Posted inରାଜ୍ୟ

ପାଚେରି ଭୁଶୁଡ଼ି ୪ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା:ଆପରାଧିକ ମାମଲା ରୁଜୁକଲା ପୋଲିସ

ଢେଙ୍କାନାଳ ଅଫିସ,୧୧ା୬ଢେଙ୍କାନାଳ ସହରର ଅଳସୁଆ ହାଟରେ ରବିବାର ଏକ ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରି ଭୁଶୁଡି ୪ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୫ଜଣ ଆହତ ହୋଇଥିଲେ। ମୃତଦେହଗୁଡିକ ବ୍ୟବଚ୍ଛେଦ ପରେ ପ୍ରଥମେ ଟାଉନ ଥାନାରେ ଏ ସଂକ୍ରାନ୍ତରେ ନଂ.୧୯/୨୦୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ହେଲେ ସୋମବାର ଅପମୃତ୍ୟୁ ମାମଲାକୁ ଆପରାଧିକ ମାମଲାରେ ପରିବର୍ତ୍ତନ କରାଯାଇଥିବା ଏସ୍‌ପି ଅନୁପମା ଜେମ୍‌ସ ସୂଚନା ଦେଇଛନ୍ତି ା ଟାଉନ ଥାନାରେ ଏଏସ୍‌ଆଇ ରସାନନ୍ଦ ନାୟକଙ୍କ ଅଭିଯୋଗକୁ ଭିତ୍ତିକରି ନଂ-୧୬୮/୧୯, ଦଫା-୨୮୮, ୩୩୭, ୩୩୮, ୩୦୪(ଏ)ରେ ଏହି ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ପରେ ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ପରିତ୍ୟକ୍ତ ରାଇସ୍‌ ମିଲ୍‌ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ସୋମବାର ସୁଦ୍ଧା ଆରମ୍ଭ ହୋଇ ନାହିଁ। ଏ ସମ୍ପର୍କରେ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ କୁହନ୍ତି, ବର୍ତ୍ତମାନ ସୁଦ୍ଧା ଆମ ପାଖକୁ କୌଣସି ନିର୍ଦ୍ଦେଶନାମା ଆସିନାହିଁ। ନିର୍ଦ୍ଦେଶ ଆସିଲେ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପଟେ ୪ ମୃତ ବ୍ୟବସାୟୀଙ୍କ ପରିବାରର ଯେ କୌଣସି ସଦସ୍ୟ ବ୍ୟବସାୟ କରିବାକୁ ଚାହିଁଲେ ସେମାନଙ୍କୁ ପୌରସଂସ୍ଥା ପକ୍ଷରୁ ହାଟରେ ନିର୍ମାଣାଧୀନ ଭେଣ୍ଡିଂ ଜୋନରୁ ୪ଟି ଘର ମାଗଣାରେ ଯୋଗାଇ ଦିଆଯିବ ବୋଲି ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ସୂଚନା ଦେଇଛନ୍ତି। ସେହିପରି ମୃତାହତ ଲୋକଙ୍କ ପରିବାରକୁ ପୌରସଂସ୍ଥା ପକ୍ଷରୁ ସହାୟତା ପ୍ରଦାନ ପାଇଁ ଆଲୋଚନା ଜାରି ରହିଛି ବୋଲି ସେ କହିଛନ୍ତି ା ହାଟ ପରିସରରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଘରଗୁଡିକୁ ପୌରସଂସ୍ଥା ପକ୍ଷରୁ ଉଚ୍ଛେଦ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟ ନ ଆସିଲେ ରଦ୍ଦ ହେବ ଲାଇସେନ୍ସ

ନୂଆଦିଲ୍ଲୀ,୧୫ା୧୧: ଓଡ଼ିଶାର ବିଭିନ୍ନ ଜିଲା ବାର୍‌ ଆସୋସିଏଶନ ଆନ୍ଦୋଳନରେ ସାମିଲ ହୋଇଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବୁଧବାର ସୁଦ୍ଧା ଆନ୍ଦୋଳନ ପ୍ରତ୍ୟାହାର ନ କଲେ...

