଅବହେଳାରୁ ଜଣେ କରୋନା ଆକ୍ରାନ୍ତଙ୍କ ମତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତାଙ୍କର ଡାଏଲିସିସ୍‌ କରାଗଲା ନାହିଁ...

ପତ୍ର ହଲିଲେ ପାଓ୍ବାର ଛୁ’

ଗଁଦିଆ, ୧୭।୯ ପତ୍ର ହଲିଲେ ଚାଲିଯାଉଛି ପାଓ୍ବାର। ଘଣ୍ଟା ଘଣ୍ଟା ଧରି ବିଜୁଳିର ଦେଖାମିଳୁନି। ବିଭାଗୀୟ ଦୁର୍ବଳତା ଲୁଚାଇବାକୁ କେତେବେଳେ ପୁରୁଣା ତାର, ଯନ୍ତ୍ରାଂଶ ତ...

ଟିକା ନେଲେ ହୋମ୍‌ ଡେଲିଭରି ବୟ, ରେଷ୍ଟୁରାଣ୍ଟ କର୍ମଚାରୀ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବିଭିନ୍ନ ବର୍ଗର ଲୋକଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା କରି ଟିକାକରଣକୁ ତ୍ୱରାନ୍ବିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ହୋମ୍‌ ଡେଲିଭରି...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରହୁ

ପୁରୀ ଅଫିସ,୧୫।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ଏହି ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ ରଖିବା ନେଇ...

ହୀରାକୁଦ ଡ୍ୟାମ୍‌ରୁ ୮ଟି ଗେଟ୍‌ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର, ୧୩ା୯ (ବ୍ୟୁରୋ): ସମ୍ବଲପୁର ଜିଲା ହୀରାକୁଦ ଡ୍ୟାମ୍‌ରୁ ଶୁକ୍ରବାର ୮ଟି ଗେଟ୍‌ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ସକାଳ ୯ଟା ପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ ଅନୁସାରେ,...

ସୋନପୁରରେ ଅଗ୍ନି ବର୍ଷା

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବଢ଼ିବାରେ ଲାଗିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଯେମିତି ଅଗ୍ନି ବର୍ଷୁଛି। ଏଥିରୁ ସୋନପୁର ଜିଲା ସବୁଠୁ ଊର୍ଦ୍ଧ୍ୱରେ ରହିଛି। ସମଗ୍ର...

Advertisement
Archives

Model This Week