ରାଜ୍ୟରେ ଆଜି ୩,୮୦୬ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୮।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୩,୮୦୬ କରୋନା ଆକ୍ରାନ୍ତ...

ପାର୍ବଣ ଋତୁରେ ସତର୍କ ରହିବାକୁ ଆହ୍ବାନ

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ):କୋଭିଡ୍‌ ପରିଚାଳନାରେ ଓଡ଼ିଶାର ସମସ୍ତ ସୂଚକାଙ୍କ ଜାତୀୟ ହାରଠାରୁ ଭଲ ରହିଛି। ଅଧିକାଂଶ ଜିଲାରେ ନୂଆ ସଂକ୍ରମଣ କମୁଛି। କଟକ, ଖୋର୍ଦ୍ଧା, ପୁରୀ ଭଳି ଅଧିକ...

ଆଜି ଆଇଏଏସ୍‌ ଅଫିସର ସମ୍ମିଳନୀ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ସରକାରୀ ସେବା ବ୍ୟବସ୍ଥାକୁ କିପରି ଅଧିକ ଉନ୍ନତ କରାଯାଇପାରିବ ସେ ନେଇ ପ୍ରଥମଥର ଲାଗି ଶୁକ୍ରବାର ରାଜ୍ୟ ସରକାରଙ୍କ ବରିଷ୍ଠ...

ବ୍ଲ୍ୟୁ-ଫ୍ଲାଗ୍‌: ବିକଶିତ ହେବ ଆଉ ୫ ବେଳାଭୂମି

ଭୁବନେଶ୍ୱର,୫।୭(ବ୍ୟୁରୋ): ଓଡ଼ିଶା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ସରକାର ପୁରୀ ପରେ ଏବେ ଆଉ ୫...

ଉଚ୍ଛେଦ ଆଶଙ୍କାରେ ଥରହର ଏକାମ୍ର:ଉଠାଦୋକାନୀଙ୍କ ମନ୍ଦିର ସମ୍ମୁଖରେ ପ୍ରତିବାଦ

ପୁରୁଣା ଭୁବନେଶ୍ୱର,୮ା୧୨ (ଡି.ଏନ.ଏ.)ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁ ଏକାମ୍ର କ୍ଷେତ୍ରର ବିଭିନ୍ନ ଜବରଦଖଲ ଉଚ୍ଛେଦ ଜାରି ରହିଛି। ଉଠାଦୋକାନୀଗୁଡିକୁ ହଟାଯାଇ ଶ୍ରୀଲିଙ୍ଗରାଜ ମନ୍ଦିର କ୍ଷେତ୍ରକୁ ବିଶ୍ୱ...

ଫୋକସ୍‌ରେ ସମ୍ବେଦନଶୀଳ ବୁଥ୍‌

ଢେଙ୍କାନାଳ ଅଫିସ୍‌/ଭୁବନ, ୨୨।୨(ଡି.ଏନ.ଏ) ଢେଙ୍କାନାଳ ଜିଲାରେ ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମଙ୍ଗଳବାର ଭୋଟଗ୍ରହଣ ଅନୁଷ୍ଠିତ ହେବ। କଙ୍କଡ଼ାହାଡ଼ ଏବଂ ଭୁବନ...

ସ୍ମାର୍ଟ ହେଲ୍‌ଥ କାର୍ଡ ଖାଲି ମନ୍ତ୍ରୀ ବାଣ୍ଟିବେ, ଆଉ ଆମେ..

ଉମରକୋଟ, ୨୯।୧୧(ସ୍ବ.ପ୍ର.): ସ୍ମାର୍ଟ ହେଲ୍‌ଥ କାର୍ଡ ଖାଲି ମନ୍ତ୍ରୀ ବାଣ୍ଟିବେ, ଆମେ କ’ଣ ଲୋକ ପ୍ରତିନିଧି ନୁହଁ। ଦିନ ରାତି ଲୋକଙ୍କ ପାଇଁ ଖଟୁଛୁ। ମନ୍ତ୍ରୀ...

Advertisement
Archives

Model This Week